ଜ୍ଞାନ-ବିଜ୍ଞାନ-ଆତ୍ମଜ୍ଞାନ

The Sakala Picture
Published On

ବହି ପଢ଼଼ି ଯେଉଁ ସୂଚନା ସଂଗ୍ରହ କରାଯାଏ, ତାହା ‘ଜ୍ଞାନ’। ପରୀକ୍ଷାଲବ୍‌‌ଧ ପ୍ରଣାଳୀବଦ୍ଧ ବ୍ୟାପକ ଜ୍ଞାନ ହେଉଛି ‘ବିଜ୍ଞାନ’। ନିଜ ଭିତରେ ଯେଉଁ ଅନନ୍ତ ଶକ୍ତି, ଅସୀମ ସମ୍ଭାବନା ରୂପରେ ଐଶ୍ୱରିକ ଐଶ୍ୱର୍ଯ୍ୟ ଭରି ରହିଛି ତା’କୁ ଉପଲବ୍‌‌ଧି କରି ଉପଯୋଗ କରିବା ଅର୍ଥାତ୍‌‌ ନିଜେ ବ୍ରହ୍ମାନୁଭବରେ ପ୍ରତିଷ୍ଠିତ ହୋଇ ସର୍ବତ୍ର ବ୍ରହ୍ମଦର୍ଶନ କରିବା ହେଉଛି ‘ଆତ୍ମଜ୍ଞାନ’। ଜଣେ ଜ୍ଞାନୀ ସରଳ ହେଇପାରେ, ଜଟିଳ ବି ହେଇପାରେ; ବିନୟୀ ହେଇପାରେ, ଅହଂକାରୀ ବି ହେଇପାରେ। କିନ୍ତୁ ଜଣେ […]

ବହି ପଢ଼଼ି ଯେଉଁ ସୂଚନା ସଂଗ୍ରହ କରାଯାଏ, ତାହା ‘ଜ୍ଞାନ’। ପରୀକ୍ଷାଲବ୍‌‌ଧ ପ୍ରଣାଳୀବଦ୍ଧ ବ୍ୟାପକ ଜ୍ଞାନ ହେଉଛି ‘ବିଜ୍ଞାନ’। ନିଜ ଭିତରେ ଯେଉଁ ଅନନ୍ତ ଶକ୍ତି, ଅସୀମ ସମ୍ଭାବନା ରୂପରେ ଐଶ୍ୱରିକ ଐଶ୍ୱର୍ଯ୍ୟ ଭରି ରହିଛି ତା’କୁ ଉପଲବ୍‌‌ଧି କରି ଉପଯୋଗ କରିବା ଅର୍ଥାତ୍‌‌ ନିଜେ ବ୍ରହ୍ମାନୁଭବରେ ପ୍ରତିଷ୍ଠିତ ହୋଇ ସର୍ବତ୍ର ବ୍ରହ୍ମଦର୍ଶନ କରିବା ହେଉଛି ‘ଆତ୍ମଜ୍ଞାନ’। ଜଣେ ଜ୍ଞାନୀ ସରଳ ହେଇପାରେ, ଜଟିଳ ବି ହେଇପାରେ; ବିନୟୀ ହେଇପାରେ, ଅହଂକାରୀ ବି ହେଇପାରେ। କିନ୍ତୁ ଜଣେ ଆତ୍ମଜ୍ଞାନୀ ସ୍ୱାଭାବିକ ଭାବରେ ସରଳ ଓ ବିନୟୀ।

ଐତିହାସିକ ଆବୁଲ୍‌‌ଫଜଲ୍‌‌ କାଶ୍ମୀର ଉପତ୍ୟକାରେ ସାକ୍ଷାତ କରିଛନ୍ତି ସୁଫି ସନ୍ଥ ୱାହିଦ୍‌‌ଙ୍କୁ, ଯାହାଙ୍କ ସମ୍ପର୍କରେ ସେ ଲେଖିଛନ୍ତି:- ‘ସୁଫି ୱାହିଦ୍‌‌ ତିରିଶ ବର୍ଷ ଧରି ଗୋଟେ ପୁରୁଣା ଚଟ ବା ଆସନକୁ ବ୍ୟବହାର କରୁଛନ୍ତି, ଖୁସି ବି ଅଛନ୍ତି, ସୁଖ-ଦୁଃଖରୁ ଅଲଗା ରହୁଛନ୍ତି। କାହାରିଠାରୁ ଟୁକୁଡ଼ା ରୁଟି ବ୍ୟତୀତ ଅନ୍ୟ କିଛି ଗ୍ରହଣ କରୁନାହାନ୍ତି। ତାଙ୍କ ମିତାଚାର, ମିତାହାର, ସ୍ଥିତପ୍ରଜ୍ଞ ସ୍ୱଭାବକୁ ଦେଖିଲେ ବୋଧ ହେଉଛି ସେ ଜଣେ ଆତ୍ମଜ୍ଞାନୀ।’ ମୋଗଲ ସମ୍ରାଟ ଜାହାଙ୍ଗୀର ନିଜର ଆତ୍ମଚରିତରେ ଲେଖିଛନ୍ତି, ‘ସୁଫିମାନେ ସରଳ ଓ ଛଳନାଶୂନ୍ୟ, କାହାକୁ ଗାଳିଦିଅନ୍ତି ନାହିଁ, କାହା ପ୍ରତି ଦୁର୍ବ୍ୟବହାର କରନ୍ତି ନାହିଁ, ଇଚ୍ଛାର ଜିଭରେ ଲଗାମ ଲଗାନ୍ତି, ଖୋଜିବାର ପାଦକୁ ରୋକନ୍ତି, ଫଳ ଧାରଣ କରୁଥିବା ଗଛର ଚାରାରୋପଣ କରନ୍ତି, ଯେପରି ଅନ୍ୟମାନେ ସେଥିରୁ ଉପକାର ପାଇବେ। ସେମାନଙ୍କର ନିଜର କୌଣସି ଲାଭର ଆଶା ନଥାଏ। ୟାକୁ ହିଁ କହନ୍ତି ଆତ୍ମଜ୍ଞାନ।’

ପ୍ରସିଦ୍ଧ ସୁଫି ସନ୍ଥ ହମ୍‌‌ଦାନ୍‌‌ ଇରାନ୍‌‌ରୁ ସାତଶହ ସୁଫିଙ୍କୁ ସାଥିରେ ଆଣି ଶ୍ରୀନଗରକୁ ଆସିଥିଲେ। ସେ ଥିଲେ ଜଣେ ଲେଖକ, କବି। ସେ ଓ ତାଙ୍କର ଶିଷ୍ୟ, ଅନୁଗାମୀମାନେ ସାଧାରଣ ଲୋକଙ୍କ ପାଇଁ ଧର୍ମଶାଳା ନିର୍ମାଣ କରିଥିଲେ। ଉପତ୍ୟକାର ତତ୍କାଳୀନ ସୁଲ୍‌‌ତାନ୍‌‌ କୁତବ୍‌‌-ଉଦ୍ଦିନ୍‌‌ ତାଙ୍କର ମହାନତାକୁ ସ୍ୱୀକାର କରି କହିଥିଲେ, ‘ଆତ୍ମଜ୍ଞାନୀମାନଙ୍କର ମହାନତା ସେମାନଙ୍କ ମହାନୁଭବତାରେ ଥାଏ। ହମ୍‌‌ଦାନ୍‌‌ କେବଳ କବିତା ରଚନା କରୁନଥିଲେ, ସମସ୍ତଙ୍କଠାରେ ପରମେଶ୍ୱର ଦର୍ଶନ କରି ପରୋପକାରରେ ମନୋନିବେଶ କରିଥିଲେ।

ଗତ ଶତାବ୍ଦୀର ଦୁଇଜଣ ପାଶ୍ଚାତ୍ୟ ବିଦ୍ୱାନ, ପ୍ରାଚ୍ୟବିଦ୍ୟାବିଶାରଦ, ଆଧ୍ୟାତ୍ମିକ ରୂପରେ ଇଚ୍ଛୁକ ବ୍ୟକ୍ତି ଆଲ୍‌‌ଡସ୍‌‌ ହକ୍ସ୍‌‌ଲେ ଓ କାର୍ଲ୍‌‌ ଗୁସ୍ତାଭ୍‌‌ ଜଙ୍ଗ୍‌‌ ସେମାନଙ୍କ ଫଳପ୍ରଦ ଜୀବନର ଅନ୍ତିମଚରଣରେ ଆତ୍ମଜ୍ଞାନ ସମ୍ବନ୍ଧରେ ସନ୍ଦେହ ପୋଷଣ କରିଥିଲେ। ଜଣେ ଯଶସ୍ୱୀ ମନୋଚିକିତ୍ସକ ଭାବରେ ଜଙ୍ଗ୍‌‌ଙ୍କ ମନରେ ଆତ୍ମଜ୍ଞାନର ସମ୍ପୂର୍ଣ୍ଣ ସଂଜ୍ଞା ସମ୍ବନ୍ଧରେ ପ୍ରବଳ ସନ୍ଦେହ ଥିଲା। ପ୍ରଥମତଃ, ଆତ୍ମଜ୍ଞାନର ସମ୍ପୂର୍ଣ୍ଣ ଅବଧାରଣା ବା ସଂକଳ୍ପନା ହେଉଛି ଏକ ବ୍ୟକ୍ତିନିଷ୍ଠ ପ୍ରକ୍ରିୟା। ବାସ୍ତବରେ ଆତ୍ମଜ୍ଞାନ ହେଉଛି ସର୍ବୋତ୍କୃଷ୍ଟ, ସାରମୟ ଆଧ୍ୟାତ୍ମିକ ଆତ୍ମବାଦ ବା ‘ଅହଂବ୍ରହ୍ମୋସ୍ମି’ବାଦ। ଏଇଟା ପୂର୍ଣ୍ଣତଃ ଗୋଟେ ବ୍ୟକ୍ତିନିଷ୍ଠ ଅନୁଭୂତି, ଯାହା ଏତେ ତରଳ ଓ ଅଣାକାର ଯେ ତାକୁ ମାପିବାକୁ, ଆକଳନ କରିବାକୁ କୌଣସି ପଦ୍ଧତି ନାହିଁ। ଆମେରିକାର ଦାର୍ଶନିକ, କବି ୱାଲ୍ଟ୍‌‌ ହ୍ୱିଟ୍‌‌ମ୍ୟାନ୍‌‌ କହନ୍ତି, ଆମେ ମଣିଷମାନେ ହେଉଛୁ ଆତ୍ମବୋଧ ବା ଆତ୍ମାନୁଭୂତିର ପଥରେ ଶାଶ୍ୱତ ସାଧକ। ଆମର ଅସ୍ତିତ୍ୱ ଅଛି ବୋଲି ଭଗବାନଙ୍କର ଅସ୍ତିତ୍ୱ ଅଛି !
ସେହିଭଳି ଜଣେ ଆତ୍ମଜ୍ଞାନୀ ଥିଲେ ଶୁଦ୍ଧ ବା ସୈଦ୍ଧାନ୍ତିକ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌‌। ଜଣେ ଆତ୍ମଜ୍ଞାନୀର ସକଳ ଲକ୍ଷଣ: ସରଳତା, ବିନୟ, ସମଦର୍ଶିତା, ଭଗବତ୍‌‌ ବିଶ୍ୱାସ, ଅଧ୍ୟାତ୍ମ ସାଧନା, ଆତ୍ମୋପଲବ୍‌‌ଧି, ସର୍ବତ୍ର ବ୍ରହ୍ମାନୁଭବ ତାଙ୍କଠାରେ ପ୍ରକାଶ ପାଇଥିଲା। ତ୍ୟାଗରାଜ ଓ ବିସ୍‌‌ମିଲ୍ଲା ଖାଁଙ୍କର ସଙ୍ଗୀତ ମାର୍ଗରେ, ମୀରାବାଈଙ୍କର ଭଜନ ମାର୍ଗରେ, ଆଦି ଶଙ୍କରଙ୍କର ଦର୍ଶନ, ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର କର୍ମବାଦ ବା ସକ୍ରିୟତାବାଦ ମାର୍ଗରେ ଈଶ୍ୱରାନୁଭବ ହୋଇଥିଲା। ସେହି ଈଶ୍ୱର ସର୍ବବ୍ୟାପୀ ଓ ଅନନ୍ତ। ପୁଣି ସୂକ୍ଷ୍ମ ଓ ଅଦୃଶ୍ୟ। ସେ ଏକ, ଅନନ୍ତ ଓ ଶୂନ୍ୟ ମଧ୍ୟ। ତତ୍କାଳୀନ ମହୀଶୂର ଷ୍ଟେଟ୍‌‌ (ଏବର ତାମିଲନାଡୁ)ର ଇରୋଡ୍‌‌ଠାରେ ୧୮୮୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀନିବାସ ରାମାନୁଜନ୍‌‌ ଗଣିତ ମାର୍ଗରେ ଈଶ୍ୱରାନୁଭବ ପ୍ରାପ୍ତ ହୋଇଥିଲେ। ବିଜ୍ଞାନ ଭଳି ଗଣିତ ଦୁଇ ପ୍ରକାର: ଶୁଦ୍ଧ ବା ସୈଦ୍ଧାନ୍ତିକ ଓ ବ୍ୟାବହାରିକ। ରାମାନୁଜନ୍‌‌ଙ୍କର ବ୍ୟାବହାରିକ ଗଣିତରେ ରୁଚି ନଥିଲା, ସେ ଶୁଦ୍ଧ ଗଣିତ ପ୍ରତି ସମର୍ପିତ ଥିଲେ।

ମାନବ-ଗଣକମାନେ ଏପରି ବ୍ୟକ୍ତି, ଯେଉଁମାନେ କୌଣସି ଉପକରଣ ବିନା ସହାୟତାରେ ଜଟିଳ ଗଣନା କରିପାରନ୍ତି। ପରନ୍ତୁ ସଚ୍ଚା ଗଣିତଜ୍ଞମାନେ ସୃଷ୍ଟିରେ ପ୍ୟାଟର୍ଣ୍ଣ୍‌‌ ଯାଞ୍ଚ୍‌‌ କରନ୍ତି, ଯାହାକୁ ପରବର୍ତ୍ତୀ ସମୟରେ ଗଣିତୀୟ ପ୍ରମେୟ(ଥିଓରମ୍‌‌) ଆକାରରେ ପ୍ରକାଶ କରନ୍ତି। ସେମାନଙ୍କ ଗଣିତରେ ଗୋଟେ ଆଧ୍ୟାତ୍ମିକ ଅନ୍ତର୍ଧାରା ଥାଏ। ପିଥାଗୋରାସ୍‌‌, ନିଉଟନ୍‌‌, ଆଇନ୍‌‌ଷ୍ଟାଇନ୍‌‌, ଶ୍ରୀନିବାସ ରାମାନୁଜନ୍‌‌ ପ୍ରମୁଖ ସେହିପରି ଗଣିତଜ୍ଞ ଥିଲେ। ସେମାନେ ଏକାଧାରରେ ବିଜ୍ଞାନୀ, ଆତ୍ମଜ୍ଞାନୀ।

ଶୁଦ୍ଧ ଗଣିତଜ୍ଞମାନେ ଅନନ୍ତ (ଇନ୍‌‌ଫିନିଟି) ସହିତ ଯୋଡ଼ି ହୋଇରହନ୍ତି। ପାରମ୍ପରିକ ଅର୍ଥରେ ସେମାନେ ଧର୍ମନିଷ୍ଠ ହୋଇପାରନ୍ତି ବା ନ ପାରନ୍ତି। କିନ୍ତୁ ରାମାନୁଜନ୍‌‌ଙ୍କର ଧାର୍ମିକତା, ପୁଣ୍ୟଶୀଳତା ଅତ୍ୟନ୍ତ ସ୍ପଷ୍ଟ ଥିଲା। ସେ ନିଜ କୁଳଦେବତା ‘ନାମଗିରି’ଙ୍କ ପ୍ରତି ସମର୍ପିତ ଥିଲେ। ନାମଗିରି ନରସିଂହଙ୍କ ପତ୍ନୀ। ନରସିଂହ ହେଉଛନ୍ତି ମହାବିଷ୍ଣୁଙ୍କର ଅବତାର। ରାମାନୁଜନ୍‌‌ଙ୍କର କୌଣସି ଔପଚାରିକ ଡିଗ୍ରୀ ନଥିଲା ଏବଂ ୧୯୧୦ ମସିହାରେ ସେ ଥିଲେ ବେରୋଜଗାର୍‌‌। ସେତିକିବେଳେ କେମ୍ବ୍ରିଜ୍‌‌ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ନିମନ୍ତ୍ରଣ ମିଳିଲା। ରାମାନୁଜନ୍‌‌ ବ୍ରାହ୍ମଣ ହୋଇଥିବାରୁ ସମୁଦ୍ର ଅତିକ୍ରମ କରି ପାଠ ପଢ଼଼ିବା ପାଇଁ ଯିବା (ସେତେବେଳେ ସମୁଦ୍ର ଅତିକ୍ରମ କରି ବିଦେଶକୁ ଯିବା ‘ଆଧ୍ୟାତ୍ମିକ ପ୍ରଦୂଷଣ’ ରୂପେ ବିଚାର କରାଯାଉଥିଲା) ଉଚିତ୍‌‌ ହେବ କି ନାହିଁ, ଏହି ମାର୍ଗଦର୍ଶନ ନିମିତ୍ତ ନାମକ୍କଲ୍‌‌ସ୍ଥିତ ଦେବୀ ମନ୍ଦିର ପ୍ରାଙ୍ଗଣରେ ତିନିରାତି ଜାଗ୍ରତ ହୋଇ ବିତାଇଲେ। ତୃତୀୟ ଦିନର ମଧ୍ୟରାତ୍ରିରେ ଉଜ୍ଜ୍ୱଳ ଆଲୋକର ଏକ ସ୍ତମ୍ଭ ଚମକିଉଠିଲା, ଯାହାକୁ ସେ ଦେବୀଙ୍କ ସହମତି ରୂପରେ ଗ୍ରହଣ କଲେ, ଜଳଯାତ୍ରା କରି କେମ୍ବ୍ରିଜ୍‌‌ରେ ପହଞ୍ଚିଲେ। ପରବର୍ତ୍ତୀ ସମୟରେ ଗଣିତଶାସ୍ତ୍ର ଇତିହାସରେ ସେ ହେଲେ ଜଣେ ଯୁଗପୁରୁଷ, ଏକାଧାରରେ ଜ୍ଞାନୀ, ବିଜ୍ଞାନୀ, ଆତ୍ମଜ୍ଞାନୀ, ଯିଏ ଗଣିତୀୟ ସତ୍ୟ ପ୍ରତି ନିଜ ଅନ୍ତର୍ଜ୍ଞାନର ଶ୍ରେୟ ଈଶ୍ୱରଙ୍କୁ ହିଁ ଦେଉଥିଲେ। ବାଳକ ରାମାନୁଜନ୍‌‌ ଗଣିତ ସହିତ ଯୁକ୍ତ ରହସ୍ୟମୟ ଏକାଳାପ (ମନୋଲଗ୍‌‌)ରେ ଲିପ୍ତ ରହୁଥିଲେ, ଯାହାକୁ ତାଙ୍କର ଶ୍ରୋତାମାନେ ବିଚିତ୍ର ବା ଅଜବ ବୋଲି ଭାବୁଥିଲେ। ଥରେ କୁମ୍ବକୋନମ୍‌‌ରେ ସ୍ଥାନୀୟ ଶ୍ରୋତାମାନଙ୍କ ଆଗରେ ‘ଈଶ୍ୱର’, ‘ଶୂନ୍ୟ’ ଓ ‘ଅନନ୍ତ’ ମଧ୍ୟରେ ସମ୍ବନ୍ଧ ଆଧାରିତ ତାଙ୍କର ଏକାଳାପ ବିଷୟରେ କହି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସେ କହୁଥିଲେ, କୌଣସି ସମୀକରଣର ସେପର୍ଯ୍ୟନ୍ତ କିଛି ମୂଲ୍ୟ ନାହିଁ ଯେପର୍ଯ୍ୟନ୍ତ ତାହା ଈଶ୍ୱରଙ୍କ ବିଚାରକୁ ବ୍ୟକ୍ତ କରୁନାହିଁ।

‘ବିଷ୍ଣୁ ସହସ୍ରନାମମ୍‌‌’ରେ ମହାବିଷ୍ଣୁଙ୍କର ୧ ହଜାର ନାମ ମଧ୍ୟରେ ‘ଅନନ୍ତ’ (ଇନ୍‌‌ଫିନିଟି) ଗୋଟିଏ ନାମ। ଗଣିତରେ ରାମାନୁଜନ୍‌‌ଙ୍କ ଅଧିକାଂଶ ଆବିଷ୍କାର ‘ଅନନ୍ତ-ଶୃଙ୍ଖଳା’ (ଇନ୍‌‌ଫିନିଟି ସିରିଜ୍‌‌) ସହିତ ସମ୍ବନ୍ଧିତ। ଯେତେବେଳେ ସେ କହୁଥିଲେ ତାଙ୍କର ଅନେକ ନିଷ୍କର୍ଷକୁ ଈଶ୍ୱର ତାଙ୍କୁ ସ୍ୱପ୍ନରେ କହିଦେଉଥିଲେ, ତାହା ତାଙ୍କ ପାଶ୍ଚାତ୍ୟର ତର୍କସଙ୍ଗତ ମିତ୍ରମାନଙ୍କ ପାଇଁ ଚିତ୍ତାକର୍ଷକ, ପ୍ରାୟତଃ ସଙ୍କୋଚଶୀଳ ଥିଲା। ତାଙ୍କର ପ୍ରମେୟଗୁଡ଼ିକ ଅନେକ ସମୟରେ ସୋପାନ ଡେଇଁ ଯାଉଥିଲେ। ବେଦାନ୍ତର ସୂତ୍ର ଭଳି ସେଗୁଡ଼ିକ ଗୁପ୍ତ ବା ଅପ୍ରକଟ ଥିଲା, ଗୂଢ଼ ଥିବାରୁ ଅବ୍ୟକ୍ତ ବୋଧ ହେଉଥିଲା। ପାଶ୍ଚାତ୍ୟ ଗଣିତଜ୍ଞମାନେ ରାମାନୁଜନ୍‌‌ଙ୍କ ପ୍ରମେୟଗୁଡ଼ିକୁ ଶୈକ୍ଷଣିକ ଅନୁଶାସନର ଅନୁରୂପ କରିବା ପାଇଁ ପ୍ରମାଣ କରିବାକୁ କଠିନ ପରିଶ୍ରମ କରୁଥିଲେ। ସେମାନେ ରାମାନୁଜନ୍‌‌ଙ୍କ ପ୍ରତିଭାରେ ଆଶ୍ଚର୍ଯ୍ୟଚକିତ ହେଉଥିଲେ, ଚିନ୍ତା କରୁଥିଲେ ଅତି ସାଧାରଣ ଭଳି ଦୃଶ୍ୟ ହେଉଥିବା ଜଣେ ମଣିଷଠାରେ ଈଶ୍ୱର ସତରେ ଏପରି ଅନ୍ତର୍ଜ୍ଞାନକୁ ପ୍ରେରିତ କରିଥିଲେ, ଯାହା ଥିଲା ତାଙ୍କର ଆତ୍ମଜ୍ଞାନ, ଯେଉଁ ଆତ୍ମଜ୍ଞାନ ଥିଲା ଜ୍ଞାନ ଓ ବିଜ୍ଞାନର ବହୁ ଊର୍ଦ୍ଧ୍ବରେ, ଅକଳ୍ପନୀୟ ଦୂରତାରେ।

ମନୋରଞ୍ଜନ ମହାନ୍ତି

(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ) ଧର୍ମଶାଳା(ଯାଜପୁର), ମୋ: ୯୮୫୩୨୮୨୯୬୨

31 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର