ଜନ୍ମବାରରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ବ ଓ ସ୍ବଭାବ…..

The Sakala Picture
Published On

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକ, ରାଶି, ଜନ୍ମତିଥିରୁ ଯେଭଳି ଜଣକ ବ୍ୟକ୍ତିତ୍ବ ଓ ସ୍ବଭାବ ସମ୍ପର୍କରେ ଜାଣି ହୁଏ। ଠିକ୍‌ ସେହିପରି ଜନ୍ମବାରରୁ ଜଣଙ୍କ ସ୍ବଭାବ ଓ ବ୍ୟବହାର ବାବଦରେ ଜାଣିବା ସମ୍ଭବ। ଏହି କ୍ରମରେ କେଉଁ ବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ସ୍ବଭାବ କିଭଳି ହୋଇଥାଏ, ସେ ସମ୍ପର୍କରେ ଜାଣିବା। ରବିବାର: ରବିବାର ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ସେମାନଙ୍କଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ପ୍ରାଣୀଙ୍କୁ ମଧ୍ୟ ନିଜ ପ୍ରତି ଆକର୍ଷିତ କରିବାର […]

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକ, ରାଶି, ଜନ୍ମତିଥିରୁ ଯେଭଳି ଜଣକ ବ୍ୟକ୍ତିତ୍ବ ଓ ସ୍ବଭାବ ସମ୍ପର୍କରେ ଜାଣି ହୁଏ। ଠିକ୍‌ ସେହିପରି ଜନ୍ମବାରରୁ ଜଣଙ୍କ ସ୍ବଭାବ ଓ ବ୍ୟବହାର ବାବଦରେ ଜାଣିବା ସମ୍ଭବ। ଏହି କ୍ରମରେ କେଉଁ ବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ସ୍ବଭାବ କିଭଳି ହୋଇଥାଏ, ସେ ସମ୍ପର୍କରେ ଜାଣିବା।

ରବିବାର: ରବିବାର ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ସେମାନଙ୍କଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ପ୍ରାଣୀଙ୍କୁ ମଧ୍ୟ ନିଜ ପ୍ରତି ଆକର୍ଷିତ କରିବାର କଳା ଥାଏ। ସେହିପରି ଏଭଳି ଲୋକେ ସହଜରେ ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କୁ ପ୍ରଭାବିତ କରିପାରନ୍ତି। ମୁକ୍ତ ଚିନ୍ତାଧାରାର ହୋଇଥିବା ବେଳେ ସ୍ବାଧୀନତାକୁ ଭଲପାଆନ୍ତି। ସେହିପରି ଥରେ ଯାହା ନିର୍ଣ୍ଣୟ ନେଇଥାନ୍ତି, ସେମାନେ ସେହି କାମ କରନ୍ତି।

ସୋମବାର: ଏହି ବାରରେ ଜନ୍ମିତ ବ୍ୟକ୍ତି ସ୍ବଭାବରେ ଯତ୍ନବାନ ହୋଇଥାନ୍ତି। ଲୋକଙ୍କୁ ସୁରକ୍ଷିତ ଓ ସହଜ ଅନୁଭବ କରାଇବାକୁ ସେମାନେ ଭଲପାଆନ୍ତି। ଲୋକଙ୍କ ସହ ସହଜରେ ମିଶି ଯାଆନ୍ତି। ତେଣୁ ଲୋକଙ୍କଠାରୁ ଦୂରେଇବା କଷ୍ଟକର ହୁଏ। ଘରେ ରହିବାକୁ ଭଲପାଆନ୍ତି ଏବଂ ଘରେ ହିଁ ସେମାନେ ବାସ୍ତବିକ ଶାନ୍ତିକୁ ଅନୁଭବ କରନ୍ତି।

ମଙ୍ଗଳବାର: ଯେଉଁ ବ୍ୟକ୍ତି ମଙ୍ଗଳବାର ଜନ୍ମଗ୍ରହଣ କରିଥାନ୍ତି, ସେମାନେ ଉର୍ଜାବାନ ହୋଇଥାନ୍ତି। ସବୁବେଳେ କିଛି ନୂଆ କରିବାକୁ ପ୍ରସ୍ତୁତ ଥାନ୍ତି। ଏଭଳି ଲୋକଙ୍କ ଗୋଡ଼ ହଲାଇବା ଅଭ୍ୟାସ ଥାଏ। ତେବେ ନୂଆ ଜିନିଷ ସନ୍ଧାନ କରିବାକୁ ପସନ୍ଦ କରନ୍ତି ଏବଂ ବୁଝି ବିଚାରି କଥା କୁହନ୍ତି।

ବୁଧବାର: ଯେଉଁମାନେ ବୁଧବାରରେ ଜନ୍ମ ହୋଇଥାନ୍ତି, ସେମାନେ ଯୋଗାଯୋଗ ମାମଲାରେ କୁଶଳୀ ହୋଇଥାନ୍ତି। ଏଭଳି ବ୍ୟକ୍ତିଙ୍କଠାରେ କଥା ମାଧ୍ୟମରେ ଅନ୍ୟକୁ ସହଜରେ ପ୍ରଭାବିତ କରିବାର କ୍ଷମତା ଥାଏ। ବେବେଳେବେଳେ ବେପରୁଆ ମନୋଭାବ ଦେଖାନ୍ତି। ଭ୍ରମଣ ପ୍ରିୟ ହୋଇଥିବା ବେଳେ ଅନ୍ୟମାନଙ୍କଠାରୁ ବେଶି କିଛି ଆଶା ରଖନ୍ତି ନାହିଁ।

ଗୁରୁବାର: ଗୁରୁବାର ଜନ୍ମିତ ବ୍ୟକ୍ତି ସୌଭାଗ୍ୟଶାଳୀ ଓ ଉତ୍ତମ ପରାମର୍ଶଦାତା ହୋଇଥାନ୍ତି। ଠିକ୍‌ ସମୟରେ ଉନ୍ନତି କରିବା ସହ ଖୁସି ଅନୁଭବ କରନ୍ତି। ସେମାନଙ୍କର ଅନ୍ୟତମ ବିଶେଷତ୍ତ୍ବ ହେଉଛି, ପରିବାର କଥା ବହୁତ ଚିନ୍ତା କରନ୍ତି। ଏଭଳି ଲୋକ ଶୀଘ୍ର ଏବଂ ସହଜରେ ବିରକ୍ତି ହୋଇଥାନ୍ତି। ତେଣୁ ଜୀବନକୁ ରୋମାଞ୍ଚକର କରିବା ପାଇଁ ନୂଆ ଉପାୟର ଖୋଜନ୍ତି।

ଶୁକ୍ରବାର: ଉକ୍ତ ବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଆକର୍ଷଣୀୟ ଓ ସୃଜନାତ୍ମକ ହୋଇଥାନ୍ତି। ଆରାମ ଓ ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ପସନ୍ଦ କରନ୍ତି। ସବୁ କାମରେ ପୂର୍ଣ୍ଣତା ଚାହିଁଥାନ୍ତି। ବିଶେଷକରି ପ୍ରେମ ବ୍ୟାପାରରେ।

ଶନିବାର: ଶନିବାର ଜନ୍ମିତ ବ୍ୟକ୍ତି ସ୍ବଭାବରେ କଠିନ ପରିଶ୍ରମୀ, ବିଶ୍ବାସଯୋଗ୍ୟ ଏବଂ ଦାୟିତ୍ବବାନ ହୋଇଥାନ୍ତି। ଯେଉଁ କାମ କରନ୍ତି, ସେଥିରେ ବୁଡ଼ି ରହିବାକୁ ପସନ୍ଦ କରନ୍ତି। ସେମାନଙ୍କରଠାରେ ଉତ୍ତମ ବ୍ୟାବସାୟିକ କଳା ଥାଏ। ସେହିପରି ସ୍ବଭାବରେ ଲାଜକୁଳା ହୋଇଥିବାରୁ ଏକାକୀ ଓ ଅଲଗା ରହିବାକୁ ଭଲପାଆନ୍ତି। ଏପରିକି ବେଳେ ବେଳେ ପ୍ରେମ ମାମଲାରୁ ଦୂରେଇ ରହନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର