ଏପରି ଜଣେ ସାମ୍ବାଦିକ, ୧୭ବର୍ଷ ହେଲାଣି ହାତରେ ଲେଖୁଛନ୍ତି ଖବରକାଗଜ

The Sakala Picture
Published On

ଆଜିର ଡିଜିଟାଲ୍‌ ଯୁଗରେ, ଏକ ହାତ ଲେଖା ଖବରକାଗଜ କେଉଁ ମାନ୍‌ଧାତା ଅମଳର ଭଳି ମନେ ହୁଏ। କିନ୍ତୁ ଆଜି ମଧ୍ୟ ବିହାରର ମୁଜାଫରନଗର ଜିଲ୍ଲାର ଜଣେ ସାମ୍ବାଦିକ ହାତରେ ଖବରକାଗଜ ଲେଖନ୍ତି। ‘ବିଦ୍ୟା ଦର୍ଶନ’ ନାମକ ଖବରକାଗଜର ମାଲିକ ତଥା ସମ୍ପାଦକ ଦୀନେଶଙ୍କର କୌଣସି ପ୍ରିଣ୍ଟିଂ ପ୍ରେସ୍‌, କର୍ମଚାରୀ, ଟାଇପ୍ ରାଇଟର୍ କିମ୍ବା କମ୍ପ୍ୟୁଟର ମଧ୍ୟ ନାହିଁ। ସେ ନିଜେ ଆର୍ଟ ପେପର ସିଟ୍ ଉପରେ ଲେଖନ୍ତି ଏବଂ ଚିତ୍ର କରନ୍ତି। ଖବରକାଗଜର ସମସ୍ତ ପୃଷ୍ଠାରେ […]

ଆଜିର ଡିଜିଟାଲ୍‌ ଯୁଗରେ, ଏକ ହାତ ଲେଖା ଖବରକାଗଜ କେଉଁ ମାନ୍‌ଧାତା ଅମଳର ଭଳି ମନେ ହୁଏ। କିନ୍ତୁ ଆଜି ମଧ୍ୟ ବିହାରର ମୁଜାଫରନଗର ଜିଲ୍ଲାର ଜଣେ ସାମ୍ବାଦିକ ହାତରେ ଖବରକାଗଜ ଲେଖନ୍ତି। ‘ବିଦ୍ୟା ଦର୍ଶନ’ ନାମକ ଖବରକାଗଜର ମାଲିକ ତଥା ସମ୍ପାଦକ ଦୀନେଶଙ୍କର କୌଣସି ପ୍ରିଣ୍ଟିଂ ପ୍ରେସ୍‌, କର୍ମଚାରୀ, ଟାଇପ୍ ରାଇଟର୍ କିମ୍ବା କମ୍ପ୍ୟୁଟର ମଧ୍ୟ ନାହିଁ।

ଆହୁରି ପଢ଼ନ୍ତୁ: ଇପିଏଫଓର ବଡ଼ ନିଷ୍ପତ୍ତି: ଏଣିକି ଅଟୋମେଟିକ୍ ହେବ ଫାଇନାଲ୍ ପିଏଫ୍ ଉଠାଣ ଓ ଆକାଉଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା

ସେ ନିଜେ ଆର୍ଟ ପେପର ସିଟ୍ ଉପରେ ଲେଖନ୍ତି ଏବଂ ଚିତ୍ର କରନ୍ତି। ଖବରକାଗଜର ସମସ୍ତ ପୃଷ୍ଠାରେ ଲେଖିବା ପରେ ସେ ଏହାକୁ ଜେରକ୍ସ କରି ସହରର ବିଭିନ୍ନ ସ୍ଥାନକୁ ନେଇ ସେଠାରେ ଲଗାନ୍ତି। ଦିନେଶଙ୍କର ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ। ସେ କୁହନ୍ତି, ‘ମୁଁ ବିଗତ ୧୭ବର୍ଷ ଧରି ମୋର ନିଜସ୍ୱ ଖବରକାଗଜ ଲେଖୁଛି। ଗୋଟିଏ ଦିନର ଖବରକାଗଜ ଲେଖିବାକୁ ମୋତେ ପ୍ରାୟ ତିନି ଘଣ୍ଟା ଲାଗେ।’ ସେ କୁହନ୍ତି, ଲୋକମାନେ ମୋ ଖବରକାଗଜ ପଢ଼ନ୍ତି। କାରଣ ମୁଁ ସ୍ଥାନୀୟ ପ୍ରସଙ୍ଗ ଏବଂ ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିଥାଏ। ଯେହେତୁ ମୁଁ ଖବରକାଗଜରୁ କିଛି ରୋଜଗାର କରେ ନାହିଁ, ତେଣୁ ମୁଁ ସନ୍ଧ୍ୟାରେ ଆଇସ୍କ୍ରିମ୍ ବିକ୍ରି କରେ। ଯେତେବେଳେ ଲୋକମାନେ ତାଙ୍କ ଖବରକାଗଜ ପଢୁଥିବାର ସେ ଦେଖନ୍ତି, ସେତେବେଳେ ସେ ବହୁତ ଖୁସି ଅନୁଭବ କରୁଥିବା କଥା କହିଛନ୍ତି।

ଆହୁରି ପଢ଼ନ୍ତୁ: ବଟ ସାବିତ୍ରୀ ବ୍ରତ ୨୦୨୬: ବରଗଛ ପରିକ୍ରମା ବେଳେ କରନ୍ତୁ ଏହି ମନ୍ତ୍ର ଜପ, ମିଳିବ ଅଖଣ୍ଡ ସୌଭାଗ୍ୟ

ଏହି ଖବରକାଗଜରୁ ତାଙ୍କର କିଛି ରୋଜଗାର ହୁଏ ନାହିଁ କି କୌଣସି ବିଜ୍ଞାପନ କିମ୍ବା ସରକାରୀ ସହାୟତା ମଧ୍ୟ ମିଳେନାହିଁ। ଏହା ବ୍ୟତୀତ ଦୀନେଶ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଖବରକାଗଜରେ ମୁକ୍ତ ଭାବରେ ନିଜର ମତ ପ୍ରକାଶ କରନ୍ତି ଯାହା ଲୋକଙ୍କୁ ଆତ୍ମନିରୀକ୍ଷଣ କରିବାକୁ ବାଧ୍ୟ କରେ। ସେ କହିଛନ୍ତି, ‘ମୁଁ କ୍ୱଚିତ୍ ରାଜନୀତି ବିଷୟରେ ଲେଖେ। ମୁଁ ସାମାଜିକ ପ୍ରସଙ୍ଗ ଉପରେ ଲେଖିବାକୁ ପସନ୍ଦ କରେ। ଯିଏ ମୋ ଖବରକାଗଜ ପଢ଼େ, ସେ ଜାଣିପାରେ ଜିଲ୍ଲାରେ ପ୍ରକୃତରେ କ’ଣ ଘଟୁଛି।’

ଆହୁରି ପଢ଼ନ୍ତୁ: ମାସିକ ୫,୦୦୦ ଟଙ୍କା ଦରମାରୁ ୪୮ କୋଟି ଟଙ୍କାର ବ୍ୟବସାୟ: ଜାଣନ୍ତୁ ନୟନା ବୈଦ୍ୟଙ୍କ ସଫଳତାର କାହାଣୀ

10 Jun 2021 By The Sakala

ଏପରି ଜଣେ ସାମ୍ବାଦିକ, ୧୭ବର୍ଷ ହେଲାଣି ହାତରେ ଲେଖୁଛନ୍ତି ଖବରକାଗଜ

ଆଜିର ଡିଜିଟାଲ୍‌ ଯୁଗରେ, ଏକ ହାତ ଲେଖା ଖବରକାଗଜ କେଉଁ ମାନ୍‌ଧାତା ଅମଳର ଭଳି ମନେ ହୁଏ। କିନ୍ତୁ ଆଜି ମଧ୍ୟ ବିହାରର ମୁଜାଫରନଗର ଜିଲ୍ଲାର ଜଣେ ସାମ୍ବାଦିକ ହାତରେ ଖବରକାଗଜ ଲେଖନ୍ତି। ‘ବିଦ୍ୟା ଦର୍ଶନ’ ନାମକ ଖବରକାଗଜର ମାଲିକ ତଥା ସମ୍ପାଦକ ଦୀନେଶଙ୍କର କୌଣସି ପ୍ରିଣ୍ଟିଂ ପ୍ରେସ୍‌, କର୍ମଚାରୀ, ଟାଇପ୍ ରାଇଟର୍ କିମ୍ବା କମ୍ପ୍ୟୁଟର ମଧ୍ୟ ନାହିଁ।

ସେ ନିଜେ ଆର୍ଟ ପେପର ସିଟ୍ ଉପରେ ଲେଖନ୍ତି ଏବଂ ଚିତ୍ର କରନ୍ତି। ଖବରକାଗଜର ସମସ୍ତ ପୃଷ୍ଠାରେ ଲେଖିବା ପରେ ସେ ଏହାକୁ ଜେରକ୍ସ କରି ସହରର ବିଭିନ୍ନ ସ୍ଥାନକୁ ନେଇ ସେଠାରେ ଲଗାନ୍ତି। ଦିନେଶଙ୍କର ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ। ସେ କୁହନ୍ତି, ‘ମୁଁ ବିଗତ ୧୭ବର୍ଷ ଧରି ମୋର ନିଜସ୍ୱ ଖବରକାଗଜ ଲେଖୁଛି। ଗୋଟିଏ ଦିନର ଖବରକାଗଜ ଲେଖିବାକୁ ମୋତେ ପ୍ରାୟ ତିନି ଘଣ୍ଟା ଲାଗେ।’ ସେ କୁହନ୍ତି, ଲୋକମାନେ ମୋ ଖବରକାଗଜ ପଢ଼ନ୍ତି। କାରଣ ମୁଁ ସ୍ଥାନୀୟ ପ୍ରସଙ୍ଗ ଏବଂ ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିଥାଏ। ଯେହେତୁ ମୁଁ ଖବରକାଗଜରୁ କିଛି ରୋଜଗାର କରେ ନାହିଁ, ତେଣୁ ମୁଁ ସନ୍ଧ୍ୟାରେ ଆଇସ୍କ୍ରିମ୍ ବିକ୍ରି କରେ। ଯେତେବେଳେ ଲୋକମାନେ ତାଙ୍କ ଖବରକାଗଜ ପଢୁଥିବାର ସେ ଦେଖନ୍ତି, ସେତେବେଳେ ସେ ବହୁତ ଖୁସି ଅନୁଭବ କରୁଥିବା କଥା କହିଛନ୍ତି।

ଏହି ଖବରକାଗଜରୁ ତାଙ୍କର କିଛି ରୋଜଗାର ହୁଏ ନାହିଁ କି କୌଣସି ବିଜ୍ଞାପନ କିମ୍ବା ସରକାରୀ ସହାୟତା ମଧ୍ୟ ମିଳେନାହିଁ। ଏହା ବ୍ୟତୀତ ଦୀନେଶ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଖବରକାଗଜରେ ମୁକ୍ତ ଭାବରେ ନିଜର ମତ ପ୍ରକାଶ କରନ୍ତି ଯାହା ଲୋକଙ୍କୁ ଆତ୍ମନିରୀକ୍ଷଣ କରିବାକୁ ବାଧ୍ୟ କରେ। ସେ କହିଛନ୍ତି, ‘ମୁଁ କ୍ୱଚିତ୍ ରାଜନୀତି ବିଷୟରେ ଲେଖେ। ମୁଁ ସାମାଜିକ ପ୍ରସଙ୍ଗ ଉପରେ ଲେଖିବାକୁ ପସନ୍ଦ କରେ। ଯିଏ ମୋ ଖବରକାଗଜ ପଢ଼େ, ସେ ଜାଣିପାରେ ଜିଲ୍ଲାରେ ପ୍ରକୃତରେ କ’ଣ ଘଟୁଛି।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp