୭୬ କୋଟି ଟଙ୍କାରେ ବିକ୍ରି ହେଲା ଗାଡ଼ି ନମ୍ବର ପ୍ଲେଟ୍

The Sakala Picture
Published On

ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟ୍‌କୁ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ । ଏବେ ପୁଣି ଥରେ ଏଭଳି ଏକ ଗାଡ଼ିର ଦାମୀ ନମ୍ବର ପ୍ଲେଟ୍‌କୁ ନେଇ ଚର୍ଚ୍ଚା ଜୋରଦାରହେବାରେ ଲାଗିଛି । ଏହି ନମ୍ବର ପ୍ଲେଟ ଟି ହେଉଛି ଏଏ୯ । କୌତୂହଳର ବିଷୟ ହେଉଛି ଯେ, ଏହି ଏଏ୯ ନମ୍ବର ପ୍ଲେଟ୍ ଟି ୩୮ ମିଲିୟନ୍ ଏଡ୍ ୟୁଏଇ ଦିରହମ୍ ଅର୍ଥାତ ୭୬ କୋଟି ଟଙ୍କାରେ ବିକ୍ରି ହୋଇଯାଇଛି ଏହି ନମ୍ବର ପ୍ଲେଟ ବ୍ୟତୀତ, […]

ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟ୍‌କୁ ସବୁବେଳେ ଚର୍ଚ୍ଚା ଜାରି ରହିଥାଏ । ଏବେ ପୁଣି ଥରେ ଏଭଳି ଏକ ଗାଡ଼ିର ଦାମୀ ନମ୍ବର ପ୍ଲେଟ୍‌କୁ ନେଇ ଚର୍ଚ୍ଚା ଜୋରଦାରହେବାରେ ଲାଗିଛି । ଏହି ନମ୍ବର ପ୍ଲେଟ ଟି ହେଉଛି ଏଏ୯ । କୌତୂହଳର ବିଷୟ ହେଉଛି ଯେ, ଏହି ଏଏ୯ ନମ୍ବର ପ୍ଲେଟ୍ ଟି ୩୮ ମିଲିୟନ୍ ଏଡ୍ ୟୁଏଇ ଦିରହମ୍ ଅର୍ଥାତ ୭୬ କୋଟି ଟଙ୍କାରେ ବିକ୍ରି ହୋଇଯାଇଛି

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଏହି ନମ୍ବର ପ୍ଲେଟ ବ୍ୟତୀତ, ଅନେକ ଫ୍ୟାନସି ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ଏଥିରେ ଉପଲବ୍ଧ ରହିଥିଲା | ଦୁବାଇର ସଡକ ଏବଂ ପରିବହନ ପ୍ରାଧ୍ଵକରଣ ସହଭାଗିତାରେ ଦୁବାଇ କ୍ରୀଡ଼ା ପରିଷଦର ଅଧ୍ୟକ୍ଷ ମହମ୍ମଦ ବିନ୍ ରସିଦ ଅଲ୍ ମକତମ ଗ୍ଲୋବାଲ୍ ଇନିସିଏଟିଭ୍ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୂଚନାଯୋଗ୍ୟ ଯେ ଏହି ନିଲାମରେ ୦୫୬ ୯୯୯୯୯୯୯ ଭଳି ମୋବାଇଲ୍ ଫୋନ୍ ନମ୍ବର ୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିଲାମ ହୋଇଥିବା ମୋବାଇଲ୍ ଫୋନ୍ ନମ୍ବର ଏବଂ ନମ୍ବର ପ୍ଲେଟରୁ ଜମା ହୋଇଥିବା ଅର୍ଥ ରାଶି ପବିତ୍ର ରମଜାନ ମାସରେ ୩୦ ଟି ଦେଶର ବ୍ୟକ୍ତି ଏବଂ ପରିବାରଙ୍କୁ ଖାଦ୍ୟ ପାର୍ସଲ ଯୋଗାଇବାରେ ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର