ଚାଲନ୍ତୁ, ପୁଣି ପଛକୁ ଫେରିବା
ସମୟ ବଦଳୁଛି। ସମୟ ସହ ତାଳ ଦେଇ ମଣିଷର ବଞ୍ଚିବାର ପ୍ରଣାଳୀ ବି ପରିବର୍ତ୍ତନ ହେଉଛି। ଗାଁ ଠୁ ସହର ଯାଏଁ ସବୁଠି ଏବେ ଚାଷକୁ ନେଇ ନୂଆ ପରିକଳ୍ପନା। ନୂଆ ପଦ୍ଧତିରେ ଚାଷ କରିବାର ନୂତନ ଉତ୍ସାହ ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଉଛି। ୟୁଟ୍ୟୁବ୍ ଏ ଦିଗରେ ନୂଆ ଏକ ମାଧ୍ୟମ ପାଲଟିଛି। ଅନେକ ଶିକ୍ଷିତ ଯୁବକ ଏବେ ଚାଷର ନୂତନ ଜ୍ଞାନକୌଶଳକୁ ପାଥେୟ କରି ସ୍ୱାବଲମ୍ବୀ ହେବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏହା […]
ସମୟ ବଦଳୁଛି। ସମୟ ସହ ତାଳ ଦେଇ ମଣିଷର ବଞ୍ଚିବାର ପ୍ରଣାଳୀ ବି ପରିବର୍ତ୍ତନ ହେଉଛି। ଗାଁ ଠୁ ସହର ଯାଏଁ ସବୁଠି ଏବେ ଚାଷକୁ ନେଇ ନୂଆ ପରିକଳ୍ପନା। ନୂଆ ପଦ୍ଧତିରେ ଚାଷ କରିବାର ନୂତନ ଉତ୍ସାହ ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଉଛି। ୟୁଟ୍ୟୁବ୍ ଏ ଦିଗରେ ନୂଆ ଏକ ମାଧ୍ୟମ ପାଲଟିଛି। ଅନେକ ଶିକ୍ଷିତ ଯୁବକ ଏବେ ଚାଷର ନୂତନ ଜ୍ଞାନକୌଶଳକୁ ପାଥେୟ କରି ସ୍ୱାବଲମ୍ବୀ ହେବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏହା ଏକ ଶୁଭସୂଚନା। କିନ୍ତୁ ଏସବୁ ଭିତରେ ଆମ ସମସ୍ୟାକୁ ଆମେ ଏଡ଼ାଇ ପାରିବା ନାହିଁ। ରାସାୟନିକ ଚାଷ ଓ କୀଟନାଶକର ମାତ୍ରାଧିକ ବ୍ୟବହାର ଏବେ ଆମ ପରିବେଶକୁ ଶ୍ରୀହୀନ କରୁଛି। ଗାଁ ଗାଁରେ ଏସବୁର ପ୍ରସାର ଓ ବ୍ୟବହାର ଯୋଗୁଁ ଆଜି ଗ୍ରାମ୍ୟ ଜୀବନର ସରସତା ବି ଦୃଶ୍ୟମାନ ହେଉନି। ଯେଉଁ ଚାଷ ଜମି ଦିନେ ସବୁଜିମାର ଆବରଣରେ ଝଲସି ଉଠୁଥିଲା, ସାର ଓ କୀଟନାଶକର ପ୍ରୟୋଗ ଯୋଗୁଁଁ ଆଜି ସେଠାରେ ସେ ସ୍ପର୍ଶ କି ଅନୁଭବ ଆସୁନି। ଏସବୁ ମଧ୍ୟରେ ଆମକୁ ମୂଳକୁ ଫେରିବାକୁ ପଡ଼ିବ, ପ୍ରକୃତି ସହ ମିଶି ଚାଷ କରିବାକୁ ହେବ। ପ୍ରକୃତିର ଆଧାରକୁ ସାଥୀ କରି ଚାଷ ଜମିରେ ପାରମ୍ପରିକତାର ଉପଯୋଗ କରିବାକୁ ହେବ। ପ୍ରକୃତିକୁ ନେଇ ଚାଷ, ପ୍ରକୃତିକୁ ନେଇ ଚାଷୀ – ଏହି ବିପ୍ଳବ ଏବେଠାରୁ ଆରମ୍ଭ ହେବା ଆବଶ୍ୟକ। ସଦ୍ୟସମାପ୍ତ ଓଡ଼ିଶା ବିଧାନସଭା ଅଧିବେଶନରେ ବିଧାୟକମାନଙ୍କର ଏ ସମ୍ପର୍କରେ ଆଲୋଚନା ହେବା ନିଶ୍ଚିତ ଭାବରେ ଜୈବ ଚାଷ ପାଇଁ ଏକ ସୁଦୂରପ୍ରସାରୀ ମାର୍ଗ ପ୍ରସ୍ତୁତ କରିବାର ଆଶା ଉଜ୍ଜ୍ୱଳ ହୋଇଛି।
ସବୁଜ ବିପ୍ଲବ ପରେ ପରେ ଚାଷୀଙ୍କ ମନରେ ଅମଳକୁ ନେଇ ନୂଆ ଜାଗରଣ ସୃଷ୍ଟି ହେଲା। ଦେଶୀ ବିହନ ଯେତିକି ଅମଳ ଦେଉଥିଲା, ସଙ୍କର ବିହନ ତା’ଠାରୁ ଅଧିକ ଦେଲା। କ୍ରମଶଃ ଏହା ଚାଷୀଙ୍କୁ ଏତେମାତ୍ରାରେ ଆକୃଷ୍ଟ କଲା ଯେ ତା’ ଚାଷ ଜମିର ମାନ ହରାଇବସିଲା। ୨୦୨୧ ମସିହା ସୁଦ୍ଧା ଭାରତରେ ମୋଟ ୬୦, ୦୦୦ଟନ୍ ରୁ ଊର୍ଦ୍ଧ୍ବ ରାସାୟନିକ ଓ କୀଟନାଶକ ଫସଲ ଉପରେ ପ୍ରୟୋଗ କରାଯାଇଛି। ଶସ୍ୟ ଜାତୀୟ ଫସଲ ଯେପରିକି ଧାନ, ଗହମ ଏବଂ ପନିପରିବା ଜାତୀୟ ଯେପରିକି ବାଇଗଣ, ଟମାଟୋ, ଭେଣ୍ଡି ପରି ବିଭିନ୍ନ ଫସଲରେ ଏହାର ପ୍ରୟୋଗ ସର୍ବାଧିକ। ଆମ ଦେଶର ପଞ୍ଜାବ ଓ ହରିଆଣାରେ ହେକ୍ଟର ପିଛା ରାସାୟନିକ ସାରର ପ୍ରୟୋଗ ଅଧÒକ। ଏସବୁର ମାତ୍ରାଧିକ ପ୍ରୟୋଗ ଅଧିକ ଅମଳରେ ସହାୟକ ହେଲା ସତ, କିନ୍ତୁ ଫସଲର ଗୁଣାତ୍ମକ ମାନ କମିବାରେ ଲାଗିଲା। ମାଟି ତା’ର ଉର୍ବରତା ହରାଇଲା। ଯେଉଁମାଟିରେ ଭଳିକିଭଳି ପନିପରିବା ଆଉ ଶସ୍ୟ ଉତ୍ପନ୍ନ ହେଉଥିଲା, ସେହି ମାଟିର ଉତ୍ପାଦର ଗୁଣବତ୍ତା ନଷ୍ଟ ହେଲା। ହୃଷ୍ଟପୁଷ୍ଟ ପତ୍ର, ଫଳ ଉପରକୁ ସୁନ୍ଦର ଦିଶିଲା, କିନ୍ତୁ ମାଟିର ଚିନ୍ତା କାହାକୁ ମୁଣ୍ଡକୁ ଜୁଟିଲା ନାହିଁ। ଉପରକୁ ସୁନ୍ଦର ଦିଶୁଥÒବା ସେ ଫଳ ଖାଇ ପରୋକ୍ଷରେ ଆମେ ବିଷ ଗ୍ରହଣ କରିବାରେ ଲାଗିଲେ।
ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ଉତ୍ପାଦିତ ଫସଲ ବା ଶସ୍ୟ ଆହରଣ ଜନିତ ପ୍ରତିକ୍ରିୟା କେଉଁ ମାରାତ୍ମକ ରୋଗ ଠାରୁ କମ୍ ନୁହେଁ। ମଧୁମେହ, ରକ୍ତଚାପ, କର୍କଟ ପରି ରୋଗର ନାଁ ଲୋକେ କେବେ ଶୁଣି ନ ଥିଲେ। କିନ୍ତୁ ଆଜି ଘରେ ଘରେ ଏ ରୋଗର ପ୍ରାବଲ୍ୟ। ୨୦୨୧ ସୁଦ୍ଧା ୨୫୫ ମେଟ୍ରିକ ଟନ୍ର ରାସାୟନିକ କୀଟନାଶକ ଭାରତରେ ପ୍ରସ୍ତୁତ ହୋଇଥିବାର ତଥ୍ୟ ଆମ ପାଇଁ ନିଶ୍ଚିତ ଭାବରେ ସତର୍କ ଘଣ୍ଟି। ଓଡ଼ିଶାରେ ୨୦୧୯-୨୦ ରେ ୧୧୫୦ ମେଟ୍ରିକ ଟନ୍, ୨୦୨୦-୨୧ ରେ ୧୧୫୮.୪୧ ମେଟ୍ରିକ ଟନ୍, ୨୦୨୧-୨୨ରେ ୧୨୩୯.୯୩ ମେଟ୍ରିିକ ଟନ୍, ୨୦୨୨-୨୩ରେ ୧୩୪୭.୫୫ ମେଟ୍ରିକ ଟନ୍ ରାସାୟନିକ ସାର ବ୍ୟବହୃତ ହୋଇଛି। ଏହି ହାର ବର୍ଷକୁ ବର୍ଷ ବଢ଼଼ିବାରେ ଲାଗିଛି।
ଏବେ ସମୟ ଥାଉ ଥାଉ ଆମକୁ ସଚେତନ ହେବାର ଆବଶ୍ୟକତା ଅଛି। ଆମକୁ ବୁଝିବାକୁ ପଡ଼ିବ ଚାଷର ଅର୍ଥ କେବଳ ଆଦାୟ ବା ଅମଳ ନୁହେଁ କି କେବଳ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ନୁହେଁ। ଚାଷ ନିଜେ ବଞ୍ଚିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରେ। ଚାଷ ଏକ ସଞ୍ଜୀବନୀ, ଅମୃତର ନିଦର୍ଶନ। ଏମିତି ସାର, କୀଟନାଶକ ବିଷ ପ୍ରୟୋଗ କରି ଆମେ ଆମର ଭବିଷ୍ୟତକୁ ବିପଦକୁ ଠେଲି ଦେବାର ଯେଉଁ ଭୁଲ କରୁଛନ୍ତି ତାହାକୁ ବେଳ ହୁଁ ସୁଧାରିବାର ସମୟ ଆସିଛି।
ଗଣମାଧ୍ୟମରେ ଏବେ ଜଳବାୟୁ ପରିବର୍ତ୍ତନର ଖବର ସମସ୍ତେ ପଢ଼଼ୁଥିବେ। ଜଳବାୟୁ ଆମ ଚାଷ ପାଇଁ ଏକ ପ୍ରମୁଖ ମାନଦଣ୍ଡ। କାରଣ ଫସଲ ଭଲ ଅମଳ ହେବା ପାଇଁ ଆବଶ୍ୟକ ତାପମାତ୍ରା ଓ ଜଳ ଆବଶ୍ୟକ। କିନ୍ତୁ ଜଳବାୟୁର ଅନିୟମିତତା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରେ। ଯେଉଁ ଫସଲ ୨୦-୨୫ ଡିଗ୍ରୀ ମଧ୍ୟରେ ବଢ଼଼ିବା କଥା ଯଦି ସେ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ହୁଏ, ତା’ହେଲେ ଫସଲ ହାନି ହେବା ସୁନିଶ୍ଚିତ। ମଣିଷ ଯେପରି ଏକ ସାଧାରଣ ତାପମାତ୍ରାକୁ ସହ୍ୟ କରେ, ଫସଲ ବି ସେମିତି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାକୁ ଗ୍ରହଣ କରେ। ଏହି ଅନିୟମିତତାର ପ୍ରଭାବ କୃଷି କାର୍ଯ୍ୟ ଉପରେ ପଡ଼େ। ଏହି ପରିବର୍ତ୍ତନର ଫଳସ୍ୱରୂପ ଫସଲର ଅମଳ ସମୟ ବଢ଼଼ିଯିବା ସହ ଚାଷ କାର୍ଯ୍ୟ କରିବା କଷ୍ଟକର ହୋଇଯାଏ। ଏହା ସର୍ବୋପରି କୃଷି, ମୃତ୍ତିକାର ଗୁଣବତ୍ତା, ଗ୍ରାମ୍ୟ ଜୀବନ ତଥା ଚାଷୀକୁଳ ଉପରେ ପ୍ରଭାବ କାଇଥାଏ। ଯେଉଁ ଚାଷୀମାନଙ୍କର ଚାଷର ଅବଧି ଅଧିକ ହୁଏ, ସେମାନଙ୍କୁ ଜମିରେ ଅଧିକ ପରିଶ୍ରମ, ଅଧିକ ଖର୍ଚ୍ଚ ମୁଣ୍ଡାଇବାକୁ ପଡ଼ିଥାଏ। ଏହାଛଡ଼ା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୁଏ। ଫଳସ୍ୱରୂପ ଫସଲ ରୋଗପୋକ ସହନଶୀଳ ହୋଇପାରେ ନାହିଁ। ଏହି ଜଳବାୟୁ ପରିବର୍ତ୍ତନ ଜଙ୍ଗଲନିଆଁ ଉପରେ ବି ଅଧିକ ପରିମାଣରେ ପ୍ରଭାବ ପକାଇଥାଏ। କିଛିଦିନ ତଳେ ଆମେରିକାରେ ଘଟିଥିବା ବନାଗ୍ନି ଘଟଣା ବିଷୟରେ ଊଣାଅଧିକେ ସମସ୍ତେ ଅବଗତ ଥିବେ।
ଯଦି ଆମେ ରାସାୟନିକ ପଦ୍ଧତିର ଚାଷକୁ ଏତେଟା ଭଲ ପାଉଛନ୍ତି, ତା’ହେଲେ ପାହାଡ଼ିଆ ଅଞ୍ଚଳ ହେଉ ବା ଗାଁର ବାଡ଼ି ଅବା ନଦୀପଠା, ଯୁଆଡ଼େ ଗଲେ ଆମେ ସବୁବେଳେ ସେ ଅଞ୍ଚଳର ପନିପରିବା ନେବାକୁ ଇଚ୍ଛା କରୁଛନ୍ତି କାହିଁକି? ଆଜି ଘର ବାଲକୋନିରେ ସମସ୍ତେ ଅଳ୍ପେବହୁତ ପନିପରିବା, ଫୁଲ ଗଛ ଲଗାଇବାର ଦେଖିବାକୁ ମିଳୁଛି। ବିନା ସାର ଓ କୀଟନାଶକରେ ଏଗୁଡ଼ିକର ଯତ୍ନ ନେବାର ଉଦାହରଣ ମଧ୍ୟ ଆମେ ଦେଖୁଛେ। ଏସବୁ ତ ଅୟମାରମ୍ଭ। କ୍ଷେତ୍ର ପରିଦର୍ଶନରେ ଗଲା ବେଳେ ଚାଷୀଙ୍କ ମୁହଁରୁ ଏସବୁ କଥା ଶୁଣି ସତରେ ମନେ ହୁଏ ବର୍ଷ ବର୍ଷ ହେବ ବିଷ ଖାଇ ଖାଇ ବଞ୍ଚିବାର ନିଶାକୁ ଆମକୁ ଏବେ ବଳିଦାନ ଦେବାକୁ ହେବ। ଦେଶୀ ବିହନର ଆଦର, ସଂରକ୍ଷଣ ଦିଗରେ ଆମକୁ କାମ କରିବାକୁ ହେବ। ଚାଷୀଙ୍କଠାରୁ ଆରମ୍ଭ କରି ଗାଁର ସଚେତନ ନାଗରିକ, ବୁଦ୍ଧିଜୀବୀ ଏ ଦିଗରେ ମାଧ୍ୟମ ସାଜନ୍ତୁ। ଏ ଚିନ୍ତା ଆଉ ଚେତନାର ପରିସର ବ୍ୟାପକ ହେଉ। ଗାଁ ଠୁ ସହର ଏ ବିପ୍ଳବର ବାର୍ତ୍ତା ପହଁଚାଇବାର ଦାୟିତ୍ୱ ଆମର। ଆମେ ଯେତେବେଳେ ବିନା ସାର ଓ କୀଟନାଶକ ପ୍ରୟୋଗରେ ଗଛ ଲଗାଇ ଫଳ ଖାଉ, ସେତେବେଳେ ତା’ର ସ୍ୱାଦ କେବଳ ଅନୁଭବୀ ହି ବର୍ଣ୍ଣନା କରିପାରିବ।
ପ୍ରକୃତିକୁ ନେଇ ଚାଷ କରିବାର ଆହ୍ୱାନକୁ ଆମକୁ ଗ୍ରହଣ କରିବାକୁ ହେବ। ଏଥିପାଇଁ ‘ବ୍ୟାକ୍ ଟୁ ବେସିକ୍’ ବା ‘ମୂଳକୁ ଫେରିବା’ର ମନ୍ତ୍ରରେ ଆମେ ମନ୍ତ୍ରିତ ହେବାକୁ ପଡ଼ିବ। ଏହାର ଅର୍ଥ ବର୍ଷ ବର୍ଷ ପୂର୍ବେ ଆମ ପୂର୍ବଜଙ୍କ ସମୟକୁ ଆମକୁ ଫେରିବାକୁୁ ପଡ଼ିବ। ଆଜି ଗାଁରେ ଶଗଡ଼଼ ନାହିଁ, ବଳଦ ନାହଁ, ଗୁହାଳ ନାହିଁ, ଢିଙ୍କି ନାହିଁ। ଏସବୁ ଅଭାବ ଏତେ ମାତ୍ରାରେ ପରିଲକ୍ଷିତ ହେଲେ ପ୍ରାକୃତିକ ଚାଷର ମହକ ଆମେ ପାଇପାରିବା ନାହିଁ। ଏଥିସହିତ ସଙ୍କର ନୁହଁ ଦେଶୀ ବିହନକୁ ଘରେ ସାଇତି ନିଜେ ଚାଷ କରି ଗାଁ ଲୋକଙ୍କୁ ଦେବା ସହ ସେମାନଙ୍କ ମନରେ ପ୍ରକୃତିକୁ ନେଇ ଚାଷ କରିବାର ମହତ୍ତ୍ବ ଓ ଗୁରୁତ୍ବକୁ ବୁଝାଇବାକୁ ପଡ଼ିବ। ପରିବେଶର ପରିଚିନ୍ତାକୁ ଅଧିକରୁ ଅଧିକ ପ୍ରସାରିତ କରିବାକୁ ହେବ। ସରକାରୀ ଓ ବେସରକାରୀ ସ୍ତରରେ ଏ ଦିଗରେ କୃଷି ଓ କୃଷକ କର୍ମଶାଳାମାନ ଆୟୋଜନ କରିବାକୁ ହେବ। କେବଳ ହାଣ୍ଡିଖତ, ଜୀବାମୃତ, ବୀଜାମୃତ କହି ବୁଝାଇ ଦେବା ପରିବର୍ତ୍ତେ ଏହାକୁ ନିରୀକ୍ଷଣ କରିବାର ଦାୟିତ୍ୱ ନେବାକୁ ପଡ଼ିବ। ଏ ଦିଗରେ ଆମେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଉଦାହରଣ ରୂପେ ନେଇପାରିବା। ରାଜ୍ୟପାଳ ହୋଇ ମଧ୍ୟ କୃଷି ଓ କୃଷକଙ୍କ କଲ୍ୟାଣ ଓ ବିକାଶ ଦିଗରେ ପ୍ରକୃତିକୁ ନେଇ ଚାଷ କରିବାର ତାଙ୍କର ଅନୁଭୂତିକୁ ଆପଣମାନେ ୟୁଟ୍ୟୁବରେ ମଧ୍ୟ ଶୁଣି ପାରିବେ। କୃଷକ ଉତ୍ପାଦନ ସଂଗଠନ, କୃଷକ ନେତା, ପଞ୍ଚାୟତସ୍ତରୀୟ ଅଧିକାରୀମାନେ ଚାଷୀମାନଙ୍କୁ ଏ ଦିଗରେ ସଚେତନ କରାଇ ପ୍ରକୃତିକୁ ବନ୍ଧୁ କରି ଚାଷ କରିବାର ଉପଯୋଗିତାକୁ ବୁଝିବା ଓ ବୁଝାଇବାର ଆବଶ୍ୟକତା ଅଛି। ଆମ ଭବିଷ୍ୟତ ପିଢ଼ିଙ୍କ ଦାୟିତ୍ୱ ଆମର। ତେଣୁ ସେମାନଙ୍କୁ ସୁସ୍ଥ ଆଉ ସବୁଜ ପରିବେଶ ସହ ସ୍ୱାବଲମ୍ବୀ କରି ଭବିଷ୍ୟତ ଗଢ଼ି ତାଳିବାର ଦାୟିତ୍ୱ ନେଇ ଆମକୁ ପୁଣି ମୂଳକୁ ଫେରିବାକୁ ପଡ଼ିବ।
ଡି ଶୁଭମ୍
(ଜୈବ ନିରୀକ୍ଷକ,
ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା)
ଭୁବନେଶ୍ୱର, ମୋ: ୯୪୩୮୪୬୭୦୭୯