ଫେଙ୍ଗ୍‌ସୁଇ କ’ଣ ଏବଂ କିଭଳି ଭାବେ ଏହା ସକାରାତ୍ମକ ଶକ୍ତିର ଜାଗ୍ରତ ପ୍ରହରୀ ସାଜିଛି, ଆସନ୍ତୁ ଜାଣିବା…

The Sakala Picture
Published On

(ଦୀପ୍ତି ଓ ଶିବାଶ୍ରିତା): ଭାରତର ବାସ୍ତୁଶାସ୍ତ୍ର ଭଳି ଚୀନ୍‌ର ସଂସ୍କୃତି ଓ ପରମ୍ପରା ଅନୁସାରେ ଫେଙ୍ଗ୍‌ସୁଇ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଫେଙ୍ଗ୍‌ସୁଇ ମାଧ୍ୟମରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଜିନିଷ ରହିଛି। ଧର୍ମୀୟ ବିଶ୍ବାସ ଭିନ୍ନ ହେଲେ ମଧ୍ୟ ଏବେ ବିଶ୍ବର ବହୁଲୋକ ଫେଙ୍ଗ୍‌ସୁଇକୁ ଆପଣାଇ ନେଇଛନ୍ତି। ସକାରାତ୍ମକ ‘ଚି’ ଜୀବନଶକ୍ତି, ସୁଖର ସ୍ବରୂପ ‘ୟାଙ୍ଗ୍‌’ ଏବଂ ସମୃଦ୍ଧିର ସ୍ବରୂପ ‘ୟିନ୍’ର ଦୁନିଆ ଏବେ ସମସ୍ତଙ୍କୁ […]

(ଦୀପ୍ତି ଓ ଶିବାଶ୍ରିତା): ଭାରତର ବାସ୍ତୁଶାସ୍ତ୍ର ଭଳି ଚୀନ୍‌ର ସଂସ୍କୃତି ଓ ପରମ୍ପରା ଅନୁସାରେ ଫେଙ୍ଗ୍‌ସୁଇ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଫେଙ୍ଗ୍‌ସୁଇ ମାଧ୍ୟମରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଜିନିଷ ରହିଛି। ଧର୍ମୀୟ ବିଶ୍ବାସ ଭିନ୍ନ ହେଲେ ମଧ୍ୟ ଏବେ ବିଶ୍ବର ବହୁଲୋକ ଫେଙ୍ଗ୍‌ସୁଇକୁ ଆପଣାଇ ନେଇଛନ୍ତି। ସକାରାତ୍ମକ ‘ଚି’ ଜୀବନଶକ୍ତି, ସୁଖର ସ୍ବରୂପ ‘ୟାଙ୍ଗ୍‌’ ଏବଂ ସମୃଦ୍ଧିର ସ୍ବରୂପ ‘ୟିନ୍’ର ଦୁନିଆ ଏବେ ସମସ୍ତଙ୍କୁ ଆକର୍ଷିତ କରିଛି। ଧର୍ମୀୟ ଭାବନା ଭିନ୍ନ ହେଲେ ମଧ୍ୟ ବର୍ତ୍ତମାନ ଫେଙ୍ଗ୍‌ସୁଇ ସବୁ ଧର୍ମର ଲୋକଙ୍କ ପାଇଁ ସକାରାତ୍ମକ ଶକ୍ତିର ଉତ୍ସ ସାଜିଛି। କେବଳ ଯେ ସକାରାତ୍ମକ ଶକ୍ତିର ଉତ୍ସ ଭାବେ ନୁହେଁ, ବରଂ ଗହଣାରେ ମଧ୍ୟ ଫେଙ୍ଗ୍‌ସୁଇ ତା’ର ପ୍ରଭାବ ବିସ୍ତାର କରିଛି। ଫେଙ୍ଗ୍‌ସୁଇ ବସ୍ତୁଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଏକ ବଡ଼ ବ୍ୟାବସାୟିକ ଚ୍ୟାନେଲ୍‌ ମଧ୍ୟ ସୃଷ୍ଟି ହୋଇପାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଥିପାଇଁ ପାଠ୍ୟକ୍ରମ ରହିଛି। ଏହାକୁ ନେଇ ଜଣେ କ୍ୟାରିଅର୍‌ ମଧ୍ୟ କରିପାରିବେ। ତେବେ, କ’ଣ ଏହି ଫେଙ୍ଗ୍‌ସୁଇ ଏବଂ ଏହା କିଭଳି ଭାବେ ସକାରାତ୍ମକ ଶକ୍ତିର ଜାଗ୍ରତ ପ୍ରହରୀ ସାଜିଛି, ସେ ସମ୍ପର୍କିତ ଏକ ବିଶେଷ ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ଫେଙ୍ଗ୍‌ସୁଇର ଇତିହାସ
ଫେଙ୍ଗ୍‌ସୁଇ ହେଉଛି ଚୀନର ଏକ ପ୍ରାଚୀନ ସୌନ୍ଦର୍ଯ୍ୟ ଶାସ୍ତ୍ର ପଦ୍ଧତି। ଏହା ଦ୍ୱାରା ସ୍ୱର୍ଗ (ଜ୍ୟୋତିଷ), ପୃଥ୍ବୀ (ଭୂଗୋଳ) ଦୁଇଟି ଯାକର ପ୍ରଭାବ ରହିଛି। ଏହା ଜୀବନରେ ସକାରାତ୍ମକ ଭାବନା ଆଣି ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ କରାଉଥିବା ଲୋକଙ୍କର ବିଶ୍ୱାସ ରହିଛି। ‘ଫେଙ୍ଗ୍‌ସୁଇ’ର ଇଂରାଜୀରେ ଶାବ୍ଦିକ ଅନୁବାଦ ହେଉଛି ‘ବାୟୁ ଏବଂ ଜଳ’। ଏହି ଶବ୍ଦ ଏକ ସାଂସ୍କୃତିକ ଆଶୁ ଲିପିରୁ ଆସିଛି। ଏହି ଆଶୁ ଲିପିକୁ ଚୀନର ‘ଜିନ୍‌’ ନାମକ ରାଜବଂଶ ବ୍ୟବହାର କରୁଥିଲେ। ଚୀନ ସଂସ୍କୃତିରେ ‘ବାୟୁ ଏବଂ ଜଳ’କୁ ଉତ୍ତମ ସ୍ୱାସ୍ଥ୍ୟ ସହ ସାମଞ୍ଜସ୍ୟ ଥିବା କୁହାଯାଏ। ତେଣୁ ଏହି କଳାକୁ ସୌଭାଗ୍ୟପ୍ରାପ୍ତିର ଏକ ମାଧ୍ୟମ ବୋଲି କୁହାଯାଏ।ଫେଙ୍ଗ୍‌ସୁଇର ଇତିହାସ ବହୁତ ପୁରୁଣା। ଏକାଦଶ କିମ୍ବା ଦ୍ବାଦଶ ଶତାବ୍ଦୀରେ ଚୀନ ଚୁମ୍ବକୀୟ କମ୍ପାସ ଆବିଷ୍କାର କରିଥିବା କୁହାଯାଏ। ତେବେ ଚୁମ୍ବକୀୟ କମ୍ପାସ ଉଦ୍ଭାବନ ହେବାର ପ୍ରାୟ ୩୫୦୦ ବର୍ଷ ପୂର୍ବେ ଫେଙ୍ଗ୍‌ସୁଇର ଉତ୍ପତ୍ତି ହେଉଥିବା କୁହାଯାଉଛି। ଷାଠିଏ ଦଶକରେ ଚୀନରେ କମ୍ୟୁନିଷ୍ଟ ନେତା ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ଚାଲିଥିବା ସାମାଜିକ-ରାଜନୈତିକ ଆନ୍ଦୋଳନ ‘ସାଂସ୍କୃତିକ କ୍ରାନ୍ତି’ ସମୟରେ ଚୀନରେ ଫେଙ୍ଗ୍‌ସୁଇ କଳାକୁ ଦବାଇ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସେ ସମୟରେ ବିଶ୍ୱର ବିଭିନ୍ନ ସ୍ଥାନରେ, ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକାରେ ଫେଙ୍ଗସୁଇର ଲୋକପ୍ରିୟତା ବଢ଼ିଥିଲା।

ନକାରାତ୍ମକ ଶକ୍ତି ଦୂର ପାଇଁ ଫେଙ୍ଗ୍‌ସୁଇ
ଫେଙ୍ଗ୍‌ସୁଇର ପ୍ରତ୍ୟେକ ଜିନିଷ ନକାରାତ୍ମକ ଶକ୍ତି ଦୂର କରି ଚି’ ବା ଜୀବନ ଶକ୍ତି ସୃଷ୍ଟି କରିଥାଏ ବୋଲି ବିଶ୍ବାସ ରହିଛି। ଏସବୁ ମଧ୍ୟରୁ ଵିଣ୍ଡ ଚାଇମ୍‌ ଓ ଲାଲ୍‌ ରିବନ୍‌ରେ ବନ୍ଧା ହୋଇଥିବା କଏନ୍‌, ଥ୍ରୀଲେଗ୍‌ ଫ୍ରଗ୍‌, ଲାଫିଙ୍ଗ୍‌ ବୁଦ୍ଧ, ବାଉଁଶ ଗଛ, କ୍ରିଷ୍ଟାଲ୍‌ ଟର୍ଟଲ୍‌ ଏବଂ କ୍ରିଷ୍ଟାଲ୍‌ ଲୋଟସ୍‌, ମନି ବାଉଲ୍‌, ଫେଙ୍ଗ୍‌ସୁଇ ଘୋଡ଼ା, କ୍ରିଷ୍ଟାଲ୍‌ ଟ୍ରି, କଏନ୍‌ ଭର୍ତ୍ତି ଜାହାଜ ଏବଂ ଲାଲ୍‌ ରିବନ୍‌ରେ ବନ୍ଧା ଯାଇଥିବା କଏନ୍‌ ଆଦି ବେଶ୍‌ ମହତ୍ତ୍ବପୂର୍ଣ୍ଣ। ଲାଲ୍‌ ରିବନ୍‌ରେ ବନ୍ଧା ଯାଇଥିବା କଏନ୍‌ର ସଂଖ୍ୟା ବିଭିନ୍ନ ପ୍ରକାରର ରହିଥାଏ। ସମସ୍ୟା ଅନୁସାରେ ବାସ୍ତୁବିତ୍‌ମାନେ କହିଥାନ୍ତି ଯେ, କେତେ ସଂଖ୍ୟା ବିଶିଷ୍ଟ କଏନ୍‌ ସମାଧାନ ପାଇଁ ସହାୟକ ହୋଇଥାଏ।

ମେଳା ମହୋତ୍ସବରେ ଫେଙ୍ଗ୍‌ସୁଇ ସାମଗ୍ରୀର ଆକର୍ଷଣ
ସ୍ଥାନୀୟ ମେଳାରେ ଫେଙ୍ଗ୍‌ସୁଇର ଚାହିଦା ବଢ଼ୁଛି। ବିଶେଷ ଭାବରେ ୱିଣ୍ଡ୍ ଚାଇମ୍ସ ବିଭିନ୍ନ ଷ୍ଟଲ୍‌ଠାରୁ ଆରମ୍ଭ କରି ଫେରିବାଲା ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଉପଲବ୍ଧ। ୱିଣ୍ଡ୍ ଚାଇମ୍ସର ଲୋକପ୍ରିୟତା ରହିଛି। ମେଳା ମହୋତ୍ସବରେ ଲାଗୁଥିବା ପିଲାଙ୍କ ଏଜୁକେସନ୍‌ ଷ୍ଟଲ୍‌ଗୁଡ଼ିକରେ କ୍ରିଷ୍ଟାଲ୍ ଗ୍ଲୋବ୍, ଏଜୁକେସନ ଟାୱାର, କ୍ରିଷ୍ଟାଲ ଲୋଟସ୍ ଭଳି ଜିନିଷଗୁଡ଼ିକ ବିଶେଷ ବିକ୍ରି ହୋଇଥାଏ। ବର୍ତ୍ତମାନ ସମୟରେ ଫେଙ୍ଗ୍‌ସୁଇ ଜିନିଷଗୁଡ଼ିକ ମଧ୍ୟରୁ ଡ୍ରିମ୍ କ୍ୟାଚର୍‌ର ଚାହିଦା ବଢ଼ିବାରେ ଲାଗିଛି। ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଦୁଃସ୍ବପ୍ନକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ।

କ୍ୟାରିଅର୍‌ ପାଇଁ ଫେଙ୍ଗ୍‌ସୁଇ
ଫେଙ୍ଗ୍‌ସୁଇର ବିଭିନ୍ନ ଜିନିଷ ମଧ୍ୟରୁ କେତେକ ଜିନିଷ ପିଲାଙ୍କ ପଢ଼ା କୋଠରିରେ କିମ୍ବା ପଢ଼ା ଟେବୁଲ୍‌ ଉପରେ ଏଜୁକେସନ୍‌ ଟାୱାର୍, ଟ୍ୟୁବଲର୍‌ ବେଲ୍ସ, କ୍ରିଷ୍ଟାଲ୍‌ ବଲ୍‌, ଜେଡ୍‌ ପାଗୋଡ଼ା ଏବଂ ହେମାଟାଇଟ୍‌, କ୍ରିଷ୍ଟାଲ୍‌ ଗ୍ଲୋବ୍‌ ଓ କ୍ରିଷ୍ଟାଲ୍‌ ପିରାମିଡ୍‌, ଫେଙ୍ଗ୍‌ସୁଇ ଗ୍ରୀନ୍ ଲ୍ୟାମ୍ପ୍‌, ଲୁକ୍‌ ଫୁକ୍ ସାଓର ମୂର୍ତ୍ତି, ଲକି କ୍ୟାଟ୍‌ ରଖିବା ଦ୍ବାରା ସେମାନଙ୍କ ମଧ୍ୟରେ ଏକାଗ୍ରତା ଆସିବା ସହିତ କ୍ୟାରିଅର୍‌ରେ ସଫଳତା ମିଳିଥାଏ।

ଫେଙ୍ଗ୍‌ସୁଇ ପଛର ବିଜ୍ଞାନ
ଚୀନ୍‌ର ଧର୍ମୀୟ ବିଶ୍ବାସ ଅନୁସାରେ ଏଭଳି କିଛି ପଶୁପକ୍ଷୀ ଅଛନ୍ତି, ଯେଉଁମାନେ ନକାରାତ୍ମକ ଶକ୍ତି ଦୂର କରିବାରେ ସମର୍ଥ। ଏହା ସହିତ ଲାଫିଙ୍ଗ୍‌ ବୁଦ୍ଧ ଓ ଫୁକ୍‌ଲୁକ୍‌ସାଓ ମୂର୍ତ୍ତି ମଧ୍ୟ ଘରେ ରଖିବା ଦ୍ବାରା ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏହି ଧର୍ମୀୟ ବିଶ୍ବାସ ସହିତ ଏକ ବିଜ୍ଞାନସମ୍ମତ କାରଣ ମଧ୍ୟ ରହିଛି। ଫେଙ୍ଗ୍‌ସୁଇ ବିଜ୍ଞାନ ପାଞ୍ଚଟି ତତ୍ତ୍ବ ଯଥା – ଧାତୁ, ପୃଥ୍ବୀ, ଅଗ୍ନି, ଜଳ ଓ କାଠ ଉପରେ ଆଧାରିତ। ଏହି ପାଞ୍ଚଟି ତତ୍ତ୍ବ ପାଇଁ ୫ଟି ନିର୍ଦ୍ଦିଷ୍ଟ ଦିଗ ମଧ୍ୟ ଅଛି। କାଠ ପାଇଁ ପୂର୍ବ ଏବଂ ଦକ୍ଷିଣ-ପୂର୍ବ, ଅଗ୍ନି ପାଇଁ ଦକ୍ଷିଣ, ପୃଥ୍ବୀ ପାଇଁ ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପୂର୍ବ, ଧାତୁ ପାଇଁ ପଶ୍ଚିମ ଏବଂ ଉତ୍ତର- ପଶ୍ଚିମ, ଜଳ ପାଇଁ ଉତ୍ତର ଦିଗ। ଏହି ଦିଗରୁ ସୃଷ୍ଟି ହେଉଥିବା ନକାରାତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିଣତ କରିବା ପାଇଁ ଫେଙ୍ଗ୍‌ସୁଇର ବିଭିନ୍ନ ଜିନିଷକୁ ଦିଗ ଅନୁସାରେ ରଖିବାକୁ ହୁଏ।

ଫେଙ୍ଗ୍‌ସୁଇର ବିଭିନ୍ନ ଭିନିଷ ଏହି ପଞ୍ଚତତ୍ତ୍ବ ଦ୍ବାରା ପ୍ରସ୍ତୁତ ହୋଇଥାଏ। ତେଣୁ ଯେଉଁ ଫେଙ୍ଗ୍‌ସୁଇ ବସ୍ତୁ ଯେଉଁ ତତ୍ତ୍ବ ଦ୍ବାରା ନିର୍ମିତ, ଦିଗ ଅନୁଯାୟୀ ତାହାର ଚୁମ୍ବକୀୟ ପ୍ରକ୍ରିୟା ମାଧ୍ୟମରେ ଘରର ବାୟୁ ଓ ଜଳ ତତ୍ତ୍ବକୁ ନିୟନ୍ତ୍ରଣ କରି ସକାରାତ୍ମକ ପରିବେଶ ଜୀବନୀଶକ୍ତି ଚି’ ସୃଷ୍ଟି ହୋଇଥାଏ। ତେଣୁ ସୁଖଶକ୍ତି ୟାଙ୍ଗ୍‌ ଏବଂ ସମୃଦ୍ଧି ଶକ୍ତି ୟିନ୍‌କୁ ସମ୍ମିଶ୍ରଣ ଏବଂ ନିୟନ୍ତ୍ରଣ କରି ଜୀବନଶକ୍ତି ‘ଚି’ ବା ସକାରାତ୍ମକ ଶକ୍ତିକୁ ବୃଦ୍ଧି କରାଯାଇପାରିବ।

ଚାହିଦାରେ ଵିଣ୍ଡ୍‌ଚାଇମ୍‌, ଲାଫିଙ୍ଗ୍‌ ବୁଦ୍ଧ ଓ ବାମ୍ବୋ ଟ୍ରି
ନଜରଦୋଷ ଦୂର କରିବାଠାରୁ ଆରମ୍ଭ କରି ପାରିବାରିକ ଓ ସମାଜିକ ସ୍ତରରେ ସଫଳତା ପାଇବା ପାଇଁ ଫେଙ୍ଗ୍‌ସୁଇରେ ଅନେକ ଜିନିଷ ରହିଛି। କିନ୍ତୁ ସବୁଠାରୁ ଅଧିକ ଚାହିଦାରେ ରହିଛି ଵିଣ୍ଡ୍‌ ଚାଇମ୍, ଲାଫିଙ୍ଗ୍‌ ବୁଦ୍ଧ ଓ ବାଉଁଶ ଗଛ। ଏହି ତିନୋଟି ଚାହିଦାରେ ରହିବାର କାରଣ ହେଉଛି – ଏଗୁଡ଼ିକ ବହୁତ ପ୍ରକାରରେ ଉପଲବ୍ଧ। ଅନେକ ପ୍ରକାର ଲାଫିଙ୍ଗ୍‌ ବୁଦ୍ଧ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ଧନମୁଣା ଧରିଥିବା, ମାଳା ଧରିଥିବା, ପିଲାଙ୍କ ଗହଣରେ ଥିବା, ହାତ ଉପରକୁ ଟେକିଥିବା, ଶୋଇଥିବା, ଆଶୀର୍ବାଦ ମୁଦ୍ରାରେ ଥିବା ଲାଫିଙ୍ଗ୍‌ ବୁଦ୍ଧ, ହାତରେ ପଙ୍ଖା ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ, ହାତରେ ଥାଳି ଧରିଥିବା ଲାଫିଙ୍ଗ୍‌ ବୁଦ୍ଧ, ଧ୍ୟାନ କରୁଥିବା, ହାତୀ ଉପରେ ବସିଥିବା, ମାଛ ସହିତ ଲାଫିଙ୍ଗ୍‌ ବୁଦ୍ଧ, ଭିନ୍ନ ହସ୍ତମୁଦ୍ରାଯୁକ୍ତ ଲାଫିଙ୍ଗ୍‌ ବୁଦ୍ଧ ଇତ୍ୟାଦି। ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଏସବୁ ମଧ୍ୟରୁ ନିର୍ଦ୍ଦିଷ୍ଟ ପ୍ରକାର ମୂର୍ତ୍ତି ଘରେ କିମ୍ବା ଅଫିସ୍‌ରେ ରଖାଯାଏ। ତେଣୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲାଫିଙ୍ଗ୍‌ ବୁଦ୍ଧର ଚାହିଦା ଅଧିକ ରହିଛି। ସବୁ ବୟସ ବର୍ଗ ପାଇଁ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି। ସେହିପରି ଆଉ ଏକ ଫେଙ୍ଗ୍‌ସୁଇ ଜିନିଷ ହେଉଛି କାଚପାତ୍ରରେ ଥିବା ବାଉଁଶ ଗଛ। ଏହାକୁ ଘରେ ଏବଂ କାର୍ଯ୍ୟସ୍ଥଳରେ ରଖିପାରିବେ। ଏହି ବାଉଁଶ ଗଛ ମଧ୍ୟ ଅନେକ ପ୍ରକାର ରହିଛି। ଗୋଟିଏ ବାଉଁଶ, ଦୁଇଟି ବାଉଁଶ ଗଛ, ତିନିଟି ଏବଂ ଅଧିକ ବାଉଁଶଗଛ ଭିନ୍ନ ଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଵିଣ୍ଡ୍‌ ଚାଇମ୍‌ ମଧ୍ୟ ବିଭିନ୍ନ ପ୍ରକାର ରହିଛି। ଏଥିରେ ଥିବା ଧାତୁକାଠିଗୁଡ଼ିକ ଭିନ୍ନ ଭିନ୍ନ ସଂଖ୍ୟାରେ ରହିଥାଏ। ଏହି ସଂଖ୍ୟା ଅନୁସାରେ ବାସ୍ତୁବିତ୍‌ମାନେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥାନ୍ତି।

ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ଫେଙ୍ଗ୍‌ସୁଇର ଚାହିଦା
ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ଅନ୍‌ଲାଇନ୍‌ ସପିଙ୍ଗ୍‌ ସାଇଟ୍‌ରୁ ଫେଙ୍ଗ୍‌ସୁଇ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଲୋକଙ୍କ ଆଗ୍ରହକୁ ନଜରରେ ରଖି ଆମାଜନ୍‌, ଫ୍ଲିପ୍‌କାର୍ଡ, ମିନ୍ତ୍ରା, ସ୍ନାପ୍ ଡିଲ୍ ଏବଂ ଅନ୍ୟାନ୍ୟ ଅନ୍ ଲାଇନ ସପିଙ୍ଗ ଆପ୍‌ରେ ମଧ୍ୟ ଫେଙ୍ଗ୍‌ସୁଇ ଜିନିଷ ମିଳୁଛି। ଏହାଛଡ଼ା ମାଇଁ ପୂଜା ବକ୍ସ, ପ୍ଲସ୍ ଭାଲ୍ୟୁ ଇଣ୍ଡିଆ, ଇକ୍ରାଫ୍ଟ ଇଣ୍ଡିଆ, ଆଷ୍ଟ୍ରୋ ଦେବମ୍ ଭଳି ବାସ୍ତୁଭିତ୍ତିକ ଜିନିଷର ସପିଙ୍ଗ୍‌ ସାଇଟ୍‌ରେ ମଧ୍ୟ ଏହି ଜିନିଷଗୁଡ଼ିକ କିଣି ହେବ। ଏହା ବ୍ୟତୀତ ସ୍ଥାନୀୟ ବଜାରଗୁଡ଼ିକର ଉପହାର ଦୋକାନ, ବାସ୍ତୁ ଦୋକାନ ଏବଂ ଜ୍ୟୋତିର୍ବିଦ୍ ଦୋକାନରେ ଏହି ଜିନିଷ ସବୁ ମିଳି ଯାଉଛି। ସପିଙ୍ଗ୍‌ ଆପ୍‌ରେ କ୍ରିଷ୍ଟାଲ ଟ୍ରି, ଲାଫିଂ ବୁଦ୍ଧ, ଡ୍ରିମ୍ କ୍ୟାଚର, ଗୋଲ୍‌ଡେନ୍, ୱିଣ୍ଡ୍ ଚାଇମ୍ ଏବଂ କ୍ରିଷ୍ଟାଲ୍ କଇଁଛ ଭଳି ବିଭିନ୍ନ ପ୍ରକାରର ଫେଙ୍ଗ୍‌ସୁଇ ସାମଗ୍ରୀ ଉପଲବ୍ଧ। ଅନ୍‌ଲାଇନ୍‌ରେ ଫେଙ୍ଗ୍‌ସୁଇ ଜିନିଷଗୁଡ଼ିକର ଦାମ ୧୦୦ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ଫେଙ୍ଗ୍‌ସୁଇ
ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ପାଇଁ ପେଙ୍ଗ୍‌ସୁଇର ଅନେକ ଜିନିଷ ରହିଛି। ଏଥିପାଇଁ ମାଣ୍ଡାରିନ୍‌ ବତକର ଯୋଡ଼ା ରଖିବା ସବୁଠାରୁ ଉତ୍ତମ ହୋଇଥାଏ। ଫେଙ୍ଗ୍‌ସୁଇର ଓଟ ଯୋଡ଼ା ମଧ୍ୟ ଶୟନ କକ୍ଷରେ ରଖିବା ଦ୍ବାରା ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ସୁଦୃଢ଼ ହୋଇଥାଏ। ଫେଙ୍ଗସୁଇ ବଟରଫ୍ଲାଏ, ଲଭ୍‌ବାର୍ଡ ଏବଂ ଗୋଲ୍‌ଡ ଫିସ୍‌ ଥିବା ଆକ୍ବାରିୟମ୍‌ ମଧ୍ୟ ପ୍ରେମ ସମ୍ପର୍କକୁ ମଜଭୁତ୍‌ କରିଥାଏ ବୋଲି ଫେଙ୍ଗ୍‌ସୁଇରେ ମାନ୍ୟତା ରହିଛି।

ଅନ୍‌ଲାଇନ୍‌ରେ ବାସ୍ତୁବିତ୍‌ଙ୍କ ପରାମର୍ଶ
ଆମକୁ ଜ୍ୟୋତିଷ କିମ୍ବା ବାସ୍ତୁ ସମ୍ବନ୍ଧରେ କିଛି ଜାଣିବାକୁ ହେଲେ ଜ୍ୟୋତିଷଙ୍କ ନିକଟକୁ ଯିବାକୁ ହୁଏ। ହେଲେ ବର୍ତ୍ତମାନର ଅନ୍‌ଲାଇନ୍ ଯୁଗରେ ବିଭିନ୍ନ ଆପ୍ ଏବଂ ସାଇଟ୍ ମାଧ୍ୟମରେ ଜ୍ୟୋତିର୍ବିଦଙ୍କ ପରାମର୍ଶ ମିଳିପାରୁଛି। ଏହା ସହିତ ପେଙ୍ଗ୍‌ସୁଇର କେଉଁ ଜିନିଷ ଘରେ ରଖିବା ଲାଭଦାୟକ, ତାହାକୁ ନେଇ ମଧ୍ୟ ଅନ୍‌ଲାଇନ୍‌ ପରାମର୍ଶ ସୁବିଧା ରହିଛି। ଆଷ୍ଟ୍ରୋଯୋଗୀ, ଯୋଇ ଆପ୍ ଅନ୍‌ଲାଇନ୍, ବାସ୍ତୁୟସ୍‌, ଏମ୍‌ଏସ୍ ଫେଙ୍ଗସୁଇ, ମୋରିସ୍ ଫେଙ୍ଗ୍‌ସୁଇ ଭଳି ବିଭିନ୍ନ ୱେବସାଇଟ୍ ଜରିଆରେ ଦେଶ ଏବଂ ବିଦେଶର ବିଭିନ୍ନ ଦକ୍ଷ ଜ୍ୟୋତିର୍ବିଦଙ୍କଠାରୁ ଫେଙ୍ଗସୁଇ ସମ୍ପର୍କିତ ପରାମର୍ଶ ନିଆଯାଇ ପାରୁଛି।

ଚାହିଦାରେ ଗହଣା, ମଙ୍ଗଳସୂତ୍ରରେ ଇଭିଲ୍‌ ଆଏ ଡିଜାଇନ୍‌
ଅତ୍ୟାଧୁନିକ ଫେଶନ୍‌କୁ ବେଶ୍‌ ପସନ୍ଦ କରୁଥିବା ଯୁବପିଢ଼ିଙ୍କ ପାଇଁ ଧାରା ପାଲଟିଛି ଫେଙ୍ଗ୍‌ସୁଇ ଗହଣା। ନଜରଦୋଷ ଦୂର କରୁଥିବା ଫେଙ୍ଗ୍‌ସୁଇ ଜିନିଷ ‘ଇଭିଲ୍‌ ଆଏ’ ଏବେ ଲକେଟ୍‌, କାନଫୁଲ, ବ୍ରେସ୍‌ଲେଟ୍‌ ଇତ୍ୟାଦିରେ ଡିଜାଇନ୍‌ କରାଯାଉଛି। ଏହା ଏତେ ଲୋକପ୍ରିୟ ଯେ,ମଙ୍ଗଳସୂତ୍ରରେ ମଧ୍ୟ ଇଭିଲ୍‌ ଆଏ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଏବେ ଫେଙ୍ଗ୍‌ସୁଇର ପିକ୍‌ସିଉ ମୁଦି ଅଧିକ ଚାହିଦାରେ ରହିଛି। ପିକ୍‌ସିଉ ହେଉଛି ଚୀନ୍‌ର ଏକ ପୌରାଣିକ ପ୍ରାଣୀ। ଏହି ପ୍ରାଣୀର ଚିତ୍ର ଖୋଦିତ ହାତମୁଦି ପିନ୍ଧିବା ଦ୍ବାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହିତ ସ୍ବାସ୍ଥ୍ୟ ଭଲ ରହିଥାଏ। ଜେଡ୍‌ ଫେଙ୍ଗ୍‌ସୁଇ ରିଙ୍ଗ୍‌, ଏମୋଥିଷ୍ଟ୍‌ ରିଙ୍ଗ୍‌, ଗାର୍ନେଟ୍‌ ରିଙ୍ଗ୍, କ୍ଲଷ୍ଟର୍ଡ ରିଙ୍ଗ୍‌ ଭଳି ଅନେକ ହାତମୁଦି ରହିଛି, ଯାହାକି ସୌନ୍ଦର୍ଯ୍ୟବର୍ଦ୍ଧକ ସହିତ ବିଭିନ୍ନ ପ୍ରକାର ସମସ୍ୟା ଦୂର କରିଥାଏ ବୋଲି ବିଶ୍ବାସ ରହିଛି। ପିକ୍‌ସିଉର ବ୍ରେସ୍‌ଲେଟ୍‌ ମଧ୍ୟ ଚାହିଦାରେ ଅଛି। ଖରାପ ସ୍ବପ୍ନ ଦୂର କରିବାକୁ ଫେଙ୍ଗ୍‌ସୁଇର ଡ୍ରିମ୍‌ କ୍ୟାଚର୍‌ ଏବେ ଯୁବତୀଙ୍କ ପାଇଁ ଟ୍ରେଣ୍ଡି କାନଫୁଲର ରୂପ ନେଇଛି। କଇଁଛ ମୁଦି, ଡ୍ରାଗନ୍‌ କଏନ୍‌, ୟିନ୍‌ ୟାଙ୍ଗ୍‌ ଆମ୍ୟୁଲେଟ୍‌, ଫେଙ୍ଗ୍‌ସୁଇ ହାତୀ ଆଦି ଫେଙ୍ଗ୍‌ସୁଇ ଗହଣା ତାଲିକାରେ ସାମିଲ୍‌ ହୋଇଛି। ଧନୀକୁ ଆକର୍ଷିତ କରିବା ପାଇଁ ଟାଇଗର୍‌ ଆଏ ନାମକ ଏକ ଫେଙ୍ଗ୍‌ସୁଇ ଜିନିଷକୁ ଲକେଟ୍‌ ଭାବେ ବ୍ୟବହାର କରାଯାଉଛି।

18 Jun 2023 By The Sakala

https://www.thesakala.in/special/lets-know-what-is-feng-shui-and-how-is-it-a-watchtower-of-positive-energy/article-22706
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର