ଇଂଞ୍ଜିନିୟରରୁ ରେସ୍ତୋରାଁ ମାଲିକ
ଗଣେଶ ଚନ୍ଦ୍ର ନାୟକ ଏବଂ ଲଲୀନପ୍ରଭା ସିଂହଙ୍କ ଦୁଇ ପୁଅ ମଧ୍ୟରୁ ଲଗ୍ନ ହେଉଛନ୍ତି ବଡ଼ ପୁଅ। ବୟସ ତାଙ୍କୁ ଏବେ ମାତ୍ର ୨୬। ହେଲେ ତାଙ୍କ ଲକ୍ଷ୍ୟ ଓ ନିଷ୍ଠାପରତା ଯୋଗୁଁ ସେ ଏତେ କମ୍ ବୟସରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ଗଢ଼ିପାରିଛନ୍ତି । ବି.ଟେକ୍ ପଢ଼ା ପରେ ଏହି କ୍ଷେତ୍ରରେ ସେ ଅଧିକ ରୋଜଗାର କରିବାକୁ ଚାହିଁଥିଲେ, ହେଲେ ପରିଶ୍ରମ ଅନୁଯାୟୀ ଅର୍ଥ ତାଙ୍କୁ ମିଳିପାରିନଥିଲା। ଏହାକୁ ସେ ସହଜରେ ଗ୍ରହଣ […]
ଗଣେଶ ଚନ୍ଦ୍ର ନାୟକ ଏବଂ ଲଲୀନପ୍ରଭା ସିଂହଙ୍କ ଦୁଇ ପୁଅ ମଧ୍ୟରୁ ଲଗ୍ନ ହେଉଛନ୍ତି ବଡ଼ ପୁଅ। ବୟସ ତାଙ୍କୁ ଏବେ ମାତ୍ର ୨୬। ହେଲେ ତାଙ୍କ ଲକ୍ଷ୍ୟ ଓ ନିଷ୍ଠାପରତା ଯୋଗୁଁ ସେ ଏତେ କମ୍ ବୟସରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ଗଢ଼ିପାରିଛନ୍ତି । ବି.ଟେକ୍ ପଢ଼ା ପରେ ଏହି କ୍ଷେତ୍ରରେ ସେ ଅଧିକ ରୋଜଗାର କରିବାକୁ ଚାହିଁଥିଲେ, ହେଲେ ପରିଶ୍ରମ ଅନୁଯାୟୀ ଅର୍ଥ ତାଙ୍କୁ ମିଳିପାରିନଥିଲା। ଏହାକୁ ସେ ସହଜରେ ଗ୍ରହଣ କରି ପାରି ନଥିଲେ। ଏତେ ଟଙ୍କା ଖର୍ଚ୍ଚ କରି ବିଟେକ୍ ପଢ଼ା ସାରିବା ପ୍ରଥମେ ପ୍ରଥମେ ତାଙ୍କୁ କଷ୍ଟ ହୋଇଥିଲା। ହେଲେ ସେ କେବେ ବି ନିଜ ମନୋବଳକୁ ହରାଇନଥିଲେ। ତେଣୁ ନିଜର ଏକ ବ୍ୟବସାୟ କରିବାକୁ ଯୋଜନା କରିଥିଲେ। ଏନେଇ ୨୦୧୭ରେ ବ୍ୟାଙ୍କରୁ କିଛି ଲୋନ୍ ଓ ବାପାଙ୍କ ସାହାଯ୍ୟରେ ଭୁବନେଶ୍ବରରେ ଏକ ରେସ୍ତୋରାଁ ‘ନନାସ୍ ଅର୍ବାନ୍ ଢ଼ାବା’ ଖୋଲିଥିଲେ। କିଛିଦିନ ପରେ ବ୍ୟବସାୟ ଭଲ ହେଲା।
ତାଙ୍କ ରେସ୍ତୋରାଁରେ ଓଡ଼ିଆ ଘରର ଲୋକପ୍ରିୟ ଖାଦ୍ୟ, ମଟନ, ଚିକେନ୍, ଛତୁ, ମାଛରୁ ପ୍ରସ୍ତୁତି ପୋଡ଼ା ଖାଦ୍ୟର ଚାହିଦା ଅଧିକ ରହିଛି। ଏହାବାଦ୍ ଅନ୍ୟାନ୍ୟ ସ୍ବାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଉପଲବ୍ଧ। ରେସ୍ତୋରାଁ ଜରିଆରେ ସେ ୧୫ଜଣଙ୍କୁ ମଧ୍ୟ ସ୍ବାବଲମ୍ବୀ କରାଇପାରିଛନ୍ତି। ଅଧିକ ମସଲାଯୁକ୍ତ ଖାଦ୍ୟ ପ୍ରସ୍ତୁତ କରୁନଥିବା ଏହି ରେସ୍ତୋରାଁ ଖୁବ୍ କମ୍ ଦିନରେ ଭଲ ନାଁ କମାଇଛି। ଲଗ୍ନଙ୍କ ସବୁଠୁ ଭଲ ଗୁଣ ହେଲା, ସେ ସମସ୍ତଙ୍କ ପସନ୍ଦ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତି କରନ୍ତି। ଜଣେ ମାଲିକ ନୁହେଁ, ବରଂ ସାଧାରଣ ଲୋକ ପରି ସେ ସମସ୍ତଙ୍କ ରୁଚିକୁ ଧ୍ୟାନଦିଅନ୍ତି। ରେସ୍ତୋରାଁର ସମସ୍ତ ଦାୟିତ୍ବ ତାଙ୍କ ଉପରେ ଥିଲେ ହେଁ ବଳକା ସମୟରେ ସେ ରୋଷେୟାଙ୍କ ପରି ଭିନ୍ନ ଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି କରନ୍ତି। ରେସ୍ତୋରାଁ କର୍ମଚାରୀଙ୍କ ସହିତ ସେ ବଜାର ସଉଦା କରିଥାନ୍ତି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇଦେବା ତାଙ୍କର ଲକ୍ଷ୍ୟ।
ଏହି ରେସ୍ତୋରାଁ ଲାଗି କାଳ ସାଜିଥିଲା କରୋନା। କ୍ଷତିରେ ଲଗ୍ନଜିତ୍ ପ୍ରଭାବିତ ହୋଇନଥିଲେ । ବରଂ ଧୈର୍ଯ୍ୟ ଧରି ଏହି ବିପତ୍ତିରୁ କିପରି ନିଜ ରେସ୍ତୋରାଁକୁ ବଞ୍ଚାଇ ରଖୀବେ ସେହି ଚେଷ୍ଟା କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାହେଲା, ତାଙ୍କ ପାଖରେ ଅର୍ଥର ଅଭାବ ଥିଲେ ବି କରୋନା କାଳରେ ରେସ୍ତୋରାଁର କର୍ମଚାରୀଙ୍କୁ ସେ ଚାକିରିରୁ ବିଦା କରି ନଥିଲେ। ବରଂ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଏହି ମହାମାରୀ ସମୟରେ ସେ ଅସହାୟ ମହିଳାଙ୍କୁ ଚାକିରି ଦେଇ ସ୍ବାବଲମ୍ବୀ କରାଇଛନ୍ତି। ରେସ୍ତୋରାଁ ଆରମ୍ଭ ହେବା ଦିନରୁ ହିଁ ତାଙ୍କର କର୍ମଚାରୀ କେହି ବଦଳି ନାହାଁନ୍ତି। ସେମାନଙ୍କୁ ଉଚିତ ପାରିଶ୍ରମିକ ଦେଇ ସମସ୍ତଙ୍କ ମନ ଜିଣିଛନ୍ତି। ଏମିତି ଅନେକ ଥର ହୋଇଛି ସେ ନିଜେ ଅର୍ଡର ରଖୀ ଖାଦ୍ୟ ବନାଇ ଗ୍ରାହକଙ୍କୁ ଯୋଗାଇ ଦେଇଛନ୍ତି। ଏନେଇ ସେ କୁହନ୍ତି ଯେ, ଆମ ରେସ୍ତୋରାଁରେ ଓଡ଼ିଆ ଘରର ଖାଦ୍ୟର ଚାହିଦା କିପରି ବୃଦ୍ଧିପାଇବ ଏହାକୁ ସେ ଅଧିକ ଗୁରୁତ୍ବ ଦେଉଛନ୍ତି।