ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ଘରେ ଓ ଅଫିସ୍‌ରେ ରଖନ୍ତୁ କ୍ରିଷ୍ଟାଲ୍‌ ଟ୍ରି

The Sakala Picture
Published On

ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ କିମ୍ବା ଅଫିସ୍‌ରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏମିତି ଏକ ଜିନିଷ ହେଉଛି କ୍ରିଷ୍ଟାଲ୍‌ ଟ୍ରି। ଏହା ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ରତ୍ନ ପଥର ଓ ସ୍ପଟିକ ଦ୍ୱାରା ତିଆରି ହୋଇଥାଏ। ଏହି କ୍ରିଷ୍ଟାଲ୍‌ ଟ୍ରିକୁ ଘରେ ଓ ଅଫିସ୍‌ରେ ରଖିବା ଦ୍ୱାରା ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ କ୍ରିଷ୍ଟାଲ୍‌ […]

ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ କିମ୍ବା ଅଫିସ୍‌ରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏମିତି ଏକ ଜିନିଷ ହେଉଛି କ୍ରିଷ୍ଟାଲ୍‌ ଟ୍ରି। ଏହା ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ରତ୍ନ ପଥର ଓ ସ୍ପଟିକ ଦ୍ୱାରା ତିଆରି ହୋଇଥାଏ। ଏହି କ୍ରିଷ୍ଟାଲ୍‌ ଟ୍ରିକୁ ଘରେ ଓ ଅଫିସ୍‌ରେ ରଖିବା ଦ୍ୱାରା ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ।

  • ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ କ୍ରିଷ୍ଟାଲ୍‌ ଟ୍ରିକୁ ଡ୍ରଇଁ ରୁମ୍‌ କିମ୍ବା ବେଡ୍‌ରୁମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।

  • ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ର ଉତ୍ତର-ପଶ୍ଚିମ ଦିଗରେ କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। କ୍ୟାରିୟର୍‌ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଦେଖାଯାଇଥାଏ।

  • ଘରର ପୂର୍ବ ଦିଗରେ କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରୁହେ।

  • ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ପଢ଼ାଘରେ କିମ୍ବା ଷ୍ଟଡି ଟେବୁଲ୍‌ ଉପରେ କ୍ରିଷ୍ଟାଲ୍‌ ଟ୍ରିକୁ ଉତ୍ତର-ପୂର୍ବ କୋଣରେ ରଖିପାରିବେ।

  • ରଙ୍ଗବେରଙ୍ଗର କ୍ରିଷ୍ଟାଲ୍‌ ଟ୍ରି ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ଶାରୀରିକ ଓ ମାନସିକ ସମସ୍ୟା ଦୂର ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର