ଚଳିତ T20 ବିଶ୍ବକପରେ ବାଧକ ସାଜିଛି ବର୍ଷା : ଗୋଟିଏ ଦିନରେ ବାତିଲ ହେଲା ଦୁଇଟି ମ୍ୟାଚ

The Sakala Picture
Published On

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍‌ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ତେବେ ଅନ୍ୟପଟେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ଏକାଧିକ […]

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍‌ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ତେବେ ଅନ୍ୟପଟେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ଏକାଧିକ ଟିମର ସେମିଫାଇନାଲ ଯିବାର ଆଶା ଅଧୁରା ରହିପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କଲେଣି ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ସୂଚନାଯୋଗ୍ୟ, ଆଜି ମେଲବର୍ଣ୍ଣରେ ପ୍ରଥମେ ଆୟରଲ୍ୟାଣ୍ଡ-ଆଫଗାନିସ୍ତାନ୍ ଏବଂ ପରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଭିତରେ ମ୍ୟାଚ୍ ହୋଇଥାନ୍ତା । ହେଲେ ଏହି ଦୁଇଟି ଯାକ ମ୍ୟାଚ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସ୍ଥିତି ଏମିତି ଯେ, ଦୁଇଟି ଯାକ ମ୍ୟାଚର ଟସ୍ ମଧ୍ୟ ପଡିନଥିଲା । ତେଣୁ ଚାରୋଟି ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଆଜିର ଦ୍ଵିତୀୟ ମ୍ୟାଚ ଥିଲା ଚିରାଚରିତ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ । ଏହି ମ୍ୟାଚ ବେଳକୁ ବର୍ଷା ଛାଡ଼ିଯାଇଥିଲେ ବି ପଡ଼ିଆ ଓଦା ଥିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ସାରିଛନ୍ତି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ ଇଂଲଣ୍ଡ ଏକ ବର୍ଷା ବାଧିତ ମ୍ୟାଚରେ ଆୟର୍ଲାଣ୍ଡଠାରୁ ଡିଏଲ୍ ନିୟମ ଅନୁସାରେ ପରାସ୍ତ ହୋଇଥିଲା । ଅବିଶ୍ରାନ୍ତ ବର୍ଷା ଯୋଗୁଁ ବଡ ବଡ ଦଳକୁ ଭୋଗିବାକୁ ପଡୁଛି ଏହାର ପରିଣାମ ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

28 Oct 2022 By The Sakala

ଚଳିତ T20 ବିଶ୍ବକପରେ ବାଧକ ସାଜିଛି ବର୍ଷା : ଗୋଟିଏ ଦିନରେ ବାତିଲ ହେଲା ଦୁଇଟି ମ୍ୟାଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍‌ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ତେବେ ଅନ୍ୟପଟେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାରୁ ଏକାଧିକ ଟିମର ସେମିଫାଇନାଲ ଯିବାର ଆଶା ଅଧୁରା ରହିପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କଲେଣି ।

ସୂଚନାଯୋଗ୍ୟ, ଆଜି ମେଲବର୍ଣ୍ଣରେ ପ୍ରଥମେ ଆୟରଲ୍ୟାଣ୍ଡ-ଆଫଗାନିସ୍ତାନ୍ ଏବଂ ପରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଭିତରେ ମ୍ୟାଚ୍ ହୋଇଥାନ୍ତା । ହେଲେ ଏହି ଦୁଇଟି ଯାକ ମ୍ୟାଚ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସ୍ଥିତି ଏମିତି ଯେ, ଦୁଇଟି ଯାକ ମ୍ୟାଚର ଟସ୍ ମଧ୍ୟ ପଡିନଥିଲା । ତେଣୁ ଚାରୋଟି ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଆଜିର ଦ୍ଵିତୀୟ ମ୍ୟାଚ ଥିଲା ଚିରାଚରିତ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ । ଏହି ମ୍ୟାଚ ବେଳକୁ ବର୍ଷା ଛାଡ଼ିଯାଇଥିଲେ ବି ପଡ଼ିଆ ଓଦା ଥିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ସାରିଛନ୍ତି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ ଇଂଲଣ୍ଡ ଏକ ବର୍ଷା ବାଧିତ ମ୍ୟାଚରେ ଆୟର୍ଲାଣ୍ଡଠାରୁ ଡିଏଲ୍ ନିୟମ ଅନୁସାରେ ପରାସ୍ତ ହୋଇଥିଲା । ଅବିଶ୍ରାନ୍ତ ବର୍ଷା ଯୋଗୁଁ ବଡ ବଡ ଦଳକୁ ଭୋଗିବାକୁ ପଡୁଛି ଏହାର ପରିଣାମ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର