ଟି-୨୦ ବିଶ୍ୱକପ୍‌ ଇତିହାସର ଘଟିଥିବା ୫ ସର୍ବବୃହତ୍‌ ବିପର୍ଯ୍ୟୟ, ଆସନ୍ତୁ ଜାଣିବା…

The Sakala Picture
Published On

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଆରମ୍ଭରୁ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଗ୍ରୁପ୍‌ ଏ’ର ଏକ ମ୍ୟାଚ୍‌ରେ ଆସୋସିଏସଟ ଦେଶ ତଥା ଆୟୋଜକ ଆମେରିକା ଟେଷ୍ଟ ଖେଳୁଥିବା ପୂର୍ବତନ ଚାମ୍ପିଅନ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରି ହଇଚଇ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ୍‌ ଇତିହାସରେ ଏହା ଅନ୍ୟତମ ଶ୍ରେଷ୍ଠ ବିପର୍ଯ୍ୟୟ ଭାବେ ପରିଗଣିତ ହେଉଛି। ତେବେ ବିଶ୍ୱକପ୍‌ରେ ଏଭଳି ବିପର୍ଯ୍ୟୟ ଆଦୌ ନୂଆ ନୁହଁ। […]

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ୱକପ୍‌ର ୯ମ ସଂସ୍କରଣରେ ଆରମ୍ଭରୁ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଗ୍ରୁପ୍‌ ଏ’ର ଏକ ମ୍ୟାଚ୍‌ରେ ଆସୋସିଏସଟ ଦେଶ ତଥା ଆୟୋଜକ ଆମେରିକା ଟେଷ୍ଟ ଖେଳୁଥିବା ପୂର୍ବତନ ଚାମ୍ପିଅନ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରି ହଇଚଇ ସୃଷ୍ଟି କରିଛି। ଟି-୨୦ ବିଶ୍ୱକପ୍‌ ଇତିହାସରେ ଏହା ଅନ୍ୟତମ ଶ୍ରେଷ୍ଠ ବିପର୍ଯ୍ୟୟ ଭାବେ ପରିଗଣିତ ହେଉଛି। ତେବେ ବିଶ୍ୱକପ୍‌ରେ ଏଭଳି ବିପର୍ଯ୍ୟୟ ଆଦୌ ନୂଆ ନୁହଁ। ବିଶ୍ୱକପ୍‌ ଇତିହାସରେ ପୂର୍ବରୁ ଘଟିଥିବା ଏହି ଭଳି ସର୍ବବୃହତ୍‌ ୫ଟି ବିପର୍ଯ୍ୟୟକୁ ନେଇ ଆଲୋଚନା କରିବା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୧. ପାକିସ୍ତାନକୁ ହରାଇଲା ଆମେରିକା (୨୦୨୪)
ଆୟୋଜକ ଭାବେ ପଦାର୍ପଣ କରିଥିବା ଆମେରିକା ପୂର୍ବରୁ ପାକିସ୍ତାନକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭେଟି ନଥିଲେ ମଧ୍ୟ ଗୁରୁବାର ପାକିସ୍ତାନକୁ ପରାସ୍ତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୭ ୱିକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା। ଜବାବରେ ଆମେରିକା ୩ ୱିକେଟ ହରାଇ ୧୫୯ ରନ ସଂଗ୍ରହ କରି ମ୍ୟାଚ୍‌ ଟାଇ ରଖିଥିଲା। ସୁପର ଓଭରରେ ପାକିସ୍ତାନ ପରାସ୍ତ ହୋଇଥିଲା। ଏଥିସହ ଆମେରିକା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୂର୍ଣ୍ଣ ସଦସ୍ୟତା ପାଇଥିବା ଦେଶଗୁଡିକ ସହ ୪ଥର ଭେଟିଛି। ଆମେରିକା ଜିମ୍ବାୱେକୁ ପୂର୍ବରୁ ୩ଥର ଭେଟି ସବୁଥର ପରାସ୍ତ ହୋଇଥିଲା। ଆମେରିକା ଏବେ ଆଇସିସି ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଛି। ଅନ୍ୟପଟେ ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଛି। ପାକିସ୍ତାନ ୨୦୦୯ରେ ଟାଇଟଲ ହାସଲ କରିଥିଲା ଓ ଗତ ୨୦୨୨ ସଂସ୍କରଣରେ ଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା।

୨.ଅଷ୍ଟ୍ରେଲିଆ ୫ ୱିକେଟ ଜିମ୍ବାୱେଠାରୁ ପରାସ୍ତ (୨୦୦୭)
ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୨୦୦୭ରେ ଖେଳାଯାଇଥିଲା ଓ ଏଥିରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତ ଚାମ୍ପିଅନ ହୋଇଥିଲା। ଏହି ବିଶ୍ୱକପ୍‌ରେ ମଧ୍ୟ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଗ୍ରୁପ୍‌ ବି’ର ଚତୁର୍ଥ ମ୍ୟାଚରେ ଜିମ୍ବାୱ ଗୋଟିଏ ବଲ୍‌ ବାକିଥାଇ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଥିଲା। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା। ବ୍ରାଡ ହଗ୍‌ ସର୍ବାଧିକ ୩୫ ରନକରି ଅପରାଜିତ ରହିଥିଲେ। ଜିମ୍ବାୱେର ଏଲଟନ ଚିଗୁମ୍ବୁରା ସର୍ବାଧିକ ୩, ଗ୍ୟାରୀ ବ୍ରେଣ୍ଟ ୨ ୱିକେଟ ନେଇଥିଲେ। ଜବାବରେ ଜିମ୍ବାୱେ ୧୯.୫ ଓଭରରେ ୫ ୱିକେଟ ହରାଇ ୧୩୯ ରନକରି ବାଜି ମାରିଥିଲା। ବ୍ରେଣ୍ଡନ ଟେଲର ସର୍ବାଧିକ ଅପରାଜିତ ୬୦ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆର ଷ୍ଟୁଆର୍ଟ କ୍ଲର୍କ ୨ ୱିକେଟ ନେଇଥିଲେ।

୩. ନେଦରଲାଣ୍ଡସଠାରୁ ୪ ୱିକେଟରେ ହାରିଥିଲା ଇଂଲଣ୍ଡ (୨୦୦୯)
୨୦୦୯ରେ ଇଂଲଣ୍ଡରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ରେ ନେଦରଲାଣ୍ଡ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଶେଷ ବଲ୍‌ରେ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ଘଟାଇବା ସହ ଚର୍ଚ୍ଚା ସୃଷ୍ଟି କରିଥିଲା। ଟସ୍‌ ହାରି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଲୁକ୍‌ ରାଇଟ୍‌ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଜବାବରେ ନେଦରଲାଣ୍ଡସ ୬ ୱିକେଟ ହରାଇ ଶେଷ ବଲରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ନେଦରଲାଣ୍ଡସ ତରଫରୁ ଟମ୍‌ ଡି ଗ୍ରୁଥ୍‌ ସର୍ବାଧି ୪୯, ପିଟର ବୋରେନ୍‌ ୩୦ ଓ ରିଆନ ଟେନ୍‌ ଡୋଶଚେଟ୍‌ ଅପରାଜିତ ୨୨ ରନକରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ତରଫରୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସର୍ବାଧିକ ୩ ୱିକେଟ ନେଇଥିଲେ। ଟମ୍‌ ଡି ଗ୍ରୁଥ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୪. ପାକିସ୍ତାନକୁ ୧ ରନରେ ହରାଇଥିଲା ଜିମ୍ବାୱେ (୨୦୨୨)
ଟି-୨୦ ବିଶ୍ୱକପ୍‌ ଗତ ସଂସ୍କରଣ ଅର୍ଥାତ ୨୦୨୨ରେ ଜିମ୍ବାୱେ ଗ୍ରୁପ୍‌-୨ରେ ପାକିସ୍ତାନକୁ ୧ ରନରେ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଟସ୍‌ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସିନ ୱିଲିୟମ୍ସ ସର୍ବାଧିକ ୩୧ ରନ ସଂଗ୍ରହ କରିଥିଲେ ଓ ପାକିସ୍ତାନର ମହମ୍ମଦ ୱାସିମ ସର୍ବାଧିକ ୪, ସଦାବ ଖାନ୍‌ ୩ ୱିକେଟ ନେଇଥିଲେ। ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୧୨୯ ରନରେ ସୀମିତ ରହି ବିଜୟଠାରୁ ୨ ରନ ଦୂରରେ ରହିଯାଇଥିଲା। ସାନ ମାସୁଦ ସର୍ବାଧବକ ୪୪ ରନ ସଂଗ୍ରହ କରିଥିଲେ। ମୂଲ୍ୟବାନ ୩ ୱିକେଟ ନେଇ ଜିମ୍ବାୱେ ବୋଲର ସିକନ୍ଦର ରାଜା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୫. ୱେଷ୍ଟଇଣ୍ଡିଜକୁ ୬ ରନରେ ହରାଇଥିଲା ଆଫଗାନିସ୍ତାନ(୨୦୧୬)
ଭାରତରେ ଅନୁଷ୍ଠିତ ୨୦୧୬ ବିଶ୍ୱକପ୍‌ରେ ନବାଗତ ଆଫଗାନିସ୍ତାନ ୬ ରନରେ ଡ୍ୱେନ ବ୍ରାଭୋ, ଡାରେନ ସାମି ଓ ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳିଙ୍କୁ ନେଇ ଗଠିତ ୱେଷ୍ଟଇଣ୍ଡିଜକୁ ହରାଇ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୭ ୱିକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ନାଜିବୁଲ୍ଲ ଜଡ୍ରାନ ସର୍ବାଧିକ ଅପରାଜିତ ୪୮ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ ସାମୁଏଲ ବଦ୍ରି ୩ ଓ ରସେଲ ୨ ୱିକେଟ ନେଇଥିଲେ। ଜବାବରେ ୱେଷ୍ଟଇଣ୍ଡିଜ ୮ ୱିକେଟ ହରାଇ ୧୧୮ ରନରେ ସୀମିତ ରହି ବିଜୟଠାରୁ ୭ ରନ ଦୂରରେ ରହିଯାଇଥିଲା। ଦଳ ପାଇଁ ବ୍ରାଭୋ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ। ଆଫଗାନିସ୍ତାନ ପାଇଁ ମହମ୍ମଦ ନବୀ ଓ ରସିଦ ଖାନ୍‌ ୨ଟି ଲେଖାଏ ୱିକେଟ ନେଇଥିଲେ।

09 Jun 2024 By The Sakala

https://www.thesakala.in/sports/5-biggest-disasters-in-t20-world-cup-history/article-32776
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର