ବଦଳିଛି ଧାରା, ଏବେ ଛୋଟ ଆକୃତିର ଘରେ ଆସବାବପତ୍ରକୁ ନେଇ ସୁନ୍ଦର ସାଜସଜ୍ଜା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଗୃହକର୍ତ୍ତା

The Sakala Picture
Published On

ଭୁବନେଶ୍ୱର(ବରୁଣ, ବିଶ୍ବଜିତ୍‌): ଘର ପାଇଁ ଆସବାବପତ୍ରର ଯେତିକି ଆବଶ୍ୟକତା ଥାଏ ସେତିକି ଆକର୍ଷଣୀୟ ମଧ୍ୟ ହୋଇଥାଏ। ତେଣୁ ରାଜରାଜୁଡ଼ା ଅମଳରୁ ରାଜସିଂହାସନଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ତଥା ଘରେ ଘରେ ଆସବାବପତ୍ର ବ୍ୟବହାର ହୋଇ ଆସୁଛି ଓ ଚାହିଦା ମଧ୍ୟ ସେହି ଅନୁଯାୟୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଭୁବନେଶ୍ବର ଭଳି ସହରରେ ବିଭିନ୍ନ ପ୍ରକାରର ଡିଜାଇନ୍‌ର ଫର୍ଣ୍ଣିଚର୍‌ ବିକ୍ରି ହେଉଛି। ଆସବାବପତ୍ର ଆମଦାନି, ବିକ୍ରି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। […]

ଭୁବନେଶ୍ୱର(ବରୁଣ, ବିଶ୍ବଜିତ୍‌): ଘର ପାଇଁ ଆସବାବପତ୍ରର ଯେତିକି ଆବଶ୍ୟକତା ଥାଏ ସେତିକି ଆକର୍ଷଣୀୟ ମଧ୍ୟ ହୋଇଥାଏ। ତେଣୁ ରାଜରାଜୁଡ଼ା ଅମଳରୁ ରାଜସିଂହାସନଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ତଥା ଘରେ ଘରେ ଆସବାବପତ୍ର ବ୍ୟବହାର ହୋଇ ଆସୁଛି ଓ ଚାହିଦା ମଧ୍ୟ ସେହି ଅନୁଯାୟୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଭୁବନେଶ୍ବର ଭଳି ସହରରେ ବିଭିନ୍ନ ପ୍ରକାରର ଡିଜାଇନ୍‌ର ଫର୍ଣ୍ଣିଚର୍‌ ବିକ୍ରି ହେଉଛି। ଆସବାବପତ୍ର ଆମଦାନି, ବିକ୍ରି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସବାବପତ୍ରକୁ ନେଇ ଭୁବନେଶ୍ବରରେ ଏକ ବିରାଟ ବଜାର ମଧ୍ୟ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ହାତ ତିଆରିରୁ ବ୍ରାଣ୍ଡେଡ୍‌ ଫର୍ଣ୍ଣିଚର
ପୂର୍ବାପେକ୍ଷା ବିଳାସପୂର୍ଣ୍ଣ କୋଠା ନିର୍ମାଣ ଢେର୍ ବୃଦ୍ଧି ପାଇଛି। ସାଦାସିଧା ଘର ଅପେକ୍ଷା ଲୋକମାନେ ବିଭିନ୍ନ ଡିଜାଇନ୍‌ର ଘର ତିଆରି କରୁଛନ୍ତି । ରାଜକୀୟ ଶୈଳୀର କୋଠା ସାଙ୍ଗକୁ ବିଭିନ୍ନ ଡିଜାଇନର ଫର୍ଣ୍ଣିଚର ଘରକୁ ଆହୁରି ସୁନ୍ଦର କରୁଛି। ପୂର୍ବରୁ ଆସବାବପତ୍ର ତିଆରି କରିବା ପାଇଁ ଲୋକମାନେ ଗାଁ ଗଣ୍ଡାରେ ଥିବା ବଢ଼େଇ ମାନଙ୍କ ଉପରେ ନିର୍ଭର କରୁଥିଲେ। ହେଲେ ଏବେ ସେ ଧାରା ବଦଳିଛି। କରତ ଓ ରନ୍ଧା ମାରି ବିଭିନ୍ନ ଆସବାବପତ୍ର ତିଆରି ହେଉଥିବାବେଳେ ଏବେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯାଉଛି। ଦେଶୀ ଷ୍ଟାଇଲ ଆସବାବପତ୍ର ଅପେକ୍ଷା ବ୍ରାଣ୍ଡେଡ ଫର୍ଣ୍ଣିଚରକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଲୋକଙ୍କ ଚାହିଦାକୁ ପୂରଣ କରିବାକୁ ବଡ଼ବଡ଼ ଫର୍ଣ୍ଣିଚର କମ୍ପାନୀଗୁଡ଼ିକ ମଧ୍ୟ ସମସ୍ତ ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ଅଭିଜ୍ଞ ମିସ୍ତ୍ରିମାନେ ଯନ୍ତ୍ରପାତି ବ୍ୟବହାର କରି ବିଭିନ୍ନ ଆସବାବପତ୍ର ତିଆରି କରୁଛନ୍ତି। ଆଉ କମ୍ ଲୋକ ଓ ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଆକର୍ଷଣୀୟ ଆସବାବପତ୍ର ତିଆରି ହୋଇପାରୁଛି। ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ ପଡ଼ୁଥିଲେ ମଧ୍ୟ ଲୋକମାନେ ଘର ସଜେଇବା ପାଇଁ ବ୍ରାଣ୍ଡ କମ୍ପାନୀର ଆସବାବପତ୍ର କିଣୁଛନ୍ତି।

ଫୋଲ୍‌ଡିଂ ଆସବାବର ଚାହିଦା
ଧୀରେ ଧୀରେ ଆକାଶଛୁଆଁ ହେଉଛି ଜମିର ମୂଲ୍ୟ। ତେଣୁ ଅଳ୍ପ ସ୍ଥାନରେ ନୂଆ ଆକୃତିର ଘର ସ୍ଥାପତ୍ୟ କଳାକୁ ଆଧାର କରି କରିବାକୁ ଗୁରୁତ୍ୱ ଦିଆଯାଉଛି । ଛୋଟ ଆକୃତିର ଘରେ ଆସବାବପତ୍ରକୁ ନେଇ ସୁନ୍ଦର ସାଜସଜ୍ଜା କରିବା ପାଇଁ ଗୃହକର୍ତ୍ତାମାନେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସମୟପୋଯୋଗୀ ସାଜସଜ୍ଜାକୁ ଆଖିଆଗରେ ରଖି ଆସବାବପତ୍ର କିଣିବାକୁ ଚାହୁଁଛନ୍ତି। ଆବଶ୍ୟକତା ଅନୁଯାୟୀ ଅଳ୍ପ ଫର୍ଣ୍ଣିଚର ବହୁ କାମରେ ଲଗେଇବାକୁ ସମସ୍ତେ ଚାହାଁନ୍ତି। ସେଥିପାଇଁ ଫୋଲଡିଂ ଆସବାବପତ୍ରର ଚାହିଦା ଢେର ବଢ଼ୁଛି। ଗୋଟିଏ ଆସବାବପତ୍ର ଆବଶ୍ୟକତା ଅନୁଯାୟୀ ବହୁ ପ୍ରକାର କାମରେ ଲାଗୁଛି। ଯେପରିକି ଗୋଟିଏ ବେଡକୁ ଭାଙ୍ଗି ସୋଫା, ପୁଣି ତାକୁ ଭାଙ୍ଗି କାନ୍ଥରେ ଟଙ୍ଗା ଯାଇ ପାରୁଛି। ଯେତେବେଳେ ଯାହାର ଆବଶ୍ୟକତା ପଡୁଛି, ତଦନୁସାରେ ବ୍ୟବହାର ହେଉଛି। ସେହିପରି ଷ୍ଟଡି ଟେବୁଲ, ଆଲଣା, ଡାଇନିଂ ଆଦିକୁ ବହୁମୂଖୀ କାର୍ଯ୍ୟରେ ବ୍ୟବହାର ହୋଇପାରୁଛି।

କାଠର ଅଭାବ ପୂରଣ କରୁଛି ପ୍ଲାଏ
ଆସବାବପତ୍ର କହିଲେ ମୁଖ୍ୟତଃ କାଠରେ ତିଆରି ସାମଗ୍ରୀକୁ ବୁଝାଇଥାଏ। ପୂର୍ବରୁ ସମସ୍ତ ଜିନିଷ କାଠରେ ହିଁ ତିଆରି ହେଉଥିଲା। ଏଥିପାଇଁ ଜଙ୍ଗଲ ଧ୍ଵଂସ ହେବା କାରଣରୁ ପରିବେଶର ସନ୍ତୁଳନ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହେଉଛି । ସରକାରଙ୍କ କଠୋର ଜଙ୍ଗଲ ନୀତି ପରେ କାଠର ବିକଳ୍ପ ଭାବେ ପ୍ଲାଏ ବଜାରକୁ ଆସିଛି। ବର୍ତ୍ତମାନ୍ କାଠର ଅଭାବକୁ ବହୁମାତ୍ରାରେ ପୂରଣ କରିବାରେ ଏହା ସକ୍ଷମ ହୋଇଛି। କେବଳ ଯେ ବିକଳ୍ପ ନୁହେଁ, ଲୋକଙ୍କ ପସନ୍ଦ ମଧ୍ୟ ପାଲଟିଛି। କାଠ ଅପେକ୍ଷା ସୁଲଭ ମୂଲ୍ୟରେ ପ୍ଲାଏଗୁଡ଼ିକ ଉପଲବ୍ଧ ହେଉଛି। ଯାହାଦ୍ୱାରା ଗରିବଙ୍କ ଠାରୁ ମଧ୍ୟବିତ୍ତ ସମସ୍ତେ ଏହାର ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ବିଭିନ୍ନ ମୋଟେଇର ପ୍ଲାଏ ଭିନ୍ନ ଭିନ୍ନ କାମରେ ବ୍ୟବହୃତ ହେଉଛି। ଏହା ଉପରେ ସନ୍‌ମାଇକା ଚାଦର ବିଛାଇଲେ ସୌନ୍ଦର୍ଯ୍ୟ ଆଖି ଝଲସାଇ ଦେଉଛି। ପଲଙ୍କ, ସୋଫା, ଅଲଣା, ଆଲମିରା, ଟେବୁଲ ଠାରୁ ଆରମ୍ଭକରି ସବୁକିଛି ପ୍ଲାଏ ଦ୍ଵାରା ନିର୍ମାଣ କରାଯାଇ ପାରୁଛି।

ଚୌକାଠରୁ କଙ୍କ୍ରିଟ୍ ଦ୍ବାରବନ୍ଧ
ଦୁଆର ମୁହଁରେ କବାଟ ଲଗାଇବା ପୂର୍ବରୁ ଚୌକାଠ ଲଗାଯାଏ। ଯାହାକୁ ଦୁଆରବନ୍ଧ ମଧ୍ୟ କୁହାଯାଏ। ଏହା ଚାରି କାଠ ବିଶିଷ୍ଟ ଆୟତାକାର ଆକୃତିର ହୋଇଥାଏ। କବାଟକୁ ଦୃଢ଼ ଭାବେ ଧରିରଖିବା ସହ ସମ୍ପୂର୍ଣ୍ଣ ନିବୁଜ ରଖିଥାଏ । କ୍ରମେ କାଠର ଅଭାବ ଯୋଗୁଁ ଏହା ତିନୋଟି କାଠରେ ପରିବର୍ତ୍ତିତ ହୋଇଛି। ତଳ ପାଖର କାଠ ଦେଖାଯାଉନାହଁ। ଆଜିକାଲି ଅଧିକାଂଶ ଲୋକ ଚଟାଣରେ ଟାଇଲ ବିଛାଉଥିବାରୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ତଳ କାଠ ଆବଶ୍ୟକ କରୁନାହାଁନ୍ତି। ଖାଲି ସେତିକି ନୁହେଁ, ତିନି କାଠ ବଦଳରେ ଏବେ କଙ୍କ୍ରିଟର ବ୍ୟବହାର ହେଉଛି। ଘରର ମାପ ଅନୁସାରେ ଏହାର ତିଆରି କରାଯାଉଛି। କାଠର ଅଭାବ ଏହି ବିକଳ୍ପ ପନ୍ଥା ଦିଗରେ ବାଟ ଫିଟାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଘର ନ ହେଉଣୁ ପ୍ଲାନିଂ
ପୂର୍ବରୁ ଘରଦ୍ୱାର ତିଆରି କରାଯିବା ପରେ ଆସବାବପତ୍ର କଥା ଚିନ୍ତା କରାଯାଉଥିଲା। ଗୃହ ନିର୍ମାଣ ସରିବା ପରେ ଯାଇ ଖଟ, ସୋଫା, ଆଲେଣା, ଡାଇନିଂ ଟେବୁଲ୍, ଡ୍ରେସିଂ ଟେବୁଲ୍ ଆଦି ଆସବାବପତ୍ର କିଣା ଯାଉଥିଲା । ଏବେ ଘର ନିର୍ମାଣ ପାଇଁ ଆର୍ଟିଟେକମାନେ ପ୍ଲାନ ଦେବାପରେ ହିଁ ଆସବାବପତ୍ର କଥା ଚିନ୍ତା କରାଯାଉଛି। ବିଭିନ୍ନ ରୁମ୍, ଡାଇନିଂ, ଡ୍ରଇଂ ରୁମ ଆଦିର ଲମ୍ବା, ଓସାର ଜଣାପଡ଼ିବା ପରେ ଲୋକମାନେ ଆସବାବପତ୍ର ତିଆରି ପାଇଁ ବରାଦ ଦେଉଛନ୍ତି। ବିଭିନ୍ନ ଆସବାବପତ୍ର ବା ଇଣ୍ଟେରିଅର ବ୍ୟବସାୟୀମାନେ ଗ୍ରାହକଙ୍କ ଘରକୁ ଏକ ଟିମ୍ ପଠାଉଛନ୍ତି। ଆସବାବପତ୍ର ଡିଜାଇନର୍‌ଙ୍କ ଟିମ୍ ଗ୍ରାହକଙ୍କ ନିର୍ମାଣାଧୀନ ଘରକୁ ଯାଉଛନ୍ତି। କେଉଁ ଘରର ଲମ୍ବା ଓ ଓସାର କେତେ, କେଉଁଠି ଖଟ ରହିବ, କେଉଁଠାରେ ସୋଫା ପଡ଼ିବ, ଡାଇନିଂ ଟେବୁଲ୍ କୋଉଠି ରହିବ ଏସବୁ ଡିଜାଇନର ଟିମ୍ ହିଁ ନିର୍ଣ୍ଣୟ କରୁଛନ୍ତି । ଆଉ କେଉଁ ପ୍ରକାରର ଆସବାବପତ୍ର କେଉଁ ଜାଗାରେ ରହିଲେ ଭଲ ଦିଶିବ ଓ ରୋଷେଇ ଘରର ଇଣ୍ଟେରିଅର୍‌ ଡିଜାଇନ କିଭଳି ହେବ ସେନେଇ ମଧ୍ୟ ଦୃଷ୍ଟି ଦେଉଛନ୍ତି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏସବୁ ଦେଖିବା ସମୟରେ ବାସ୍ତୁଶାସ୍ତ୍ର ଅନୁସାରେ ଦିଗକୁ ମଧ୍ୟ ଧ୍ୟାନ ଦେଉଛନ୍ତି। କେଉଁ ଆସବାବପତ୍ର କେଉଁଠି ରହିବ ନିର୍ଣ୍ଣୟ ହେବାପରେ ଡିଜାଇନର ଟିମ୍ ଗ୍ରାହକଙ୍କୁ ବିଭିନ୍ନ ଡିଜାଇନର ଆସବାବପତ୍ର ଦେଖାଉଛନ୍ତି। ଗ୍ରାହକ ନିଜ ପସନ୍ଦର ଆସବାବପତ୍ର ଚଏସ କରିବା ପରେ ଡିଜାଇନର ଟିମ୍ ମିସ୍ତ୍ରିମାନଙ୍କୁ ନେଇ ତିଆରି କରିବାରେ ଲାଗି ଯାଉଛନ୍ତି । ସେପଟେ ଘର ନିର୍ମାଣ ସରିବା ପୂର୍ବରୁ ଏପଟେ ଆସବାବପତ୍ର ତିଆରି ସରି ଯାଉଛି। କେବଳ ଟଙ୍କା ଦେବା ଛଡ଼ା ଗ୍ରାହକମାନଙ୍କର ଆଉ କୌଣସି ଦାୟିତ୍ୱ ରହୁନାହିଁ । ବ୍ୟବସାୟୀମାନେ ଆସବାବପତ୍ର ତିଆରି କରିବା ପରେ ଗ୍ରାହକଙ୍କ ଘରକୁ ତାଙ୍କ କର୍ମଚାରୀ ପଠାଇ ସେଗୁଡ଼ିକ ଫିଟିଂ କରୁଛନ୍ତି।

ଦେଶବିଦେଶରୁ ଆସୁଛି କଞ୍ଚାମାଲ
ବିଭିନ୍ନ ପ୍ରକାରର ଆସବାବପତ୍ର ପାଇଁ କେବଳ ଦେଶ ନୁହଁ ଦେଶ ବାହାରରୁ ମଧ୍ୟ କଞ୍ଚାମାଲ ଆମଦାନୀ କରାଯାଉଛି । ସୋଫାରେ ବ୍ୟବହୃତ ଫେବ୍ରିକ ମୁମ୍ବାଇ, ଦିଲ୍ଲୀ, ରାଇପୁର ସମେତ ବିଭିନ୍ନ ସହରରୁ ଆସୁଥିବା ବେଳେ ଅଷ୍ଟ୍ରିଆ ଓ ୟୁରୋପ ଆଦି ଦେଶଗୁଡ଼ିକରୁ କାଠ, ସଲିଡ୍‌ କାଠ, ବିନିଅର ଭଳି କଞ୍ଚାମାଲ ଆମଦାନୀ କରାଯାଉଛି। ଫର୍ଣ୍ଣିଚର ତିଆରିରେ ବ୍ୟବହୃତ କଟିଂ, ପ୍ରୋସିଂ ଆଦି ଯନ୍ତ୍ରପାତିଗୁଡ଼ିକ ମଧ୍ୟ ଜର୍ମାନରୁ ଆସୁଛି । ଦେଶର ବିଭିନ୍ନ ରାଜ୍ୟରୁ ପ୍ରଶିକ୍ଷଣ ନେଇଥିବା ମିସ୍ତ୍ରିମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଆକର୍ଷଣୀୟ ଫର୍ଣ୍ଣିଚର ତିଆରି କରୁଛନ୍ତି। ସେହିପରି ରାଜସ୍ଥାନ, ପଶ୍ଚିମବଙ୍ଗ ସମେତ ଉତ୍ତରପ୍ରଦେଶର ରାମପୁର, ଲକ୍ଷ୍ନୌ ଆଦିର ମିସ୍ତ୍ରିମାନଙ୍କ ଆସବାବପତ୍ର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟ ଲୋକଙ୍କ ପସନ୍ଦ ପାଲଟିଛି। ଏସବୁକୁ ଆଖି ଆଗରେ ରଖି ବ୍ୟବସାୟୀମାନେ ବିଭିନ୍ନ ରାଜ୍ୟର ମିସ୍ତ୍ରିମାନଙ୍କୁ ଆଣି ଫର୍ଣ୍ଣିଚର ତିଆରି କରୁଛନ୍ତି। ଓଡ଼ିଶାରେ ତିଆରି ହେଉଥିବା ଫର୍ଣ୍ଣିଚର କେବଳ ଓଡ଼ିଶାରେ ବିକ୍ରି ହେଉନାହିଁ। ଓଡ଼ିଶା ନିର୍ମିତ ବିଭିନ୍ନ ଫର୍ଣ୍ଣିଚର ବେଙ୍ଗାଲୁରୁ, ହାଇଦରାବାଦ, ଗୋଆ, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟର ଲୋକମାନଙ୍କ ପସନ୍ଦ ପାଲଟିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାର ଫର୍ଣ୍ଣିଚର ବ୍ୟବସାୟୀମାନେ ରାଜ୍ୟ ବାହାରରେ ମଧ୍ୟ ବିକ୍ରି କରୁଛନ୍ତି।

ଅନ୍‌ଲାଇନ୍‌ରେ ପୁରୁଣା ଆସବାବର ବଜାର
ଅନ୍‌ଲାଇନ ପ୍ଲାଟଫର୍ମ ଓଏଲ୍‌‌ଏକ୍ସରେ ମିଳୁଛି ଭଳିକିଭଳି ଆସବାବ। ବିକ୍ରେତା ଘରେ ରହି ନିଜ ଜିନିଷର ବିକ୍ରି ପାଇଁ ବିଜ୍ଞାପନ ଦେଉଥିବାବେଳେ ଗ୍ରାହକ ନିଜ ପସନ୍ଦର ଜିନିଷ ଏଠାରୁ ସହଜରେ ବାଛୁଛନ୍ତି। କୌଣସି ଜିନିଷ ପସନ୍ଦ ଆସିଲେ ପରସ୍ପର ମଧ୍ୟରେ ମୁଲଚାଲ ଆରମ୍ଭ ହୋଇଥାଏ। ଅଧିକ ଦାମ୍‌‌ ଲେଖାହୋଇଥିଲେ ବି ମୁଲଚାଲରେ କମୁଥିବା ଅନେକ କହିଛନ୍ତି। ସୋଫା, ଟୁଲ୍‌‌, ଟେବୁଲ, ଚେୟାର, ଖଟ, ପଲଙ୍କ, ଆଲଣା ଠାରୁ ଆରମ୍ଭ କରି ଆଲମିରା ପର୍ଯ୍ୟନ୍ତ ସବୁ ଏଠାରେ ମିଳୁଛି। ବଜାର ଦର ଅପେକ୍ଷା ସୁଲଭ ଦରରେ ମଧ୍ୟ ମିଳିଯାଉଛି। ପୁରୁଣା ସାଙ୍ଗକୁ ନୂଆ ଜିନିଷ ମଧ୍ୟ ଏଠାରେ ଉପଲବ୍ଧ। ଦୋକାନର ଠିକଣା ଓ ଉପଲବ୍ଧ ସାମଗ୍ରୀଗୁଡିକ ଗ୍ରାହକଙ୍କୁ ଜଣାଇବାକୁ ଦୋକାନୀ ମାନେ ଏଠାରେ ବିଜ୍ଞାପନ ଦେଇଥାନ୍ତି। ସ୍ୱଳ୍ପ ସମୟ ପାଇଁ କୌଣସି ସ୍ଥାନକୁ ଗଲେ ଏଠାରୁ ଜିନିଷ କିଣି ଶେଷରେ ବିକ୍ରି କରିବାକୁ ଗ୍ରାହକ ପସନ୍ଦ କରିଥାନ୍ତି। କାରଣ ପୁରୁଣା ଆସବାବପତ୍ର ବିକ୍ରି କରିବାକୁ କୌଣସି ନିର୍ଦ୍ଦିଷ୍ଟ ଦୋକାନ ନାହିଁ। କେବଳ ବଦଳାଇବାକୁ କିଛି ସ୍ଥାନରେ ସୁବିଧା ଥିଲେ ମଧ୍ୟ ମିଳୁଥିବା ମୂଲ୍ୟ ସୁୁହାଇନଥାଏ ।

ଫାଇବର୍‌ ଓ ପ୍ଲାଷ୍ଟିକ୍‌ର ଚାହିଦା ନିଆରା
ଆସବାବପତ୍ର ମଧ୍ୟରେ ଫାଇବର୍‌ ଓ ପ୍ଲାଷ୍ଟିକର ଆଦର ଅନନ୍ୟ। ଏଗୁଡିକ କାଠ ଓ ପ୍ଲାଏ ତୁଳନାରେ କମ୍ ଓଜନ ଓ ଅଧିକ ଆକର୍ଷଣୀୟ ହୋଇଥାଏ। ତେଣୁ ବାସସ୍ଥାନ ବଦଳେଇବା ସମୟରେ ସ୍ଥାନାନ୍ତର କରିବା ସହଜ ହୋଇଥାଏ। ଏଗୁଡ଼ିକର ମୂଲ୍ୟ ମଧ୍ୟ ତୁଳାନାତ୍ମକ ଭାବେ କମ୍ ରହିଥାଏ। ପାଣି ସଂସ୍ପର୍ଶରେ ଆସିଲେ କ୍ଷୟ ହେବାର ସମ୍ଭାବନା ବହୁତ କମ ରହିଥାଏ। ତେଣୁ ବଡ଼ବଡ଼ ସୋ ରୁମ୍‌ ଠାରୁ ଆରମ୍ଭ କରି ବୁଲାବିକାଳିମାନେ ଗଳିକନ୍ଦିରେ ଏହାକୁ ବିକ୍ରି କରୁଥିବାରୁ ସହଜରେ ମଧ୍ୟ ଉପଲବ୍ଧ ହୋଇଯାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଅନ୍‌ଲାଇନ୍‌ରେ ମଧ୍ୟ ଏଭଳି ଆସବାବପତ୍ର ସହଜରେ ଉପଲବ୍ଧ ହେଉଛି। ଏଣୁ ଏହାର ବ୍ୟବହାର ସବୁଠି ବହୁଳ ଭାବରେ ହୋଇପାରୁଛି।

ରୟାଲ୍‌ ଲୁକ୍‌ର ଆସବାବ
ବିଭିନ୍ନ ପ୍ରକାରର କାଠରେ ଭିନ୍ନ ଭିନ୍ନ ପ୍ରକାରର ଆସବାବ ତିଆରି ହେଉଛି। ଆଉ ଏହିସବୁ ଆସବାବ ଘରକୁ ରୟାଲ ଲୁକ୍ ଦେଉଛି। ଅତୀତରେ ସାଦାସିଧା ଖଟର ବହୁଳ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ ବକ୍ସ ଖଟ, ଡ୍ରୟର ଖଟ, ହାଇଡ୍ରୋଲିକ ଖଟ, ହେଡ୍ ବକ୍ସ ଖଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ବକ୍ସ ଖଟରେ ବାକ୍ସର ସୁବିଧା ମିଳୁଥିବାବେଳେ ହେଡ୍ ବକ୍ସ ଖଟରେ ମୁଣ୍ଡ ପାଖରେ ବାକ୍ସ ରହୁଛି। ସେହିପରି ହାଇଡ୍ରୋଲିକ ଖଟର ଉପର ଭାଗ ପୂରା ଉଠିଯାଉଥିବା ବେଳେ ଡ୍ରୟର ଖଟରେ ଡ୍ର’ର ସୁବିଧା ଉପଲବ୍ଧ ରହୁଛି । ଏଭଳି ସୁବିଧା ଯୋଗୁଁ ଗୋଟିଏ ଘର ଭିତରେ ଅନେକ ଜିନିଷ ରହି ପାରୁଛି। ବକ୍ସ ଖଟଗୁଡ଼ିକରେ ଲୋକମାନେ ପୋଷାକପତ୍ର ଠାରୁ ଆରମ୍ଭ କରି ସୁନା ଅଳଙ୍କାର ରଖୁଛନ୍ତି। ସେହିପରି ଥ୍ରୀ ପ୍ଲସ୍‌ ୱାନ୍ ୱାନ୍, ଏଲ ସେପ୍, ଥ୍ରୀ ପ୍ଲସ ଟୁ, ମୁଭିଙ୍ଗ ସୋଫାର ଚାହିଦା ବୃଦ୍ଧି ପାଉଛି । ଏଥିସହିତ ଏଲ ସେପ୍ , ୩ ସିଟର, ୩ ଫୋଲଡ ପ୍ରକାରର ସେଫ କମ୍ ବେଡ଼ ବଜାରରେ ମିଳୁଛି। ଯେଉଁଥିରେ କି ସୋଫା ସହିତ ଖଟର ସୁବିଧା ଉପଲବ୍ଧ ରହିଛି। ଗୋଟିଏ ଆସବାବପତ୍ରରେ ଦୁଇ ପ୍ରକାରର ସୁବିଧା ମିଳୁଥିବାରୁ ଏହିଗୁଡିକ ଲୋକମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଶାଗୁଆନ, ଶିଶୁ, ଆକାଶିଆ, ଶିଶୁ, ପ୍ଲାଇଉଡ କାଠ ଗୁଣ୍ଡରେ ତିଆରି ଇଞ୍ଜିନିୟରିଂ ନାମକ କଞ୍ଚାମାଲରେ ବିଭିନ୍ନ ଡିଜାଇନର ଖଟ ତିଆରି କରାଯାଉଛି। ସେହିପରି ଶାଳ, ଶିଶୁ, ଆକାଶିଆ, ଶାଗୁଆନ କାଠ ଠାରୁ ଆରମ୍ଭ କରି ଷ୍ଟିଲ, ଆଇରନ ଭଳି କଞ୍ଚାମାଲରେ ସୋଫା ତିଆରି ହେଉଛି। ବିଭିନ୍ନ କଳାକୃତି ଡିଜାଇନର ସୋଫା ଓ ଖଟ ଘରକୁ ରୟାଲ ଲୁକ୍‌ ଦେଉଛି। ଏହା ସହିତ ମାଟି ନିର୍ମିତ ବିଭିନ୍ନ ଆସବାବପତ୍ର ଘରକୁ ଅଧିକ ମନଲୋଭା କରୁଛି।

‘ଏଲ୍‌’ ‘ୟୁ’ ଆକୃତିର ସୋଫା
ଘରର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଡିଜାଇନର ସୋଫା ମିଳୁଛି। ଘରର ଆକାର ଓ ଆକୃତି ଅନୁଯାୟୀ ସୋଫା କିଣି ପାରୁଛନ୍ତି। ବ୍ରାଣ୍ଡେଡ୍‌‌ କମ୍ପାନୀର ସୋଫାର ଆକାର ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଘରର ଆକାର ସହ ମେଳ ନ ଖାଇଲେ କମ୍ପାନୀକୁ ଅଗ୍ରୀମ ଦେଇ ତିଆରି କରାଯାଏ। କିନ୍ତୁ ସୋଫା ସଂଖ୍ୟା ଅଧିକ ହେଲେ କମ୍ପାନୀ ଯୋଗାଇ ଦେଇଥାଏ। ଅନ୍ୟଥା ଘରର ଆକାରକୁ ମାପି, ଇଚ୍ଛା ମୁତାବକ ରଙ୍ଗ ଓ ମ୍ୟାଟେରିଆଲ ତିଆରି କରାଯାଇ ପାରିବ। କାଠ ତିଆରି ସୋଫା ସହିତ ଫୁଲ୍‌‌ କଭର ଲେଦର୍‌‌ ଓ ଫାବ୍ରିକ୍‌‌ ସୋଫା ବଜାରରେ ମିଳୁଛି। ଆରାମଦାୟକ ସୋଫାରେ ଅଧିକ ସମୟ ବସି କାମ କରିବା ବା ସମୟ ଅତିବାହିତ କରିବାକୁ ଅନେକ ପସନ୍ଦ କରିଥାନ୍ତି। ତେଣୁ କାଠ ଠାରୁ ଲେଦର ଓ ଫାବ୍ରିକ୍‌‌ର ଲୋକପ୍ରିୟତା ଅଧିକ। ଘରର ଆକାର ଅନୁଯାୟୀ ଲେଦର ଓ ଫାବ୍ରିକ୍‌‌ର ସୋଫା ମିଳିଯାଏ। ସେଥିମଧ୍ୟରେ ତିନିରୁ ନଅ ଆସନ ବିଶିଷ୍ଟ ଇଂରାଜୀ ‘ଏଲ୍‌‌’ ଓ ‘ୟୁ’ ଆକୃତିର ରହିଛି। ଏଗୁଡିକର ମୂଲ୍ୟ ୩୫ ହଜାରରୁ ଆରମ୍ଭ ହୋଇ ଦୁଇ ଲକ୍ଷ ପର୍ଯ୍ୟନ୍ତ ରହିଛି।

ବାସ୍ତୁ ଅନୁଯାୟୀ ଫର୍ଣ୍ଣିଚର୍‌
ଗତକିଛି ଦଶନ୍ଧୀ ଧରି ଜାଗା କିଣିବାଠାରୁ ଆରମ୍ଭ କରି ଘର ତିଆରି ଓ ଘରସଜ୍ଜା ପର୍ଯ୍ୟନ୍ତ ବାସ୍ତୁଶାସ୍ତ୍ରକୁ ଗୁରୁତ୍ବ ଦିଆଯାଉଛି। ଏପରିସ୍ଥଳେ ଫର୍ଣ୍ଣିଚର୍‌ ପାଇଁ କାଠ ଚୟନ ଓ ନିର୍ମାଣ ଦିଗରେ ତଥା ସେଗୁଡ଼ିକ ସଜାଇବା ଦିଗରେ ମଧ୍ୟ ବାସ୍ତୁଶାସ୍ତ୍ରକୁ ଗୁରୁତ୍ବ ଦିଆଯାଉଛି। ଏଥÒପାଇଁ ଅନ୍‌ଲାଇନ୍‌ରେ ବାସ୍ତୁବିତ୍‌ମାନେ ପରାମର୍ଶ ଦେଉଛନ୍ତି। ଲୋକେ ମଧ୍ୟ ବାସ୍ତୁକୁ ଗୁରୁତ୍ବ ଦେଇ ଫର୍ଣ୍ଣିଚର୍‌ ନିର୍ମାଣ କରାଯାଉଛି ଓ ଏହାକୁ ଘରର ବିଭିନ୍ନ ଦିଗରେ ସ୍ଥାପନ ମଧ୍ୟ କରାଯାଉଛି। ଏମିତି କି ଯଦି କୌଣସି ଗୃହ ନିର୍ମାଣଜନିତ ବାସ୍ତୁ ସମସ୍ୟା ଥିଲେ ସେଗୁଡ଼ିକ ଫର୍ଣ୍ଣିଚର୍‌ ସ୍ଥାପନ ଓ ନିର୍ମାଣ ଦିଗରେ ସମାଧାନ କରାଯାଇଥାଏ ବୋଲି ଅନେକ ବାସ୍ତୁବିତ ମତ ଦେଇଛନ୍ତି।

ସ୍ମୃତିରେ ପୁରୁଣା ଆସବାବ
ଲୋକମାନେ ନୂଆ ଘର କରିବା ସହିତ ନୂଆ ଆସବାବପତ୍ର ଆଣି ଘରକୁ ସଜାଇବାରେ ଲାଗିଛନ୍ତି। ଆଉ ସମାନ ସମୟରେ କିଛି ଲୋକ ପୁରୁଣା ଜିନିଷକୁ ସାଇତି ରଖିଛନ୍ତି। କାହିଁ କେଉଁ କାଳରୁ ପୁରୁଣା ଜିନିଷ ସାଇତି ରଖିବା ଅନେକଙ୍କ ସୌକ। କେବେ ଘର କୋଣରେ ତ ଆଉ କେବେ ଏଥିପାଇଁ ସ୍ବତନ୍ତ୍ର ଘରଟିଏ କରି ସେ ସାଇତି ଚାଲେ ପୁରୁଣା ଜିନିଷ । ସେଗୁଡିକ କୌଣସି କାମରେ ନ ଲାଗିଲେ ମଧ୍ୟ ଗୋଟିଏ ସମୟର ଇତିହାସ। କେବେ କେବେ ଏହା ସ୍ମୃତିକୁ ତାଜା କରେ। ସହରର ଅଭିଜାତ୍ୟ ସମ୍ପନ୍ନ ସଂଗ୍ରହାଳୟ ଠାରୁ ବହୁ ଦୂରରେ ଗଢ଼ି ଉଠେ ବ୍ୟକ୍ତିଗତ ସଂଗ୍ରହାଳୟ। କାହା ଘରେ ଇଂରେଜ ଅମଳର ସିନ୍ଧୁକ ତ ଆଉ କାହା ଘରେ ପୂର୍ବ ପୁରୁଷର ଖଟ, ଚୌକି ଓ ବିଭିନ୍ନ ଘରୋଇ ଆସବାବପତ୍ର। କାମରେ ଆସୁ ନ ଥିଲେ ମଧ୍ୟ ଚାଲିଚଳନ, ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଥିବାରୁ ଲୋକମାନେ ଏସବୁକୁ ସାଇତି ରଖିଛନ୍ତି।

06 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର