ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ହେବ କଡ଼ା ଟକ୍କର : ସନ୍ଧ୍ୟା ୭ଟାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା

The Sakala Picture
Published On

ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍‌‌ ଖେଳିବ। ଏହି ମ୍ୟାଚ୍‌‌ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା […]

ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍‌‌ ଖେଳିବ। ଏହି ମ୍ୟାଚ୍‌‌ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ଏବେ ନଂ-୪ ଓ ଭାରତ ନଂ-୫ରେ ରହିଛି। ଦୁଇ ଦଳ ମଧ୍ୟରେ ଫରକ ହେଉଛି ଇଂଲଣ୍ଡ ସାମାନ୍ୟ ସୁଯୋଗକୁ କାର୍ଯ୍ୟରେ ପରିଣତ କରିବାରେ ସମର୍ଥ ହେବା, କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ଖେଳି ନପାରିଲେ ମ୍ୟାଚ୍‌‌ ଜିତିବା କଷ୍ଟକର। ସ୍ପେନ୍‌‌ ବିପକ୍ଷ ମୁକାବିଲାର ଆରମ୍ଭରୁ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହେଲା ଓ ମାତ୍ର ୧୩ ମିନିଟ୍‌‌ରେ ଗୋଲ ସ୍କୋର କରିବା ପରେ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିଲା। ଏବେ ଇଂଲଣ୍ଡ ବିପକ୍ଷରେ ତାହା କରି ଦେଖାଇବାକୁ ହେବ। ନଚେତ ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ହରାଇବା କଷ୍ଟକର ହୋଇପଡ଼ିବ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌‌ ମ୍ୟାଚ୍‌‌ରେ ଇଂଲଣ୍ଡ ୪-୩ରେ ଆଗୁଆ ରହିଛି। ଶେଷ ମୁକାବିଲାରେ ମଧ୍ୟ ଇଂଲଣ୍ଡ ବିଜୟୀ ହୋଇଛି। ଏଠାରେ ଭାରତ ଜିତିଲେ ସ୍କୋର ବରାବର ହେବା ସହ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନିତ ହେବା ରାସ୍ତ ପରିସ୍କାର ହୋଇଯିବ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ସ୍ପେନ୍‌‌ ବିପକ୍ଷରେ ଭାରତ ଖୁବ୍‌‌ ଉତ୍ସାହିତ ହୋଇ ଖେଳିଥିଲା। ଦଳର ଫରାୱାର୍ଡ ବାହିନୀ ଆରମ୍ଭରୁ ଆକ୍ରମଣ କରି ସ୍ପେନୀୟ ରକ୍ଷଣଭାଗକୁ ଅସ୍ତବ୍ୟସ୍ତ କରିଦେଇଥିଲେ। ଯାହା ଫଳରେ ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଖେଳର ୧୩ତମ ମିନିଟ୍‌‌ରେ ଗୋଲ ମିଳିଥିଲା। ଭାରତ ଆକ୍ରମଣ କରିଥିଲେ ମଧ୍ୟ ମ୍ୟାଚ୍‌‌ରେ ପାଇଥିବା ୪ଟି ପେନାଲ୍ଟି କର୍ଣ୍ଣରୁ ଗୋଲ କରିପାରି ନଥିଲା। ଏପରିକି ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ପେନାଲ୍ଟି ଷ୍ଟ୍ରୋକ୍‌‌ରୁ ଗୋଲ ମିସ୍‌‌ କରିଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଏପରିକି ପ୍ରଥମ ଗୋଲ୍‌‌ଟି ମଧ୍ୟ ମିସ୍‌‌ରୁ ହୋଇଥିଲା। ପୁସ୍‌‌ ପାଇବା ପରେ ଜରମନପ୍ରୀତ ମାରିଥିବା ସଟ୍‌‌କୁ ସ୍ପେନ୍‌‌ ଖେଳାଳି ଅଟକାଇଦେଇଥିଲେ। ଏଥିରୁ ଫାଇଦା ଉଠାଇ ଅମିତ ରୋହିଦାସ ଗୋଲ କରିଥିଲେ। ଏହି ତ୍ରୁଟିକୁ ସୁଧାରିବାକୁ ହେବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ ମ୍ୟାଚ୍‌‌ ପରେ କହିଥିଲେ। ସ୍ପେନ୍‌‌ ନିକଟରେ ଆକ୍ରମଣ କରିବା ଦକ୍ଷତାର ଅଭାବ ରହିଥିଲା। କିନ୍ତୁ ଇଂଲଣ୍ଡର ରକ୍ଷଣଭାଗ ଯେପରି ଶକ୍ତିଶାଳୀ, ଫରୱାର୍ଡ ବାହିନୀ ମଧ୍ୟ ଶାଣିତ। ଏଣୁ ଭାରତକୁ ଟିକେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ।ଭାରତରେ ଖେଳିଲାବେଳେ ଷ୍ଟାଡିୟମ୍‌‌ରେ ଉପସ୍ଥିତ ଦର୍ଶକ ଦ୍ୱାଦଶ ଖେଳାଳିଙ୍କ ଭୂମିକା ନେଇଥାନ୍ତି। ରାଉରକେଲା ଦର୍ଶକ ଆଉ ପାଦେ ଆଗେଇଯାଇଛନ୍ତି। ଏଠାରେ ହକି ଖେଳର ଭିତ୍ତିଭୂମି ମଜଭୁତ। ଏଭଳି ସ୍ଥଳେ ଭାରତକୁ ଯେ ପୂର ସମର୍ଥନ ମିଳିବ ଏଥିରେ ସନ୍ଦେହ ନାହିଁ।

ଭାରତ: କ୍ରିଷ୍ଣନ ପାଠକ, ପିଆର୍‌‌ ଶ୍ରୀଜେସ (ଉଭୟ ଗୋଲ୍‌‌କିପର), ଜରମନପ୍ରୀତ୍‌‌ ସିଂହ, ସୁରେନ୍ଦର କୁମାର, ହର୍‌‌ମନପ୍ରୀତ୍‌‌ ସିଂହ (ଅଧିନାୟକ), ନୀଲମ ସଞ୍ଜୀପ ଖେସ୍‌‌, ଅମିତ୍‌‌ ରୋହିଦାସ (ଉପ-ଅଧିନାୟକ), ବରୁଣ କୁମାର (ସମସ୍ତେ ଡିଫେଣ୍ଡର), ମନପ୍ରୀତ୍‌‌ ସିଂହ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ଆକାଶଦୀପ୍‌‌ ସିଂହ, ବିବେକ ପ୍ରସାଦ (ସମସ୍ତେ ମିଡ୍‌‌ଫିଲ୍ଡର), ସୁଖଜିତ୍‌‌ ସିଂହ, ଲଳିତ ଉପାଧ୍ୟାୟ, ମନଦୀପ୍‌‌ ସିଂହ ଓ ଅଭିଷେକ (ସମସ୍ତେ ଫର୍‌‌ୱାର୍ଡ), ମୁଖ୍ୟ କୋଚ୍‌‌- ଗ୍ରାହମ ରିଡ୍‌‌।

ଇଂଲଣ୍ଡ: ଡେଭିଡ ଆମେସ (ଅଧିନାୟକ), ଜେମ୍ସ ଆଲବେରୀ, ଲିଆମ ଆନସେଲ, ନିକ୍‌‌ ବାନ୍ଦୁରାକ, ୱିଲ କାଲନାନ୍‌‌, ଡେଭିଡ କଣ୍ଡନ, ଡେଭିଡ୍‌‌ ଗୁଡଫିଲ୍ଡ, ହ୍ୟାରୀ ମାର୍ଟିନ, ଜେମ୍ସ ମାଜାରେଲୋ (ଗୋଲକିପର), ନିକ୍‌‌ ପାର୍କ, ଓଲି ପାଏନ୍‌‌ (ଗୋଲକିପର), ଫିଲ ରୋପର, ସ୍କଟ ରୁଶମିୟର, ଲିଆମ୍‌‌ ସାନଫୋଡ୍‌‌ର୍, ଟମ୍‌‌ ସର୍ସବୀ, ଜ୍ୟାକ୍‌‌ ୱାଲାସ୍‌‌, ଜ୍ୟାକ୍‌‌ ୱାଲାର, ସାମ୍‌‌ ୱାର୍ଡ।

15 Jan 2023 By The Sakala

ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ହେବ କଡ଼ା ଟକ୍କର : ସନ୍ଧ୍ୟା ୭ଟାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା

ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍‌‌ ଖେଳିବ। ଏହି ମ୍ୟାଚ୍‌‌ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା ହେବ।

ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ଏବେ ନଂ-୪ ଓ ଭାରତ ନଂ-୫ରେ ରହିଛି। ଦୁଇ ଦଳ ମଧ୍ୟରେ ଫରକ ହେଉଛି ଇଂଲଣ୍ଡ ସାମାନ୍ୟ ସୁଯୋଗକୁ କାର୍ଯ୍ୟରେ ପରିଣତ କରିବାରେ ସମର୍ଥ ହେବା, କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ଖେଳି ନପାରିଲେ ମ୍ୟାଚ୍‌‌ ଜିତିବା କଷ୍ଟକର। ସ୍ପେନ୍‌‌ ବିପକ୍ଷ ମୁକାବିଲାର ଆରମ୍ଭରୁ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହେଲା ଓ ମାତ୍ର ୧୩ ମିନିଟ୍‌‌ରେ ଗୋଲ ସ୍କୋର କରିବା ପରେ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିଲା। ଏବେ ଇଂଲଣ୍ଡ ବିପକ୍ଷରେ ତାହା କରି ଦେଖାଇବାକୁ ହେବ। ନଚେତ ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ହରାଇବା କଷ୍ଟକର ହୋଇପଡ଼ିବ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌‌ ମ୍ୟାଚ୍‌‌ରେ ଇଂଲଣ୍ଡ ୪-୩ରେ ଆଗୁଆ ରହିଛି। ଶେଷ ମୁକାବିଲାରେ ମଧ୍ୟ ଇଂଲଣ୍ଡ ବିଜୟୀ ହୋଇଛି। ଏଠାରେ ଭାରତ ଜିତିଲେ ସ୍କୋର ବରାବର ହେବା ସହ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନିତ ହେବା ରାସ୍ତ ପରିସ୍କାର ହୋଇଯିବ।

ସ୍ପେନ୍‌‌ ବିପକ୍ଷରେ ଭାରତ ଖୁବ୍‌‌ ଉତ୍ସାହିତ ହୋଇ ଖେଳିଥିଲା। ଦଳର ଫରାୱାର୍ଡ ବାହିନୀ ଆରମ୍ଭରୁ ଆକ୍ରମଣ କରି ସ୍ପେନୀୟ ରକ୍ଷଣଭାଗକୁ ଅସ୍ତବ୍ୟସ୍ତ କରିଦେଇଥିଲେ। ଯାହା ଫଳରେ ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଖେଳର ୧୩ତମ ମିନିଟ୍‌‌ରେ ଗୋଲ ମିଳିଥିଲା। ଭାରତ ଆକ୍ରମଣ କରିଥିଲେ ମଧ୍ୟ ମ୍ୟାଚ୍‌‌ରେ ପାଇଥିବା ୪ଟି ପେନାଲ୍ଟି କର୍ଣ୍ଣରୁ ଗୋଲ କରିପାରି ନଥିଲା। ଏପରିକି ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ପେନାଲ୍ଟି ଷ୍ଟ୍ରୋକ୍‌‌ରୁ ଗୋଲ ମିସ୍‌‌ କରିଥିଲେ।

ଏପରିକି ପ୍ରଥମ ଗୋଲ୍‌‌ଟି ମଧ୍ୟ ମିସ୍‌‌ରୁ ହୋଇଥିଲା। ପୁସ୍‌‌ ପାଇବା ପରେ ଜରମନପ୍ରୀତ ମାରିଥିବା ସଟ୍‌‌କୁ ସ୍ପେନ୍‌‌ ଖେଳାଳି ଅଟକାଇଦେଇଥିଲେ। ଏଥିରୁ ଫାଇଦା ଉଠାଇ ଅମିତ ରୋହିଦାସ ଗୋଲ କରିଥିଲେ। ଏହି ତ୍ରୁଟିକୁ ସୁଧାରିବାକୁ ହେବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ ମ୍ୟାଚ୍‌‌ ପରେ କହିଥିଲେ। ସ୍ପେନ୍‌‌ ନିକଟରେ ଆକ୍ରମଣ କରିବା ଦକ୍ଷତାର ଅଭାବ ରହିଥିଲା। କିନ୍ତୁ ଇଂଲଣ୍ଡର ରକ୍ଷଣଭାଗ ଯେପରି ଶକ୍ତିଶାଳୀ, ଫରୱାର୍ଡ ବାହିନୀ ମଧ୍ୟ ଶାଣିତ। ଏଣୁ ଭାରତକୁ ଟିକେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ।ଭାରତରେ ଖେଳିଲାବେଳେ ଷ୍ଟାଡିୟମ୍‌‌ରେ ଉପସ୍ଥିତ ଦର୍ଶକ ଦ୍ୱାଦଶ ଖେଳାଳିଙ୍କ ଭୂମିକା ନେଇଥାନ୍ତି। ରାଉରକେଲା ଦର୍ଶକ ଆଉ ପାଦେ ଆଗେଇଯାଇଛନ୍ତି। ଏଠାରେ ହକି ଖେଳର ଭିତ୍ତିଭୂମି ମଜଭୁତ। ଏଭଳି ସ୍ଥଳେ ଭାରତକୁ ଯେ ପୂର ସମର୍ଥନ ମିଳିବ ଏଥିରେ ସନ୍ଦେହ ନାହିଁ।

ଭାରତ: କ୍ରିଷ୍ଣନ ପାଠକ, ପିଆର୍‌‌ ଶ୍ରୀଜେସ (ଉଭୟ ଗୋଲ୍‌‌କିପର), ଜରମନପ୍ରୀତ୍‌‌ ସିଂହ, ସୁରେନ୍ଦର କୁମାର, ହର୍‌‌ମନପ୍ରୀତ୍‌‌ ସିଂହ (ଅଧିନାୟକ), ନୀଲମ ସଞ୍ଜୀପ ଖେସ୍‌‌, ଅମିତ୍‌‌ ରୋହିଦାସ (ଉପ-ଅଧିନାୟକ), ବରୁଣ କୁମାର (ସମସ୍ତେ ଡିଫେଣ୍ଡର), ମନପ୍ରୀତ୍‌‌ ସିଂହ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ଆକାଶଦୀପ୍‌‌ ସିଂହ, ବିବେକ ପ୍ରସାଦ (ସମସ୍ତେ ମିଡ୍‌‌ଫିଲ୍ଡର), ସୁଖଜିତ୍‌‌ ସିଂହ, ଲଳିତ ଉପାଧ୍ୟାୟ, ମନଦୀପ୍‌‌ ସିଂହ ଓ ଅଭିଷେକ (ସମସ୍ତେ ଫର୍‌‌ୱାର୍ଡ), ମୁଖ୍ୟ କୋଚ୍‌‌- ଗ୍ରାହମ ରିଡ୍‌‌।

ଇଂଲଣ୍ଡ: ଡେଭିଡ ଆମେସ (ଅଧିନାୟକ), ଜେମ୍ସ ଆଲବେରୀ, ଲିଆମ ଆନସେଲ, ନିକ୍‌‌ ବାନ୍ଦୁରାକ, ୱିଲ କାଲନାନ୍‌‌, ଡେଭିଡ କଣ୍ଡନ, ଡେଭିଡ୍‌‌ ଗୁଡଫିଲ୍ଡ, ହ୍ୟାରୀ ମାର୍ଟିନ, ଜେମ୍ସ ମାଜାରେଲୋ (ଗୋଲକିପର), ନିକ୍‌‌ ପାର୍କ, ଓଲି ପାଏନ୍‌‌ (ଗୋଲକିପର), ଫିଲ ରୋପର, ସ୍କଟ ରୁଶମିୟର, ଲିଆମ୍‌‌ ସାନଫୋଡ୍‌‌ର୍, ଟମ୍‌‌ ସର୍ସବୀ, ଜ୍ୟାକ୍‌‌ ୱାଲାସ୍‌‌, ଜ୍ୟାକ୍‌‌ ୱାଲାର, ସାମ୍‌‌ ୱାର୍ଡ।

https://www.thesakala.in/sports/india-vs-england-hockey-world-cup-2023/article-18155
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର