ହଜିଗଲାଣି ଖଞ୍ଜା ଘର

The Sakala Picture
Published On

ଚାରିପାଖେ ମାଟିକାନ୍ଥ ଘେରା ବଖରା l ମଝିରେ ଅଗଣା , ସାମନାରେ ପିଣ୍ଡା l ଘରକୁ ଟେକି ଧରିଥିବା ଶାଳ କାଠର ଗୋଲେଇ ବାହାଭାଗ ଖୁଣ୍ଟ l ପିଣ୍ଡା ତଳକୁ ବନ୍ଧା ହୋଇଥିବା ଦି’ହଳ କାଳିଆ କସରା ବଳଦ l ପିଣ୍ଡା ଉପରେ ଚଟେଇ ପକେଇ ନିଶ ହଳକ ମୋଡି ବସିଥିବା ଭଦ୍ରଲୋକଙ୍କୁ ହିଁ ସେ ପିଢ଼ିର ଆଭିଜାତ୍ୟ ସଂପନ୍ନ ମଣିଷ କୁହାଯାଉଥିଲା l ସେଇ ଘରର ଚାକଚକ୍ୟ ଯାହା ସେ ଦିନର ଖଞ୍ଜାଘର ଏବେ ପ୍ରାୟତଃ […]

ଚାରିପାଖେ ମାଟିକାନ୍ଥ ଘେରା ବଖରା l ମଝିରେ ଅଗଣା , ସାମନାରେ ପିଣ୍ଡା l ଘରକୁ ଟେକି ଧରିଥିବା ଶାଳ କାଠର ଗୋଲେଇ ବାହାଭାଗ ଖୁଣ୍ଟ l ପିଣ୍ଡା ତଳକୁ ବନ୍ଧା ହୋଇଥିବା ଦି’ହଳ କାଳିଆ କସରା ବଳଦ l ପିଣ୍ଡା ଉପରେ ଚଟେଇ ପକେଇ ନିଶ ହଳକ ମୋଡି ବସିଥିବା ଭଦ୍ରଲୋକଙ୍କୁ ହିଁ ସେ ପିଢ଼ିର ଆଭିଜାତ୍ୟ ସଂପନ୍ନ ମଣିଷ କୁହାଯାଉଥିଲା l ସେଇ ଘରର ଚାକଚକ୍ୟ ଯାହା ସେ ଦିନର ଖଞ୍ଜାଘର ଏବେ ପ୍ରାୟତଃ ବିଲୁପ୍ତ l ସମଗ୍ର ପଞ୍ଚାୟତ ଓ ବ୍ଲକ ସ୍ତରରେ ସାଉଁଟି ଆଣିଲେ ସେଇ ଖଞ୍ଜାଘରର ଚିତ୍ର ପ୍ରାୟତଃ ନିରାଶ କରିବ ଏଥରେ ସନ୍ଦେହ ନାହିଁ l ଖଞ୍ଜାଘର ଆଜିର କଂକ୍ରିଟ ଜଙ୍ଗଲ ତଳେ ସତେଯେମିତି ହଜିଯାଇଛି l ଖୋଲିଲେ ମିଳୁନି କି ଆଗାମୀ ଦିନରେ ଖଞ୍ଜାଘର ନିର୍ମାଣ ହେବାର କାଣିଚାଏ ଆଶା ସଞ୍ଚାର ହେବାର ଅମ୍ଳାନ ଆଲୁଅଟିଏ ମଧ୍ୟ ଅସ୍ପଷ୍ଟ l ସତ୍ତା ହରାଇ ବସିଥିବା ଏଇ ଖଞ୍ଜାଘରର ଇତିହାସ ବହୁତ ଲମ୍ବା , ଫକୀର ମୋହନଙ୍କ ଗଳ୍ପ ଉପନ୍ୟାସ ହେଉକି ସେଦିନର କାହାଣୀକାରମାନଙ୍କର ଲେଖନୀରେ ସ୍ଥାନ ପାଇଥିଲା ଖଞ୍ଜା ଘର l ଆଜି ସେ ଛତା, ବାଉଁଶ, ମାଟି , କାଦୁଅ , ଝନଝଟରେ ପଶି ଖଞ୍ଜା ଘର ତିଆରି କରିବାର ସ୍ପୃହା ନାହିଁ କାହାରି ମନରେ କହିଲେ ଚଳେ। ଖଞ୍ଜା ଘରର ସ୍ଥାନ ନେଇଛି ସୁନ୍ଦର ସୁନ୍ଦର କଂକ୍ରିଟ ଅଟ୍ଟଳିକା। ସୁରମ୍ୟ ରାଜପ୍ରାସାଦ ଭଳି ନଅର ତୋଳି ଖଞ୍ଜାଘରର ମୋହ ତୁଟାଇ ସାରିଥିବା ଆଜିର ପିଢ଼ି ମାର୍ବଲ ଖଚିତ ପକ୍କା ଘରେ ତା’ର ଆସ୍ଥାନ ଜମେଇ ସାରିଛି l ଆଜିର ସଭ୍ୟ ଶିକ୍ଷିତ ଯୁଗରେ , ସୁନ୍ଦର , ଚକଚକିଆ ଜିନିଷ ପ୍ରତି ମୋହସକ୍ତି ହେବା ଫଳରେ ଖଞ୍ଜାଘର ପରି ମାଟି କାଦୁଅ , ଧୂଳିମଳିର ବାତାବରଣ ଠାରୁ ମଣିଷ ଦୂରେଇ ଯିବାକୁ ଇଚ୍ଛା କରୁଛି l ଶୁଦ୍ଧ ବାତାବରଣ ସୃଷ୍ଟି କରି ପ୍ରାକୃତିକ ଜଳବାୟୁକୁ ନିୟନ୍ତ୍ରିତ କରିବା ଖଞ୍ଜାଘରର ଯେଉଁ ଅବଦାନ ଆଉ କିଛି ଦିନ ପରେ ଆଉ ଦେଖିବାକୁ ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

22 Feb 2021 By The Sakala

https://www.thesakala.in/latest-odisha-news/day-to-day-lost-khanja-ghara/article-164
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର