ଆଇପିଏଲ ୨୦୨୨: ପଞ୍ଜାବକୁ ୨୦୬ରନର ଟାର୍ଗେଟ ଦେଲା ଆରସିବି

The Sakala Picture
Published On

ମୁମ୍ବାଇ: ଆଜି ଆଇପିଏଲ୍‌ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି  ହୋଇଛନ୍ତି। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୨ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୨୦୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ପଞ୍ଜାବକୁ ୨୦୬ ରନର ଆବଶ୍ଯକତା ରହିଛି । ବାଙ୍ଗାଲୋର ପକ୍ଷରୁ ଅନୁଜ ରାୱତ (୨୧ ) ରନ କରି ଆଉଟ ହୋଇଥିଲେ। […]

ମୁମ୍ବାଇ: ଆଜି ଆଇପିଏଲ୍‌ର ତୃତୀୟ ଲିଗ୍‌ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି  ହୋଇଛନ୍ତି। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ବାଙ୍ଗାଲୋର ପ୍ରଥମେ ବ୍ଯାଟିଂ କରି ୨ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୨୦୫ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ପଞ୍ଜାବକୁ ୨୦୬ ରନର ଆବଶ୍ଯକତା ରହିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ବାଙ୍ଗାଲୋର ପକ୍ଷରୁ ଅନୁଜ ରାୱତ (୨୧ ) ରନ କରି ଆଉଟ ହୋଇଥିଲେ। ପାରିକୁ ଫାଫ୍‌ ଡୁ’ପ୍ଲେସି ଓ  ବିରାଟ କୋହଲି ସମ୍ଭାଳିଥିଲେ। ଉଭୟଙ୍କର ବିସ୍ପୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ଫାଫ୍‌ ଡୁ’ପ୍ଲେସି ୫୭ ବଲରେ ୮୮ ରନ କରି ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଆସି ପାରିକି ସମ୍ଭାଳିଥିଲେ। ଦିନେସ କାର୍ତ୍ତିକ ୧୪ ବଲରେ ୩୨ ରନ କରି ଆପରାଜିତ ରହିଥିବା ବେଳେ ବିରାଟ କୋହଲି ୨୯ ବଲରେ ୪୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ରହୁଲ ଚହର ଓ ଅର୍ସଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର