ସମ୍ପର୍କ ଓ ସାମାଜିକ ପରିବର୍ତ୍ତନ

The Sakala Picture
Published On

ବିଶ୍ୱରେ ତିନିଗୋଟି ବିଶାଳ କ୍ରାନ୍ତି ମନୁଷ୍ୟ ସଭ୍ୟତାକୁ ଅହେତୁକ ପରିବର୍ତ୍ତନ ପାଇଁ ବାଧ୍ୟ କରିଛି। ସେଗୁଡ଼ିକ ହେଲା – ସଂଜ୍ଞାନାତ୍ମକ କ୍ରାନ୍ତି, କୃଷି କ୍ରାନ୍ତି ଓ ବୈଜ୍ଞାନିକ କ୍ରାନ୍ତି। ‘ସଂଜ୍ଞାନାତ୍ମକ କ୍ରାନ୍ତି’ ମନୁଷ୍ୟ ଭିତରେ ଜ୍ଞାନଗତ ବିପ୍ଳବ ଆଣିଲା। ପଶୁ, ପକ୍ଷୀ ଓ ଅନ୍ୟପ୍ରାଣୀଠାରୁ ମନୁଷ୍ୟ ଅଲଗା ହେବାକୁ ଲାଗିଲା। ‘କୃଷି କ୍ରାନ୍ତି’ରେ ମନୁଷ୍ୟ ଯାଯାବର ଜୀବନଯାପନ ଛାଡ଼ି ଘର କରିବା ଆରମ୍ଭ କଲା, ସ୍ଥାୟୀ ଜୀବନଯାପନ ଆରମ୍ଭ କଲା। ‘ବୈଜ୍ଞାନିକ କ୍ରାନ୍ତି’ ଯାହା ଖୁବ୍‌‌ କମ୍‌‌ […]

ବିଶ୍ୱରେ ତିନିଗୋଟି ବିଶାଳ କ୍ରାନ୍ତି ମନୁଷ୍ୟ ସଭ୍ୟତାକୁ ଅହେତୁକ ପରିବର୍ତ୍ତନ ପାଇଁ ବାଧ୍ୟ କରିଛି। ସେଗୁଡ଼ିକ ହେଲା – ସଂଜ୍ଞାନାତ୍ମକ କ୍ରାନ୍ତି, କୃଷି କ୍ରାନ୍ତି ଓ ବୈଜ୍ଞାନିକ କ୍ରାନ୍ତି। ‘ସଂଜ୍ଞାନାତ୍ମକ କ୍ରାନ୍ତି’ ମନୁଷ୍ୟ ଭିତରେ ଜ୍ଞାନଗତ ବିପ୍ଳବ ଆଣିଲା। ପଶୁ, ପକ୍ଷୀ ଓ ଅନ୍ୟପ୍ରାଣୀଠାରୁ ମନୁଷ୍ୟ ଅଲଗା ହେବାକୁ ଲାଗିଲା। ‘କୃଷି କ୍ରାନ୍ତି’ରେ ମନୁଷ୍ୟ ଯାଯାବର ଜୀବନଯାପନ ଛାଡ଼ି ଘର କରିବା ଆରମ୍ଭ କଲା, ସ୍ଥାୟୀ ଜୀବନଯାପନ ଆରମ୍ଭ କଲା। ‘ବୈଜ୍ଞାନିକ କ୍ରାନ୍ତି’ ଯାହା ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ମନୁଷ୍ୟର ଯୁଗଯୁଗର ଇତିହାସକୁ ବଦଳାଇବାରେ ପାରଙ୍ଗମ ଥିଲା।

ଭୋକ ଲାଗିଲେ ଗଛରୁ ଫଳ ତୋଳି ବା ଶିକାର କରି ଖାଉଥିବା ମଣିଷ ପାଇଁ ସମୟ ସାରଣୀ ପ୍ରସ୍ତୁତ ହେଲା। ଶିଳ୍ପରେ ଲାଗିଥିବା ଘଣ୍ଟି ବାଜିବାର ୧୫ ରୁ ୩୦ ମିନିଟ ଭିତରେ ଖାଇବାକୁ ହେବ। ଭୋକ ଲାଗୁ କି ନ ଲାଗୁ ଖାଇବା ନିଷ୍ପତ୍ତି ମଣିଷ ବଦଳରେ ଘଣ୍ଟା ନେବା ଆରମ୍ଭ କରିଦେଲା। ସେହିପରି ଶୋଇବା, ଉଠିବା, ଗାଧୋଇବା ଆଦି ସବୁ କାର୍ଯ୍ୟ ଆଉ ନିଜ ହିସାବରେ ନ କରି ଏକ ନିର୍ଦ୍ଦିଷ୍ଟ ସମୟରେ ଭିତରେ କରିବାକୁ ପଡ଼ିଲା।

ମଣିଷ ଯେତେବେଳେ ପ୍ରକୃତିଠାରୁ ଅଲଗା ହୋଇ ସ୍ଥାୟୀ ବସତି ଆରମ୍ଭ କଲା, ତା’ ପରେ ମଣିଷ ନିଜ ନିଜ ଭିତରେ ସମ୍ପର୍କ ଗଢ଼ିବା ଆରମ୍ଭ କଲା। କିନ୍ତୁ ଶିଳ୍ପକ୍ରାନ୍ତି ପରେ ମନୁଷ୍ୟ କେବଳ ପ୍ରକୃତି ନୁହଁ, ବରଂ ନିଜ ପରିବାରଠାରୁ ଏମିତି କି ନିଜ ଇଚ୍ଛାଠାରୁ ବି ଦୂରେଇ ରହିବା ଆରମ୍ଭ କରିଦେଲା। ଠିକ ଏହି ସମୟରେ ନିରସ ଜୀବନରେ ସରସତା ଭରି ଦେବା ପାଇଁ ଆରମ୍ଭ ହେଲା ‘ପ୍ରାକୃତ ବାଦ’ ବା ‘ରୋମାଣ୍ଟିସିଜିମ୍‌‌’। ଯଦି ଆମେ ଓଡ଼ିଆ ସାହିତ୍ୟ କଥା ଦେଖିବା ତେବେ ରୀତି ସାହିତ୍ୟ ମଧ୍ୟ ‘ରୋମାଣ୍ଟିସିଜମ’ର ଶିକାର ହୋଇଛି। ଯେମିତି କି ଓଡ଼ିଆ ସାହିତ୍ୟର ବର୍ଣ୍ଣନା -‘ସୁନ୍ଦର କନ୍ଦର୍ପ ଦର୍ପଣ ପରାଏ ଝଟକୁ ଥିଲା ତା’ ମୁଖ, ଚାହିଁଲା ମାତ୍ରକେ କ୍ଷୟ ଗଲା ମୋର ଅଙ୍ଗକୁ କନ୍ଦର୍ପ ଦୁଃଖ।’

ବର୍ତ୍ତମାନ ଦେଖିବା ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଷୟରେ। ଏ ସବୁ ମଧ୍ୟରେ ମନୁଷ୍ୟର ସମ୍ପର୍କ ଗଢ଼ିବା ଓ ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ଶୈଳୀରେ ଅନେକ ପରିବର୍ତ୍ତନ ଆସିଲା। ‘ପ୍ରାକୃତବାଦ’ ଯଦି ନିଅାଁ ହୁଏ ‘ଡିଜିଟାଲ କ୍ରାନ୍ତି’ ଘିଅ ସଦୃଶ ଅଟେ। ଅନ୍ୟଅର୍ଥରେ କହିଲେ ପ୍ରାକୃତବାଦ ଯେଉଁ ଆକର୍ଷଣ ବିକର୍ଷଣ ଉପରେ ପର୍ଯ୍ୟବସିତ, ଡିଜିଟାଲ କ୍ରାନ୍ତି ତାହାକୁ ଆହୁରି ବଳ ପ୍ରଦାନ କରୁଛି। ଏହାଫଳରେ କିଛି ସେକେଣ୍ଡର ରିଲସ୍‌‌ ଦ୍ୱାରା ବି ଆକର୍ଷଣ ହେବାର ସମ୍ଭାବନା ରହୁଛି। କ୍ଷୁଦ୍ର ଆକର୍ଷଣ ପରେ ଅଳ୍ପ ପ୍ରେମ ଓ ପରେ ପରେ ବିବାହ ଆଉ କିଛିଦିନ ପରେ ବିବାହ ବିଚ୍ଛେଦ କିମ୍ୱା ମୃତ୍ୟୁର ରୂପ ଧାରଣ କରୁଛି ଏହି ଅହେତୁକ ଆକର୍ଷଣରେ ଗଢ଼ି ଉଠିଥିବା ସମ୍ପର୍କ। ସମ୍ପର୍କ ବଦଳାଇବା ପାଇଁ ଆଜିକାଲି ଅନେକ ସମ୍ଭାବନା ଉପଲବ୍ଧ ରହୁଛି। ତେଣୁ ସମ୍ପର୍କ ଯାହା ବୁଝାମଣା, ଦୟା, କ୍ଷମା, ପ୍ରେମ, ଶାନ୍ତି, ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସକୁ ଆଧାର କରି ଗଢ଼ି ଉଠିବା କଥା, ତାହା ବିକୃତ ହେବାରେ ଲାଗିଛି। କିନ୍ତୁ ଜାଣି ରଖନ୍ତୁ ସମ୍ପର୍କ, ଧନୁଶର ଓ ତୀର ମଧ୍ୟରେ ଥିବା ସମୀକରଣ ପରି। ଧନୁଶରର ଟାଙ୍କକୁ ଯେତେ ଟାଣି ରଖିବାକୁ ଚେଷ୍ଟା କରିବ, ତୀରଟି ସେତେ ଦୂରକୁ ଚାଲିଯିବ।

ଗାଡ଼ି ଚାଳନା ଦକ୍ଷତା ନଥାଇ ବାରମ୍ୱାର ଦୁର୍ଘଟଣା ଘଟାଉ ଥିବା ଚାଳକ ଯଦି ନୂଆ ଗାଡ଼ିଟିଏ ଆଣିବ ତେବେ ଏହା ବି ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ଏହି ସବୁ ସମସ୍ୟା ପାଇଁ କେବଳ ଯେ ଯୁବପିଢ଼ି ଦାୟୀ ଆମେ କହିବା ସମ୍ପୂର୍ଣ୍ଣ ଠିକ୍‌‌ ନୁହଁ। ସାମାଜିକ ପରିବର୍ତ୍ତନର ପ୍ରଭାବ, ମନୁଷ୍ୟର ଜୀବନଶୈଳୀ ସହିତ ଆକର୍ଷଣ-ବିକର୍ଷଣର ପ୍ରକ୍ରିୟା ମଧ୍ୟ ଏଥିନିମନ୍ତେ ଦାୟୀ। ଯେମିତି ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଗବେଷଣା ଚାଲିଛି ‘ସାମାଜିକ ପରିପର୍ତ୍ତନ ଓ ମନୁଷ୍ୟର ସମ୍ପର୍କ’ ବିଷୟରେ ମଧ୍ୟ ଅନେକ ଗବେଷଣା ହେବା ଆବଶ୍ୟକ।

ଜଗଜିବନ ସେଠି
ମୋ: ୮୯୮୪୦୪୯୫୨୧

22 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର