ଝରଣା ପାଣିରେ ଝଲସୁଛି ପୋଖରୀ

The Sakala Picture
Published On

ସମ୍ବଲପୁର(ଶୁଭାଶିଷ ପାଢ଼ୀ): ଘଞ୍ଚ ଜଙ୍ଗଲ ପାହାଡ଼ ତଳେ ରହିଛି ଏକ ପୂର୍ଣ୍ଣଗର୍ଭା ପୋଖରୀ। ବର୍ଷା ଓ ଶୀତମାସରେ ଯେଭଳି ପ୍ରଚଣ୍ଡ ଖରାମାସରେ ମଧ୍ୟ ସେଭଳି ପାଣି ପୋଖରୀରେ ସୂର୍ଯ୍ୟକିରଣ ପଡ଼ି ଝଲସୁଥାଏ। ବାରମାସରେ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିଥାଏ। ବହୁବର୍ଷ ପୂର୍ବେ ଜନବସତି ହେବା ପରେ ଲୋକମାନେ ଜଳକଷ୍ଟ ଦୂର କରିବା ପାଇଁ ନିଜ ଉଦ୍ୟମରେ ପୋଖରୀ ଖନନ କରିଥିଲେ। ଝରଣାର ସ୍ରୋତ ଆଜି ମଧ୍ୟ ପୂର୍ବଭଳିଆ ବୋହି ପୋଖରୀରେ ମିଶୁଛି। ପ୍ରାକୃତିକ ଭାବେ ଜଳସଂରକ୍ଷିତ ହୋଇ […]

ସମ୍ବଲପୁର(ଶୁଭାଶିଷ ପାଢ଼ୀ): ଘଞ୍ଚ ଜଙ୍ଗଲ ପାହାଡ଼ ତଳେ ରହିଛି ଏକ ପୂର୍ଣ୍ଣଗର୍ଭା ପୋଖରୀ। ବର୍ଷା ଓ ଶୀତମାସରେ ଯେଭଳି ପ୍ରଚଣ୍ଡ ଖରାମାସରେ ମଧ୍ୟ ସେଭଳି ପାଣି ପୋଖରୀରେ ସୂର୍ଯ୍ୟକିରଣ ପଡ଼ି ଝଲସୁଥାଏ। ବାରମାସରେ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର କରିଥାଏ। ବହୁବର୍ଷ ପୂର୍ବେ ଜନବସତି ହେବା ପରେ ଲୋକମାନେ ଜଳକଷ୍ଟ ଦୂର କରିବା ପାଇଁ ନିଜ ଉଦ୍ୟମରେ ପୋଖରୀ ଖନନ କରିଥିଲେ। ଝରଣାର ସ୍ରୋତ ଆଜି ମଧ୍ୟ ପୂର୍ବଭଳିଆ ବୋହି ପୋଖରୀରେ ମିଶୁଛି। ପ୍ରାକୃତିକ ଭାବେ ଜଳସଂରକ୍ଷିତ ହୋଇ ନିତ୍ୟ ବ୍ୟବହାର ଉପଯୋଗୀ ହୋଇପାରୁଛି। ଏହାସହ ପୋଖରୀ ତଳପାର୍ଶ୍ବରେ ଜମିରେ ବିଭିନ୍ନ ଫସଲ ଚାଷ ହୋଇପାରୁଛି। ଏଭଳି କେବେ ଶୁଖୁ ନଥିବା ପୋଖରୀ ରହିଛି ମେଘପାଳ ପଞ୍ଚାୟତ ଟାମ୍ପରସିଂହା ଗ୍ରାମରେ।

ଆହୁରି ପଢ଼ନ୍ତୁ: ନିବେଶ ଅନୁକୂଳ ସୂଚୀରେ ଓଡ଼ିଶାକୁ ୫ମ ସ୍ଥାନ: ନବୀନ କହିଲେ, ବିଜେଡି ସରକାରଙ୍କ ୨୫ ବର୍ଷ ପ୍ରୟାସର ଫଳ

ସମ୍ବଲପୁର ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୪୫କିମି ଦୂରରେ ରହିଛି ଆଦିବାସୀବହୁଳ ମାଓପ୍ରବଣ ମେଘପାଳ ପଞ୍ଚାୟତ ଟାମ୍ପରସିଂହା। ଚତୁପାର୍ଶ୍ବରେ ପାହାଡ଼ ଘେରିରହିଛି। କିଛିବର୍ଷ ପୂର୍ବରୁ ମାଓବାଦୀ ଗତିବିଧି ବନ୍ଦ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଏବେ ରାସ୍ତାଘାଟ, ଗମନାଗମନ ସୁବିଧା, ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ବିଜୁଳି ବ୍ୟବସ୍ଥା ଭଳି ସୁବିଧା କରାଯାଇଛି। ନଳକୂପ ରହିଛି ହେଲେ ଲୋକମାନେ ପୋଖରୀ ପାଣିକୁ ଅଧିକ ଭାବେ ବ୍ୟବହାର କରନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ କେଉଁ ଅମଳରୁ ପୋଖରୀ ଖୋଲାଯାଇଛି। ଅଞ୍ଚଳରେ ଅଧିକାଂଶ ଗଣ୍ଡ ସମାଜର ବସବାସ କରୁଛନ୍ତି। ପାହଡ଼ ତଳେ ଜନବସତି ଆରମ୍ଭ ହେଲା। ଏବେ ଗ୍ରାମରେ ପ୍ରାୟ ୫୦ଘରରୁ ଅଧିକ ବସବାସ କରୁଛନ୍ତି। ମାଓବାଦୀଙ୍କ ଭୟରେ କେତେକ ପରିବାର ଗ୍ରାମ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ଗ୍ରାମରେ ସରକାର ନଳକୂପ ଓ ଏବେ ମେଗା ପାନୀୟ ଜଳ ପ୍ରକଳ୍ପରେ ଗ୍ରାମକୁ ସାମିଲ କରିଛନ୍ତି। ଖରାମାସରେ ନଳକୂପରୁ ଆବଶ୍ୟକ ପାଣି ବାହାରି ନ ଥାଏ। ତେଣୁ ନଳକୂପ ପାଣି ସହିତ ପିଇବାରେ ଓ ଅନ୍ୟାନ ବ୍ୟବହାର ପାଇଁ ପୋଖରୀ ପାଣିକୁ ବ୍ୟବହାର କରିଥାଉ। ଖରାଦିନରେ ପୋଖରୀ ପାଣି ବହୁତ ଥଣ୍ଡା ରହିଥାଏ। ଗାଧୋଇବା ପାଇଁ ଭଲ ଲାଗେ। ପୋଖରୀ ଭିତରେ ଜଙ୍ଗଲରୁ ଦୁଇଟି ଜଳସ୍ରୋତ ଆସି ମିଶିଛି। ଅହରହ ପାଣି ବାହାରିଥାଏ। ପାଣି ଭିତରେ ଥିବାରୁ ଦେଖାଦିଏ ନାହିଁ। ହେଲେ ପୋଖରୀ ଖରାମାସରେ ମଧ୍ୟ ଶୁଖିଲା ପଡ଼େନାହିଁ। ପୂର୍ବରୁ ମାଟି ଓ ପଥରରେ ଆଡ଼ିବନ୍ଧ ଦେଇ ପାନୀୟ ଜଳସଙ୍କଟ ଦୂର କରିବା ପାଇଁ ଏହି ପୋଖରୀ ଖୋଳାଯାଇଥିଲା। ପୋଖରୀ ତଳେ ଧାନ ଓ ପନିପରିବା ଚାଷ ହୋଇଥାଏ। ପ୍ରାୟ ୨୦ଏକର ଜମିରେ ଚାଷ ସମୟରେ ପାଣିର ଅଭାବ ଦୂର କରିଥାଏ। ପନିପରିବା ଓ ତୈଳବୀଜ ଜାତୀୟ ଫସଲରେ କମ ପାଣି ଆବଶ୍ୟକ କରୁଥିବାରୁ ଚାଷ ହୋଇପାରୁଛି। ଚାଷୀମାନେ ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି। ପୋଖରୀକୁ କଂକ୍ରିଟ ବନ୍ଧ କରିବା ପାଇଁ ଗ୍ରାମାବାସୀ ଦାବି କରିଥିଲେ। ତେଣୁ ସରକାର ପାଚେରୀ ଓ ପୋଖରୀ ତଳପାର୍ଶ୍ବରେ କଂକ୍ରିଟ ବନ୍ଧ କରିଛନ୍ତି। ଏକ ଗେଟ ମଧ୍ୟ କରାଯାଇଛି। ପାଣି ଅପଚୟକୁ ରୋକାଯାଇ ପାରୁଛି। ଚତୁପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ମଧ୍ୟ ଏ ପୋଖରୀ ଲାଭଦାୟକ ହୋଇଥାଏ। ରାତି ସମୟରେ ପୋଖରୀକୁ ଆସି ପାଣି ପିଇଥାନ୍ତି। ତେବେ ପାଣିପାଗରେ ପରିବର୍ତ୍ତନ ହେବା ଯୋଗୁଁ ଆଗଭଳିଆ ଝରଣାର ସ୍ରୋତର ମାତ୍ରା ହ୍ରାସ ପାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଗ୍ରାମର କିଛି ପୁରୁଖା ଲୋକ।

ଆହୁରି ପଢ଼ନ୍ତୁ: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

09 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp