ଏଣିକି ଚା’ ସହିତ କପ୍ ମଧ୍ୟ ଖାଇ ହେବ….

The Sakala Picture
Published On

ସାଧାରଣତଃ ପ୍ଲାଷ୍ଟିକ୍ ତଥା କାଗଜ କପ୍‌ରେ ଚା’ ପିଇବା ପରେ ତାହାକୁ ଆମେ ଫିଙ୍ଗି ଦେଇଥାଉ। ଏଣିକି କିନ୍ତୁ ଚା’ ସହିତ କପ୍ ମଧ୍ୟ ଖାଇ ହେବ। କଥାଟି ଅବିଶ୍ବାସ ଲାଗୁଥିଲେ ମଧ୍ୟ ଗୁଜରାଟ ଭଦୋଦରାର ଏକ ଚା’ ଦୋକାନ ଗ୍ରାହକଙ୍କୁ ଏଭଳି ଏକ ଅଭିନବ ସେବା ଯୋଗାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଲାନ୍‌ ଟି’ ହାଉସ୍‌ର ଚାରିଜଣ ସାଙ୍ଗ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ସେମାନେ ମାଟି କି ପ୍ଲାଷ୍ଟିକ୍ ନୁହେଁ, ବରଂ […]

ସାଧାରଣତଃ ପ୍ଲାଷ୍ଟିକ୍ ତଥା କାଗଜ କପ୍‌ରେ ଚା’ ପିଇବା ପରେ ତାହାକୁ ଆମେ ଫିଙ୍ଗି ଦେଇଥାଉ। ଏଣିକି କିନ୍ତୁ ଚା’ ସହିତ କପ୍ ମଧ୍ୟ ଖାଇ ହେବ। କଥାଟି ଅବିଶ୍ବାସ ଲାଗୁଥିଲେ ମଧ୍ୟ ଗୁଜରାଟ ଭଦୋଦରାର ଏକ ଚା’ ଦୋକାନ ଗ୍ରାହକଙ୍କୁ ଏଭଳି ଏକ ଅଭିନବ ସେବା ଯୋଗାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଲାନ୍‌ ଟି’ ହାଉସ୍‌ର ଚାରିଜଣ ସାଙ୍ଗ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ସେମାନେ ମାଟି କି ପ୍ଲାଷ୍ଟିକ୍ ନୁହେଁ, ବରଂ ଖାଇବାଯୋଗ୍ୟ କପ୍‌ରେ ଗ୍ରାହକଙ୍କୁ ଚା’ ପରଷୁଛନ୍ତି।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

ମଇଦାରେ ପ୍ରସ୍ତୁତ ଏହି କପ୍ ଖାଇବାଯୋଗ୍ୟ ଏବଂ ଏହାର ସ୍ବାଦ ଚକ୍‌ଲେଟ୍‌ ସଦୃଶ। ଏହି ଚା’ କପ୍‌କୁ ଉଭୟ ଚା’ ଓ ଚକ୍‌ଲେଟ୍‌ ପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି। ସେହିପରି ଏହି କପ୍‌ରେ ଚା’ ପିଇବା ଦ୍ବାରା ବିସ୍କୁଟ୍ ଖାଇବାକୁ ପଡ଼ି ନ ଥାଏ। ଉକ୍ତ କପ୍ ବିସ୍କୁଟ୍‌ର ଅଭାବ ପୂରଣ କରିଥାଏ। ଲବକୁଶ (ଚାରିଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ) ପିଲାବେଳୁ ପରିବେଶ ପାଇଁ କିଛି କରିବାକୁ ଚାହୁଁଥିଲେ। ଆଉ ପରେ ଅନାଥାଶ୍ରମର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସେ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ତେବେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ସେମାନେ କିଛି ନୂଆ କରିବାକୁ ଚିନ୍ତା କଲେ। ଏମିତିରେ ପ୍ଲାଷ୍ଟିକ୍ ତଥା କାଗଜ କପ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତା’ସହ କାଗଜ ପାଇଁ ଗଛ କଟାଯାଉଥିବାରୁ, ତାହାର ପ୍ରଭାବ ପରିବେଶ ଉପରେ ପଡ଼ୁଥିବା ହୃଦୟଙ୍ଗମ କଲେ। ସେଇଠୁ ଇଣ୍ଟରନେଟ୍‌ରେ ଏହି କପ୍ ବାବଦରେ ଜାଣିବାକୁ ପାଇଲେ ଏବଂ କପ୍ ଅର୍ଡର ଦେଲେ। ଏହି ଚାରି ଜଣ ସାଙ୍ଗଙ୍କର ଏଭଳି ଏକ ଯୁଗୋପଯୋଗୀ ପରିକଳ୍ପନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

02 Sep 2022 By The Sakala

ଏଣିକି ଚା’ ସହିତ କପ୍ ମଧ୍ୟ ଖାଇ ହେବ….

ସାଧାରଣତଃ ପ୍ଲାଷ୍ଟିକ୍ ତଥା କାଗଜ କପ୍‌ରେ ଚା’ ପିଇବା ପରେ ତାହାକୁ ଆମେ ଫିଙ୍ଗି ଦେଇଥାଉ। ଏଣିକି କିନ୍ତୁ ଚା’ ସହିତ କପ୍ ମଧ୍ୟ ଖାଇ ହେବ। କଥାଟି ଅବିଶ୍ବାସ ଲାଗୁଥିଲେ ମଧ୍ୟ ଗୁଜରାଟ ଭଦୋଦରାର ଏକ ଚା’ ଦୋକାନ ଗ୍ରାହକଙ୍କୁ ଏଭଳି ଏକ ଅଭିନବ ସେବା ଯୋଗାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଲାନ୍‌ ଟି’ ହାଉସ୍‌ର ଚାରିଜଣ ସାଙ୍ଗ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ସେମାନେ ମାଟି କି ପ୍ଲାଷ୍ଟିକ୍ ନୁହେଁ, ବରଂ ଖାଇବାଯୋଗ୍ୟ କପ୍‌ରେ ଗ୍ରାହକଙ୍କୁ ଚା’ ପରଷୁଛନ୍ତି।

ମଇଦାରେ ପ୍ରସ୍ତୁତ ଏହି କପ୍ ଖାଇବାଯୋଗ୍ୟ ଏବଂ ଏହାର ସ୍ବାଦ ଚକ୍‌ଲେଟ୍‌ ସଦୃଶ। ଏହି ଚା’ କପ୍‌କୁ ଉଭୟ ଚା’ ଓ ଚକ୍‌ଲେଟ୍‌ ପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି। ସେହିପରି ଏହି କପ୍‌ରେ ଚା’ ପିଇବା ଦ୍ବାରା ବିସ୍କୁଟ୍ ଖାଇବାକୁ ପଡ଼ି ନ ଥାଏ। ଉକ୍ତ କପ୍ ବିସ୍କୁଟ୍‌ର ଅଭାବ ପୂରଣ କରିଥାଏ। ଲବକୁଶ (ଚାରିଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ) ପିଲାବେଳୁ ପରିବେଶ ପାଇଁ କିଛି କରିବାକୁ ଚାହୁଁଥିଲେ। ଆଉ ପରେ ଅନାଥାଶ୍ରମର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସେ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ତେବେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ସେମାନେ କିଛି ନୂଆ କରିବାକୁ ଚିନ୍ତା କଲେ। ଏମିତିରେ ପ୍ଲାଷ୍ଟିକ୍ ତଥା କାଗଜ କପ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତା’ସହ କାଗଜ ପାଇଁ ଗଛ କଟାଯାଉଥିବାରୁ, ତାହାର ପ୍ରଭାବ ପରିବେଶ ଉପରେ ପଡ଼ୁଥିବା ହୃଦୟଙ୍ଗମ କଲେ। ସେଇଠୁ ଇଣ୍ଟରନେଟ୍‌ରେ ଏହି କପ୍ ବାବଦରେ ଜାଣିବାକୁ ପାଇଲେ ଏବଂ କପ୍ ଅର୍ଡର ଦେଲେ। ଏହି ଚାରି ଜଣ ସାଙ୍ଗଙ୍କର ଏଭଳି ଏକ ଯୁଗୋପଯୋଗୀ ପରିକଳ୍ପନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର