ବୃତ୍ତି ପାଖରେ ବନ୍ଧା ଅନୁଗୁଳ ଜିଲ୍ଲା ମହିଧରପୁର ଗାଁର ପ୍ରାୟ ୫୦ଟି ବୁଣାକାର ପରିବାର

The Sakala Picture
Published On

ଅନୁଗୁଳ(ସଂଗ୍ରାମ ରଞ୍ଜନ ଦାସ): ଆଧୁନିକତାର ଛାପରେ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ରର ଆଉ ଚାହିଦା ରହିଲା ନାହିଁ। ଫଳରେ ଅନେକ ବୁଣାକାର ସେମାନଙ୍କର କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କଲେ। ଯେତିକି ରହିଲେ ସେମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଲେ। ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌ ମହିଧରପୁର ଗାଁରେ ପ୍ରାୟ ୫୦ଟି ପରିବାର ପାରମ୍ପରିକ ପଦ୍ଧତିରେ ତାରିଣୀ ବ୍ରତ, ସୁଦଶା ବ୍ରତ, ମା’ଲକ୍ଷ୍ମୀଙ୍କ ବ୍ରତ ସମେତ ବିଭିନ୍ନ ଠାକୁର ଠାକୁରାଣୀଙ୍କ ପୂଜା […]

ଅନୁଗୁଳ(ସଂଗ୍ରାମ ରଞ୍ଜନ ଦାସ): ଆଧୁନିକତାର ଛାପରେ ହସ୍ତତନ୍ତ ପ୍ରସ୍ତୁତ ବସ୍ତ୍ରର ଆଉ ଚାହିଦା ରହିଲା ନାହିଁ। ଫଳରେ ଅନେକ ବୁଣାକାର ସେମାନଙ୍କର କୌଳିକ ବୃତ୍ତି ଛାଡି ଅନ୍ୟ କାମଧନ୍ଦା କଲେ। ଯେତିକି ରହିଲେ ସେମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଲେ। ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌ ମହିଧରପୁର ଗାଁରେ ପ୍ରାୟ ୫୦ଟି ପରିବାର ପାରମ୍ପରିକ ପଦ୍ଧତିରେ ତାରିଣୀ ବ୍ରତ, ସୁଦଶା ବ୍ରତ, ମା’ଲକ୍ଷ୍ମୀଙ୍କ ବ୍ରତ ସମେତ ବିଭିନ୍ନ ଠାକୁର ଠାକୁରାଣୀଙ୍କ ପୂଜା ସମୟରେ ଆବଶ୍ୟକ ହେଉଥିବା ରଙ୍ଗବେରଙ୍ଗ ବ୍ରତ ଓ ଛୋଟ ଛୋଟ ରଙ୍ଗୀନ ଛତି ତିଆରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଦାରିଦ୍ର୍ୟ ମଧ୍ୟରେ ପେଷି ହୋଇ ଯାଉଥିଲେ ମଧ୍ୟ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌ ମହିଧରପୁର ଗାଁରେ ପ୍ରାୟ ୫୦ଟି ବୁଣାକାର ପରିବାର । ଦିନ ଥିଲା ତନ୍ତରେ ଲୁଗା, ଗାମୁଛା ଆଦି ବୁଣି ବିକ୍ରି କରୁଥିଲେ। କାଳକ୍ରମେ ତାହା ଲୋପ ପାଇଗଲା। ତେଣୁ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ବ୍ରତ ଓ ସୁନ୍ଦର ସୁନ୍ଦର ଛତି ତିଆରି କରି ବିକ୍ରି କରୁଛନ୍ତି। ଏହାଦ୍ୱାରା ବିଶେଷ ଲାଭ ହେଉ ନ ଥିଲେ ମଧ୍ୟ ନିଜର କୌଳିକ ବୃତ୍ତି ବଞ୍ଚି ରହୁଛି। ଅଳ୍ପ ବହୁତ ପରିବାର ଚାଲିପାରୁଛି କିନ୍ତୁ ଏବେ ବି ଦୁର୍ଦ୍ଦଶାରେ ବଞ୍ଚିଛନ୍ତି। ଦିନ ଥିଲା ଗାଁ ଭିତରକୁ ପଶିଗଲେ ଖଟ ଖଟ ଶବ୍ଦ ଶୁଣିବାକୁ ମିଳୁଥିଲା। ଘରେ ଘରେ ଦେଖିବାକୁ ମିଳୁଥିଲା ହସ୍ତତନ୍ତ। ବୁଣାକାରମାନେ ଅହରହ କାମ କରୁଥିଲେ। ରଙ୍ଗ ବେରଙ୍ଗ ଶାଢ଼ି, ଗାମୁଛା, ଲୁଙ୍ଗି ଓ ଜାଲ ଆଦି ତନ୍ତରେ ପ୍ରସ୍ତୁତ କରୁଥିଲେ। ବାହାରେ ବିକ୍ରି କରି ଭଲ ଲାଭ ପାଉଥିଲେ। ମହିଳାମାନେ ଘର କାମ ପରେ ଏକାଠି ବସି ସେସବୁ ପ୍ରସ୍ତୁତ କରନ୍ତି। ଏଥିରୁ ସେମାନଙ୍କର ବିଶେଷ ଲାଭ ହୁଏ ନାହିଁ। କାରଣ କଟକ, ଆଠଗଡ଼ ଓ ସମ୍ୱଲପୁର ଅଞ୍ଚଳରୁ ସେମାନଙ୍କୁ ସୂତା କିଣିବାକୁ ହୁଏ। ସେହି ସୁତାକୁ ଘରେ ରଙ୍ଗ କରାଯାଏ। ଏହାପରେ ସେହି ପୁରୁଣା ପଦ୍ଧତିରେ କାଠ ବାଉଁଶରେ ତିଆରି ହୋଇଥିବା ଚରଖାରେ ସୂତାରୁ ବ୍ରତ ତିଆରି କରାଯାଏ। ବ୍ରତ ତିଆରି ପରେ ନିଜେ ବିଭିନ୍ନ ହାଟ ବଜାର ଓ ଗାଁ ଗାଁ ବୁଲି ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେମାନଙ୍କର ପରିବାର ଚଳେ। ଦାରିଦ୍ର୍ୟତା ଏହି ବୁଣାକାର ପରିବାର ଗୁଡିକର ଚିର ସାଥୀ ହୋଇ ରହିଛି। ତଥାପି ସେମାନଙ୍କ ମନରେ ଦୁଃଖ ନାହିଁ। କାରଣ ସେମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସବୁବେଳେ ଚେଷ୍ଟା କରି ଆସୁଛନ୍ତି। ଯେତେବେଳେ କୌଣସି ପୂଜା ପାର୍ବଣ ଆସେ ବ୍ରତ ଆବଶ୍ୟକ ପଡେ ସେତେବେଳେ ଲୋକଙ୍କ ମହିଧରପୁର ଗାଁ କଥା ମନେ ପକାନ୍ତି। ପୁରୁଷ ପୁରୁଷ ଧରି ଏହି ଗାଁର ମହିଳାମାନେ ବ୍ରତ ତିଆରି କରି ଆସୁଛନ୍ତି। କିନ୍ତୁ ଏମାନଙ୍କ ଉପରେ କାହାର ନଜର ପଡ଼ିନାହିଁ। ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। କୁଟୀର ଶିଳ୍ପର ପୁନରୁଦ୍ଧାର ପାଇଁ ମଧ୍ୟ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ହେଲେ ଏହି ବୁଣାକାର ପରିବାର ଗୁଡିକ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି। ଯଦି ଏମାନଙ୍କୁ ଅତ୍ୟାଧୁନିକ ଶୈଳୀରେ ବ୍ରତ ତିଆରି ପାଇଁ ତାଲିମ ପ୍ରଦାନ କରା ଯାଇ ପାରନ୍ତା ତେବେ ଆହୁରି ଅଧିକ ବ୍ରତ ତିଆରି କରିପାରନ୍ତେ। ଏହାଛଡ଼ା ସୁଲଭ ମୂଲ୍ୟରେ ସୂତା ଯୋଗାଇ ଦିଆଯିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷ ଉଚିତ ମୂଲ୍ୟରେ କିଣାଯିବାର ବ୍ୟବସ୍ଥା ହେଲେ ଏହି ବୁଣାକାର ପରିବାର ଗୁଡିକ ଲାଭବାନ ହୋଇପାରନ୍ତେ। କିନ୍ତୁ ଦୁଃଖର ବିଷୟ ତାହା ହୋଇ ପାରି ନାହିଁ। ବୁଣାକାରଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦିଆ ନ ଗଲେ ଆଗାମୀ ଦିନରେ ସେମାନେ ନିଜର କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେବେ। ସେତେବେଳେ ପୂଜା ପାର୍ବଣ ସମୟରେ ଆବଶ୍ୟକ ପଡୁଥିବା ବ୍ରତଟିଏ ଖୋଜିଲେ ମଧ୍ୟ ଆଉ ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହା ଏକତା ଏବଂ ଭାଇଚାରାର ମହାନ ଉତ୍ସବ: ପଢ଼ନ୍ତୁ ବିଶେଷ ରିପୋର୍ଟ

03 Nov 2024 By The Sakala

https://www.thesakala.in/special/50-families-of-weavers-in-mahidharpur-village-of-angul-district-are-trying-to-survive-their-weaving-profession-amid-poverty/article-36289
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର