ଗୋବରରୁ ପୋଷାକ !

The Sakala Picture
Published On

ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗାଈ। ଭାରତର ଗାଈକୁ ଗୋମାତା ବୋଲି ସମ୍ବୋଧନ କରାଯାଏ। ଗାଈ ଦେହରେ ୩୬ କୋଟି ଦେବତା ବାସ କରନ୍ତି ବୋଲି ହିନ୍ଦୁ ପୁରାଣ ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି। ପୂଜା, ଯଜ୍ଞ ଇତ୍ୟାଦିରେ ଗୋ-ମୂତ୍ର, ଗୋବର ଆଦିର ବ୍ୟବହାର କରାଯାଏ। ଆୟୁର୍ବେଦରେ ଗୋମୂତ୍ରରୁ ଅନେକ ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି। ଏପରିକି ଗୋବରକୁ ଇନ୍ଧନଭାବେ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ଏବେ ଗୋବରରୁ ପୋଷାକ ତିଆରି ହେଉଛି, ଏକଥାଟି ଶୁଣି ଆପଣଙ୍କୁ […]

ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗାଈ। ଭାରତର ଗାଈକୁ ଗୋମାତା ବୋଲି ସମ୍ବୋଧନ କରାଯାଏ। ଗାଈ ଦେହରେ ୩୬ କୋଟି ଦେବତା ବାସ କରନ୍ତି ବୋଲି ହିନ୍ଦୁ ପୁରାଣ ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି। ପୂଜା, ଯଜ୍ଞ ଇତ୍ୟାଦିରେ ଗୋ-ମୂତ୍ର, ଗୋବର ଆଦିର ବ୍ୟବହାର କରାଯାଏ। ଆୟୁର୍ବେଦରେ ଗୋମୂତ୍ରରୁ ଅନେକ ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି। ଏପରିକି ଗୋବରକୁ ଇନ୍ଧନଭାବେ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ଏବେ ଗୋବରରୁ ପୋଷାକ ତିଆରି ହେଉଛି, ଏକଥାଟି ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ନିକଟରେ ନେଦରଲ୍ୟାଣ୍ଡର ଏକ ଷ୍ଟାର୍ଟଅପ୍ କମ୍ପାନୀ ଗୋବରରୁ ପୋଷାକ ତିଆରି କରିଛି। ଏହି ଷ୍ଟାର୍ଟଅପ୍ କମ୍ପାନୀର ନାମ ହେଉଛି ୱାନ୍‌ ଡଚ୍, ଯାହାକି କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି କମ୍ପାନୀ ଜଲିଲା ଏସାଇଦି ନାମକ ଜଣେ ମହିଳାଙ୍କ ଦ୍ବାରା ପରିଚାଳିତ, ଯିଏ ନେଦରଲ୍ୟାଣ୍ଡର ବାସିନ୍ଦା, ଏବଂ ପେସାରେ ସେ ଜଣେ ବାୟୋଆର୍ଟ ଏକ୍ସପର୍ଟ। ଜଲିଲା ଗୋବରରୁ ସେଲ୍ୟୁଲଜକୁ ଅଲଗା କରି ଏହି ପୋଷାକ ତିଆରି କରିଛନ୍ତି। ସେ ଗୋବରର ପୁନଃବ୍ୟବହାର କରି ସେଥିରୁ କାଗଜ, ବାୟୋ-ଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ତିଆରି କରିଛନ୍ତି। ସେ ପ୍ରଥମେ ଏଥିରୁ ଟପ୍ ଏବଂ ସାର୍ଟ ତିଆରି କରିଥିଲେ ଏବଂ ଏହାପରେ ସେ ଗୋବରରୁ ଅନ୍ୟ ଜିନିଷଗୁଡ଼ିକ ତିଆରି କରିଥିଲେ । ତାଙ୍କୁ ଏହି କାମ ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଛି। ଜଲିଲା କୁହନ୍ତି ଯେ, ଗୋବରକୁ ପ୍ରଥମେ ଗନ୍ଧ ହେଉଥିବା ଏକ ଅଦରକାରୀ ଜିନିଷ ବୋଲି ସେ ଭାବୁଥିଲେ। କିନ୍ତୁ ଏହା ଏକ ବହୁ ଉପଯୋଗୀ ଜିନିଷ ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ଭବିଷ୍ୟତରେ ଗୋବରରୁ ପ୍ରସ୍ତୁତ ପୋଷାକ ଫ୍ୟାସନ୍‌ ଦୁନିଆରେ ମଧ୍ୟ ବ୍ୟବହାର କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ବାହାରୁଥିବା ସେଲ୍ୟୁଲଜକୁ ଜଲିଲା ଭୋଷ୍ଟିକ ନାମ ଦେଇଛନ୍ତି। ଜଲିଲାଙ୍କ କହିବା ଅନୁଯାୟୀ, ସେଲୁଲୋଜ୍ ତିଆରି ପ୍ରକ୍ରିୟା ରାସାୟନିକ ଏବଂ ଯାନ୍ତ୍ରିକ ଅଟେ। ଗୋବର ଏବଂ ମୂତ୍ରରେ ପ୍ରାୟ ୪୦ ପ୍ରତିଶତ ଜଳ ଥାଏ।। ପ୍ରଥମେ ଓଦା ଏବଂ ଶୁଖିଲା ଅଂଶ ଅଲଗା କରାଯାଏ। ସେଲୁଲଜ୍‌ ପ୍ରସ୍ତୁତ କରିବା ପାଇଁ ଏହାକୁ ଫର୍ମଣ୍ଟେସନ୍‌ କରାଯାଏ। ସାଧାରଣ ପୋଷାକ ଶିଳ୍ପ ଅପେକ୍ଷା ଏହି ପ୍ରକ୍ରିୟା ବହୁତ ଭଲ ବୋଲି ଜଲିଲା କହିଛନ୍ତି।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

03 Apr 2021 By The Sakala

ଗୋବରରୁ ପୋଷାକ !

ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗାଈ। ଭାରତର ଗାଈକୁ ଗୋମାତା ବୋଲି ସମ୍ବୋଧନ କରାଯାଏ। ଗାଈ ଦେହରେ ୩୬ କୋଟି ଦେବତା ବାସ କରନ୍ତି ବୋଲି ହିନ୍ଦୁ ପୁରାଣ ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି। ପୂଜା, ଯଜ୍ଞ ଇତ୍ୟାଦିରେ ଗୋ-ମୂତ୍ର, ଗୋବର ଆଦିର ବ୍ୟବହାର କରାଯାଏ। ଆୟୁର୍ବେଦରେ ଗୋମୂତ୍ରରୁ ଅନେକ ପ୍ରକାରର ଔଷଧ ମଧ୍ୟ ପ୍ରସ୍ତୁତ ହେଉଛି। ଏପରିକି ଗୋବରକୁ ଇନ୍ଧନଭାବେ ମଧ୍ୟ ବ୍ୟବହାର କରାଯାଉଛି। କିନ୍ତୁ ଏବେ ଗୋବରରୁ ପୋଷାକ ତିଆରି ହେଉଛି, ଏକଥାଟି ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ।

ନିକଟରେ ନେଦରଲ୍ୟାଣ୍ଡର ଏକ ଷ୍ଟାର୍ଟଅପ୍ କମ୍ପାନୀ ଗୋବରରୁ ପୋଷାକ ତିଆରି କରିଛି। ଏହି ଷ୍ଟାର୍ଟଅପ୍ କମ୍ପାନୀର ନାମ ହେଉଛି ୱାନ୍‌ ଡଚ୍, ଯାହାକି କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି କମ୍ପାନୀ ଜଲିଲା ଏସାଇଦି ନାମକ ଜଣେ ମହିଳାଙ୍କ ଦ୍ବାରା ପରିଚାଳିତ, ଯିଏ ନେଦରଲ୍ୟାଣ୍ଡର ବାସିନ୍ଦା, ଏବଂ ପେସାରେ ସେ ଜଣେ ବାୟୋଆର୍ଟ ଏକ୍ସପର୍ଟ। ଜଲିଲା ଗୋବରରୁ ସେଲ୍ୟୁଲଜକୁ ଅଲଗା କରି ଏହି ପୋଷାକ ତିଆରି କରିଛନ୍ତି। ସେ ଗୋବରର ପୁନଃବ୍ୟବହାର କରି ସେଥିରୁ କାଗଜ, ବାୟୋ-ଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ତିଆରି କରିଛନ୍ତି। ସେ ପ୍ରଥମେ ଏଥିରୁ ଟପ୍ ଏବଂ ସାର୍ଟ ତିଆରି କରିଥିଲେ ଏବଂ ଏହାପରେ ସେ ଗୋବରରୁ ଅନ୍ୟ ଜିନିଷଗୁଡ଼ିକ ତିଆରି କରିଥିଲେ । ତାଙ୍କୁ ଏହି କାମ ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଛି। ଜଲିଲା କୁହନ୍ତି ଯେ, ଗୋବରକୁ ପ୍ରଥମେ ଗନ୍ଧ ହେଉଥିବା ଏକ ଅଦରକାରୀ ଜିନିଷ ବୋଲି ସେ ଭାବୁଥିଲେ। କିନ୍ତୁ ଏହା ଏକ ବହୁ ଉପଯୋଗୀ ଜିନିଷ ।

ଭବିଷ୍ୟତରେ ଗୋବରରୁ ପ୍ରସ୍ତୁତ ପୋଷାକ ଫ୍ୟାସନ୍‌ ଦୁନିଆରେ ମଧ୍ୟ ବ୍ୟବହାର କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ବାହାରୁଥିବା ସେଲ୍ୟୁଲଜକୁ ଜଲିଲା ଭୋଷ୍ଟିକ ନାମ ଦେଇଛନ୍ତି। ଜଲିଲାଙ୍କ କହିବା ଅନୁଯାୟୀ, ସେଲୁଲୋଜ୍ ତିଆରି ପ୍ରକ୍ରିୟା ରାସାୟନିକ ଏବଂ ଯାନ୍ତ୍ରିକ ଅଟେ। ଗୋବର ଏବଂ ମୂତ୍ରରେ ପ୍ରାୟ ୪୦ ପ୍ରତିଶତ ଜଳ ଥାଏ।। ପ୍ରଥମେ ଓଦା ଏବଂ ଶୁଖିଲା ଅଂଶ ଅଲଗା କରାଯାଏ। ସେଲୁଲଜ୍‌ ପ୍ରସ୍ତୁତ କରିବା ପାଇଁ ଏହାକୁ ଫର୍ମଣ୍ଟେସନ୍‌ କରାଯାଏ। ସାଧାରଣ ପୋଷାକ ଶିଳ୍ପ ଅପେକ୍ଷା ଏହି ପ୍ରକ୍ରିୟା ବହୁତ ଭଲ ବୋଲି ଜଲିଲା କହିଛନ୍ତି।

https://www.thesakala.in/special/clothes-from-cow-dung/article-1185
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର