ଅର୍ଥନୀତି,ମନ୍ଥର ନା ପ୍ରଖର

The Sakala Picture
Published On

ସମୟ ବଦଳିଛି। ବଦଳିଛି ଆମ ବ୍ୟବସ୍ଥା। ଆନୁଗତ୍ୟ ଓ ଅନୁଶୀଳନ ମଧ୍ୟରେ ସଂପର୍କ ଏମିତି ଯୋଡ଼ି. ହୋଇଗଲାଣି ଯେ ସତ ଓ ମିଛକୁ ବାରି ହେଉନି। ଭଲ ଓ ମନ୍ଦ ନିର୍ବିଶେଷର ଏବେ କୁହୁଡ଼ି ପହଁରିବାକୁ ଆମେ ଆଦରି ନେଇଛେ। ସବୁ ବ୍ୟବସ୍ଥିତ ପ୍ରଚାରତନ୍ତ୍ର ସତକୁ ମିଛ ଓ ମିଛକୁ ସତ କହିଲେ ବି କିଛି ଫରକ ପଡ଼ୁନି। ଆମ ଆନୁଗତ୍ୟ ତାହାକୁ ବିଶ୍ବାସ କରିବା ପାଇଁ ବାଧ୍ୟ କରୁଛି। ଏକଥା ସତ ଯେ ସବୁକଥା ଘୂରେଇ […]

ସମୟ ବଦଳିଛି। ବଦଳିଛି ଆମ ବ୍ୟବସ୍ଥା। ଆନୁଗତ୍ୟ ଓ ଅନୁଶୀଳନ ମଧ୍ୟରେ ସଂପର୍କ ଏମିତି ଯୋଡ଼ି. ହୋଇଗଲାଣି ଯେ ସତ ଓ ମିଛକୁ ବାରି ହେଉନି। ଭଲ ଓ ମନ୍ଦ ନିର୍ବିଶେଷର ଏବେ କୁହୁଡ଼ି ପହଁରିବାକୁ ଆମେ ଆଦରି ନେଇଛେ। ସବୁ ବ୍ୟବସ୍ଥିତ ପ୍ରଚାରତନ୍ତ୍ର ସତକୁ ମିଛ ଓ ମିଛକୁ ସତ କହିଲେ ବି କିଛି ଫରକ ପଡ଼ୁନି। ଆମ ଆନୁଗତ୍ୟ ତାହାକୁ ବିଶ୍ବାସ କରିବା ପାଇଁ ବାଧ୍ୟ କରୁଛି। ଏକଥା ସତ ଯେ ସବୁକଥା ଘୂରେଇ ଫେରେଇ କହି ଜାଣିଲେ ଜଗତ ଜିତା ହେବ। ଖୋଲୁ ଗୁମର, ତା’କୁ ପୁଣି ଲିପାପୋଛା କରି ଚହଟ ଚିକ୍କଣ କରିଦେବାନି। ଏଇ ଯେମିତି ଆମ ଅର୍ଥନୀତି ଦୌଡୁଛି। ଅତିକ୍ରମଣ ଆମ ସହଜାତ ପ୍ରବୃତ୍ତି। ଜାପାନ୍‌କୁ ପଛରେ ପକାଇ ଆମେ ଏବେ ବିଶ୍ବର ଚତୁର୍ଥ ଅର୍ଥନୀତି। ଅଥଚ ଆମ ଅଭିବୃତ୍ତି ହାର ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି। ଜାତୀୟ ପରିସଂଖ୍ୟାନ ବିଭାଗର ଏହି ତଥ୍ୟକୁ ଆମେ ଅସ୍ବୀକାର କରିପାରିବାନି। ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତୈମାସିକ ରିପୋର୍ଟରେ ଆଶାଠାରୁ ଅଧିକ ସଫଳତା ମିଳିଥିବାରୁ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହୋଇଛି।

ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ କ୍ରମାଗତ ରେପୋ ରେଟ ହ୍ରାସ ମାଧ୍ୟମରେ ବ୍ୟାଙ୍କର ସୁଧ କମିଥିବାରୁ ଅର୍ଥନୀତିରେ ଚଳଚଞ୍ଚଳ ଅନୁଭୂତ ହୋଇଛି। ଅର୍ଥନୈତିକ ବିଚାର ଦୃଷ୍ଟିରୁ କହିଲେ ରିଜର୍ଭ ବ୍ୟାଙ୍କ ମୁଦ୍ରା ପ୍ରଚଳନକୁ କିଛିଟା କଟକଣା ମୁକ୍ତ କରିଛନ୍ତି। ଏକଥା ସତ ଯେ ମୁଦ୍ରାସ୍ପୀତି ହ୍ରାସ ଯୋଗୁଁ ଏହା ସମ୍ଭବ ହୋଇଛି। ଚତୁର୍ଥ ତୈମାସିକ ରିପୋର୍ଟ ଅନୁଯାୟୀ ଦେଶର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହାସଲ କରିଛି। ୨୦୨୩-୨୪ ଅାର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ଥିବାବେଳେ ତାହା ଏବର୍ଷ. ୬.୫ ପ୍ରତିଶତକୁ ହ୍ରାସ ପାଇଛି। କରୋନା ମହାମାରୀ ପରବର୍ତ୍ତୀ ଆର୍ଥିକ ବର୍ଷଗୁଡ଼ିକରେ ଦେଶର ଅର୍ଥନୀତି ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ବର୍ଷର ମନ୍ଥରତା ଚିନ୍ତା ଓ ଉଦ୍‌ବେଗର କାରଣ ହୋଇଛି। ଏକଥା ସତ ଯେ ଆର୍ଥିକବର୍ଷ ଆରମ୍ଭରୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଓ କଟକଣା ମଧ୍ୟରେ ପୁଞ୍ଜି ବିନିଯୋଗ ଓ କାର୍ଯ୍ୟାନ୍ବୟନରେ ତାଳମେଳ ରହିଲାନି, ଯାହାର ପ୍ରତିକୂଳ ପ୍ରଭାବ ପଡ଼ିଥିଲା ଅର୍ଥନୀତି ଉପରେ। ବିଜେପିରୁ ପରିବର୍ତ୍ତିତ ହୋଇଥିବା ଏନ୍‌ଡିଏ ସରକାରଙ୍କ ପ୍ରାରମ୍ଭିକ ନୀତି ନିର୍ଦ୍ଧାରଣ ଆବଶ୍ୟକ ଗତିଶୀଳତା. ମଧ୍ୟ ହରାଇଥିଲା। ତେବେ ଶେଷ ପର୍ଯ୍ୟାୟରୁ ଅର୍ଥନୀତିର ଯେଉଁ ସକ୍ରିୟତା ପରିଲକ୍ଷିତ ହୋଇଛି ତାହା ଆଗକୁ ଅଧିକ ଗତିଶୀଳ ହେବ ବୋଲି ଆଶା କରାଯାଇଛି। ପୂର୍ବ ତିନିବର୍ଷର ଅଭିବୃଦ୍ଧି ରିପୋର୍ଟ ବେଶ ଉତ୍ସାହଜନକ ଥିଲା। ୨୦୨୧-୨୨ ରେ ୯.୭ ପ୍ରତିଶତ, ୨୦୨୨ – ୨୩ ରେ ୭.୯ ପ୍ରତିଶତ ଓ ୨୦୨୩-୨୪ ରେ ୯.୨୭ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଥିବାରୁ ଆମ ଅର୍ଥନୀତି ଦ୍ରୁତଗତିରେ ଦୌଡୁଛି ଦାବି କରୁଥିବା ନେତାଙ୍କୁ ଏବର ରିପୋର୍ଟ ଏକ ଶକ୍ତି ପ୍ରହାର କହିଲେ ଭୁଲ ହେବନି।

ଏହି ଆର୍ଥିକ ଅଭିବୃଦ୍ଧିର କ୍ଷେତ୍ରୀୟ ସ୍ତର ସମ୍ପର୍କରେ ବିଚାର କଲେ ସ୍ପଷ୍ଟ ମନେ ହୁଏ ଯେ ଶିଳ୍ପ ଓ ବିନିର୍ମାଣ ସ୍ତରରେ ପରିଲକ୍ଷିତ ଶିଥିଳତା ଏହି ଦୁର୍ଗତିର ମୁଖ୍ୟକାରଣ। ଗ୍ରାମାଞ୍ଚଳରେ ଘରୋଇ ବ୍ୟବହାର କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ବେଶ ଉତ୍ସାହପ୍ରଦ ହେଇଛି। ଏ କ୍ଷେତ୍ରରେ ୭.୨ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ। ଅଥଚ ପୂର୍ବବର୍ଷ ଏହି ହାର ଥିଲା ୫.୬ ପ୍ରତିଶତ। ସେହିଭଳି କୃଷି ଉତ୍ପାଦନ ମଧ୍ୟ ବେଶ ବଢ଼ିଛି, ଯାହାକୁ କି ସରକାର କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି। ପୂର୍ବବର୍ଷର ଅଭିବୃଦ୍ଧି ହାର ୨.୭ ପ୍ରତିଶତ ଥିବାବେଳେ ତାହା ୪.୬ ପ୍ରତିଶତକୁ ବୃଦ୍ଧିପାଇଛି। ଖାଉଟି ମୂଲ୍ୟସୂଚୀ ହ୍ରାସ ଘଟାଇବାରେ ଏହି ବଦ୍ଧିତ କୃଷି ଉତ୍ପାଦନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରିଜର୍ଭବ୍ୟାଙ୍କ ଏହି ମୁଦ୍ରାସ୍ପୀତି ହ୍ରାସ ଭିତ୍ତିରେ ହିଁ ସୁଧହାର ହ୍ରାସ କରିଛନ୍ତି। ସରକାର ନିକଟରେ ବିଭନ୍ନ କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରଛନ୍ତି। ଏହାକୁ ଆଇନଗତ ସ୍ବୀକୃତି ପ୍ରଦାନ ସକାଶେ କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତି ସରକାରଙ୍କ ଅବଜ୍ଞାସୂଚକ ମନୋଭାବ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ଜିଡିପି ବୃଦ୍ଧିରେ କୃଷିର ଅବଦାନ କ୍ରମେ ନିର୍ଣ୍ଣାୟକ ହେଉଥିଲେ ମଧ୍ୟ ସରକାରଙ୍କ ଶିଳ୍ପ ପ୍ରତି ପ୍ରାଧାନ୍ୟ ଅତୁଟ ରହିଛି।

ଜିଡିପିରେ ଶିଳ୍ପ ଓ ବିନିର୍ମାଣ କ୍ଷେତ୍ରରେ ଅବଦାନ ମାତ୍ର ୪.୫ ପ୍ରତିଶତରେ ସୀମିତ ରହିଛି। ଅଥଚ ପୂର୍ବ ଆର୍ଥିକ ବର୍ଷରେ ଏହି ହାର ଥିଲା ୧୨.୩ ପ୍ରତିଶତ। ସରକାର ବୃହତ୍‌ ଶିଳ୍ପ ସଂସ୍ଥା ହସ୍ତୀମାନଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିବା ସହ କର୍ପୋରେଟ୍‌ ଟିକସ ମଧ୍ୟ ହ୍ରାସ କରିଛନ୍ତି। ବିନିମୟରେ ସମ୍ପ୍ରସାରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଧ୍ୟାନ ନ ଦେଇ କର୍ପୋରେଟ୍‌ ସଂସ୍ଥା ନିଜର ଉପାର୍ଜନ ବଢ଼ାଇ ଚାଲିଛନ୍ତି। ଅଥଚ ଋଣଜାଲରେ ହନ୍ତସନ୍ତ ହୋଇ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପ୍ରତି ସରକାର ନିର୍ଦ୍ଦୟ ଓ ନିଷ୍କରୁଣ। ଦେଶର ଅର୍ଥନୀତି କାୟାବିସ୍ତାର କରିବା ପଛରେ ଯଦି ସରକାରଙ୍କ ନିର୍ଭରଶୀଳତା କେବେଳ କର୍ପୋରେଟ୍‌ ସଂସ୍ଥା ହୁଏ, ତେବେ ଏଥିରୁ ଦେଶର ବୃହତ୍ତର ବର୍ଗ କି ଫାଇଦା ପାଇବେ? ଏ ପ୍ରକାର ଅର୍ଥନୀତି କେବଳ ନିପୀଡ଼ନ ଓ ଶୋଷଣକୁ ପ୍ରୋତ୍ସାହିତ କରିବ।

ପ୍ରତିଦ୍ବନ୍ଦ୍ବୀ ବା ପ୍ରତିଯୋଗୀର ଆର୍ଥିକ ଅବନତି ଓ ଦୁର୍ଗତିରୁ ସୁଯୋଗ ନେବା ଅପେକ୍ଷା ନିଜର ଅର୍ଥନୀତିକୁ ଗତି ଦେଇ ଅଧିକ ଶକ୍ତିଶାଳୀ ବା ସମୃଦ୍ଧି କରିବା ଜରୁରୀ। ଆମ ଅର୍ଥନୀତି ୪ ଟ୍ରିଲିୟନ ଡଲାର ଅତିକ୍ରମ କରି ବିଶ୍ବର ଚତୁର୍ଥ ଅର୍ଥନୀତି ହୋଇଛି। ସମସାମୟିକ ବିଶ୍ବର୍ଥନୀତିକୁ ତର୍ଜମା କଲେ ସ୍ପଷ୍ଟ ମନେ ହୁଏ ଯେ ଜାପାନ୍‌ ଅର୍ଥନୀତି ଗତ ତିନିବର୍ଷ ଧରି ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅର୍ଥନୀତି ବିଗୁଡୁ ଥିବାରୁ ଜାପାନ ଚତୁର୍ଥ ସ୍ଥାନରୁ ତଳକୁ ଖସିଆସିବା ସ୍ବାଭାବିକ। ଏହି ପରିସ୍ଥିତି ଆମ ପାଇଁ ଚତୁର୍ଥ ସ୍ଥାନ ହାସଲ କରିବାକୁ ସୁଯୋଗ ସୃଷ୍ଟି କରିଛି। ଏହା ପଛରେ କୌଣସି ପ୍ରତିଯୋଗିତା ବା ପ୍ରତିନ୍ଦ୍ବନ୍ଦିତା ନଥିଲା। ତିନିବର୍ଷରେ ଆମେ ଜର୍ମାନୀକୁ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲର ଯେଉଁ ଆସ୍ଫାଳନ କରାଯାଉଛି ସେଥିପାଇଁ ଆମର ପ୍ରାକ୍‌ ପ୍ରସ୍ତୁତି କ’ଣ? ସେ ଦିଗରେ ଅଗ୍ରଗତି ବିନା ନକ୍ସସାରେ ହାସଲ କରିବା ଏତେ ସହଜ ନୁହେଁ। କେବଳ କର୍ପୋରେଟ ସଂସ୍ଥା ଆମକୁ ସେ ସ୍ଥିତିରେ ପହଞ୍ଚାଇ ଦେଇ ପାରିବେ ନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର