ଚାକିରି ଦେବାକୁ ଦିଲ୍ଲୀ ନେଇ ଠକି ଦେଲେ ଦଲାଲ୍‌ : ରେଳ ଧାରଣାରେ ୫ମାସ ଚାଲି ଚାଲି ଦିଲ୍ଲୀରୁ ଝାଡଖଣ୍ଡରେ ପହଞ୍ଚିଲେ ବୃଦ୍ଧ

The Sakala Picture
Published On

ନୂଆଦିଲ୍ଲୀ : ରୋଜଗାରର କରିବା ପାଇଁ ଲୋଭ ଦେଖାଇ ଲୁଟିନେଲା ଦଲାଲ। ଶେଷରେ ପାଦରେ ଚାଲିଚାଲି ୧୨୦୦ କିଲୋମିଟର ଯାତ୍ରାକରିବାକୁ ଲାଗିଲା ୫ ମାସ। ଲୋକମାନଙ୍କୁ ଆଜିକାଲି ଏହିପରି ଲୋଭ ଦେଖାଉଛନ୍ତି ଦୁର୍ବୃତ୍ତ। ତେବେ ସେମାନେ ପ୍ରଥମେ କିଛି ସ୍ୱପ୍ନ ଦେଖାନ୍ତି ଏବଂ ତା’ପରେ ସ୍ୱପ୍ନକୁ ଭାଙ୍ଗିଦିଆଯାଏ ଏବଂ ଶିକାର ହୁଅନ୍ତି ଅଶିକ୍ଷିତ କିଛି ଗରିବ ଲୋକ। ଏହିପରି ଏକ ଘଟଣା ଘଟିଛି ସାହିବଗଞ୍ଜର ପାହାଡିଆ ଜନଜାତିର ବୃଦ୍ଧଙ୍କ ସହିତ। ଝାଡଖଣ୍ଡର ମଧ୍ୟସ୍ଥି ଦ୍ୱାରା ପ୍ରଥମେ ପ୍ରଲୋଭିତ […]

ନୂଆଦିଲ୍ଲୀ : ରୋଜଗାରର କରିବା ପାଇଁ ଲୋଭ ଦେଖାଇ ଲୁଟିନେଲା ଦଲାଲ। ଶେଷରେ ପାଦରେ ଚାଲିଚାଲି ୧୨୦୦ କିଲୋମିଟର ଯାତ୍ରାକରିବାକୁ ଲାଗିଲା ୫ ମାସ। ଲୋକମାନଙ୍କୁ ଆଜିକାଲି ଏହିପରି ଲୋଭ ଦେଖାଉଛନ୍ତି ଦୁର୍ବୃତ୍ତ। ତେବେ ସେମାନେ ପ୍ରଥମେ କିଛି ସ୍ୱପ୍ନ ଦେଖାନ୍ତି ଏବଂ ତା’ପରେ ସ୍ୱପ୍ନକୁ ଭାଙ୍ଗିଦିଆଯାଏ ଏବଂ ଶିକାର ହୁଅନ୍ତି ଅଶିକ୍ଷିତ କିଛି ଗରିବ ଲୋକ। ଏହିପରି ଏକ ଘଟଣା ଘଟିଛି ସାହିବଗଞ୍ଜର ପାହାଡିଆ ଜନଜାତିର ବୃଦ୍ଧଙ୍କ ସହିତ। ଝାଡଖଣ୍ଡର ମଧ୍ୟସ୍ଥି ଦ୍ୱାରା ପ୍ରଥମେ ପ୍ରଲୋଭିତ ହୋଇ ଦିଲ୍ଲୀକୁ ନିଆଯାଇଥିଲା। ପରେ, ତାଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେଇ ମଧ୍ୟସ୍ଥି ତାଙ୍କୁ ରାସ୍ତାରେ ଛାଡିଦେଇଥିଲା। ତେଣୁ ସେ ୧୨୦୦ କିଲୋମିଟର ରେଳ ଟ୍ରାକ୍ ଧରି ପାଦରେ ଚାଲିଚାଲି ଧାନବାଦରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଗଲ୍ଫ କ୍ଲବ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ସଦସ୍ୟତା ଚୟନକୁ ନେଇ ମାଗିଲେ ସପ୍ତାହକ ମଧ୍ୟରେ ସ୍ପଷ୍ଟ ରିପୋର୍ଟ

ସାହିବଗଞ୍ଜର ବାରଜୋମ ବାମଡା ପାହାଡ଼ିଆ ନାମକ ବୟସ୍କ ବ୍ୟକ୍ତି ଦିଲ୍ଲୀ ଯାଇ ଭାବିଥିଲେ ଯେ କିଛି କାମ କରି ସେ ନିଜ ପତ୍ନୀଙ୍କୁ ଦୁଇ ଓଳି ଖାଇବାକୁ ଦେଇ ପାରିବେ। କିନ୍ତୁ ବୋଧହୁଏ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା। ତାଙ୍କୁ ଦିଲ୍ଲୀ କାମ ଯୋଗାଇଦେବା ପାଇଁ ନେଇଥିଲା ଜଣେ ଦଲାଲ। ପରେ ତାଙ୍କଠାରୁ  ଟଙ୍କା ମଧ୍ୟ ଲୁଟି ନେଇଥିଲା ସେହି ଦଲାଲ ଏବଂ ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ପାହାଡିଆ ଜନଜାତିର ଏହି ବୟସ୍କ କିଛି ବୁଦ୍ଧିବାଟ ନପାଇ ଗତ ୫ ମାସ ଧରି ଚାଲିଚାଲି ଯାତ୍ରା କରୁଛନ୍ତି। ମହୁଡାରେ ପହଞ୍ଚିବା ପରେ କିଛି ଏନଜିଓର  ସଦସ୍ୟମାନେ ତାଙ୍କର ଖାଇବା ପାଇଁ ବ୍ୟବସ୍ଥା କରିଥିଲେ ଏବଂ ବର୍ତ୍ତମାନ ଏହି ବୟସ୍କ ବୃଦ୍ଧଙ୍କୁ ଘରକୁ ପଠାଇବାକୁ ସ୍ଥିର କରିଛନ୍ତି ଏହି ସଦସ୍ୟମାନେ। ଏନଜିଓର  ସଦସ୍ୟ କହିଛନ୍ତି ଯେ ତାଙ୍କୁ ବସ୍ ମାଧ୍ୟମରେ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ

ସୂଚନାଯୋଗ୍ୟଯେ, ସାହିବଗଞ୍ଜ ଜିଲ୍ଲାର ଆମାଦ୍ବିଥା ବ୍ଲକ-ପାଟନା, ପଞ୍ଚାୟତ-ତାଲଜାରୀରୁ ଆସିଥିବା ବାରଜୋମ ବାମଡା ପାହାଡିଆ ଗତ ୫ ମାସ ଧରି ରେଳ ଟ୍ରାକ୍ ରେ ଚାଲିଚାଲି ଆସୁଥିଲେ  ଅଳ୍ପ ଟଙ୍କା ବ୍ୟତୀତ ତାଙ୍କ ପାଖରେ ଏକ ବ୍ୟାଗ ମଧ୍ୟ ଥିଲା, ଯେଉଁଥିରେ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ଥିଲା। ଅନ୍ୟପଟେ  ବାମଡା ପାହାଡ଼ିଆ ଚାଲି ଚାଲି ୧୨୦୦ କିଲୋମିଟର ଆସିବା ଖବର ଗଣମାଧ୍ୟରେ ଦେଖିବା ପରେ ଧାନବାଦ ଡିଆରଏମ ଡିଭିଡନର ମୁଖ୍ୟ ଆଶିଷ ବନଶାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏତେବାଟ ଜଣେ ଚାଲିଚାଲି ଆସିଲେ ହେଲେ ରେଳ ବିଭାଗର କୌଣସି ଅଧିକାରୀଙ୍କ ନଜରରେ ନପଡ଼ିବା ଦୁର୍ଭାଗ୍ୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର