ବତକର ରୋଜଗାର ମାସକୁ ତିନି ଲକ୍ଷ ଟଙ୍କା

The Sakala Picture
Published On

ଗୋଟିଏ ବତକର ମାସିକ ରୋଜଗାର ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଆଂଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ବତକଟି ଏତେ ଲୋକପ୍ରିୟ ଯେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ତା’ର ମାଲିକକୁ ଦେଉଛି । ଆମେରିକାର ଜଣେ ମହିଳା ଏହି ବତକ ରଖିଛନ୍ତି। ଯାହାର ବିଭିନ୍ନ ଭିଡିଓ ପ୍ରସ୍ତୁତ କରି ସେ ବର୍ଷକୁ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆରେ […]

ଗୋଟିଏ ବତକର ମାସିକ ରୋଜଗାର ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଆଂଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ବତକଟି ଏତେ ଲୋକପ୍ରିୟ ଯେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ତା’ର ମାଲିକକୁ ଦେଉଛି । ଆମେରିକାର ଜଣେ ମହିଳା ଏହି ବତକ ରଖିଛନ୍ତି। ଯାହାର ବିଭିନ୍ନ ଭିଡିଓ ପ୍ରସ୍ତୁତ କରି ସେ ବର୍ଷକୁ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ଏହି ବତକଟି । ବତକଟିର ନାଁ ‘ମୁଚକିନ୍’ ଓ ଏହାର ମାଲିକାଣୀଙ୍କ ନାଁ ହେଉଛି ‘କ୍ରିସୀ ଏଲିସ୍’। ୧୬ ବର୍ଷ ବୟସରୁ ପୋଷା ଜୀବଜନ୍ତୁଙ୍କୁ ପାଳିବାକୁ ଭଲପାଉଥିଲେ ଏଲିସ୍। ଏପରିକି ସେ ଯୁଆଡ଼େ ଯାଆନ୍ତି ତାଙ୍କ ବତକକୁ ସାଙ୍ଗରେ ନେଇ ଯାଉଥିଲେ । ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ଲୋକଙ୍କର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅବଶ୍ଯ ଏସବୁରେ ବିରକ୍ତ ହେବା ପରେ ସେ ‘ଡଙ୍କିନ୍ ଡକ୍ସ’ ନାଁରେ ଏକ ଆକାଉଣ୍ଟ ଖୋଲି ମୁଚକିନ୍‌ର ଭିଡିଓ ପୋଷ୍ଟ କରିବାକୁ ଲାଗିଲେ। ଉକ୍ତ ବତକର ବିଭିନ୍ନ ପ୍ରକାର ଭିଡିଓ ବହୁ ସମୟରେ ଭାଇରାଲ ହେବାକୁ ଲାଗିଥିଲା। କ୍ରିସୀଙ୍କ ମତରେ, ଗ୍ରସରି ଷ୍ଟୋର୍‌ରେ ପ୍ରତି ସପ୍ତାହରେ ୪୦ ଘଣ୍ଟା କାମ କରି ସେ ଯେତିକି ରୋଜଗାର କରିଥାନ୍ତେ ବତକଟି ସେତିକି ଟଙ୍କା ମାତ୍ର ଅଧ ଘଣ୍ଟା ମଧ୍ୟରେ ତାଙ୍କୁ ରୋଜଗାର କରିଦେଉଛି । ବତକ ମାଧ୍ୟମରେ ସେ ମାସକୁ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା କଥା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

05 Oct 2021 By The Sakala

ବତକର ରୋଜଗାର ମାସକୁ ତିନି ଲକ୍ଷ ଟଙ୍କା

ଗୋଟିଏ ବତକର ମାସିକ ରୋଜଗାର ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଆଂଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ସୋସିଆଲ ମିଡିଆରେ ବତକଟି ଏତେ ଲୋକପ୍ରିୟ ଯେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ତା’ର ମାଲିକକୁ ଦେଉଛି । ଆମେରିକାର ଜଣେ ମହିଳା ଏହି ବତକ ରଖିଛନ୍ତି। ଯାହାର ବିଭିନ୍ନ ଭିଡିଓ ପ୍ରସ୍ତୁତ କରି ସେ ବର୍ଷକୁ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ଏହି ବତକଟି । ବତକଟିର ନାଁ ‘ମୁଚକିନ୍’ ଓ ଏହାର ମାଲିକାଣୀଙ୍କ ନାଁ ହେଉଛି ‘କ୍ରିସୀ ଏଲିସ୍’। ୧୬ ବର୍ଷ ବୟସରୁ ପୋଷା ଜୀବଜନ୍ତୁଙ୍କୁ ପାଳିବାକୁ ଭଲପାଉଥିଲେ ଏଲିସ୍। ଏପରିକି ସେ ଯୁଆଡ଼େ ଯାଆନ୍ତି ତାଙ୍କ ବତକକୁ ସାଙ୍ଗରେ ନେଇ ଯାଉଥିଲେ । ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ଲୋକଙ୍କର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅବଶ୍ଯ ଏସବୁରେ ବିରକ୍ତ ହେବା ପରେ ସେ ‘ଡଙ୍କିନ୍ ଡକ୍ସ’ ନାଁରେ ଏକ ଆକାଉଣ୍ଟ ଖୋଲି ମୁଚକିନ୍‌ର ଭିଡିଓ ପୋଷ୍ଟ କରିବାକୁ ଲାଗିଲେ। ଉକ୍ତ ବତକର ବିଭିନ୍ନ ପ୍ରକାର ଭିଡିଓ ବହୁ ସମୟରେ ଭାଇରାଲ ହେବାକୁ ଲାଗିଥିଲା। କ୍ରିସୀଙ୍କ ମତରେ, ଗ୍ରସରି ଷ୍ଟୋର୍‌ରେ ପ୍ରତି ସପ୍ତାହରେ ୪୦ ଘଣ୍ଟା କାମ କରି ସେ ଯେତିକି ରୋଜଗାର କରିଥାନ୍ତେ ବତକଟି ସେତିକି ଟଙ୍କା ମାତ୍ର ଅଧ ଘଣ୍ଟା ମଧ୍ୟରେ ତାଙ୍କୁ ରୋଜଗାର କରିଦେଉଛି । ବତକ ମାଧ୍ୟମରେ ସେ ମାସକୁ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା କଥା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp