ସୁନିତାଙ୍କ ଜୟଯାତ୍ରା

The Sakala Picture
Published On

ଦୀର୍ଘ ୯ମାସ ଧରି ମହାକାଶରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ ଓ ତାଙ୍କ ସାଥୀ ବୁଚ୍‌‌ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଘେନି ଲାଗି ରହିଥିବା ଉତ୍କଣ୍ଠାର ଅବସାନ ଘଟିଛି। ସେମାନଙ୍କ ଏହି ସୁଦୀର୍ଘ ରହଣି ପଛରେ ଯାହାବି କାରଣ ଥାଉନା କାହିଁକି ସେମାନଙ୍କ ନିରାପଦ ଅବତରଣ ସମଗ୍ର ବିଶ୍ୱରେ କେବଳ ଆନନ୍ଦ ଖେଳାଇ ଦେଇନି, ବ୍ୟବସ୍ଥା ପ୍ରତି ପୁଣି ଥରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ପୃଥିବୀ […]

ଦୀର୍ଘ ୯ମାସ ଧରି ମହାକାଶରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ ଓ ତାଙ୍କ ସାଥୀ ବୁଚ୍‌‌ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଘେନି ଲାଗି ରହିଥିବା ଉତ୍କଣ୍ଠାର ଅବସାନ ଘଟିଛି। ସେମାନଙ୍କ ଏହି ସୁଦୀର୍ଘ ରହଣି ପଛରେ ଯାହାବି କାରଣ ଥାଉନା କାହିଁକି ସେମାନଙ୍କ ନିରାପଦ ଅବତରଣ ସମଗ୍ର ବିଶ୍ୱରେ କେବଳ ଆନନ୍ଦ ଖେଳାଇ ଦେଇନି, ବ୍ୟବସ୍ଥା ପ୍ରତି ପୁଣି ଥରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଏହି ୧୭ ଘଣ୍ଟାର ଯାତ୍ରା ଥିଲା ବେଶ ଆହ୍ୱାନପୂର୍ଣ୍ଣ। ଭାରତୀୟ ସମୟ ମାର୍ଚ୍ଚ ୧୯ ତାରିଖ ପ୍ରତ୍ୟୁଷ ୩ଟା ୨୭ ମିନିଟ୍‌‌ରେ ସୁନିତା ଓ ବୁଚ୍‌‌ଙ୍କୁ ନେଇ ଆସୁଥିବା ଡ୍ରାଗନ କ୍ୟାପସୁଲ ଆମେରିକାର ଫ୍ଲୋରିଡ଼ା ଉପକୂଳ ସମୁଦ୍ରରେ ଅବତରଣ କରିଥିଲା। ସେମାନଙ୍କୁ ନାସାର ଉଦ୍ଧାରକାରୀଦଳ କ୍ୟାପସୁଲରୁ ବାହାରକୁ ଆଣିଥିଲେ। ଏହି ଉଲ୍ଲସିତ ମୁହୂର୍ତ୍ତରେ ସମୁଦ୍ରରେ କିଛି ଡଲଫିନ୍‌‌ଙ୍କ ଉପସ୍ଥିତି ପରିବେଶକୁ ଅଧିକ ରୋମାଞ୍ଚିତ କରିଥିଲା। ଭାରତ ସହ କ୍ରମାଗତ ସମ୍ପର୍କରେ ଥିବାରୁ ଏବଂ ସୁନିତାଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ଲାଗି ରହିଥିବା ଅନିଶ୍ଚିତତାର ଅବସାନ ଘଟିଥିବାରୁ ସମଗ୍ର ଦେଶରେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି।

ମହାକାଶ କେନ୍ଦ୍ରରୁ ଭୂପୃଷ୍ଠକୁ ଏହି ୧୭ ଘଣ୍ଟାର ଯାତ୍ରା ଯେ ସମ୍ପୂର୍ଣ୍ଣ ନିରାପଦ ଓ ଚିନ୍ତାଶୂନ୍ୟ ଥିଲା ଏକଥା ନୁହେଁ। ମହାକାଶଚାରୀଙ୍କୁ ନେଇ ଆସୁଥିବା ସ୍ପେସ୍‌‌ ଏକ୍ସ ଡ୍ରାଗନ କ୍ୟାପସୁଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପରେ ଏହାର ତାପମାତ୍ରା ୧୯୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥିଲା। ଏକଥା ସତ ଯେ ଏହି ଉଚ୍ଚ ତାପର ପ୍ରଭାବ ସୀମିତ ସମୟ ସକାଶେ ଅନୁଭୂତ ହୋଇଥାଏ ଏବଂ ସମ୍ପୃକ୍ତ ଯାନ ମଧ୍ୟ ତାହାକୁ ପ୍ରତିରୋଧ କରିବାର କ୍ଷମତା ରହିଛି। କିନ୍ତୁ ଏହି ସମୟରେ ୭ ମିନିଟ୍‌‌ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଭୂପୃଷ୍ଠ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ନାସା ବୈଜ୍ଞାନିକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରୁଥିବା ମହାକାଶଯ୍ୟାନର ବର୍ଦ୍ଧିତ ତାପମାତ୍ରା ବେଳେ ବେଳେ ନିୟନ୍ତ୍ରଣ ସୀମା ଅତିକ୍ରମ କରିଗଲେ ଧ୍ୱଂସ ହୋଇଯିବା ଭଳି ବିପଦର ସମ୍ମୁଖୀନ ହୋଇପାରେ। ଏଭଳି ଏକ ସଂକଟଜନକ ପରିସ୍ଥିତିରେ ଯୋଗାଯୋଗ ବିଚ୍ଛିନ୍ନ ବୈଜ୍ଞାନିକଙ୍କ ମହଲରେ ଆତଙ୍କ ସୃଷ୍ଟି କରିବା ସ୍ୱାଭାବିକ। ସେ ଯାହାହେଉ ପରିସ୍ଥିତିରେ ସ୍ୱାଭାବିକତା ଫେରିଥିଲା ଏବଂ ମହାକାଶଚାରୀ ନିରାପଦରେ ଅବତରଣ କଲେ। ମହାକାଶ ଗବେଷଣା ଓ ମହାକାଶଚାରୀଙ୍କ ଅନୁଭୂତି ଏ କ୍ଷେତ୍ରରେ ସଫଳତାର ନିଶ୍ଚୟ ଏକ ଫର୍ଦ୍ଦ ଯୋଡ଼ିବ।

ଏକଥା ସତ ଯେ ଆମେରିକାରେ ନିର୍ବାଚନ ରାଜନୀତିରେ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଏକ ପ୍ରସଙ୍ଗ ହୋଇଥିଲା। ସ୍ପେସ ଏକ୍ସର ମାଲିକ ତଥା ସିଇଓ ଏଲନ୍‌‌ ମସ୍କ ଓ ପୂର୍ବତନ ରାଷ୍ଟ୍ରପତି ବାଇଡେନ୍‌‌ଙ୍କ ସହ ରାଜନୈତିକ ଦୃଷ୍ଟିକୋଣରୁ ମନାନ୍ତର ରହିବା ସ୍ୱାଭାବିକ। କିନ୍ତୁ ଏ କ୍ଷେତ୍ରରେ ଉଦ୍ଦେଶ୍ୟପୂର୍ଣ୍ଣ ବିଳମ୍ବ ଘଟିବା ନିଶ୍ଚୟ ଏକ ଅସ୍ୱାଭାବିକ ନିଷ୍ପତ୍ତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ଜାନୁଆରୀ ୨୮ରେ ଦୁଇ ମହାକାଶଚାରୀଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ସକାଶେ ମସ୍କଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ନାସା ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ ଏହି ମହାକାଶଚାରୀ ମହାକାଶ କେନ୍ଦ୍ରରେ ଫସି ନାହାନ୍ତି। ସେମାନେ ନିରାପଦ ଓ ସୁସ୍ଥରେ ଅଛନ୍ତି। ଏହି ସଫଳତା ପରେ ଟ୍ରମ୍ପ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୁନିତାଙ୍କ ଅଦମ୍ୟ ସାହସର ଉଚ୍ଚପ୍ରଶଂସା କରିଛନ୍ତି।

ଏହି ସଫଳତା ପାଇଁ ଏଲନ୍‌‌ ମସ୍କ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେ ମଙ୍ଗଳଗ୍ରହକୁ ମାନବଯାତ୍ରା ନେଇ ଆଶାବାଦୀ। ତାଙ୍କ ମାଲିକାନାରେ ପରିଚାଳିତ ସ୍ପେସ ଏକ୍ସ ଏ ଦିଗରେ ଖୁବ୍‌‌ଶୀଘ୍ର କାର୍ଯ୍ୟାରମ୍ଭ କରିବ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଆସନ୍ତା ୨୦/୩୦ ବର୍ଷ ମଧ୍ୟରେ ମଙ୍ଗଳଗ୍ରହକୁ ମହାକାଶଚାରୀ ପ୍ରେରଣ ସମ୍ଭବପର ହେବ। ନାସା ସହ ଘରୋଇ କମ୍ପାନୀ ସ୍ପେସଏକ୍ସର ମଙ୍ଗଳ ଅଭିଯାନ ସହଯୋଗିତାର ଉଚ୍ଚ ପ୍ରଶଂସା କରିଛନ୍ତି ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ। ତେଣୁ ଆଗାମୀ ଦିନରେ ପିପିପି ମୋଡ୍‌‌ରେ ଘରୋଇ ସଂସ୍ଥା ସହ ଇସ୍ରୋର ସହଭାଗିତା ସମ୍ଭାବନାର ସୂଚନା ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି। ଭାରତ ମହାକାଶ ଗବେଷଣାରେ ସୁନିତାଙ୍କ ଦକ୍ଷତାକୁ ବ୍ୟବହାର କରିବାକୁ ଚାହେଁ। ଏହି ଦୃଷ୍ଟାନ୍ତମୂଳକ ସଫଳତାକୁ ଆଖିଆଗରେ ରଖି ଭାରତକୁ ଆଗାମୀ ଦିନରେ ‘ଗଗନ ଯାନ’ ପ୍ରେରଣର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହେବ। ମହାକାଶ ଗବେଷଣା ଓ ଜ୍ଞାନକୌଶଳ ବିନିମୟ ମାଧ୍ୟମରେ ଦ୍ରୁତ ଅଗ୍ରଗତି ହାସଲ କରିବା ସମୟର ଆହ୍ୱାନ। ତେଣୁ ଘରୋଇ ସଂସ୍ଥାର ସହଭାଗିତାକୁ ଯଥୋଚିତ ଗୁରୁତ୍ୱ ଦିଆଯିବା ଉଚିତ।

ସୁନିତା ୱିଲିୟମସ୍‌‌ ଭାରତୀୟ ବଂଶଜ। ଏବେ ବି ତାଙ୍କର ନିଜ ଜନ୍ମମାଟି ପ୍ରତି ଆକର୍ଷଣ ରହିଛି। ସେ ସମୟ ସୁବିଧା ଦେଖି ନିଜର ପୈତୃକ ଗ୍ରାମ ଗୁଜରାଟର ଝୁଲାସାନ ଆସନ୍ତି। ଆମେରିକାରେ ଜନ୍ମ ହୋଇଥିଲେ ମଧ୍ୟ ପାରିବାରିକ ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ପାଶ୍ଚାତ୍ୟ ପରିବେଶ ଓ ଚଳଣିରେ ରହିଆସିଥିଲେ ମଧ୍ୟ ଭାରତୀୟ ସଂସ୍କୃତି ଓ ଖାଦ୍ୟରୁଚି ପ୍ରତି ତାଙ୍କର ଏବେ ମଧ୍ୟ ଭାବଗତ ସମ୍ପର୍କ ରହିଛି। ବୈବାହିକ ସମ୍ପର୍କ ଦୃଷ୍ଟିରୁ ସେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ଗୀତାକୁ କୌଣସି ପରିସ୍ଥିତିରେ ହାତଛଡ଼ା କରିନଥା’ନ୍ତି। ତାଙ୍କ କର୍ମଜୀବନରେ ଗୀତା ହିଁ ସାହସ ଓ ପ୍ରେରଣା ଦେଇଥାଏ ବୋଲି ସେ ସ୍ୱୀକାର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର