ସମୁଦ୍ରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫା କରିବ ରୋବୋ ଫିସ୍‌

The Sakala Picture
Published On

ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଷ୍ଟିକ୍‌, ମାଇକ୍ରୋପ୍ଲାଷ୍ଟିକ୍‌ର କୁ-ପ୍ରଭାବରୁ ଜୀବଜଗତକୁ ମୁକ୍ତ ରଖିବା ପାଇଁ ବୈଜ୍ଞାନିକମାାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ୍‌ର ସିଚୁଆନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ରୋବର୍ଟ ମାଛ ତିଆରି କରିଛନ୍ତି। ଏହି ରୋବୋ ଫିସ୍‌ ମାତ୍ର ୧୩ ମିଲିମିଟର ଲମ୍ବା ଅଟେ। ଏହାର ଲାଞ୍ଜରେ ଏକ ଲେଜର ଲାଇଟ୍ ସିଷ୍ଟମ୍ ଅଛି, ଯାହା ସାହାଯ୍ୟରେ ଏହା ପହଁରିପାରିବ ଏବଂ […]

ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଷ୍ଟିକ୍‌, ମାଇକ୍ରୋପ୍ଲାଷ୍ଟିକ୍‌ର କୁ-ପ୍ରଭାବରୁ ଜୀବଜଗତକୁ ମୁକ୍ତ ରଖିବା ପାଇଁ ବୈଜ୍ଞାନିକମାାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ୍‌ର ସିଚୁଆନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ରୋବର୍ଟ ମାଛ ତିଆରି କରିଛନ୍ତି। ଏହି ରୋବୋ ଫିସ୍‌ ମାତ୍ର ୧୩ ମିଲିମିଟର ଲମ୍ବା ଅଟେ। ଏହାର ଲାଞ୍ଜରେ ଏକ ଲେଜର ଲାଇଟ୍ ସିଷ୍ଟମ୍ ଅଛି, ଯାହା ସାହାଯ୍ୟରେ ଏହା ପହଁରିପାରିବ ଏବଂ ମାତ୍ର ଏକ ସେକେଣ୍ଡରେ ପ୍ରାୟ ୩୦ ମିଲିମିଟର ଗତି କରିପାରିବ।

ଆହୁରି ପଢ଼ନ୍ତୁ: ଇପିଏଫଓର ବଡ଼ ନିଷ୍ପତ୍ତି: ଏଣିକି ଅଟୋମେଟିକ୍ ହେବ ଫାଇନାଲ୍ ପିଏଫ୍ ଉଠାଣ ଓ ଆକାଉଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା

ରୋବୋ ଫିସ୍‌କୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ଏପରି ସାମଗ୍ରୀ ବ୍ୟବହାର କରିଛନ୍ତି, ଯେଉଁଥିପାଇଁ ଏହି ମାଛ ବହୁତ ନମନୀୟ ହୋଇପାରିଛି। ରୋବୋ ଫିସ୍ ଏକ ସମୟରେ ୫ କିଲୋଗ୍ରାମ ପ୍ଲାଷ୍ଟିକ୍ ଉଠାଇପାରିବ। ଏହାସହିତ, ରୋବୋ ଫିସ୍‌ ମାଇକ୍ରୋପ୍ଲାଷ୍ଟିକ୍‌ର ଭାସମାନ ଖଣ୍ଡଗୁଡ଼ିକୁ ମଧ୍ୟ ଅବଶୋଷିତ କରିପାରିବ। ସାଧାରଣତଃ ସାମୁଦ୍ରିକ ପରିବେଶରେ ରୋବର୍ଟଗୁଡିକ ନଷ୍ଟ ହୋଇଯାଏ। କିନ୍ତୁ ଏହାକୁ ତିଆରି ପାଇଁ ଏପରି ଜିନିଷ ତିଆରି କରାଯାଇଛି ଯାହାଦ୍ବାରା ରୋବୋ ଫିସ୍‌ ୮୯ ପ୍ରତିଶତ ନିଜକୁ ନିଜେ ସଜାଡ଼ି ପାରିବ। ଜାପାନର ବୈଜ୍ଞାନିକମାନଙ୍କ କହିବାନୁସାରେ, ଅକ୍ଟୋବର ୨୦୨୧ ସୁଦ୍ଧା ସମୁଦ୍ରରେ ପ୍ରାୟ ୨.୪ ଟ୍ରିଲିୟନ୍ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍ ଅଛି । କୀଟପତଙ୍ଗ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ ବିପଜ୍ଜନକ ଅଟେ। ତେଣୁ ଏହି ରୋବୋ ଫିସ୍‌ ସମୁଦ୍ରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫା କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଚାଣକ୍ୟ ନୀତି: ନିଜର ଆତ୍ମସମ୍ମାନ ଓ ସୁରକ୍ଷା ପାଇଁ କାହିଁକି ଆବଶ୍ୟକ କଠୋରତା? ଜାଣନ୍ତୁ ଆଚାର୍ଯ୍ୟଙ୍କ ମତ

27 Jun 2022 By The Sakala

ସମୁଦ୍ରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫା କରିବ ରୋବୋ ଫିସ୍‌

ସମଗ୍ର ବିଶ୍ୱରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଷ୍ଟିକ୍‌, ମାଇକ୍ରୋପ୍ଲାଷ୍ଟିକ୍‌ର କୁ-ପ୍ରଭାବରୁ ଜୀବଜଗତକୁ ମୁକ୍ତ ରଖିବା ପାଇଁ ବୈଜ୍ଞାନିକମାାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ୍‌ର ସିଚୁଆନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ୍ ସଫା କରିବା ପାଇଁ ଏକ ରୋବର୍ଟ ମାଛ ତିଆରି କରିଛନ୍ତି। ଏହି ରୋବୋ ଫିସ୍‌ ମାତ୍ର ୧୩ ମିଲିମିଟର ଲମ୍ବା ଅଟେ। ଏହାର ଲାଞ୍ଜରେ ଏକ ଲେଜର ଲାଇଟ୍ ସିଷ୍ଟମ୍ ଅଛି, ଯାହା ସାହାଯ୍ୟରେ ଏହା ପହଁରିପାରିବ ଏବଂ ମାତ୍ର ଏକ ସେକେଣ୍ଡରେ ପ୍ରାୟ ୩୦ ମିଲିମିଟର ଗତି କରିପାରିବ।

ରୋବୋ ଫିସ୍‌କୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ଏପରି ସାମଗ୍ରୀ ବ୍ୟବହାର କରିଛନ୍ତି, ଯେଉଁଥିପାଇଁ ଏହି ମାଛ ବହୁତ ନମନୀୟ ହୋଇପାରିଛି। ରୋବୋ ଫିସ୍ ଏକ ସମୟରେ ୫ କିଲୋଗ୍ରାମ ପ୍ଲାଷ୍ଟିକ୍ ଉଠାଇପାରିବ। ଏହାସହିତ, ରୋବୋ ଫିସ୍‌ ମାଇକ୍ରୋପ୍ଲାଷ୍ଟିକ୍‌ର ଭାସମାନ ଖଣ୍ଡଗୁଡ଼ିକୁ ମଧ୍ୟ ଅବଶୋଷିତ କରିପାରିବ। ସାଧାରଣତଃ ସାମୁଦ୍ରିକ ପରିବେଶରେ ରୋବର୍ଟଗୁଡିକ ନଷ୍ଟ ହୋଇଯାଏ। କିନ୍ତୁ ଏହାକୁ ତିଆରି ପାଇଁ ଏପରି ଜିନିଷ ତିଆରି କରାଯାଇଛି ଯାହାଦ୍ବାରା ରୋବୋ ଫିସ୍‌ ୮୯ ପ୍ରତିଶତ ନିଜକୁ ନିଜେ ସଜାଡ଼ି ପାରିବ। ଜାପାନର ବୈଜ୍ଞାନିକମାନଙ୍କ କହିବାନୁସାରେ, ଅକ୍ଟୋବର ୨୦୨୧ ସୁଦ୍ଧା ସମୁଦ୍ରରେ ପ୍ରାୟ ୨.୪ ଟ୍ରିଲିୟନ୍ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍ ଅଛି । କୀଟପତଙ୍ଗ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ ବିପଜ୍ଜନକ ଅଟେ। ତେଣୁ ଏହି ରୋବୋ ଫିସ୍‌ ସମୁଦ୍ରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫା କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp