ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ଭାଙ୍ଗିଲେ ଦର୍ଶକ, ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖିଲେ ୩.୫ କୋଟି ଦର୍ଶକ

The Sakala Picture
Published On

ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୩  ବିଶ୍ୱକପ ଦ୍ୱାଦଶ ମ୍ୟାଚ୍ ଖେଳାଯାଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଥିଲେ। ମ୍ୟାଚ୍ ସମୟରେ ପୁରା ଷ୍ଟାଡିୟମ୍‌ରେ ଦର୍ଶକ ଭରପୂର ରହିଥିଲେ। ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍‌କୁ ଦେଖୁଥିଲେ। ତେବେ ଏହି ମ୍ୟାଚକୁ ପାଇଁ ଷ୍ଟାଡିୟମ ଭିତରେ ଯେତିକି କ୍ରେଜ୍ ଥିବା ଷ୍ଟାଡିୟମ ବାହାରେ ମଧ୍ୟ […]

ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୩  ବିଶ୍ୱକପ ଦ୍ୱାଦଶ ମ୍ୟାଚ୍ ଖେଳାଯାଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଥିଲେ। ମ୍ୟାଚ୍ ସମୟରେ ପୁରା ଷ୍ଟାଡିୟମ୍‌ରେ ଦର୍ଶକ ଭରପୂର ରହିଥିଲେ। ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍‌କୁ ଦେଖୁଥିଲେ। ତେବେ ଏହି ମ୍ୟାଚକୁ ପାଇଁ ଷ୍ଟାଡିୟମ ଭିତରେ ଯେତିକି କ୍ରେଜ୍ ଥିବା ଷ୍ଟାଡିୟମ ବାହାରେ ମଧ୍ୟ ସେତିକି ଥିଲା। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି।

ଆହୁରି ପଢ଼ନ୍ତୁ: ଟଳିବ ତୈଳ ସଙ୍କଟ ! ରୁଷ ତେଲ କିଣିବାକୁ ସବୁ ଦେଶଙ୍କୁ ଟ୍ରମ୍ପ୍‌ଙ୍କ ଅନୁମତି

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ତିନି କୋଟିରୁ ଅଧିକ ଲୋକ ଏକକାଳୀନ ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖୁଥିଲେ। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଭାରତ-ପାକିସ୍ତାନ ମ୍ୟାଚ ଅନଲାଇନ୍ OTT ପ୍ଲାଟଫର୍ମରେ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି, ଯାହା ଏସିଆ କପ୍ ୨୦୨୩ ସମୟରେ ହୋଇଥିଲା। ବାସ୍ତବରେ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର ଫୋର୍ ମ୍ୟାଚ୍‌କୁ ୨.୮ କୋଟି ଲୋକ ଲାଇଭ୍ ଦେଖିଥିଲେ। ବିସିସିଆଇ ସଚିବ ଜୟ ଶାହା ନିଜେ ଏହି ସୂଚନା ଏକ୍ସ (ଟ୍ୱିଟର) ରେ ପୋଷ୍ଟ କରିଥିଲେ। ଏଥି ସହିତ ଚଳିତ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ୨.୫ କୋଟିରୁ ଅଧିକ ଲୋକ ଲାଇଭ୍ ଦେଖିଥିଲେ। ଏଥି ସହିତ, ୨୦୧୯ ଦିନିକିଆ ବିଶ୍ୱକପ୍‌ର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ ୨.୫୨ କୋଟି ଲୋକ ଲାଇଭ୍‌ ଦେଖିଥିଲେ।  ତେବେ ଆଜିର ମ୍ୟାଚକୁ ଡିଜନି ପ୍ଲସ୍ ହଟଷ୍ଟାରରେ ୩.୫କୋଟି ଲୋକ ଦେଖିଥିଲେ। ଏହା ଏପର୍ଯ୍ୟନ୍ତ ଏକ ରେକର୍ଡ। ଅଦ୍ୟାବଧି ଏତେ ସଂଖ୍ୟକ ଲୋକ କ୍ରିକେଟ୍ ମ୍ୟାଚ୍ ଲାଇଭ୍ ଦେଖିନଥିଲେ।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଯାହା ପ୍ରମାଣ କରୁଛି ଯେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କେତେ କ୍ରେଜ ଅଛି। କେବଳ ଏତିକି ନୁହେଁ ଆଇସିସି, ଏସୀୟ କ୍ରିକେଟ୍ ପରିଷଦ ଏବଂ ବିସିସିଆଇ ଏହି ମ୍ୟାଚ୍ ପାଇଁ ଅନେକ ପ୍ରସ୍ତୁତି କରିଛନ୍ତି। ତେବେ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ଦଳ ୪୨.୫ ଓଭରରେ ୧୯୧ ରନ୍ ସଂଗ୍ରହ କରିଥିଲା। ୧୯୨ ରନର ପିଛା କରୁଥିବା ଭାରତ  ୩୦.୩ ଓଭରରେ ୩ ୱିକେଟ୍ ହରାଇବା ପରେ ୧୯୨ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।

14 Oct 2023 By The Sakala

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ଭାଙ୍ଗିଲେ ଦର୍ଶକ, ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖିଲେ ୩.୫ କୋଟି ଦର୍ଶକ

ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୩  ବିଶ୍ୱକପ ଦ୍ୱାଦଶ ମ୍ୟାଚ୍ ଖେଳାଯାଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଥିଲେ। ମ୍ୟାଚ୍ ସମୟରେ ପୁରା ଷ୍ଟାଡିୟମ୍‌ରେ ଦର୍ଶକ ଭରପୂର ରହିଥିଲେ। ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍‌କୁ ଦେଖୁଥିଲେ। ତେବେ ଏହି ମ୍ୟାଚକୁ ପାଇଁ ଷ୍ଟାଡିୟମ ଭିତରେ ଯେତିକି କ୍ରେଜ୍ ଥିବା ଷ୍ଟାଡିୟମ ବାହାରେ ମଧ୍ୟ ସେତିକି ଥିଲା। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ତିନି କୋଟିରୁ ଅଧିକ ଲୋକ ଏକକାଳୀନ ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖୁଥିଲେ। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।

ଭାରତ-ପାକିସ୍ତାନ ମ୍ୟାଚ ଅନଲାଇନ୍ OTT ପ୍ଲାଟଫର୍ମରେ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି, ଯାହା ଏସିଆ କପ୍ ୨୦୨୩ ସମୟରେ ହୋଇଥିଲା। ବାସ୍ତବରେ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର ଫୋର୍ ମ୍ୟାଚ୍‌କୁ ୨.୮ କୋଟି ଲୋକ ଲାଇଭ୍ ଦେଖିଥିଲେ। ବିସିସିଆଇ ସଚିବ ଜୟ ଶାହା ନିଜେ ଏହି ସୂଚନା ଏକ୍ସ (ଟ୍ୱିଟର) ରେ ପୋଷ୍ଟ କରିଥିଲେ। ଏଥି ସହିତ ଚଳିତ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ୨.୫ କୋଟିରୁ ଅଧିକ ଲୋକ ଲାଇଭ୍ ଦେଖିଥିଲେ। ଏଥି ସହିତ, ୨୦୧୯ ଦିନିକିଆ ବିଶ୍ୱକପ୍‌ର ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ ୨.୫୨ କୋଟି ଲୋକ ଲାଇଭ୍‌ ଦେଖିଥିଲେ।  ତେବେ ଆଜିର ମ୍ୟାଚକୁ ଡିଜନି ପ୍ଲସ୍ ହଟଷ୍ଟାରରେ ୩.୫କୋଟି ଲୋକ ଦେଖିଥିଲେ। ଏହା ଏପର୍ଯ୍ୟନ୍ତ ଏକ ରେକର୍ଡ। ଅଦ୍ୟାବଧି ଏତେ ସଂଖ୍ୟକ ଲୋକ କ୍ରିକେଟ୍ ମ୍ୟାଚ୍ ଲାଇଭ୍ ଦେଖିନଥିଲେ।

ଯାହା ପ୍ରମାଣ କରୁଛି ଯେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କେତେ କ୍ରେଜ ଅଛି। କେବଳ ଏତିକି ନୁହେଁ ଆଇସିସି, ଏସୀୟ କ୍ରିକେଟ୍ ପରିଷଦ ଏବଂ ବିସିସିଆଇ ଏହି ମ୍ୟାଚ୍ ପାଇଁ ଅନେକ ପ୍ରସ୍ତୁତି କରିଛନ୍ତି। ତେବେ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ଦଳ ୪୨.୫ ଓଭରରେ ୧୯୧ ରନ୍ ସଂଗ୍ରହ କରିଥିଲା। ୧୯୨ ରନର ପିଛା କରୁଥିବା ଭାରତ  ୩୦.୩ ଓଭରରେ ୩ ୱିକେଟ୍ ହରାଇବା ପରେ ୧୯୨ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର