ବିଶ୍ବ ପର୍ଯ୍ୟଟନ ଦିବସ

The Sakala Picture
Published On

ବ୍ୟସ୍ତ ବହୁଳ ଜୀବନରୁ ମଣିଷ ନିଜର କ୍ଳାନ୍ତି ମେଣ୍ଟାଇବା ପାଇଁ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ମନ ବଳାଇଥାଏ। ବିଶେଷକରି ଭ୍ରମଣ ପ୍ରିୟ ଲୋକମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ଏହା କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଣିଷକୁ ଅଧିକ ଶକ୍ତିଶାଳୀ କରାଏ। ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବାର ଆଧୁନିକତାର ପରିଭାଷା ହେଉଛି ପର୍ଯ୍ୟଟନ। ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ […]

ବ୍ୟସ୍ତ ବହୁଳ ଜୀବନରୁ ମଣିଷ ନିଜର କ୍ଳାନ୍ତି ମେଣ୍ଟାଇବା ପାଇଁ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ମନ ବଳାଇଥାଏ। ବିଶେଷକରି ଭ୍ରମଣ ପ୍ରିୟ ଲୋକମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ଏହା କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଣିଷକୁ ଅଧିକ ଶକ୍ତିଶାଳୀ କରାଏ। ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବାର ଆଧୁନିକତାର ପରିଭାଷା ହେଉଛି ପର୍ଯ୍ୟଟନ। ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ବ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଉଛି। ସଂଯୁକ୍ତ ରାଷ୍ଟ୍ର ବିଶ୍ବ ପର୍ଯ୍ୟଟନ ସଂଗଠନଦ୍ବାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

ଏହି ତାରିଖର ବିଶେଷତ୍ଵ ଏହି ଯେ ୧୯୭୦ ମସିହା ଏହି ତିଥିରେ ସଂଯୁକ୍ତ ରାଷ୍ଟ୍ର ବିଶ୍ଵ ପର୍ଯ୍ୟଟନ ସଂଗଠନର (UNWTO) ଆଇନ୍କୁ ଆଇନଗତ ମାନ୍ୟତା ଦିଅଯାଇଥିଲା । ବିଶ୍ଵ ସ୍ତରରେ ପର୍ଯ୍ୟଟନକୁ ବିଶେଷ ପ୍ରୋତ୍ସାହନ ଦେବା ସନ୍ଦର୍ଭରେ ଏହି ଆଇନଗତ ପ୍ରକ୍ରିୟା ଏକ ମାଇଲ୍ ଖୁଣ୍ଟ ସଦୃଶ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗୀଦାରି ହେବା ତଥା ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା । ମହାମାରୀ କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଅବଶ୍ୟ ଏବେ ପୂର୍ବାପେକ୍ଷା ପର୍ଯ୍ୟଟନସ୍ଥଳଗୁଡ଼ିକ ଟିକିଏ ଚଳଚଞ୍ଚଳ ହୋଇଉଠିଛି। କରୋନା ଦୂର ହୋଇଗଲା ପରେ ପୁଣି ଥରେ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

27 Sep 2021 By The Sakala

ବିଶ୍ବ ପର୍ଯ୍ୟଟନ ଦିବସ

ବ୍ୟସ୍ତ ବହୁଳ ଜୀବନରୁ ମଣିଷ ନିଜର କ୍ଳାନ୍ତି ମେଣ୍ଟାଇବା ପାଇଁ ପ୍ରକୃତି କୋଳରେ କିଛି ସମୟ କାଟିବା ପାଇଁ ମନ ବଳାଇଥାଏ। ବିଶେଷକରି ଭ୍ରମଣ ପ୍ରିୟ ଲୋକମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ଏହା କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଣିଷକୁ ଅଧିକ ଶକ୍ତିଶାଳୀ କରାଏ। ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବାର ଆଧୁନିକତାର ପରିଭାଷା ହେଉଛି ପର୍ଯ୍ୟଟନ। ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖକୁ ‘ବିଶ୍ବ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଉଛି। ସଂଯୁକ୍ତ ରାଷ୍ଟ୍ର ବିଶ୍ବ ପର୍ଯ୍ୟଟନ ସଂଗଠନଦ୍ବାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି ।

ଏହି ତାରିଖର ବିଶେଷତ୍ଵ ଏହି ଯେ ୧୯୭୦ ମସିହା ଏହି ତିଥିରେ ସଂଯୁକ୍ତ ରାଷ୍ଟ୍ର ବିଶ୍ଵ ପର୍ଯ୍ୟଟନ ସଂଗଠନର (UNWTO) ଆଇନ୍କୁ ଆଇନଗତ ମାନ୍ୟତା ଦିଅଯାଇଥିଲା । ବିଶ୍ଵ ସ୍ତରରେ ପର୍ଯ୍ୟଟନକୁ ବିଶେଷ ପ୍ରୋତ୍ସାହନ ଦେବା ସନ୍ଦର୍ଭରେ ଏହି ଆଇନଗତ ପ୍ରକ୍ରିୟା ଏକ ମାଇଲ୍ ଖୁଣ୍ଟ ସଦୃଶ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗୀଦାରି ହେବା ତଥା ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା । ମହାମାରୀ କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଅବଶ୍ୟ ଏବେ ପୂର୍ବାପେକ୍ଷା ପର୍ଯ୍ୟଟନସ୍ଥଳଗୁଡ଼ିକ ଟିକିଏ ଚଳଚଞ୍ଚଳ ହୋଇଉଠିଛି। କରୋନା ଦୂର ହୋଇଗଲା ପରେ ପୁଣି ଥରେ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର