କନ୍ୟାଙ୍କୁ ବାପ ଘର ତରଫରୁ ଭାର: ଭାରରେ ୨୫୦ କେଜି ଚିଙ୍ଗୁଡ଼ି, ୫୦ କୁକୁଡ଼ା ଓ ୧୦ ଛେଳି

The Sakala Picture
Published On

ତେଲୁଗୁ ପରମ୍ପରା ଅନୁସାରେ ଆଷାଢ଼ ଏକ ପବିତ୍ର ମାସ। ଏ ମାସ ବିଶେଷକରି ତେଲୁଗୁ ସମ୍ପ୍ରଦାୟର ନବ ବିବାହିତଙ୍କ ଲାଗି ବେଶ୍‌ ଗୁରୁତ୍ବ ବହନ କରିଥାଏ। ପରମ୍ପରା ଅନୁସାରେ, ଉକ୍ତ ମାସରେ ନବବିବାହିତା କନ୍ୟାଙ୍କୁ ତାଙ୍କ ବାପ ଘର ତରଫରୁ ଭାର ଦିଆଯାଇଥାଏ। ଏହି କ୍ରମରେ ଏବେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଝିଅକୁ ଦେଇଥିବା ଭାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳର ଜଣେ ପ୍ରସିଦ୍ଧ ବ୍ୟବସାୟୀ ବତୁଲା ବଳରାମ କ୍ରିଷ୍ଣା ପୁଡୁଚେରି ୟାନମ୍‌ […]

ତେଲୁଗୁ ପରମ୍ପରା ଅନୁସାରେ ଆଷାଢ଼ ଏକ ପବିତ୍ର ମାସ। ଏ ମାସ ବିଶେଷକରି ତେଲୁଗୁ ସମ୍ପ୍ରଦାୟର ନବ ବିବାହିତଙ୍କ ଲାଗି ବେଶ୍‌ ଗୁରୁତ୍ବ ବହନ କରିଥାଏ। ପରମ୍ପରା ଅନୁସାରେ, ଉକ୍ତ ମାସରେ ନବବିବାହିତା କନ୍ୟାଙ୍କୁ ତାଙ୍କ ବାପ ଘର ତରଫରୁ ଭାର ଦିଆଯାଇଥାଏ। ଏହି କ୍ରମରେ ଏବେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଝିଅକୁ ଦେଇଥିବା ଭାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳର ଜଣେ ପ୍ରସିଦ୍ଧ ବ୍ୟବସାୟୀ ବତୁଲା ବଳରାମ କ୍ରିଷ୍ଣା ପୁଡୁଚେରି ୟାନମ୍‌ ସହରର ଜଣେ ଲୋକପ୍ରିୟ ବ୍ୟବସାୟୀଙ୍କ ପୁଅ ପୱନ କୁମାରଙ୍କ ସହ ଝିଅ ପ୍ରତ୍ୟୁଷାକୁ କିଛି ଦିନ ପୂର୍ବରୁ ବାହା ଦେଇଥିଲେ । ବିବାହ ପରେ ପୱନ ଓ ପ୍ରତ୍ୟୁଷାଙ୍କର ଏହା ହେଉଛି ପ୍ରଥମ ଆଷାଢ଼ ମାସ। ଝିଅର ପ୍ରଥମ ଆଷାଢ ମାସକୁ ଟିକେ ସ୍ବତନ୍ତ୍ର ଓ ନିଆରା କରିବାକୁ ଯାଇ ବତୁଲା ତା’ ଶାଶୂଘରକୁ ହଜାରେ କେଜି ମାଛ, ହଜାରେ କେଜି ପନିପରିବା, ୨୫୦ କେଜି ଚିଙ୍ଗୁଡ଼ି, ୨୫୦ କେଜି ତେଜରାତି ସାମଗ୍ରୀ, ୨୫୦ ଜାର୍ ଆଚାର, ୨୫୦ କେଜି ମିଠା, ୫୦ଟି କୁକୁଡ଼ା, ୧୦ଟି ଛେଳି ଭାର ଆକାରରେ ପଠାଇଛନ୍ତି। ତେବେ ଏଭଳି ଟ୍ରକ ଭରା ହୋଇ ଏହି ଜିନିଷଗୁଡ଼ିକ ଯେତେବେଳେ ପ୍ରତ୍ୟୁଷାଙ୍କ ଶାଶୂଘରେ ପହଞ୍ଚି ଥିଲା ପୱନଙ୍କ ପରିବାର ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp