ସୂର୍ଯ୍ୟମୁଖୀ ଫୁଲଗୁଡ଼ିକ ସୂର୍ଯ୍ୟଙ୍କ ଆଡକୁ କାହିଁକି ମୁହାଁଇଥାନ୍ତି, ଆସନ୍ତୁ ଜାଣିବା….

The Sakala Picture
Published On

ଆଜି ଆମେ ଜାଣିବା ସୂର୍ଯ୍ଯମୁଖୀ ଫୁଲ ସମ୍ବଧିତ କିଛି ରୋଚକ ତଥ୍ୟ । ସୂର୍ଯ୍ୟମୁଖୀ ଫୁଲଗୁଡ଼ିକ ସୂର୍ଯ୍ୟଙ୍କ ଆଡକୁ କାହିଁକି ମୁହାଁଇଥାନ୍ତି ? ଏହା ପଛର କାରଣ କ’ଣ ?  ସୂର୍ଯ୍ୟମୁଖୀ ଫୁଲ କାହିଁକି ସୂର୍ଯ୍ୟର ଗତିବିଧି ଅନୁସାରେ ଉକ୍ତ ଦିଗକୁ  ମୁହାଁଇଥାନ୍ତି ? ସୂର୍ଯ୍ୟମୁଖୀ ଫୁଲଗୁଡିକ ଶୀତ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅଧିକ ଭଲ ଭାବେ ଫୁଟିଥାଏ । ସକାଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ଏହି ଫୁଲର ମୁହଁର ଦିଗ ମଧ୍ୟ ପୂର୍ବରେ […]

ଆଜି ଆମେ ଜାଣିବା ସୂର୍ଯ୍ଯମୁଖୀ ଫୁଲ ସମ୍ବଧିତ କିଛି ରୋଚକ ତଥ୍ୟ । ସୂର୍ଯ୍ୟମୁଖୀ ଫୁଲଗୁଡ଼ିକ ସୂର୍ଯ୍ୟଙ୍କ ଆଡକୁ କାହିଁକି ମୁହାଁଇଥାନ୍ତି ? ଏହା ପଛର କାରଣ କ’ଣ ?  ସୂର୍ଯ୍ୟମୁଖୀ ଫୁଲ କାହିଁକି ସୂର୍ଯ୍ୟର ଗତିବିଧି ଅନୁସାରେ ଉକ୍ତ ଦିଗକୁ  ମୁହାଁଇଥାନ୍ତି ?

ସୂର୍ଯ୍ୟମୁଖୀ ଫୁଲଗୁଡିକ ଶୀତ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅଧିକ ଭଲ ଭାବେ ଫୁଟିଥାଏ । ସକାଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ଏହି ଫୁଲର ମୁହଁର ଦିଗ ମଧ୍ୟ ପୂର୍ବରେ ଥାଏ ।  ଧିରେଧିରେ ସୂର୍ଯ୍ୟଙ୍କ ଦିଗ ସହିତ ସେମାନଙ୍କର ଦିଗ ମଧ୍ୟ ବଦଳିବାରେ ଲାଗେ। ପୁରୁଣା ଫୁଲଗୁଡିକ ତୁଳନାରେ ନୂତନ ସୂର୍ଯ୍ୟମୁଖୀ ଫୁଲଗୁଡ଼ିକ ସୂର୍ଯ୍ୟଙ୍କୁ ଆଡକୁ  ଅଧିକ ମୁହାଁଇଥାନ୍ତି।

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହା ହେଲିଓ ଟ୍ରାପିଜିମ୍ କାରଣରୁ ହୋଇଥାଏ। ଏହି ପ୍ରକ୍ରିୟା ଅନୁଯାୟୀ ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟ ଆଡକୁ ମୁହାଁଇଥାନ୍ତି।  ସୂର୍ଯ୍ୟଙ୍କ ଦିଗ ସହିତ ସନ୍ଧ୍ୟା ସମୟରେ ମଧ୍ଯ ତାଙ୍କ ମୁହଁ ପଶ୍ଚିମ ଦିଗକୁ ରହିଥାଏ। ରାତିରେ ସେମାନେ ପୁନର୍ବାର ପୂର୍ବ ଦିଗକୁ ପରିବର୍ତ୍ତନ କରଥାନ୍ତି ଏବଂ ପରଦିନ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ଏହି ପ୍ରକ୍ରିୟା ନିୟମିତ ଚାଲିଥାଏ।

ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ହେଲିଓ ଟ୍ରାପିଜମ୍ କ’ଣ ? ଯେଉଁଥିପାଇଁ ସୂର୍ଯ୍ୟମୁଖୀ ଫୁଲଗୁଡିକ ସୂର୍ଯ୍ୟଙ୍କ ଆଡକୁ ଗତି କରିଥାନ୍ତି।

୨୦୧୬  ମସିହାରେ କରାଯାଇଥିବା ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ, ମଣିଷ ଭିତରେ ଯେପରି ଏକ ବାଇଓ -ଲୋଜିକାଲ କ୍ଲକ ରହିଛି। ସେହିଭଳି, ସୂର୍ଯ୍ୟମୁଖୀ ଫୁଲଗୁଡ଼ିକରେ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟବସ୍ଥା ଅଛି। ଯାହାକୁ ହେଲିଓ ଟ୍ରାପିଜମ୍ କୁହାଯାଏ । ଏହାକୁ ସୂର୍ଯ୍ୟମୁଖୀର ଜୈବିକ ଘଣ୍ଟା ମଧ୍ୟ କୁହାଯାଇଥାଏ । ଏହି ଜୈବିକ ଘଣ୍ଟା ସୂର୍ଯ୍ୟଙ୍କ କିରଣକୁ ଚିହ୍ନିବା ଏବଂ ଫୁଲକୁ ସୂର୍ଯ୍ୟଙ୍କ କରିଣ ଆଡକୁ ଗତି କରାଇବାରେ ସାହାଯ୍ଯ କରିଥାଏ। ଏହି ଅନୁସନ୍ଧାନରୁ ଆହୁରି ଏକ ତଥ୍ଯ ଜଣାପଡ଼ିଛି ଯେ, ଏହି ଫୁଲଗୁଡ଼ିକ ରାତିରେ ବିଶ୍ରାମ ନେଇଥାନ୍ତି ଏବଂ ଦିନରେ ସୂର୍ଯ୍ୟ କିରଣ ପାଇବା ମାତ୍ରେ ସକ୍ରିୟ ହୋଇ ଉଠନ୍ତି । ଏହି ସମସ୍ତ ପ୍ରକ୍ରିୟା ହେଲିଓ ଟ୍ରାପିଜମ୍ ଦ୍ବାରା ହୋଇଥାଏ।

06 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର