ଜେଲ୍‌ ସଂସ୍କାର: ଜେଲ୍‌‌ରୁ ବାହାରିବା ପରେ ଅନ୍ତେବାସୀମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଦିଆଯାଉଛି ବିଭିନ୍ନ ପ୍ରଶିକ୍ଷଣ

The Sakala Picture
Published On

ଭୁବନେଶ୍ୱର(ତ୍ରିନାଥ ମହାନ୍ତି): କେହି ଜନ୍ମରୁ ଅପରାଧୀ ହୋଇ ନ ଥା’ନ୍ତି। ଅଧିକାଂଶ କ୍ଷେତ୍ରରେ ପାରିପାଶ୍ୱିକ ପରିସ୍ଥିତି ମଣିଷକୁ ଅପରାଧୀ ସଜେଇ ଦିଏ। ଏହିକ୍ରମରେ କାରାଗାର ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଜେଲ୍‌‌ ଜୀବନକୁ ଏକ ଦଣ୍ଡ ଭାବେ ବିବେଚନା କରାଯାଉଛି। ଫଳରେ ଜେଲ୍‌‌ରେ ରହୁଥିବା ଅନ୍ତେବାସୀ ଅଧିକର ଅଧିକ ଉଗ୍ର ହୋଇଉଠେ ଏବଂ ବାହାରିବା ପରେ ରୋଜଗାରର କୌଣସି ପନ୍ଥା ନ ପାଇଁ ପୁରୁଣା ଅସାମାଜିକ କାର୍ଯ୍ୟକୁ ଆପଣାଇଥାନ୍ତି। ଏପରିସ୍ଥଳେ ଜେଲ୍‌‌ ଅନ୍ତେବାସୀଙ୍କୁ ନିଯୁକ୍ତି ଓ ଅର୍ଥ […]

ଭୁବନେଶ୍ୱର(ତ୍ରିନାଥ ମହାନ୍ତି): କେହି ଜନ୍ମରୁ ଅପରାଧୀ ହୋଇ ନ ଥା’ନ୍ତି। ଅଧିକାଂଶ କ୍ଷେତ୍ରରେ ପାରିପାଶ୍ୱିକ ପରିସ୍ଥିତି ମଣିଷକୁ ଅପରାଧୀ ସଜେଇ ଦିଏ। ଏହିକ୍ରମରେ କାରାଗାର ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ଜେଲ୍‌‌ ଜୀବନକୁ ଏକ ଦଣ୍ଡ ଭାବେ ବିବେଚନା କରାଯାଉଛି। ଫଳରେ ଜେଲ୍‌‌ରେ ରହୁଥିବା ଅନ୍ତେବାସୀ ଅଧିକର ଅଧିକ ଉଗ୍ର ହୋଇଉଠେ ଏବଂ ବାହାରିବା ପରେ ରୋଜଗାରର କୌଣସି ପନ୍ଥା ନ ପାଇଁ ପୁରୁଣା ଅସାମାଜିକ କାର୍ଯ୍ୟକୁ ଆପଣାଇଥାନ୍ତି। ଏପରିସ୍ଥଳେ ଜେଲ୍‌‌ ଅନ୍ତେବାସୀଙ୍କୁ ନିଯୁକ୍ତି ଓ ଅର୍ଥ ରୋଜଗାର ଦିଗରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୫-ଟି’ ଉପକ୍ରମରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପମାନେ ଗ୍ରହଣ କରାଯାଇଛି। ଯାହାଦ୍ୱାରା ଜଣେ କଏଦୀ ଜେଲ୍‌‌ରୁ ଫେରି ଆତ୍ମନିର୍ଭରଶୀଳ ହେବା ସହ ସମାଜରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ ପାଲଟିଯାଉଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ଜେଲ୍‌‌ରୁ ବାହାରିବା ପରେ ଅନ୍ତେବାସୀମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭୁବନେଶ୍ୱର ଝାରପଡ଼ା ଜେଲ୍‌‌ରେ ଅନ୍ତେବାସୀଙ୍କୁ ତାଲିମ ଦିଆଯାଉଛି। କାରଗାର ପରିସରରେ ମାଛ ଚାଷ ଠାରୁ ଆରମ୍ଭ କରି ହସ୍ତଶିଳ୍ପ କାରିଗରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ଏବେ ଜେଲ୍‌‌ରେ ନୂତନ କରି ରଙ୍ଗିନ୍‌‌ ମାଛ ଚାଷ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରାଯାଉଛି।

ଆହୁରି ପଢ଼ନ୍ତୁ: ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହା ଏକତା ଏବଂ ଭାଇଚାରାର ମହାନ ଉତ୍ସବ: ପଢ଼ନ୍ତୁ ବିଶେଷ ରିପୋର୍ଟ

କଏଦୀରୁ ମେଡିକାଲ୍‌‌ ଆଟେଣ୍ଡାଣ୍ଟ
ରାଜ୍ୟରେ ଥିବା ଅନେକ ମେଡିକାଲ୍‌‌ରେ ଆଟେଣ୍ଡାଣ୍ଟ ଅଭାବ ରହିଛି। ଜେଲ୍‌‌ରେ ଥିବା ହସ୍ପିଟାଲରେ ମଧ୍ୟ ଆଟେଣ୍ଡାଣ୍ଟର ଅଭାବ ଦେଖିବାକୁ ମିଳୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରପଡ଼ା ଏବଂ ଅନ୍ୟ ଜେଲ୍‌‌ରେ ମେଡିକାଲ୍‌‌ ଆଟେଣ୍ଡାଣ୍ଟ ଟ୍ରେନିଂ ଦିଆଯାଇଛି। ପ୍ରଥମଥର କରି ୩୫ ଜଣ କଏଦୀ ମେଡିକାଲ୍‌‌ ଆଟେଣ୍ଡାଣ୍ଟ ଟ୍ରେନିଂ ନେଉଛନ୍ତି।

ବାୟଫ୍ଲୋକ୍‌‌ ଦେଉଛି ରୋଜଗାର
ଝାରପଡ଼ା ଏବଂ ଅନ୍ୟ ୫ଟି ଜେଲ୍‌‌ରେ ଆରମ୍ଭ ହୋଇଛି ବାୟଫ୍ଲୋକ୍‌। ଝାରପଡ଼ାରେ ପ୍ରଥମ ପର୍ଯ୍ୟାୟରେ ୭ ହଜାର ୫ ଶହ ଜଳଙ୍ଗ ମାଛ ଏବଂ ୧୩ ଶହ ତିଲାପିଆ ମାଛ ଯାଆଁଳ ଛଡ଼ାଯାଇଛି ଓ ସେଗୁଡ଼ିକ ବଡ଼ ହେବା ପରେ ଏହାକୁ ବିକ୍ରି କରାଯାଇ ଅନ୍ତେବାସୀଙ୍କୁ ରୋଜଗାରକ୍ଷମ କରାଯିବାର ଲକ୍ଷ୍ୟ ରଖାଯାଇଛି।

୪ ବର୍ଷରେ ୧୩,୪୨୩ କଏଦୀ ଶିକ୍ଷିତ
ଜେଲ୍‌‌ ବିଭାଗରେ ‘୫-ଟି’ ଲାଗୁ ପରେ ଜେଲ୍‌‌ ବ୍ୟବସ୍ଥାରେ ଆସିଛି ସଂସ୍କାର। କଏଦୀ ନିଜର ଭବିଷ୍ୟତ ଗଢ଼ିବାର ସୁଯୋଗ ପାଉଛନ୍ତି। ଜେଲ୍‌‌ ଅନ୍ତେବାସୀ ପାଠପଢ଼ି ଶିକ୍ଷିତ ହେଉଛନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଜେଲ୍‌‌ରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ଏନ୍‌‌ସିଆର୍‌‌ବି (ଜାତୀୟ ଅପରାଧ ବ୍ୟୁରୋ ରେକର୍ଡ)ରୁ ସ୍ପଷ୍ଟ ହୋଇଛି। ଗତ ୪ ବର୍ଷରେ ଜେଲ୍‌‌ରେ ୧୩,୪୨୩ କଏଦୀ ପାଠପଢ଼ି ଶିକ୍ଷିତ ହୋଇଥିବା ଜଣାପଡ଼ିଛି। ୨୦୧୮ରେ ୩,୮୩୩ ଜଣ ଓ ୨୦୧୯ରେ ୩,୭୨୫ ଜଣ କଏଦୀ ଶିକ୍ଷିତ ହୋଇଛନ୍ତି। ସେହିପରି ୨୦୨୦ରେ ୩,୨୪୫ କଏଦୀ ଶିକ୍ଷିତ ହୋଇଥିବା ବେଳେ ୨୦୨୧ରେ ୨,୬୨୦ କଏଦୀ ଥିଲେ।

୨୦୨୧ରେ ରାଜ୍ୟରେ ଥିବା ୮୮ଟି ଜେଲ୍‌‌ରେ ୯୨୭ଜଣ ଅଶିକ୍ଷିତ କଏଦୀ ଥିବା ବେଳେ ଦଶମ ଶ୍ରେଣୀ ତଳକୁ ୧,୨୭୧ ଜଣ କଏଦୀ ଅଛନ୍ତି। ସେହିପରି ଦଶମ ଶ୍ରେଣୀରୁ ସ୍ନାତକ ପାଠ ପଢ଼ିଥିବା ୩୩୧ଜଣ କଏଦୀ ଅଛନ୍ତି। ସେହିଭଳି ଗ୍ରାଜୁଏସନ୍‌‌ ପଢ଼଼ିଥିବା ୭୧ ଜଣ କଏଦୀ ଥିବାବେଳେ ଡିଗ୍ରୀ(ଡିପ୍ଲୋମା) ପାଠ ପଢ଼଼ିଥିବା ୧୩ଜଣ କଏଦୀ ଅଛନ୍ତି। ସେହିପରି ପିଜି ସାରିଥିବା କଏଦୀଙ୍କ ସଂଖ୍ୟା ୭ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
୨୦୧୮ରେ ରାଜ୍ୟରେ ୮୮ଜେଲ୍‌‌ରେ ୧୦୫୫ ଅଶିକ୍ଷିତ କଏଦୀ ଥିବାବେଳେ ଦଶମ ପଢ଼ିଥିବା ୧୯୮୨ କଏଦୀ ଅଛନ୍ତି। ଦଶମ ଶ୍ରେଣୀରୁ ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ୬୨୩ କଏଦୀ ରହିଥିଲେ। ୧୩୯ କଏଦୀ ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ବେଳେ ୨୧ ଡିଗ୍ରୀ ଏବଂ ୧୩ ଗ୍ରାଜୁଏସନ୍‌‌ ପଢ଼ିଛନ୍ତି। ୨୦୧୯ରେ ୧୦୩୮ ଅଶିକ୍ଷିତ କଏଦୀ ଥିବାବେଳେ ଦଶମ ଶ୍ରେଣୀ ତଳକୁ ୧,୮୬୮ କଏଦୀ ଅଛନ୍ତି। ୧୩୬ ଜଣ ଗ୍ରାଜୁଏସନ୍‌‌, ୧୩ ଜଣ ଡିଗ୍ରୀ ଏବଂ ୧୩ ଜଣ ପିଜି ପାଠ୍ୟକ୍ରମ ଶେଷ କରିଛନ୍ତି। ୨୦୨୦ରେ ବିଭିନ୍ନ ଜେଲ୍‌‌ରେ ୧୦୦୭ ଅଶିକ୍ଷିତ କଏଦୀ ରହୁଛନ୍ତି। ୧୬୯୭ଜଣ କଏଦୀ ଦଶମ ଶ୍ରେଣୀ ତଳକୁ ପାଠ ପଢ଼଼ିଥିବା ବେଳେ ଦଶମରୁ ଗ୍ରାଜୁଏସନ୍‌‌ ପର୍ଯ୍ୟନ୍ତ ୩୬୦ କଏଦୀ ରହୁଥିଲେ। ଗ୍ରାଜୁଏସନ୍‌‌ ପାଠ ପଢ଼ିଥିବା ୧୪୮, ଡିଗ୍ରୀ ପାଠ ପଢ଼ିଥିବା ୧୯ଜଣ ଏବଂ ୧୪ଜଣ କଏଦୀ ପିଜି ପଢ଼ିଛନ୍ତି।

ଜେଲ୍‌‌ ଭିତରେ ଅଙ୍ଗନବାଡ଼ି
ଅନେକ ମହିଳା ଗର୍ଭବତୀ ସମୟରେ କୌଣସି ଅପରାଧ ମାମଲାରେ ଜେଲ୍‌‌ଦଣ୍ଡ ଭୋଗୁଛନ୍ତି। ଜେଲ୍‌‌ରେ ଶିଶୁ ଜନ୍ମ ହେବା ପରେ ସେମାନଙ୍କ ଯତ୍ନ ନେବାର ବ୍ୟବସ୍ଥା କରାଯାଇଛି। ଅପରାଧ ନ କରି ଏହି କୋମଳ ଶିଶୁ ଜେଲ୍‌‌ ଭିତରେ ୬ ବର୍ଷ ପର୍ଯ୍ୟନ୍ତ ମା’ ସହ ସଜା କାଟୁଛନ୍ତି। ଜେଲ୍‌‌ରେ ଶିଶୁ ଜନ୍ମ ହେବା ପରେ ତା’ର ଯତ୍ନନେବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ସେ ପାଠ ପଢ଼ିବା ପାଇଁ ଅଙ୍ଗନବାଡ଼ି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପାଇଁ ମେଡିକାଲ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସପ୍ତାହକୁ ୨ ଦିନ ଆମିଷ
କଏଦୀଙ୍କ ପାଇଁ ଜେଲ୍‌‌ରେ ଆମିଷ ଭୋଜନ ଦିଆଯାଉଛି। ସେମାନଙ୍କ ଶରୀରର ସନ୍ତୁଳନ ଯେପରି ନବିଗିଡ଼ିବ ସେଥିଲାଗି ସୁଷମ ଖାଦ୍ୟର ବ୍ୟବସ୍ଥା କରାଯାଉଛି। ସପ୍ତାହକୁ ୨ ଦିନ ମାଛ, ଅଣ୍ଡା ଏବଂ ଚିକେନ୍‌‌ ଦିଆଯାଉଛି। ପୂର୍ବରୁ କଏଦୀଙ୍କ ମଟନ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରି ଦିଆଯାଇଛି। ବୁଧବାର କଏଦୀଙ୍କୁ ଅଣ୍ଡା ଦିଆଯାଉଥିବା ବେଳେ ରବିବାର ମାଛ, କିମ୍ବା ଚିକେନ୍‌‌ କରାଯାଉଛି। ସାଧା ଖାଉଥିବା କଏଦୀଙ୍କୁ ଭାତ ଡାଲମା ଏବଂ ପନିର୍‌‌ ଖାଇବାକୁ ଦିଆଯାଉଛି। ସକାଳୁ କଏଦୀଙ୍କୁ ଚା’ ଦିଆଯାଉଥିବା ବେଳେ ୯ଟା ସମୟରେ ଟିଫିନ୍‌‌ ଦିଆଯାଉଛି। ଟିଫିନ୍‌‌ରେ ଇଡ୍‌‌ଲି, ଘୁଗୁନି ଦିଆଯାଉଛି। ନ ହେଲେ ଚୁଡ଼ା, କଦଳୀ ଏବଂ ଉପମା ଦିଆଯାଉଛି। ଦିନ ୧୨ଟାରେ ମିଲ୍‌‌ ଏବଂ ରାତିରେ ମିଲ୍‌‌ ଦିଆଯାଉଛି।

ବରଦାନ ସାଜିଛି ନ୍ୟାୟିକ ସେବା ପ୍ରାଧିକରଣ
ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ବିଭିନ୍ନ ଜେଲ୍‌‌ରେ ୭୦ ପ୍ରତିଶତ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗରିବ ଶ୍ରେଣୀର ହୋଇଥିବାରୁ ଅଦାଲତରେ ଲଢ଼ିବା ପାଇଁ ସେମାନେ ଓକିଲ ଦେଇପାରୁ ନାହାନ୍ତି। ଫଳରେ ଜେଲ୍‌‌ ଭିତରେ ଦୀର୍ଘଦିନ ରହି ଯାଉଛନ୍ତି। ବିଶେଷ କରି ବିଭିନ୍ନ ଜେଲ୍‌‌ରେ ବିଚାରାଧୀନ କଏଦୀଙ୍କ ମଧ୍ୟରେ ଅଧିକାଂଶ ଅଶିକ୍ଷିତ ଥିବାରୁ ଏହି ସୁବିଧା ବିଷୟରେ ଜାଣି ପାରୁନାହାନ୍ତି। କିନ୍ତୁ ସେମାନେ ଯେପରି ମାଗଣା ଆଇନ ସୁବିଧା ପାଇଁ ସେଥିପାଇଁ ସରକାର ମାଗଣା ନ୍ୟାୟିକ ସେବା ପ୍ରାଧିକରଣ(ଲିଗାଲ ସର୍ଭିସ ଅଥରିଟି) ନାମରେ ୧୯୮୭ରେ ଏକ ଆକ୍ଟ କରିଛନ୍ତି। ସେକ୍ସନ୍‌‌ ୧୨ ଅନୁସାରେ ଏହି ସୁବିଧା କେବଳ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ଏହି ସୁବିଧା ପାଇପାରିବେ। ଏଥିଲାଗି ପ୍ରତି ଜିଲ୍ଲା ଏବଂ କୋର୍ଟରେ ନ୍ୟାୟିକ ପ୍ରାଧିକରଣର ବ୍ୟବସ୍ଥା ରହିଛି। ଗରିବ ଶ୍ରେଣୀର ମହିଳାମାନେ ଏଠାରୁ ନ୍ୟାୟିକ ସୁବିଧା ପାଇପାରୁଛନ୍ତି। ସେମାନଙ୍କ ପାଇଁ ସେଠାରେ ଥିବା ଓକିଲ ମାମଲା ପରିଚାଳନା କରୁଛନ୍ତି।

କାରାଗାରରେ ପାଠାଗାର
କଏଦୀଙ୍କ ପାଇଁ କାରଗାରରେ ପାଠାଗାରର ସୁବିଧା ରହିଛି। ସେଠାରେ ଖବରକାଗଜ, ବିଭିନ୍ନ ପୁସ୍ତକ ଆଦି ପଢ଼଼ିବାର ସୁଯୋଗ ମିଳୁଛି। ସେଠାକୁ ଯାଇ କଏଦୀ ପାଠ ପଢ଼଼ିପାରୁଛନ୍ତି। ସେମାନଙ୍କ ପାଇଁ ଫିଲ୍ମ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏକ ରୁମ୍‌‌ ଭିତରେ ବଡ଼ ଏଲଇଡି ବ୍ୟବସ୍ଥା କରାଯାଇଛି। ସେଠାରେ କେବଳ ଦେଶାତ୍ମବୋଧ ଫିଲ୍ମ ଏବଂ ମହାପୁରୁଷଙ୍କ ଜୀବନୀ ସଂକ୍ରାନ୍ତ ମୁଭି ଲାଗୁଛି। ଆହୁରି ମଧ୍ୟ କଏଦୀଙ୍କ ପାଇଁ ମ୍ୟୁଜିକ୍‌‌ ବ୍ୟବସ୍ଥା କରାଯାଇଛି। ସକାଳ ଏବଂ ସନ୍ଧ୍ୟାରେ ସେଠାରେ ଭଜନ ପରିବେଷଣ କରାଯାଉଛି।

ଜେଲ୍‌‌ ପ୍ରସ୍ତୁତ ସାମଗ୍ରୀର ଚାହିଦା
ଜେଲ୍‌‌ ଭିତରେ କଏଦୀମାନଙ୍କ ଦ୍ୱାରା ଅଟା, ମଇଦା, ସୋରିଷ ଏବଂ ବେକେରୀ ଆଦି ପ୍ରସ୍ତୁତ କରାଯାଉଛି। ଏପରିକି କଏଦୀମାନେ ମାଛ ଚାଷ, ଓ ପନିପରିବା ଚାଷ କରୁଛନ୍ତି। ବଡ଼ କଥା ହେଲା କଏଦୀମାନେ ବିଭିନ୍ନ ପ୍ରକାର କୁଟୀର ଶିଳ୍ପ ଏବଂ ହସ୍ତତନ୍ତ୍ର ଆଦି ପ୍ରସ୍ତୁତ କରୁଛନ୍ତି। କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଜେଲ୍‌‌ ଆଗରେ ଏକ ଷ୍ଟଲ କରାଯାଇ ବିକ୍ରି କରାଯାଉଛି। ଏହି ଷ୍ଟଲ୍‌‌ ଖୋଲା ହେବାର କିଛି ସମୟ ପରେ ତାହା ବିକ୍ରି ହୋଇଯାଉଛି।

09 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର