ପ୍ରେମ ପାଇଁ ନିଜ ଘରେ ବିତାଇବାକୁ ପଡ଼ିଥିଲା ୨୫ ବର୍ଷ ନିର୍ଯାତିତ ବନ୍ଦୀ ଜୀବନ

The Sakala Picture
Published On

ମାସେ କି ବର୍ଷେ ନୁହେଁ, ଦୀର୍ଘ ୨୫ ବର୍ଷ ଧରି ବନ୍ଦୀ ଜୀବନ ଅତିବାହିତ କରିଥିଲେ ଫ୍ରାନ୍ସର ବ୍ଲେଞ୍ଚ୍‌ ମୋନିୟର। ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ ଜୀବନ ପାଇଁ ଦାୟୀ ଥିଲେ ଖୋଦ୍ ତାଙ୍କ ମାଆ ମ୍ୟାଡାମ ମୋନିୟର। ଘଟଣାଟି ଏହିପରି, ବ୍ଲେଞ୍ଚ୍‌ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ସେଥିରେ ଅରାଜି ଥିଲେ ତାଙ୍କ ମା’। ଯାହାର ପରିମାଣସ୍ବରୂପ ବ୍ଲେଞ୍ଚଙ୍କୁ ପାଗଳ ଆଖ୍ୟା ସହ ନିଜ ଘରେ ତାଙ୍କୁ ବିତାଇବାକୁ […]

ମାସେ କି ବର୍ଷେ ନୁହେଁ, ଦୀର୍ଘ ୨୫ ବର୍ଷ ଧରି ବନ୍ଦୀ ଜୀବନ ଅତିବାହିତ କରିଥିଲେ ଫ୍ରାନ୍ସର ବ୍ଲେଞ୍ଚ୍‌ ମୋନିୟର। ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ ଜୀବନ ପାଇଁ ଦାୟୀ ଥିଲେ ଖୋଦ୍ ତାଙ୍କ ମାଆ ମ୍ୟାଡାମ ମୋନିୟର। ଘଟଣାଟି ଏହିପରି, ବ୍ଲେଞ୍ଚ୍‌ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ସେଥିରେ ଅରାଜି ଥିଲେ ତାଙ୍କ ମା’। ଯାହାର ପରିମାଣସ୍ବରୂପ ବ୍ଲେଞ୍ଚଙ୍କୁ ପାଗଳ ଆଖ୍ୟା ସହ ନିଜ ଘରେ ତାଙ୍କୁ ବିତାଇବାକୁ ପଡ଼ିଥିଲା ୨୫ ବର୍ଷ ନିର୍ଯାତିତ ବନ୍ଦୀ ଜୀବନ।

ଆହୁରି ପଢ଼ନ୍ତୁ: ଚାଣକ୍ୟ ନୀତି: ଘରର ଲୁଚି ରହିଥିବା ଶତ୍ରୁଙ୍କୁ କିପରି ଚିହ୍ନିବେ? ଜାଣନ୍ତୁ ବଞ୍ଚିବାର ଉପାୟ

ସାଧାରଣତଃ ପିଲାଙ୍କ ଜୀବନସାଥୀ ବାଛିବା ନିଷ୍ପତ୍ତିକୁ ଅନେକ ବାପାମାଆ ସହଜରେ ଗ୍ରହଣ କରିପାରି ନ ଥାନ୍ତି। ଏହା ଯୋଗୁଁ ସନ୍ତାନ ଓ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ସେହିଭଳି ବ୍ଲେଞ୍ଚ୍‌ ମୋନିୟରଙ୍କ ଜୀବନସାଥୀ ଚୟନ ନିଷ୍ପତ୍ତି ତାଙ୍କ ପାଇଁ ପାଲଟିଥିଲା ଅଭିଶାପ। ସେ ଥିଲେ ଖୁବ୍ ସୁନ୍ଦରୀ। ୧୮୭୬ରେ ୨୫ ବର୍ଷ ବୟସରେ ସେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଏପରିକି ତାଙ୍କୁ ବାହା ହେବାକୁ ଇଚ୍ଛା କରିଥିଲେ। ଏ ବାବଦରେ ସେ ତାଙ୍କ ମା’ଙ୍କୁ କହିଥିଲେ। ମାତ୍ର ତାଙ୍କ ମା’ ବ୍ଲେଞ୍ଚ୍‌ଙ୍କ କଥାରେ ରାଜି ହୋଇ ନ ଥିଲେ। ବ୍ଲେଞ୍ଚ୍‌ ଯେଉଁ ଯୁବକଙ୍କୁ ଭଲପାଉଥିଲେ ସେ ଥିଲେ ସାଧାରଣ ଘରର। ଯେଉଁଥି ପାଇଁ ମୋନିୟର ମା’ ତାଙ୍କୁ ପସନ୍ଦ କରି ନ ଥିଲେ। ତାଙ୍କ ମା’ ଚାହୁଁଥିଲେ ବ୍ଲେଞ୍ଚଙ୍କ ବିବାହ କୌଣସି ଧନୀ ଘରର ଯୁବକଙ୍କ ସହ ହେଉ। ଏନେଇ କେତୋଟି ପ୍ରସ୍ତାବ ମଧ୍ୟ ଦେଇଥିଲେ। ମାତ୍ର ତାଙ୍କ ମା’ ବାଛିଥିବା ବରପାତ୍ରଙ୍କୁ ବିବାହ ନ କରିବାକୁ ସେ ରୋକଠୋକ ମନା କରିଥିଲେ। ଏନେଇ ତାଙ୍କ ମା’ ବ୍ଲେଞ୍ଚଙ୍କୁ ବହୁବାର ବୁଝାଇଥିଲେ। କିନ୍ତୁ ସେ ଜିଦ୍‌ରେ ଅଟଳ ଥିଲେ।

ଆହୁରି ପଢ଼ନ୍ତୁ: ଇପିଏଫଓର ବଡ଼ ନିଷ୍ପତ୍ତି: ଏଣିକି ଅଟୋମେଟିକ୍ ହେବ ଫାଇନାଲ୍ ପିଏଫ୍ ଉଠାଣ ଓ ଆକାଉଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା

ମା’ଙ୍କ କଥା ନ ମାନିବାରୁ ବ୍ଲେଞ୍ଚଙ୍କୁ ଏକ ଅନ୍ଧାର କୋଠରିରେ ଶିକୁଳିରେ ବାନ୍ଧି ରଖାଯାଇଥିଲା। କେବଳ ଏତିକି ନୁହେଁ, ଘରର ଝରକା ଆଦି ସବୁ ଥିଲା ନିବୁଜ। ଖାଇବାକୁ ଅଳ୍ପ ଖାଦ୍ୟ ଦିଆଯାଉଥିଲ। ଯେଉଁଥିପାଇଁ ସେ ଦିନକୁ ଦିନ ଦୁର୍ବଳ ମଧ୍ୟ ହୋଇପଡ଼ିଥିଲେ। ସେ ଭାବିଥିଲେ ତାଙ୍କ ମା’ଙ୍କ ରାଗ ଥଣ୍ଡା ହେବା ପରେ ସେ ମୁକ୍ତ ହେେବ। ଏହିଭଳି ଭାବେ ଦିନ, ମାସ, ବର୍ଷ ବିତିଗଲା, ମାତ୍ର ତାଙ୍କୁ ସେ ବନ୍ଦ ଘର ଭିତରୁ ମୁକ୍ତି ମିଳି ନ ଥିଲା। ବ୍ଲେଞ୍ଚ୍‌ଙ୍କ ବାବଦରେ କେହି କିଛି ପଚାରିଲେ ସେ ପାଗଳୀ ହୋଇଯାଇଥିବା ତାଙ୍କ ମା’ କହୁଥିଲେ। ଏହା ସହ ସେ ବ୍ଲେଞ୍ଚ୍‌ଙ୍କ ଚିତ୍କାରକୁ ଅଣଦେଖା କରିବାକୁ ସମସ୍ତଙ୍କୁ କହୁଥିଲେ। ମମତାମୟୀ ମା’ ପାଲଟିଯାଇଥିଲା ପାଷାଣି।

ଆହୁରି ପଢ଼ନ୍ତୁ: ବଟ ସାବିତ୍ରୀ ବ୍ରତ ୨୦୨୬: ବରଗଛ ପରିକ୍ରମା ବେଳେ କରନ୍ତୁ ଏହି ମନ୍ତ୍ର ଜପ, ମିଳିବ ଅଖଣ୍ଡ ସୌଭାଗ୍ୟ

ତେେବ ବ୍ଲେଞ୍ଚଙ୍କ ସ୍ବର ଆଉ ପଡ଼ୋଶୀଙ୍କୁ ଶୁଣା ନ ଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିବା ସେମାନେ ଭାବିଲେ। ଅନ୍ୟପଟେ ବ୍ଲେଞ୍ଚ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ସେମିତି ଅନ୍ଧାର ଘରେ ନିଜ ମୃତ୍ୟୁକୁ ଚାହିଁ ବସିଥିଲେ। ଅବଶ୍ୟ ଶେଷରେ ତାଙ୍କୁ ସେହି ଅନ୍ଧାର ଘରରୁ ଉଦ୍ଧାର କରାଯାଇଥିଲା। ପ୍ୟାରିସର ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି ମିଳିଲା। ଏହା ପରେ ପୁଲିସ୍ ତଦନ୍ତ କରିଥିଲା। ଘଟଣା ପଦାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବ୍ଲେଞ୍ଚଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍‌ପିଟାଲ ନିଆଯିବା ସହ ତାଙ୍କ ମା’ଙ୍କୁ ଗିରଫ କରାଯାଇଥିଲା। ମା’ଙ୍କ ନିର୍ଦ୍ଦୟତାର ଶିକାର ପାଲଟିଥିବା ବ୍ଲେଞ୍ଚ ୧୨ ବର୍ଷ ଜୀବିତ ରହିବା ପରେ ୧୯୧୩ରେ ସବୁଦିନ ପାଇଁ ଆଖି ବୁଜିଥିଲେ।

16 Jun 2022 By The Sakala

ପ୍ରେମ ପାଇଁ ନିଜ ଘରେ ବିତାଇବାକୁ ପଡ଼ିଥିଲା ୨୫ ବର୍ଷ ନିର୍ଯାତିତ ବନ୍ଦୀ ଜୀବନ

ମାସେ କି ବର୍ଷେ ନୁହେଁ, ଦୀର୍ଘ ୨୫ ବର୍ଷ ଧରି ବନ୍ଦୀ ଜୀବନ ଅତିବାହିତ କରିଥିଲେ ଫ୍ରାନ୍ସର ବ୍ଲେଞ୍ଚ୍‌ ମୋନିୟର। ଏଭଳି ଏକ ଯନ୍ତ୍ରଣାପୂର୍ଣ୍ଣ ଜୀବନ ପାଇଁ ଦାୟୀ ଥିଲେ ଖୋଦ୍ ତାଙ୍କ ମାଆ ମ୍ୟାଡାମ ମୋନିୟର। ଘଟଣାଟି ଏହିପରି, ବ୍ଲେଞ୍ଚ୍‌ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ସେଥିରେ ଅରାଜି ଥିଲେ ତାଙ୍କ ମା’। ଯାହାର ପରିମାଣସ୍ବରୂପ ବ୍ଲେଞ୍ଚଙ୍କୁ ପାଗଳ ଆଖ୍ୟା ସହ ନିଜ ଘରେ ତାଙ୍କୁ ବିତାଇବାକୁ ପଡ଼ିଥିଲା ୨୫ ବର୍ଷ ନିର୍ଯାତିତ ବନ୍ଦୀ ଜୀବନ।

ସାଧାରଣତଃ ପିଲାଙ୍କ ଜୀବନସାଥୀ ବାଛିବା ନିଷ୍ପତ୍ତିକୁ ଅନେକ ବାପାମାଆ ସହଜରେ ଗ୍ରହଣ କରିପାରି ନ ଥାନ୍ତି। ଏହା ଯୋଗୁଁ ସନ୍ତାନ ଓ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ସେହିଭଳି ବ୍ଲେଞ୍ଚ୍‌ ମୋନିୟରଙ୍କ ଜୀବନସାଥୀ ଚୟନ ନିଷ୍ପତ୍ତି ତାଙ୍କ ପାଇଁ ପାଲଟିଥିଲା ଅଭିଶାପ। ସେ ଥିଲେ ଖୁବ୍ ସୁନ୍ଦରୀ। ୧୮୭୬ରେ ୨୫ ବର୍ଷ ବୟସରେ ସେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଏପରିକି ତାଙ୍କୁ ବାହା ହେବାକୁ ଇଚ୍ଛା କରିଥିଲେ। ଏ ବାବଦରେ ସେ ତାଙ୍କ ମା’ଙ୍କୁ କହିଥିଲେ। ମାତ୍ର ତାଙ୍କ ମା’ ବ୍ଲେଞ୍ଚ୍‌ଙ୍କ କଥାରେ ରାଜି ହୋଇ ନ ଥିଲେ। ବ୍ଲେଞ୍ଚ୍‌ ଯେଉଁ ଯୁବକଙ୍କୁ ଭଲପାଉଥିଲେ ସେ ଥିଲେ ସାଧାରଣ ଘରର। ଯେଉଁଥି ପାଇଁ ମୋନିୟର ମା’ ତାଙ୍କୁ ପସନ୍ଦ କରି ନ ଥିଲେ। ତାଙ୍କ ମା’ ଚାହୁଁଥିଲେ ବ୍ଲେଞ୍ଚଙ୍କ ବିବାହ କୌଣସି ଧନୀ ଘରର ଯୁବକଙ୍କ ସହ ହେଉ। ଏନେଇ କେତୋଟି ପ୍ରସ୍ତାବ ମଧ୍ୟ ଦେଇଥିଲେ। ମାତ୍ର ତାଙ୍କ ମା’ ବାଛିଥିବା ବରପାତ୍ରଙ୍କୁ ବିବାହ ନ କରିବାକୁ ସେ ରୋକଠୋକ ମନା କରିଥିଲେ। ଏନେଇ ତାଙ୍କ ମା’ ବ୍ଲେଞ୍ଚଙ୍କୁ ବହୁବାର ବୁଝାଇଥିଲେ। କିନ୍ତୁ ସେ ଜିଦ୍‌ରେ ଅଟଳ ଥିଲେ।

ମା’ଙ୍କ କଥା ନ ମାନିବାରୁ ବ୍ଲେଞ୍ଚଙ୍କୁ ଏକ ଅନ୍ଧାର କୋଠରିରେ ଶିକୁଳିରେ ବାନ୍ଧି ରଖାଯାଇଥିଲା। କେବଳ ଏତିକି ନୁହେଁ, ଘରର ଝରକା ଆଦି ସବୁ ଥିଲା ନିବୁଜ। ଖାଇବାକୁ ଅଳ୍ପ ଖାଦ୍ୟ ଦିଆଯାଉଥିଲ। ଯେଉଁଥିପାଇଁ ସେ ଦିନକୁ ଦିନ ଦୁର୍ବଳ ମଧ୍ୟ ହୋଇପଡ଼ିଥିଲେ। ସେ ଭାବିଥିଲେ ତାଙ୍କ ମା’ଙ୍କ ରାଗ ଥଣ୍ଡା ହେବା ପରେ ସେ ମୁକ୍ତ ହେେବ। ଏହିଭଳି ଭାବେ ଦିନ, ମାସ, ବର୍ଷ ବିତିଗଲା, ମାତ୍ର ତାଙ୍କୁ ସେ ବନ୍ଦ ଘର ଭିତରୁ ମୁକ୍ତି ମିଳି ନ ଥିଲା। ବ୍ଲେଞ୍ଚ୍‌ଙ୍କ ବାବଦରେ କେହି କିଛି ପଚାରିଲେ ସେ ପାଗଳୀ ହୋଇଯାଇଥିବା ତାଙ୍କ ମା’ କହୁଥିଲେ। ଏହା ସହ ସେ ବ୍ଲେଞ୍ଚ୍‌ଙ୍କ ଚିତ୍କାରକୁ ଅଣଦେଖା କରିବାକୁ ସମସ୍ତଙ୍କୁ କହୁଥିଲେ। ମମତାମୟୀ ମା’ ପାଲଟିଯାଇଥିଲା ପାଷାଣି।

ତେେବ ବ୍ଲେଞ୍ଚଙ୍କ ସ୍ବର ଆଉ ପଡ଼ୋଶୀଙ୍କୁ ଶୁଣା ନ ଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିବା ସେମାନେ ଭାବିଲେ। ଅନ୍ୟପଟେ ବ୍ଲେଞ୍ଚ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ସେମିତି ଅନ୍ଧାର ଘରେ ନିଜ ମୃତ୍ୟୁକୁ ଚାହିଁ ବସିଥିଲେ। ଅବଶ୍ୟ ଶେଷରେ ତାଙ୍କୁ ସେହି ଅନ୍ଧାର ଘରରୁ ଉଦ୍ଧାର କରାଯାଇଥିଲା। ପ୍ୟାରିସର ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି ମିଳିଲା। ଏହା ପରେ ପୁଲିସ୍ ତଦନ୍ତ କରିଥିଲା। ଘଟଣା ପଦାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବ୍ଲେଞ୍ଚଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍‌ପିଟାଲ ନିଆଯିବା ସହ ତାଙ୍କ ମା’ଙ୍କୁ ଗିରଫ କରାଯାଇଥିଲା। ମା’ଙ୍କ ନିର୍ଦ୍ଦୟତାର ଶିକାର ପାଲଟିଥିବା ବ୍ଲେଞ୍ଚ ୧୨ ବର୍ଷ ଜୀବିତ ରହିବା ପରେ ୧୯୧୩ରେ ସବୁଦିନ ପାଇଁ ଆଖି ବୁଜିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp