ଅଜବ ସଉକ: ମହୁମାଛିଙ୍କ ରାଜା ନଦିସାବା, ଯିଏ ନିଜ ଶରୀରରେ କରୁଛନ୍ତି ମହୁମାଛି ପାଳନ

The Sakala Picture
Published On

ନିଜର ଅଜବ ସଉକ ପାଇଁ କିଛି ବ୍ୟକ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟ ଆଫ୍ରିକାର ରୁଆଣ୍ଡାରେ ରହୁଥିବା ନଦିସାବା। ଯିଏକି ନିଜ ଶରୀରରେ ମହୁମାଛି ପାଳନ କରୁଛନ୍ତି। ନଦିସାବା ନିଜକୁ ‘ମହୁମାଛିଙ୍କ ରାଜା’ ବୋଲି କୁହନ୍ତି। ଗତ ୩୦ ବର୍ଷ ଧରି ସେ ନିଜ ଶରୀରରେ ମହୁମାଛି ପାଳୁଛନ୍ତି। ସ୍ବଳ୍ପ ପୋଷାକଧାରୀ ନଦିସାବାଙ୍କ ଶରୀରରେ କେବଳ ମହୁମାଛିଙ୍କୁ ଦେଖିବାକୁ ମିଳିବ। ସେ କୁହନ୍ତି, ଦୀର୍ଘ ବର୍ଷ ଧରି ସେ ନିଜ ଶରୀରରେ […]

ନିଜର ଅଜବ ସଉକ ପାଇଁ କିଛି ବ୍ୟକ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟ ଆଫ୍ରିକାର ରୁଆଣ୍ଡାରେ ରହୁଥିବା ନଦିସାବା। ଯିଏକି ନିଜ ଶରୀରରେ ମହୁମାଛି ପାଳନ କରୁଛନ୍ତି। ନଦିସାବା ନିଜକୁ ‘ମହୁମାଛିଙ୍କ ରାଜା’ ବୋଲି କୁହନ୍ତି। ଗତ ୩୦ ବର୍ଷ ଧରି ସେ ନିଜ ଶରୀରରେ ମହୁମାଛି ପାଳୁଛନ୍ତି। ସ୍ବଳ୍ପ ପୋଷାକଧାରୀ ନଦିସାବାଙ୍କ ଶରୀରରେ କେବଳ ମହୁମାଛିଙ୍କୁ ଦେଖିବାକୁ ମିଳିବ। ସେ କୁହନ୍ତି, ଦୀର୍ଘ ବର୍ଷ ଧରି ସେ ନିଜ ଶରୀରରେ ମହୁମାଛି ପାଳନ କରୁଛନ୍ତି। କିନ୍ତୁ ମହୁମାଛିଗୁଡ଼ିକ ଆଜିଯାଏଁ ତାଙ୍କୁ କେବେ ଆଘାତ ଦେଇନାହାନ୍ତି। ମହୁମାଛି ନିୟନ୍ତ୍ରଣ କରିବା ପାଇଁ ନଦିସାବା ପ୍ରଥମେ ରାଣୀ ମହୁମାଛିକୁ ଖୋଜନ୍ତି। ଏହାପରେ ସେ ରାଣୀ ମହୁମାଛି ଦ୍ବାରା ଅନ୍ୟ ମହୁମାଛିଙ୍କୁ ଆକର୍ଷିତ କରାନ୍ତି। ଏହି କୌଶଳ ମାଧ୍ୟମରେ, ସେ ଅନେକ ମହୁମାଛିକୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି। ରାଣୀ ମହୁମାଛିକୁ ନିଜ ସହିତ ସଂଲଗ୍ନ ରଖିବା ପାଇଁ, ସେ ନିଜ ଅଣ୍ଟାରେ ଏକ ତାର ବାନ୍ଧିଥାନ୍ତି। ରାଣୀ ମହୁମାଛିକୁ ରକ୍ଷା କରିବା ପାଇଁ ଅନ୍ୟ ଅଣ୍ଡିରା ମହୁମାଛିମାନେ ଆସନ୍ତି। ନଦିସାବା ମହୁମାଛି ପାଇଁ ଯେତିକି ପ୍ରସିଦ୍ଧି ଲାଭ କରିଛନ୍ତି, ସେତିକି ମଧ୍ୟ ମହୁ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ମହୁମାଛିମାନେ ତାଙ୍କୁ ନ କାମୁଡ଼ିବା ପାଇଁ ସେ ସେମାନଙ୍କ ଉପରେ ବେଳେବେଳେ ଚିନିସିରା ସ୍ପ୍ରେ କରିଥାନ୍ତି। ଏଭଳି କରିବା ଦ୍ବାରା ମହୁମାଛିଙ୍କ ଭୋକ ମେଣ୍ଟିଥାଏ, ଫଳରେ ସେମାନେ ନଦିସାବାଙ୍କୁ ଦଂଶନ କରିନାହାନ୍ତି। ସେ ମହୁମାଛିଙ୍କୁ ଶରୀରରେ ରଖୁଥିବା ସମୟରେ ନାକରେ ତୁଳା ଦେଇ ଦିଅନ୍ତି ଓ ଓଠରେ ଭେସଲିନ୍‌ ଲଗାଇ ଥାଆନ୍ତି। ମହୁମାଛିଙ୍କୁ ଶରୀରରେ ରଖିବା ତ ସହଜ କିନ୍ତୁ ସେମାନଙ୍କୁ କାଢିବା ସମୟରେ ସେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ଜଣକର ସାହାଯ୍ୟ ସେ ନିଅନ୍ତି। ପ୍ରଥମେ ରାଣୀ ମହୁମାଛିକୁ ତଳକୁ ଆଣିବା ପରେ ଅନ୍ୟ ମହୁମାଛିଗୁଡ଼ିକୁ ଶରୀରରୁ ଓହ୍ଲାଇ ଦିଅନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp