ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ

The Sakala Picture
Published On

ରାଞ୍ଚି : ପ୍ରଥମ ଦିନିକିଆରେ ପରାଜୟ, ଦ୍ୱିତୀୟ ଦିନିକିଆ ପୂର୍ବରୁ ଫାଷ୍ଟ ବୋଲର ଦୀପକ ଚହର ଆହତ ହେବା ଫଳରେ ଏଠାରେ ରବିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଭାରତ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌‌ରେ ହାରିଲେ ଭାରତ ନିକଟରୁ ସିରିଜ୍‌‌ ହାତଛଡ଼ା ହୋଇଯିବ। ମ୍ୟାଚ୍‌‌ ଜିତିଲେ ସିରିଜ୍‌‌ରେ ତିଷ୍ଠି ରହିବ। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କ ଭାରତୀୟ ଦଳକୁ ଏହି ମ୍ୟାଚ୍‌‌ ଜିତିବା ନିହାତି ଆବଶ୍ୟକ। […]

ରାଞ୍ଚି : ପ୍ରଥମ ଦିନିକିଆରେ ପରାଜୟ, ଦ୍ୱିତୀୟ ଦିନିକିଆ ପୂର୍ବରୁ ଫାଷ୍ଟ ବୋଲର ଦୀପକ ଚହର ଆହତ ହେବା ଫଳରେ ଏଠାରେ ରବିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଭାରତ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌‌ରେ ହାରିଲେ ଭାରତ ନିକଟରୁ ସିରିଜ୍‌‌ ହାତଛଡ଼ା ହୋଇଯିବ। ମ୍ୟାଚ୍‌‌ ଜିତିଲେ ସିରିଜ୍‌‌ରେ ତିଷ୍ଠି ରହିବ। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କ ଭାରତୀୟ ଦଳକୁ ଏହି ମ୍ୟାଚ୍‌‌ ଜିତିବା ନିହାତି ଆବଶ୍ୟକ। କ୍ରିକେଟରେ ସବୁକିଛି ସମ୍ଭବ। ଗୋଟିଏ ବଡ ସ୍କୋର କିମ୍ବା ଗୋଟିଏ ଭଲ ବୋଲିଂ ସ୍ପେଲ ମ୍ୟାଚ୍‌‌ର ଗତିପଥକୁ ବଦଳାଇ ଦେଇହେବ। ଏପରି ପ୍ରଦର୍ଶନ ଭାରତୀୟଙ୍କଠାରୁ ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌‌ ଲାଗି ରୋହିତ ଶର୍ମାଙ୍କ ଭାରତୀୟ ଦଳ ଉପରେ ଏବେ ନଜର ରହିଛି। ରବିବାର ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହ ଟି-୨୦ ଦଳ ତାହାର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ ଖେଳିବ। ଏହି ଦଳରୁ ଯେଉଁମାନେ ବାଦ୍‌‌ ପଡ଼ିଥିଲେ, ସେମାନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌‌ରେ ଦକ୍ଷତା ପ୍ରମାଣିତ କରିବାକୁ ସୁଯୋଗ ମିଳିଥିଲା। ଏହି ସୁଯୋଗକୁ ଖେଳାଳିମାନେ ପ୍ରଥମ ମ୍ୟାଚ୍‌‌ରେ ହାତଛଡ଼ା କରିଦେଇଛନ୍ତି। ଏବେ ଦ୍ୱିତୀୟ ସୁଯୋଗ ଏଠାରେ ଆସିଛି। ଏହାକୁ ସେମାନେ ଯେପରି ବ୍ୟବହାର କରିବେ, ସେଥିରୁ ଲାଭବାନ ହେବେ। ଦୀପକ ଚହର ସିରିଜ୍‌‌ରୁ ବାଦ୍‌‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୱାଶିଂଟନ୍‌ ସୁନ୍ଦରଙ୍କୁ ସାମିଲ କରାଯାଇଛି। ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଫାଷ୍ଟ ବୋଲର ମହମ୍ମଦ୍‌‌ ସିରାଜ ଓ ଆଭେଷ ଖାନ୍‌‌ ଏଯାଏ ଭଲ ପ୍ରଦର୍ଶନ ଦେଇ ପାରି ନାହାନ୍ତି। ଦ୍ୱିତୀୟ ଦିନିକିଆରେ ଏମାନଙ୍କ ସ୍ଥାନରେ ବେଙ୍ଗଲ ମିଡିୟମ ପେସର ମୁକେଶ କୁମାର ଡେବ୍ୟୁ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ମଧ୍ୟ ଭରସା ରହିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବ୍ୟାଟିଂରେ ଭାରତର ସଞ୍ଜୁ ସାମସନ ପ୍ରଥମ ମ୍ୟାଚ୍‌‌ରେ ଭଲ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ୭ବର୍ଷ ପରେ ମଧ୍ୟ ସାମସନ ଦଳରେ ନିୟମିତ ଖେଳାଳି ହୋଇ ପାରି ନାହାନ୍ତି। ଏଣୁ ଏହି ସିରିଜ୍‌‌ରେ ତାଙ୍କୁ ଆଉ ଏକ ସୁଯୋଗ ଦେଇଛି ଓ ଏହା ଭାରତ ଲାଗି ସବୁଠାରୁ ବଡ଼ ପଜିଟିଭ୍‌‌। ଅନ୍ୟ ପକ୍ଷରେ ଟି-୨୦ ବିଶ୍ୱକପ୍‌‌ ଲାଗି ରିଜର୍ଭ ଖେଳାଳିଭାବେ ସ୍ଥାନ ପାଇଥିବା ଶ୍ରେୟସ ଆୟର ବଡ଼ ସ୍କୋର କରି ଫର୍ମରେ ରହିବା। ପ୍ରଥମ ମ୍ୟାଚ୍‌‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଦଳକୁ ମ୍ୟାଚ୍‌‌ ଜିତାଇବାରେ ସହାୟକ ହୋଇ ପାରି ନଥିଲେ। ସର୍ଟପିଚ୍‌‌ ବଲ୍‌‌କୁ ଖେଳି ନପାରିବାର ଦୁର୍ବଳତାକୁ ସେ ଏହି ସିରିଜ୍‌‌ରେ ଏଡାଇଯାଇପାରିବେ ବୋଲି ଆଶା କରାଯାଉଛି। ଅଧିନାୟକ ଶିଖର ଧାୱନ ନେତୃତ୍ୱ ନେବାରେ ପରିପକ୍ୱତା ଦେଖାଇଛନ୍ତି। ଭାରତୀୟ ଦଳରେ ତିଷ୍ଠି ରହିବାକୁ ହେଲେ ତାଙ୍କୁ ଏହି ସିରିଜ୍‌‌ରେ କିଛି ବଡ଼ ସ୍କୋର କରିବାକୁ ହେବ। ଏଣୁ ସେ ଜଣେ ଓପନର ଭାବେ ଏହି ସିରିଜ୍‌‌ ପରେ ସ୍ଥାନ ବଜାୟ ରଖିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଏଠାରେ ଅଧିକରୁ ଅଧିକ ମ୍ୟାଚ୍‌‌ ଜିତି ସୁପରଲିଗ୍‌‌ରେ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଦଳ ଯଦି ପଏଣ୍ଟ ଟେବଲର ପ୍ରଥମ ୮ଟି ସ୍ଥାନରେ ରୁହେ, ତେବେ ଭାରତରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ନଚେତ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ହେବ। ଅଧିନାୟକ ତେମ୍ବା ବଭୂମା ମଧ୍ୟ ଫର୍ମରେ ନାହାନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ୍‌‌ରେ ଯଥାକ୍ରମେ ୦, ୦, ଓ ୩ ରନ୍‌‌ କରିବା ପରେ ପ୍ରଥମ ଦିନିକିଆରେ ୮ ରନ୍‌‌ରେ ଆଉଟ ହୋଇଛନ୍ତି। ଏଠାରେ ତାଙ୍କୁ ଭଲ ସ୍କୋର କରିବାକୁ ହେବ। ଡେଭିଡ ମିଲର ଭଲ ଫର୍ମରେ ଅଛନ୍ତି। ତାଙ୍କ ଉପରେ ଦଳ ଅନେକ ନିର୍ଭର କରୁଛି। ବୋଲିଂରେ କାଗିସୋ ରାବାଡାଙ୍କ ନେତୃତ୍ୱରେ ଗଠିତ ବୋଲରଙ୍କୁ ଟି-୨୯ ସିରିଜ୍‌‌ରେ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଦିନିକିଆରେ ସେ ଏହି ସମାଲୋଚନାକୁ ବନ୍ଦ କରିଦେବେ ବୋଲି ଆଶା କରାଯାଉଛି।

09 Oct 2022 By The Sakala

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ

ରାଞ୍ଚି : ପ୍ରଥମ ଦିନିକିଆରେ ପରାଜୟ, ଦ୍ୱିତୀୟ ଦିନିକିଆ ପୂର୍ବରୁ ଫାଷ୍ଟ ବୋଲର ଦୀପକ ଚହର ଆହତ ହେବା ଫଳରେ ଏଠାରେ ରବିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଭାରତ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌‌ରେ ହାରିଲେ ଭାରତ ନିକଟରୁ ସିରିଜ୍‌‌ ହାତଛଡ଼ା ହୋଇଯିବ। ମ୍ୟାଚ୍‌‌ ଜିତିଲେ ସିରିଜ୍‌‌ରେ ତିଷ୍ଠି ରହିବ। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କ ଭାରତୀୟ ଦଳକୁ ଏହି ମ୍ୟାଚ୍‌‌ ଜିତିବା ନିହାତି ଆବଶ୍ୟକ। କ୍ରିକେଟରେ ସବୁକିଛି ସମ୍ଭବ। ଗୋଟିଏ ବଡ ସ୍କୋର କିମ୍ବା ଗୋଟିଏ ଭଲ ବୋଲିଂ ସ୍ପେଲ ମ୍ୟାଚ୍‌‌ର ଗତିପଥକୁ ବଦଳାଇ ଦେଇହେବ। ଏପରି ପ୍ରଦର୍ଶନ ଭାରତୀୟଙ୍କଠାରୁ ଆଶା କରାଯାଉଛି।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌‌ ଲାଗି ରୋହିତ ଶର୍ମାଙ୍କ ଭାରତୀୟ ଦଳ ଉପରେ ଏବେ ନଜର ରହିଛି। ରବିବାର ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହ ଟି-୨୦ ଦଳ ତାହାର ପ୍ରଥମ ଅଭ୍ୟାସ ମ୍ୟାଚ୍‌‌ ଖେଳିବ। ଏହି ଦଳରୁ ଯେଉଁମାନେ ବାଦ୍‌‌ ପଡ଼ିଥିଲେ, ସେମାନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌‌ରେ ଦକ୍ଷତା ପ୍ରମାଣିତ କରିବାକୁ ସୁଯୋଗ ମିଳିଥିଲା। ଏହି ସୁଯୋଗକୁ ଖେଳାଳିମାନେ ପ୍ରଥମ ମ୍ୟାଚ୍‌‌ରେ ହାତଛଡ଼ା କରିଦେଇଛନ୍ତି। ଏବେ ଦ୍ୱିତୀୟ ସୁଯୋଗ ଏଠାରେ ଆସିଛି। ଏହାକୁ ସେମାନେ ଯେପରି ବ୍ୟବହାର କରିବେ, ସେଥିରୁ ଲାଭବାନ ହେବେ। ଦୀପକ ଚହର ସିରିଜ୍‌‌ରୁ ବାଦ୍‌‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୱାଶିଂଟନ୍‌ ସୁନ୍ଦରଙ୍କୁ ସାମିଲ କରାଯାଇଛି। ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଫାଷ୍ଟ ବୋଲର ମହମ୍ମଦ୍‌‌ ସିରାଜ ଓ ଆଭେଷ ଖାନ୍‌‌ ଏଯାଏ ଭଲ ପ୍ରଦର୍ଶନ ଦେଇ ପାରି ନାହାନ୍ତି। ଦ୍ୱିତୀୟ ଦିନିକିଆରେ ଏମାନଙ୍କ ସ୍ଥାନରେ ବେଙ୍ଗଲ ମିଡିୟମ ପେସର ମୁକେଶ କୁମାର ଡେବ୍ୟୁ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ମଧ୍ୟ ଭରସା ରହିଛି।

ବ୍ୟାଟିଂରେ ଭାରତର ସଞ୍ଜୁ ସାମସନ ପ୍ରଥମ ମ୍ୟାଚ୍‌‌ରେ ଭଲ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ୭ବର୍ଷ ପରେ ମଧ୍ୟ ସାମସନ ଦଳରେ ନିୟମିତ ଖେଳାଳି ହୋଇ ପାରି ନାହାନ୍ତି। ଏଣୁ ଏହି ସିରିଜ୍‌‌ରେ ତାଙ୍କୁ ଆଉ ଏକ ସୁଯୋଗ ଦେଇଛି ଓ ଏହା ଭାରତ ଲାଗି ସବୁଠାରୁ ବଡ଼ ପଜିଟିଭ୍‌‌। ଅନ୍ୟ ପକ୍ଷରେ ଟି-୨୦ ବିଶ୍ୱକପ୍‌‌ ଲାଗି ରିଜର୍ଭ ଖେଳାଳିଭାବେ ସ୍ଥାନ ପାଇଥିବା ଶ୍ରେୟସ ଆୟର ବଡ଼ ସ୍କୋର କରି ଫର୍ମରେ ରହିବା। ପ୍ରଥମ ମ୍ୟାଚ୍‌‌ରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଦଳକୁ ମ୍ୟାଚ୍‌‌ ଜିତାଇବାରେ ସହାୟକ ହୋଇ ପାରି ନଥିଲେ। ସର୍ଟପିଚ୍‌‌ ବଲ୍‌‌କୁ ଖେଳି ନପାରିବାର ଦୁର୍ବଳତାକୁ ସେ ଏହି ସିରିଜ୍‌‌ରେ ଏଡାଇଯାଇପାରିବେ ବୋଲି ଆଶା କରାଯାଉଛି। ଅଧିନାୟକ ଶିଖର ଧାୱନ ନେତୃତ୍ୱ ନେବାରେ ପରିପକ୍ୱତା ଦେଖାଇଛନ୍ତି। ଭାରତୀୟ ଦଳରେ ତିଷ୍ଠି ରହିବାକୁ ହେଲେ ତାଙ୍କୁ ଏହି ସିରିଜ୍‌‌ରେ କିଛି ବଡ଼ ସ୍କୋର କରିବାକୁ ହେବ। ଏଣୁ ସେ ଜଣେ ଓପନର ଭାବେ ଏହି ସିରିଜ୍‌‌ ପରେ ସ୍ଥାନ ବଜାୟ ରଖିବେ ବୋଲି ଆଶା କରାଯାଉଛି।

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଏଠାରେ ଅଧିକରୁ ଅଧିକ ମ୍ୟାଚ୍‌‌ ଜିତି ସୁପରଲିଗ୍‌‌ରେ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଦଳ ଯଦି ପଏଣ୍ଟ ଟେବଲର ପ୍ରଥମ ୮ଟି ସ୍ଥାନରେ ରୁହେ, ତେବେ ଭାରତରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ନଚେତ କ୍ୱାଲିଫାୟର ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ହେବ। ଅଧିନାୟକ ତେମ୍ବା ବଭୂମା ମଧ୍ୟ ଫର୍ମରେ ନାହାନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ୍‌‌ରେ ଯଥାକ୍ରମେ ୦, ୦, ଓ ୩ ରନ୍‌‌ କରିବା ପରେ ପ୍ରଥମ ଦିନିକିଆରେ ୮ ରନ୍‌‌ରେ ଆଉଟ ହୋଇଛନ୍ତି। ଏଠାରେ ତାଙ୍କୁ ଭଲ ସ୍କୋର କରିବାକୁ ହେବ। ଡେଭିଡ ମିଲର ଭଲ ଫର୍ମରେ ଅଛନ୍ତି। ତାଙ୍କ ଉପରେ ଦଳ ଅନେକ ନିର୍ଭର କରୁଛି। ବୋଲିଂରେ କାଗିସୋ ରାବାଡାଙ୍କ ନେତୃତ୍ୱରେ ଗଠିତ ବୋଲରଙ୍କୁ ଟି-୨୯ ସିରିଜ୍‌‌ରେ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଦିନିକିଆରେ ସେ ଏହି ସମାଲୋଚନାକୁ ବନ୍ଦ କରିଦେବେ ବୋଲି ଆଶା କରାଯାଉଛି।

https://www.thesakala.in/sports/india-vs-south-africa-2nd-odi-today/article-15571
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର