ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀ

The Sakala Picture
Published On

ଡାକ୍ତର ହେବା ଲାଗି ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଆଉ ଏଥିରେ ସେ ସଫଳ ବି ହୋଇଥିଲେ। ନାରୀ ଶିକ୍ଷା ପ୍ରତି ଥିବା ସମାଜର ରୂଢ଼ିବାଦୀ ଚିନ୍ତାଧାରାକୁ ସେ ବିରୋଧ କରିଥିଲେ। ଏପରିକି ବିଦେଶରେ ଡାକ୍ତରୀ ଡିଗ୍ରୀ ହାସଲ କରି ଭାରତର ପ୍ରଥମ ମହିଳା ଡାକ୍ତର ହେବାର ଗୌରବ ଅର୍ଜି ଥିଲେ। ସେହି ମହିୟସୀ ମହିଳା ଜଣକ ହେଲ ଆନନ୍ଦୀବାଇ ଯୋଶୀ। ପୁଣେର ଏକ ରକ୍ଷଣଶୀଳ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଆନନ୍ଦୀବାଇ। […]

ଡାକ୍ତର ହେବା ଲାଗି ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଆଉ ଏଥିରେ ସେ ସଫଳ ବି ହୋଇଥିଲେ। ନାରୀ ଶିକ୍ଷା ପ୍ରତି ଥିବା ସମାଜର ରୂଢ଼ିବାଦୀ ଚିନ୍ତାଧାରାକୁ ସେ ବିରୋଧ କରିଥିଲେ। ଏପରିକି ବିଦେଶରେ ଡାକ୍ତରୀ ଡିଗ୍ରୀ ହାସଲ କରି ଭାରତର ପ୍ରଥମ ମହିଳା ଡାକ୍ତର ହେବାର ଗୌରବ ଅର୍ଜି ଥିଲେ। ସେହି ମହିୟସୀ ମହିଳା ଜଣକ ହେଲ ଆନନ୍ଦୀବାଇ ଯୋଶୀ।

ଆହୁରି ପଢ଼ନ୍ତୁ: ଆପଲ୍ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା: ଆଇଫୋନ୍, ମ୍ୟାକ୍ ଓ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ

ପୁଣେର ଏକ ରକ୍ଷଣଶୀଳ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଆନନ୍ଦୀବାଇ। ସେ ୯ ବର୍ଷ ବୟସରେ ୨୫ ବର୍ଷୀୟ ଗୋପାଳ ରାଓ ଯୋଶୀଙ୍କୁ ବିବାହ କରିଥିଲେ । ୧୪ ବର୍ଷ ବୟସରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ୧୦ ଦିନରେ ସେ ତାଙ୍କ ନବଜାତକଙ୍କୁ ହରାଇ ଥିଲେ। ଏହି ଘଟଣା ତାଙ୍କୁ ଶକ୍ତ ଆଘାତ ଦେଇଥିଲା। ଏହି ଘଟଣା ହିଁ ତାଙ୍କୁ ଡାକ୍ତର ହେବା ଦିଗରେ ପ୍ରେରିତ କରିଥିଲା । ଆଉ ତାଙ୍କର ଏଭଳି ନିଷ୍ପତ୍ତିକୁ ସ୍ବାମୀ ଗୋପାଳ ରାଓ ମଧ୍ୟ ବେଶ୍ ସମର୍ଥନ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ତେବେ ଆନନ୍ଦୀଙ୍କ ଡାକ୍ତରୀ ଯାତ୍ରା ଆଦୌ ସହଜ ନ ଥିଲା। ତାଙ୍କର ଏଭଳି ଏକ ନିଷ୍ପତ୍ତିରେ କେବଳ ସମ୍ପର୍କୀୟ ନୁହନ୍ତି, ପାଖ ପଡ଼ୋଶୀ ମଧ୍ୟ ଖୁସି ନ ଥିଲେ। ଏହା ସତ୍ତ୍ବେ ମଧ୍ୟ ସେ ଡାକ୍ତର ହେବା ନିଷ୍ପତ୍ତିରେ ଅଟଳ ରହିଲେ। କାହା କଥାରେ ଆଦୌ ଧୈର୍ଯ୍ୟହରା ହେଲେ ନାହିଁ ଆନନ୍ଦୀ। ଗୋପାଳ ତାଙ୍କୁ ମିଶନାରୀ ସ୍କୁଲରେ ପଢ଼ାଇଲେ। ଏହା ପରେ ତାଙ୍କ ସ୍ବାମୀଙ୍କ ବଦଳି କଲିକତାକୁ ହୋଇଥିଲା। ଆନନ୍ଦୀ ମଧ୍ୟ ସ୍ବାମୀଙ୍କ ସହ କଲିକତା ଗଲେ। ସେଠାରେ ସେ ସଂସ୍କୃତ ଓ ଇଂରାଜୀ ପଢ଼ିବା ଓ କହିବା ଶିଖିଲେ। ସେଇଠୁ ଗୋପାଳ ଆନନ୍ଦୀଙ୍କୁ ମେଡିକାଲ ପଢ଼ା ଦିଗରେ ପ୍ରୋତ୍ସାହିତ କଲେ। ଏହା ପରେ ଆନନ୍ଦୀ ମେଡିକାଲ ଶିକ୍ଷା ଲାଗି ଆମେରିକା ଗଲେ। ସେ ପେନ୍‌ସିଲଭେନିଆ ୱିମେନ୍ କଲେଜରେ ଚିକିତ୍ସା କାର୍ଯ୍ୟକ୍ରମରେ ନାମ ଲେଖାଇଲେ। ୧୮୮୬ରେ ୧୯ ବର୍ଷରେ ଏମଡି ଡିଗ୍ରୀ ପାଇବାରେ ସେ ପ୍ରଥମ ଭାରତୀୟ ମହିଳା ଡାକ୍ତରର ପରିଚୟ ହାସଲ କଲେ ଆନନ୍ଦୀ। ୧୮୮୬ ଶେଷରେ ସେ ଭାରତ ଫେରିଲେ ଏବଂ ତାଙ୍କୁ ଏଠାରେ ଭବ୍ୟ ସ୍ବାଗତ ମଧ୍ୟ କରାଗଲା। ତାଙ୍କୁ ପ୍ରଥମେ କୋହ୍ଲାପୁରରେ ଆଲବର୍ଡ ଏଡୱାର୍ଡ ହସ୍‌ପିଟାଲରେ ମହିଳା ୱାର୍ଡରେ ଚିକିତ୍ସା ପ୍ରଭାରୀ ଭାବେ ନିଯୁକ୍ତ କରାଗଲା।

ଆହୁରି ପଢ଼ନ୍ତୁ: ଭାରତୀୟ ସଂସଦରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ ଖାଲିଥିବା ପଦବୀ, ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା

ତେବେ ସେ ବେଶି ଦିନ ରୋଗୀ ସେବାରେ ନିଜକୁ ନିୟୋଜିତ କରିପାରି ନ ଥିଲେ। ବର୍ଷେକାଳ ଟିବିରେ ସେ ପୀଡ଼ିତ ଥିଲେ। ଶେଷରେ ୧୮୮୭ ଫେବୃଆରୀ ୨୬ରେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୮୮୮ରେ କେରୋଲିନ୍ ୱେଲସ୍‌ ତାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫି ରଚନା କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଦୂରଦର୍ଶନରେ ‘ଆନନ୍ଦୀ ଗୋପାଳ’ ଧାରାବାହିକ ନାଁରେ ପ୍ରସାରଣ କରାଯାଇ ଥିଲା।

26 May 2022 By The Sakala

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀ

ଡାକ୍ତର ହେବା ଲାଗି ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଆଉ ଏଥିରେ ସେ ସଫଳ ବି ହୋଇଥିଲେ। ନାରୀ ଶିକ୍ଷା ପ୍ରତି ଥିବା ସମାଜର ରୂଢ଼ିବାଦୀ ଚିନ୍ତାଧାରାକୁ ସେ ବିରୋଧ କରିଥିଲେ। ଏପରିକି ବିଦେଶରେ ଡାକ୍ତରୀ ଡିଗ୍ରୀ ହାସଲ କରି ଭାରତର ପ୍ରଥମ ମହିଳା ଡାକ୍ତର ହେବାର ଗୌରବ ଅର୍ଜି ଥିଲେ। ସେହି ମହିୟସୀ ମହିଳା ଜଣକ ହେଲ ଆନନ୍ଦୀବାଇ ଯୋଶୀ।

ପୁଣେର ଏକ ରକ୍ଷଣଶୀଳ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଆନନ୍ଦୀବାଇ। ସେ ୯ ବର୍ଷ ବୟସରେ ୨୫ ବର୍ଷୀୟ ଗୋପାଳ ରାଓ ଯୋଶୀଙ୍କୁ ବିବାହ କରିଥିଲେ । ୧୪ ବର୍ଷ ବୟସରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ମାତ୍ର ୧୦ ଦିନରେ ସେ ତାଙ୍କ ନବଜାତକଙ୍କୁ ହରାଇ ଥିଲେ। ଏହି ଘଟଣା ତାଙ୍କୁ ଶକ୍ତ ଆଘାତ ଦେଇଥିଲା। ଏହି ଘଟଣା ହିଁ ତାଙ୍କୁ ଡାକ୍ତର ହେବା ଦିଗରେ ପ୍ରେରିତ କରିଥିଲା । ଆଉ ତାଙ୍କର ଏଭଳି ନିଷ୍ପତ୍ତିକୁ ସ୍ବାମୀ ଗୋପାଳ ରାଓ ମଧ୍ୟ ବେଶ୍ ସମର୍ଥନ କରିଥିଲେ।

ତେବେ ଆନନ୍ଦୀଙ୍କ ଡାକ୍ତରୀ ଯାତ୍ରା ଆଦୌ ସହଜ ନ ଥିଲା। ତାଙ୍କର ଏଭଳି ଏକ ନିଷ୍ପତ୍ତିରେ କେବଳ ସମ୍ପର୍କୀୟ ନୁହନ୍ତି, ପାଖ ପଡ଼ୋଶୀ ମଧ୍ୟ ଖୁସି ନ ଥିଲେ। ଏହା ସତ୍ତ୍ବେ ମଧ୍ୟ ସେ ଡାକ୍ତର ହେବା ନିଷ୍ପତ୍ତିରେ ଅଟଳ ରହିଲେ। କାହା କଥାରେ ଆଦୌ ଧୈର୍ଯ୍ୟହରା ହେଲେ ନାହିଁ ଆନନ୍ଦୀ। ଗୋପାଳ ତାଙ୍କୁ ମିଶନାରୀ ସ୍କୁଲରେ ପଢ଼ାଇଲେ। ଏହା ପରେ ତାଙ୍କ ସ୍ବାମୀଙ୍କ ବଦଳି କଲିକତାକୁ ହୋଇଥିଲା। ଆନନ୍ଦୀ ମଧ୍ୟ ସ୍ବାମୀଙ୍କ ସହ କଲିକତା ଗଲେ। ସେଠାରେ ସେ ସଂସ୍କୃତ ଓ ଇଂରାଜୀ ପଢ଼ିବା ଓ କହିବା ଶିଖିଲେ। ସେଇଠୁ ଗୋପାଳ ଆନନ୍ଦୀଙ୍କୁ ମେଡିକାଲ ପଢ଼ା ଦିଗରେ ପ୍ରୋତ୍ସାହିତ କଲେ। ଏହା ପରେ ଆନନ୍ଦୀ ମେଡିକାଲ ଶିକ୍ଷା ଲାଗି ଆମେରିକା ଗଲେ। ସେ ପେନ୍‌ସିଲଭେନିଆ ୱିମେନ୍ କଲେଜରେ ଚିକିତ୍ସା କାର୍ଯ୍ୟକ୍ରମରେ ନାମ ଲେଖାଇଲେ। ୧୮୮୬ରେ ୧୯ ବର୍ଷରେ ଏମଡି ଡିଗ୍ରୀ ପାଇବାରେ ସେ ପ୍ରଥମ ଭାରତୀୟ ମହିଳା ଡାକ୍ତରର ପରିଚୟ ହାସଲ କଲେ ଆନନ୍ଦୀ। ୧୮୮୬ ଶେଷରେ ସେ ଭାରତ ଫେରିଲେ ଏବଂ ତାଙ୍କୁ ଏଠାରେ ଭବ୍ୟ ସ୍ବାଗତ ମଧ୍ୟ କରାଗଲା। ତାଙ୍କୁ ପ୍ରଥମେ କୋହ୍ଲାପୁରରେ ଆଲବର୍ଡ ଏଡୱାର୍ଡ ହସ୍‌ପିଟାଲରେ ମହିଳା ୱାର୍ଡରେ ଚିକିତ୍ସା ପ୍ରଭାରୀ ଭାବେ ନିଯୁକ୍ତ କରାଗଲା।

ତେବେ ସେ ବେଶି ଦିନ ରୋଗୀ ସେବାରେ ନିଜକୁ ନିୟୋଜିତ କରିପାରି ନ ଥିଲେ। ବର୍ଷେକାଳ ଟିବିରେ ସେ ପୀଡ଼ିତ ଥିଲେ। ଶେଷରେ ୧୮୮୭ ଫେବୃଆରୀ ୨୬ରେ ମାତ୍ର ୨୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୮୮୮ରେ କେରୋଲିନ୍ ୱେଲସ୍‌ ତାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫି ରଚନା କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଦୂରଦର୍ଶନରେ ‘ଆନନ୍ଦୀ ଗୋପାଳ’ ଧାରାବାହିକ ନାଁରେ ପ୍ରସାରଣ କରାଯାଇ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର