ଆଜି ସୁପରସଣ୍ଡେରେ ଡବଲ୍‌ ହେଡର : ରାଜସ୍ଥାନ ରୟାଲ୍ସକୁ ଭେଟିବ ସନରାଇଜର୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ଆର୍‌ସିବି

The Sakala Picture
Published On

ହାଇଦ୍ରାବାଦ: ଆଜି ସୁପରସଣ୍ଡେରେ ଡବଲ୍‌ ହେଡର ମ୍ୟାଚ। ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ । ସଞ୍ଜୁ […]

ହାଇଦ୍ରାବାଦ: ଆଜି ସୁପରସଣ୍ଡେରେ ଡବଲ୍‌ ହେଡର ମ୍ୟାଚ। ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍‌ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍‌ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଦ୍ରୁତ ବୋଲିଂ ଦଳର ମଜବୁତ ଅଙ୍ଗ ଭାବେ ଉଭା ହୋଇଛି। ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍‌ଙ୍କ ଉପରେ ଆରମ୍ଭରୁ ୱିକେଟ୍‌ ବାହାର କରିବା ଦାୟିତ୍ବ ରହିବ। କିନ୍ତୁ ରାଜସ୍ଥାନ ପାଇଁ ଦ୍ରୁତ ବୋଲିଂ ସବୁଠୁ ବଡ଼ ଦୁର୍ବଳତା ହେବାକୁ ‌ଯାଉଛି। ଟ୍ରେଣ୍ଟ ବୋଲ୍ଟ, ଓବେଦ୍‌ ମ୍ୟାକଏ ଓ ନବଦୀପ ସଇନି ଏହି କ୍ରମରେ ଥିଲେ ବି ଆତ୍ମବିଶ୍ବାସ ଜମାଇପାରିନାହାନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।

02 Apr 2023 By The Sakala

ଆଜି ସୁପରସଣ୍ଡେରେ ଡବଲ୍‌ ହେଡର : ରାଜସ୍ଥାନ ରୟାଲ୍ସକୁ ଭେଟିବ ସନରାଇଜର୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ଆର୍‌ସିବି

ହାଇଦ୍ରାବାଦ: ଆଜି ସୁପରସଣ୍ଡେରେ ଡବଲ୍‌ ହେଡର ମ୍ୟାଚ। ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍‌ କରିଛନ୍ତି।

ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍‌ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍‌ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଦ୍ରୁତ ବୋଲିଂ ଦଳର ମଜବୁତ ଅଙ୍ଗ ଭାବେ ଉଭା ହୋଇଛି। ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍‌ଙ୍କ ଉପରେ ଆରମ୍ଭରୁ ୱିକେଟ୍‌ ବାହାର କରିବା ଦାୟିତ୍ବ ରହିବ। କିନ୍ତୁ ରାଜସ୍ଥାନ ପାଇଁ ଦ୍ରୁତ ବୋଲିଂ ସବୁଠୁ ବଡ଼ ଦୁର୍ବଳତା ହେବାକୁ ‌ଯାଉଛି। ଟ୍ରେଣ୍ଟ ବୋଲ୍ଟ, ଓବେଦ୍‌ ମ୍ୟାକଏ ଓ ନବଦୀପ ସଇନି ଏହି କ୍ରମରେ ଥିଲେ ବି ଆତ୍ମବିଶ୍ବାସ ଜମାଇପାରିନାହାନ୍ତି।

ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।

https://www.thesakala.in/sports/ipl-2023-today-match-hyderabad-vs-rajasthan-and-bangalore-vs-mumbai/article-20377
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର