ନିତି ଓ ଅର୍ଥନୀତି

The Sakala Picture
Published On

ବିକଶିତ ଭାରତର ନକ୍‌‌ସା ପ୍ରସ୍ତୁତି ଓ ତାହାର ରୂପାୟନ ସହ ତଦନୁଯାୟୀ ଆର୍ଥିକ ବ୍ୟବସ୍ଥାର ସୁଦୃଢ଼ୀକରଣରେ ନିତି ଆୟୋଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଏହି ଦୁଇ ସଂସ୍ଥା ପକ୍ଷରୁ ଘୋଷିତ କିଛି ତଥ୍ୟ ବେଶ୍‌‌ ରୋଚକ ଓ ଉତ୍ସାହପ୍ରଦ। ନିକଟରେ ନିତି ଆୟୋଗର ଦଶମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶର ସଂଘୀୟ ବ୍ୟବସ୍ଥାର ଢାଞ୍ଚା ଓ ଭିତ୍ତିଭୂମିକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆପତ୍ତି ଦର୍ଶାଯାଇଥିବା ବେଳେ […]

ବିକଶିତ ଭାରତର ନକ୍‌‌ସା ପ୍ରସ୍ତୁତି ଓ ତାହାର ରୂପାୟନ ସହ ତଦନୁଯାୟୀ ଆର୍ଥିକ ବ୍ୟବସ୍ଥାର ସୁଦୃଢ଼ୀକରଣରେ ନିତି ଆୟୋଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଏହି ଦୁଇ ସଂସ୍ଥା ପକ୍ଷରୁ ଘୋଷିତ କିଛି ତଥ୍ୟ ବେଶ୍‌‌ ରୋଚକ ଓ ଉତ୍ସାହପ୍ରଦ। ନିକଟରେ ନିତି ଆୟୋଗର ଦଶମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶର ସଂଘୀୟ ବ୍ୟବସ୍ଥାର ଢାଞ୍ଚା ଓ ଭିତ୍ତିଭୂମିକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆପତ୍ତି ଦର୍ଶାଯାଇଥିବା ବେଳେ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଯେଉଁ ସକାରାତ୍ମକ ଆହ୍ୱାନ ଦେଇଛନ୍ତି ତାହା ବେଶ୍‌‌ ତାତ୍ପର୍ଯ୍ୟପୂର୍ଣ୍ଣ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ମାଧ୍ୟମରେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରାଯାଇପାରିବ। ଏହି ପ୍ରେକ୍ଷାପଟ୍ଟରେ ସେ କିଛି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବେଶ୍‌‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିବାର ପରିଲକ୍ଷିତ ହୋଇଥିଲା। ସବୁଠାରୁ ଉଲ୍ଲେଖନୀୟ ହେଲା ନିତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ବି ଭି ଆର ସୁବ୍ରମଣ୍ୟମ୍ କହିଛନ୍ତି ଯେ ଭାରତର ବିଶ୍ୱର ଚତୁର୍ଥ ଅର୍ଥନୀତି। ନିକଟରେ ଜାପାନକୁ ଅତିକ୍ରମ କରି ଆମେରିକା, ଚୀନ୍‌‌ ଓ ଜର୍ମାନୀକୁ ପଛକୁ ଭାରତ ବିଶ୍ବ ଅର୍ଥନୀତିରେ ଚତୁର୍ଥ ସ୍ଥାନ ହାସଲ କରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଅର୍ଥନୀତି ୪ ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରିଛି। ବିଶ୍ୱ ଅର୍ଥନୀତି ଏକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତର ଅଭିବୃଦ୍ଧି ହାର ଏକ ଈର୍ଷଣୀୟ ସ୍ଥିତିରେ ରହିଛି। ତେଣୁ ଆସନ୍ତା ଦୁଇରୁ ତିନିବର୍ଷ ମଧ୍ୟ ଆମ ଅର୍ଥନୀତି ୫ ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରିବା କିଛି ବିଚିତ୍ର ନୁହେଁ।

ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଆମର ଏହି ଅଭିବୃଦ୍ଧି ଜାପାନ୍‌ଠାରୁ ମାତ୍ର ୦.୧ ପ୍ରତିଶତ ଅଧିକ। ଜର୍ମାନୀଠାରୁ ଆମ ଅର୍ଥନୀତି କେତେ ଦୂରରେ ଅଛି ସେ କଥା ଅବଶ୍ୟ ଦର୍ଶାଯାଇନାହିଁ। ଏ ସବୁ ସତ୍ତ୍ବେ ଆମକୁ କହିବାକୁ ପଡ଼ିବ ଯେ ସମାବେଶୀ ଅର୍ଥନୀତିିକୁ ଯଥୋଚିତ ଗୁରତ୍ୱ ଦିଆଯାଇ ପାରିନାହିଁ। ଆର୍ଥିକ ଅସମାନତା ଏବେ ମଧ୍ୟ ଚିନ୍ତା ଓ ଉଦ୍‌‌ବେଗର କାରଣ ହୋଇଛି। ବରଂ ଏ କଥା କୁହାଯାଇପାରେ ଯେ କର୍ପୋରେଟ୍‌‌ ସଂସ୍ଥାର ଆକାଶ ଛୁଅାଁ ଅଭିବୃଦ୍ଧି ଆମକୁ ଏହି ସ୍ଥିତିରେ ପହଞ୍ଚାଇଛି। ଡ. ମନମୋହନ ସିଂହଙ୍କ ସରକାର ଅମଳରେ ଦେଶର ଅର୍ଥନୈତିକ ସ୍ଥିତି ୧.୮ ଟ୍ରିଲିୟନ୍‌‌ ଡଲାର ଥିଲା। ତାହା ଗତ ଦଶବର୍ଷରେ ୪.୧ ଟ୍ରିଲିୟନ୍‌‌ ଡଲାରରେ ପହଞ୍ଚିଛି। ଏହି ବୃଦ୍ଧିରେ କର୍ପୋରେଟ୍‌‌ ସଂସ୍ଥାର ଅବଦାନ ୬୨ ରୁ ୬୮ ପ୍ରତିଶତ। ଗତ ଦଶବର୍ଷ ମଧ୍ୟରେ କର୍ପୋରେଟ ସଂସ୍ଥାର ଉପାର୍ଜନ ୪ଗୁଣ ବଢ଼ିଛି।ଏହା ଯଦି ଆମ ଅର୍ଥନୀତି ସମୃଦ୍ଧିର କାରକ ହୁଏ ତେବେ ସମାବେଶୀ ବା ସାମଗ୍ରିକ ବିକାଶ ଗତିଶୀଳ ହେବ କିପରି? ଏ କଥା ସତ ଯେ ସରକାର ଦେଶର ୮୧ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଛନ୍ତି। ସମାଜର ନିମ୍ନବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହ, ଶୌଚାଳୟ, ରିହାତିରେ ରନ୍ଧନ ଗ୍ୟାସ୍‌‌ ଯୋଗାଣ ଓ ମୁଦ୍ରା ଯୋଜନା ଜାରି ରହିଛି। ଏହା ଯେ ସେମାନଙ୍କ ଆର୍ଥ଄କ ସ୍ଥ଄ତିରେ ଅଭ୍ୟୁଦୟ ଘଟାଇବ ତାହା ନୁହେଁ, ବରଂ ଏ କଥା କୁହାଯାଇପାରେ କି ନିର୍ବାଚନ ରାଜନୀତି ପାଇଁ ସରକାର ଏହି ଲାଭାର୍ଥୀ ବର୍ଗ ସୃଷ୍ଟି କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଓ ଉପାର୍ଜନ କ୍ଷମତା ବୃଦ୍ଧି ଦିଗରେ ଏ ଯାବତ୍‌‌ ସେଭଳି କିଛି ଠୋସ୍‌‌ କାର୍ଯ୍ୟକ୍ରମ ସରକାର ଗ୍ରହଣ କରିପାରିନାହାନ୍ତି। ଏବେ ଯେଉଁ ଅର୍ଥନୀତିର ସାମଗ୍ରିକ ଅଭିବୃଦ୍ଧି ସମସ୍ତଙ୍କ ସକାଶେ ଆଖିଦୃଶିଆ ହୋଇଛି ତାହା କେବଳ କର୍ପୋରେଟ୍‌‌ କୈନ୍ଦ୍ରିକ ବ୍ୟବସ୍ଥା। ଆନ୍ତର୍ଜାତିକ ସ୍ତରରେ ଆମକୁ ନ୍ୟୂନ ଦର୍ଶାଇବା ପାଇଁ ଯେଉଁ ସୂଚକାଙ୍କ ପ୍ରକାଶ ପାଉଛି ତାହାର ସଠିକ୍ ଉତ୍ତର ଦେବା ଏହି ବ୍ୟବସ୍ଥାରେ ଏତେ ସହଜ ହେବନାହିଁ। ୨୦୪୭ରେ ଭାରତକୁ ବିକଶିତ ରାଷ୍ଟ୍ରର ମର୍ଯ୍ୟାଦା ଦେବାକୁ ହେଲେ ସମାବେଶୀ ଅର୍ଥନୀତି ପ୍ରତି ସରକାରଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ। ଏ କଥା ସତ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ସେମାନଙ୍କ ଆର୍ଥିକ ଉପାର୍ଜନ ସେହି ୧.୫ ଲକ୍ଷ ଟଙ୍କାରେ ସୀମିତ ରହିଛି। ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ମୁଣ୍ଡପିଛା ଆୟ ୨.୪ ଲକ୍ଷ ଟଙ୍କା ସହଜରେ ଅନୁମାନ କରାଯାଇପାରେ।

ଡ. ମନମୋହନ ସିଂହ ଦେଶକୁ ଆର୍ଥିକ ଦୁର୍ଗତିରୁ ଉଦ୍ଧାର କରିବା ସକାଶେ ୧୯୯୧ରେ ଯେଉଁ ବଜାର ଅର୍ଥନୀତି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ତାହା ଏବେ ବି ବଳବତ୍ତର ରହିଛି। ସକରାର ଓ ନେତୃତ୍ୱ ବଦଳିଛି; କିନ୍ତୁ ଅର୍ଥନୀତିରେ ଭିତ୍ତି ଓ ପ୍ରକୃତି ବଦଳିନି; ବରଂ କର୍ପୋରେଟ ସଂସ୍ଥା ଉପରେ ଆମେ ଦିନକୁ ଦିନ ଅଧିକ ନିର୍ଭରଶୀଳ ହୋଇଛେ। ଦିନକୁ ଦିନ ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରି ତାହାକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ତେଣୁ ନିଯୁକ୍ତି ସୁଯୋଗ କ୍ରମାଗତଭାବେ ସଂକୁଚିତ ହେବାରେ ଲାଗିଛି। କର୍ପୋରେଟ ସଂସ୍ଥା ଅଧାରୁ ଅଧିକ ଶ୍ରମ ଶକ୍ତିକୁ ସାମୟିକ ଓ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ଶୋଷଣ କରୁଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟୁଛି। ବଜାର ଅର୍ଥନୀତି ସମୟର ଆବଶ୍ୟକତା। ଏହି ବ୍ୟବସ୍ଥାରେ ଆର୍ଥିକ ପାର୍ଥକ୍ୟ ଓ ଅସମାନତା ରହୁଛି ଓ ରହିବ। ଆମେ ଏଠାରେ ଯେଉଁ ବଜାର କଥା କହୁଛୁ ତାହାକୁ ସମ୍ମୁଖୀନ ହେଲାଭଳି ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ କିଭଳି ରହିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ମଧ୍ୟ ରହିଛି। ନ ହେଲେ ୧୪୦ କୋଟିର ଯେଉଁ ବଜାର ପାଇଁ ଆମର ଏତେ ଗର୍ବ ଓ ଅହଂକାର ତାହା ଯେ ଭୁଶୁଡ଼ି ପଡ଼ିବ ସେଥିପ୍ରତି ମଧ୍ୟ ସଜାଗ ରହିବା ଜରୁରୀ ହୋଇପଡ଼ିଛି। ବିକଶିତ ଭାରତର ନକ୍ସା ପ୍ରସ୍ତୁତିର ଏହା ଏକ ଧ୍ୟାନ ଆକର୍ଷକ ପ୍ରସଙ୍ଗ।

ସରକାର ଯୁଦ୍ଧ ଓ ଆମେରିକାର ବର୍ଦ୍ଧିତ ଟାରିଫକୁ ସମ୍ମୁଖୀନ ହେଉଥିବା ବେଳେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଟଙ୍କା ଲାଭାଂଶ ଦେଉଥିବା ସୁଖର କଥା। ଏହି କଠିନ ପରିସ୍ଥିତିକୁ ମୁକାବିଲା କରିବାରେ ଏହି ରେକର୍ଡ ପରିମାଣର ଲାଭାଂଶ ପ୍ରଦାନ ନିଶ୍ଚୟ ସହାୟକ ହେବ। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ, ଦେଶର ଆଥିର୍କ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ଏକ ସହନୀୟ ସ୍ତରରେ ରହିବା ଆବଶ୍ୟକ। ୨୦୨୫-୨୬ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦର ୪.୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ଏହି ଲାଭାଂଶ ସହାୟକ ହେବ। ଆମକୁ ଏଠାରେ କହିବାକୁ ପଡ଼ିବ ଯେ, ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦେଶର ଅର୍ଥନୀତି ଦିଶାହରା କି ଦିଗହରା ହୋଇନି। ସବୁ ଅନୁକୂଳତା ମଧ୍ୟରେ ପ୍ରତିକୂଳ ଦିଗ ପ୍ରତି ଯଥାସମ୍ଭବ ଧ୍ୟାନ ନ ଦେଲେ ଲକ୍ଷ୍ୟ ହାସଲ କରିବା ଏତେ ସହଜ ହେବନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର