ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଦକ୍ଷିଣ ଆଫ୍ରିକା

The Sakala Picture
Published On

କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର […]

କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ଦଳ ୭ଟି ମ୍ୟାଚ ଖେଳି କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଆଜିର ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ବୋଲି ଆଶା କରାଯାଉଛି । ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଭାରତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର