ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; କଳାହାଣ୍ଡିରେ ହିମାଚଳ ସେଓ

The Sakala Picture
Published On

ପାଠ ପଞ୍ଚମ; କିନ୍ତୁ କୃଷି ଜ୍ଞାନ ଉତ୍ତମ। କେଉଁ ମାଟି ଓ ପରିବେଶରେ କେଉଁ ଚାଷ ଭଲ ହେବ ତାଙ୍କୁ ଜଣା। ଇଣ୍ଟରନେଟରୁ କୃଷି ଜ୍ଞାନ ପାଇବା ସହ ଏହାକୁ ସେ କାମରେ ଲଗାଇଛନ୍ତି। ସାଧାରଣତଃ ହିମାଚଳପ୍ରଦେଶ ଭଳି ଶୀତଳ ଜଳବାୟୁରେ ସବୁଜ ସେଓ ଫଳେ। କିନ୍ତୁ କଳାହାଣ୍ଡିର ଗରମ ପରିବେଶରେ ବି ଏ ସେଓ ଫଳାଇବାରେ ସଫଳ ହୋଇଛନ୍ତି କାଲେଶ୍ୱର। ଇଣ୍ଟରନେଟ୍‌‌ରେ ଜ୍ଞାନ ବଣ୍ଟାହେଉଛି। ଖାଲି ଭଲ ଜ୍ଞାନ ଖୋଜି କାମରେ ଲଗାଇବା ଦରକାର। କଳାହାଣ୍ଡି […]

ପାଠ ପଞ୍ଚମ; କିନ୍ତୁ କୃଷି ଜ୍ଞାନ ଉତ୍ତମ। କେଉଁ ମାଟି ଓ ପରିବେଶରେ କେଉଁ ଚାଷ ଭଲ ହେବ ତାଙ୍କୁ ଜଣା। ଇଣ୍ଟରନେଟରୁ କୃଷି ଜ୍ଞାନ ପାଇବା ସହ ଏହାକୁ ସେ କାମରେ ଲଗାଇଛନ୍ତି। ସାଧାରଣତଃ ହିମାଚଳପ୍ରଦେଶ ଭଳି ଶୀତଳ ଜଳବାୟୁରେ ସବୁଜ ସେଓ ଫଳେ। କିନ୍ତୁ କଳାହାଣ୍ଡିର ଗରମ ପରିବେଶରେ ବି ଏ ସେଓ ଫଳାଇବାରେ ସଫଳ ହୋଇଛନ୍ତି କାଲେଶ୍ୱର।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

ଇଣ୍ଟରନେଟ୍‌‌ରେ ଜ୍ଞାନ ବଣ୍ଟାହେଉଛି। ଖାଲି ଭଲ ଜ୍ଞାନ ଖୋଜି କାମରେ ଲଗାଇବା ଦରକାର। କଳାହାଣ୍ଡି ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ଗାଁର କାଳେଶ୍ୱର କାଣ୍ଡ। ବେଶୀ ପାଠ ପଢ଼଼଼଼ି ନ ଥିଲେ ବି ଇଣ୍ଟରନେଟରୁ ବିଭିନ୍ନ ପ୍ରସଂଗରେ ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ଇଣ୍ଟରନେଟ୍‌‌ ଦେଖୁ ଦେଖୁ ତାଙ୍କୁ ସବୁଜ ସେଓ ଚାଷ କରିବାର ପ୍ରେରଣା ମିଳିଥିଲା। ବାସ୍‌‌ ତା ପରେ ସେ ଏ କ୍ଷେତ୍ରରେ ଆଗେଇ ଚାଲିଥିଲେ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ପ୍ରଥମେ କାଳେଶ୍ୱର ହିମାଚଳପ୍ରଦେଶର ଚାଷୀଙ୍କ ସହ ଯୋଗାଯୋଗ କରି ସେଓ ଚାଷ ସମ୍ପର୍କରେ ବୁଝିଥିଲେ। ଚାରାପିଛା ୩୫୦ଟଙ୍କା ଦେଇ ୧୫୦ଟି ଗଛ ସେଠାରୁ ମଗାଇଥିଲେ। ୟୁଟ୍ୟୁବରୁ ଚାଷ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପରେ ସେହି ଚାରାସବୁକୁ ଗୋଟେ ଏକର ଜମିରେ ଲଗାଇଥିଲେ। ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ କରିଥିବା ସେ ପ୍ରକାଶ କରନ୍ତି। ବର୍ତ୍ତମାନ ଗଛରେ ସେଓ ଫଳ ଫଳିବା ଆରମ୍ଭ ହୋଇଛି। ବର୍ଷକୁ ୨୦ କ୍ୱିଣ୍ଟାଲ ସେଓ ଅମଳ ହେବା ଆଶା ରଖିଥିବାବେଳେ ଭବିଷ୍ୟତରେ ୧୦୦ରୁ ଊର୍ଦ୍ଧ୍ବ କ୍ୱିଣ୍ଟାଲ ପାଇବାର ପ୍ରୟାସ ଜାରି ରଖିଛନ୍ତି।
ଅନ୍ୟପଟେ ତାଙ୍କ ପତ୍ନୀ ମଧ୍ୟ ଏହି ଚାଷରେ ସହଯୋଗ କରିଥିବା କହିଛନ୍ତି। ନିଜ ଗାଁରେ ପ୍ରଥମଥର ଏହି ଚାଷକୁ ଦେଖି ଗାଁ ଲୋକେ ମଧ୍ୟ ଖୁସିବ୍ୟକ୍ତ କରିବା ସହ ଗରିବ କ୍ଷୁଦ୍ର ଚାଷୀକୁ ପ୍ରୋତ୍ସାହନ ଯୋଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆମ ଦେଶର ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥାଏ ସେଓ ଚାଷ। ଏହି ରାଜ୍ୟ ତୁଳନାରେ ଆମ ରାଜ୍ୟର ତାପମାତ୍ରା ଅଧିକ ଥିଲେ ହିଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କାଳେଶ୍ୱର। ୪୦-୪୫ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ଗ୍ରୀନ ସେଓ ଚାଷ କରି ସଫଳ ହୋଇଛନ୍ତି। ସବୁଦିନ ସେଓ ଚାଷ ଦେଖିବାକୁ ଦୂରଦୁରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି। ଏପରିକି ଦିଲ୍ଲୀରୁ ଏକ ଟିମ୍‌‌ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି। ଧର୍ମଗଡ଼ରୁ ଆକାଶ କୁମାର ଜଗତ।

14 May 2023 By The Sakala

ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; କଳାହାଣ୍ଡିରେ ହିମାଚଳ ସେଓ

ପାଠ ପଞ୍ଚମ; କିନ୍ତୁ କୃଷି ଜ୍ଞାନ ଉତ୍ତମ। କେଉଁ ମାଟି ଓ ପରିବେଶରେ କେଉଁ ଚାଷ ଭଲ ହେବ ତାଙ୍କୁ ଜଣା। ଇଣ୍ଟରନେଟରୁ କୃଷି ଜ୍ଞାନ ପାଇବା ସହ ଏହାକୁ ସେ କାମରେ ଲଗାଇଛନ୍ତି। ସାଧାରଣତଃ ହିମାଚଳପ୍ରଦେଶ ଭଳି ଶୀତଳ ଜଳବାୟୁରେ ସବୁଜ ସେଓ ଫଳେ। କିନ୍ତୁ କଳାହାଣ୍ଡିର ଗରମ ପରିବେଶରେ ବି ଏ ସେଓ ଫଳାଇବାରେ ସଫଳ ହୋଇଛନ୍ତି କାଲେଶ୍ୱର।

ଇଣ୍ଟରନେଟ୍‌‌ରେ ଜ୍ଞାନ ବଣ୍ଟାହେଉଛି। ଖାଲି ଭଲ ଜ୍ଞାନ ଖୋଜି କାମରେ ଲଗାଇବା ଦରକାର। କଳାହାଣ୍ଡି ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ଗାଁର କାଳେଶ୍ୱର କାଣ୍ଡ। ବେଶୀ ପାଠ ପଢ଼଼଼଼ି ନ ଥିଲେ ବି ଇଣ୍ଟରନେଟରୁ ବିଭିନ୍ନ ପ୍ରସଂଗରେ ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ଇଣ୍ଟରନେଟ୍‌‌ ଦେଖୁ ଦେଖୁ ତାଙ୍କୁ ସବୁଜ ସେଓ ଚାଷ କରିବାର ପ୍ରେରଣା ମିଳିଥିଲା। ବାସ୍‌‌ ତା ପରେ ସେ ଏ କ୍ଷେତ୍ରରେ ଆଗେଇ ଚାଲିଥିଲେ।

ପ୍ରଥମେ କାଳେଶ୍ୱର ହିମାଚଳପ୍ରଦେଶର ଚାଷୀଙ୍କ ସହ ଯୋଗାଯୋଗ କରି ସେଓ ଚାଷ ସମ୍ପର୍କରେ ବୁଝିଥିଲେ। ଚାରାପିଛା ୩୫୦ଟଙ୍କା ଦେଇ ୧୫୦ଟି ଗଛ ସେଠାରୁ ମଗାଇଥିଲେ। ୟୁଟ୍ୟୁବରୁ ଚାଷ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପରେ ସେହି ଚାରାସବୁକୁ ଗୋଟେ ଏକର ଜମିରେ ଲଗାଇଥିଲେ। ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ କରିଥିବା ସେ ପ୍ରକାଶ କରନ୍ତି। ବର୍ତ୍ତମାନ ଗଛରେ ସେଓ ଫଳ ଫଳିବା ଆରମ୍ଭ ହୋଇଛି। ବର୍ଷକୁ ୨୦ କ୍ୱିଣ୍ଟାଲ ସେଓ ଅମଳ ହେବା ଆଶା ରଖିଥିବାବେଳେ ଭବିଷ୍ୟତରେ ୧୦୦ରୁ ଊର୍ଦ୍ଧ୍ବ କ୍ୱିଣ୍ଟାଲ ପାଇବାର ପ୍ରୟାସ ଜାରି ରଖିଛନ୍ତି।
ଅନ୍ୟପଟେ ତାଙ୍କ ପତ୍ନୀ ମଧ୍ୟ ଏହି ଚାଷରେ ସହଯୋଗ କରିଥିବା କହିଛନ୍ତି। ନିଜ ଗାଁରେ ପ୍ରଥମଥର ଏହି ଚାଷକୁ ଦେଖି ଗାଁ ଲୋକେ ମଧ୍ୟ ଖୁସିବ୍ୟକ୍ତ କରିବା ସହ ଗରିବ କ୍ଷୁଦ୍ର ଚାଷୀକୁ ପ୍ରୋତ୍ସାହନ ଯୋଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆମ ଦେଶର ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥାଏ ସେଓ ଚାଷ। ଏହି ରାଜ୍ୟ ତୁଳନାରେ ଆମ ରାଜ୍ୟର ତାପମାତ୍ରା ଅଧିକ ଥିଲେ ହିଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କାଳେଶ୍ୱର। ୪୦-୪୫ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ଗ୍ରୀନ ସେଓ ଚାଷ କରି ସଫଳ ହୋଇଛନ୍ତି। ସବୁଦିନ ସେଓ ଚାଷ ଦେଖିବାକୁ ଦୂରଦୁରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି। ଏପରିକି ଦିଲ୍ଲୀରୁ ଏକ ଟିମ୍‌‌ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି। ଧର୍ମଗଡ଼ରୁ ଆକାଶ କୁମାର ଜଗତ।

https://www.thesakala.in/special/youtube-showed-the-way-himachal-apple-in-kalahandi/article-21651
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର