ନିଃସଙ୍ଗ କୈଶୋର
କିଛିଦିନ ତଳେ ଖବର କାଗଜ ପଢ଼଼ୁ ପଢ଼଼ୁ ଦେଖିଲି ଗୋଟିଏ ପୃଷ୍ଠାର ଏକ-ଚତୁର୍ଥାଂଶ (ଏ-ଫୋର ସାଇଜ୍)ରେ ତିନୋଟି ଆତ୍ମହତ୍ୟାର ଖବର ବାହାରିଛି। ତିନୋଟି ଯାକ ଆତ୍ମହତ୍ୟା ବିଭିନ୍ନ ଜାଗାରେ ପୃଥକ ପୃଥକ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସଂଗଠିତ। ଘଟଣାଗୁଡ଼ିକ ତ ସତ ହୋଇଥିବ ନିଶ୍ଚୟ, ତେବେ ପେପର ଡିଜାଇନର / ମୁଦ୍ରଣରେ ଏହାକୁ ଅଲଗା ଅଲଗା ପ୍ରିଣ୍ଟ କରିଥିଲେ ଅଧିକ ରୁଚିପୂର୍ଣ୍ଣ ହୋଇଥା’ନ୍ତା ବୋଲି ଚିନ୍ତା କରି ସେଇଠୁ ହିଁ ପଢ଼଼ା ବନ୍ଦ କରିଥିଲି। ଏ ପ୍ରକାର […]
କିଛିଦିନ ତଳେ ଖବର କାଗଜ ପଢ଼଼ୁ ପଢ଼଼ୁ ଦେଖିଲି ଗୋଟିଏ ପୃଷ୍ଠାର ଏକ-ଚତୁର୍ଥାଂଶ (ଏ-ଫୋର ସାଇଜ୍)ରେ ତିନୋଟି ଆତ୍ମହତ୍ୟାର ଖବର ବାହାରିଛି। ତିନୋଟି ଯାକ ଆତ୍ମହତ୍ୟା ବିଭିନ୍ନ ଜାଗାରେ ପୃଥକ ପୃଥକ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସଂଗଠିତ। ଘଟଣାଗୁଡ଼ିକ ତ ସତ ହୋଇଥିବ ନିଶ୍ଚୟ, ତେବେ ପେପର ଡିଜାଇନର / ମୁଦ୍ରଣରେ ଏହାକୁ ଅଲଗା ଅଲଗା ପ୍ରିଣ୍ଟ କରିଥିଲେ ଅଧିକ ରୁଚିପୂର୍ଣ୍ଣ ହୋଇଥା’ନ୍ତା ବୋଲି ଚିନ୍ତା କରି ସେଇଠୁ ହିଁ ପଢ଼଼ା ବନ୍ଦ କରିଥିଲି। ଏ ପ୍ରକାର ଅସୁସ୍ଥ ଖବର ମନକୁ ଅବସାଦ ଗସ୍ତ କରେ।
ଏଇ ପ୍ରସଙ୍ଗରେ ମନେପଡୁଛି ପିଲାଦିନର କଥା- ସେତେବେଳେ ଆମ ଗାଁକୁ ଡାକ ଦ୍ୱାରା ଖବର କାଗଜ ଆସେ ସମୁଦାୟ ଦୁଇଟି। ସେ ପୁଣି ପହଁଚେ ଦୁଇ ଦିନ ପରେ। ଗୋଟିଏ ଜେଜେ ରଖନ୍ତି, ଆଉ ଗୋଟେ ଗାଁ ଚଉପାଟି କୁ ଯାଏ। କାଗଜଟି ପ୍ରଥମେ ଜେଜେଙ୍କ ହାତରେ ପଡ଼େ। ହେଲେ ଦୁଇ ମିନିଟ୍ ମଧ୍ୟ ତାଙ୍କ ପାଖରେ ରହିପାରେନି, ପହଞ୍ଚେ ବଡ଼ ବୁଢ଼ୀ ମାଙ୍କ ହାତରେ। କାଗଜଟି ପାଇବା ପରେ ସେ (ବଡ଼ ବୁଢ଼ୀ ମା’) ଓଲଟାନ୍ତି କାଗଜଟିର ପଛ ଆଡୁ। ପ୍ରାୟ କୋଡ଼ିଏ ମିନିଟ୍ ଏ ପାଖ ସେ ପାଖ କରି ଆଖି ପକାଇବା ପରେ କାଗଜଟିକୁ ଛାଟି ଦେବେ ଅଗଣାକୁ; କିଛି ଖବର ନାହିଁ ବୋଲି ରାଗରେ। କହିବେ ଗୋଟିଏ ହେଲେ ଖବର ନାହିଁ। ଚୋରିନାରୀ, ଘରପୋଡ଼ି, କୂଅକୁ ଡିଆଁ କି ଦଉଡ଼ି ଦିଆ ଖବର ନାହିଁ; ଆଉ କି ଚୁଲି କାଗଜ କରିଛି? ଏଡ଼େ ରାଇଜରେ ଗୋଟିଏ ବି ମନକୁ ପାଇଲା ପରି ଖବର ନାହିଁ। ଆମେ ପିଲାମାନେ ସେତେବେଳେ ହସି ହସି ରହସ୍ୟ କରୁ ଯେ ବୁଢ଼ୀକୁ କି ପ୍ରକାର ଖବର ଲୋଡ଼ା!
ଏବେ ମୋ ବୋଉର ଅଭିଯୋଗ ଯେ ଖବରକାଗଜଟି ଖୋଲିଲେ ଆଖିରେ ପଡୁଛି ଏଇ ସବୁ ଜନିତ ପ୍ରମୁଖ ଖବର। ଆଉ ଭଲ ଖବରଟିଏ ଲୁଚି ରହୁଛି କେଉଁ କୋଣରେ। କେବଳ ମୋ ମା’ ନୁହଁ; ପ୍ରାୟ ସମସ୍ତଙ୍କର ସେଇ ଅଭିଯୋଗ। ଦୈନିକ ଏକ ନୁହେଁ, ଏକାଧିକ ଆତ୍ମହତ୍ୟା ଘଟଣାର ପ୍ରକାର ପ୍ରକାର ଖବର। ସେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କାରଣରୁ ହେଉ, କିମ୍ବା ଯୁବକ ଯୁବତୀମାନଙ୍କର ପ୍ରେମଜନିତ ଅସଫଳତା ହେଉ। ଆତ୍ମହତ୍ୟା କେବଳ ପିଲାମାନଙ୍କୁ ନୁହେଁ, ମଧ୍ୟ-ବୟସ୍କମାନଙ୍କୁ ମଧ୍ୟ ଘାରିଛି। ଆର୍ଥିକ ଅନଟନକୁ ନେଇ ପରିବାରକୁ ସଠିକ୍ ଭାବରେ ଚଳାଇ ନ ପାରୁଥିବା ସଂସାରୀଟିଏ ହେଉ ଅବା ଋଣଗ୍ରସ୍ତ ଚାଷୀଟିଏ କି ବ୍ୟବସାୟୀଟିଏ ମଧ୍ୟ ଦରକାର ହେଲେ ଆତ୍ମହତ୍ୟାର ବାଟ ବାଛି ନେଉଛି। ଆଉ କୋଉଠି ଘରୋଇ କଳହ, ଦାମ୍ପତ୍ୟରେ ଫାଟ ଯୋଗୁଁ ଗୃହସ୍ଥଟିଏ ସଂସାରକୁ ମଝି ରାସ୍ତାରେ ରଖି ସଂସାର ଛାଡ଼ିବା ପାଇଁ ଆତ୍ମହତ୍ୟା କରୁଛି।
ବୃଦ୍ଧାବସ୍ଥାରେ ସନ୍ତାନ ସନ୍ତତିଙ୍କ ଉପେକ୍ଷା ହେଉ ବା ଏକଲାପଣକୁ ବୋହି ନପାରି ମଧ୍ୟ କେହି କେହି ଆତ୍ମହତ୍ୟାର ବାଟ ବାଛନ୍ତି। ଲାଗୁଛି ଯେମିତି ଆତ୍ମହତ୍ୟାର କ୍ଷଣିକ ପ୍ରଲୋଭନରେ ସମସ୍ତେ ଏକାକାର। ରାତିରେ ପଂଖାରେ ଝୁଲି ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଯୁବ ବୃତ୍ତିଧାରୀ ଯେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଭାଇଭଉଣୀ, ସାଙ୍ଗସାଥୀଙ୍କ ସହ ନୃତ୍ୟ କରି ମଜା କରୁଥିବାର ଦୃଶ୍ୟ ଯେତେବେଳେ ଦେଖିବାକୁ ମିଳୁଛି, ତାକୁ ଆଉ କ’ଣ କୁହାଯିବ?
ଆତ୍ମହତ୍ୟା କହିଲେ ଆମେ ବୁଝୁ ନିଜକୁ ନିଜେ ହତ୍ୟା କରିବା। କିନ୍ତୁ ଯେଉଁ ପ୍ରକାରେ ଓ ଯେଉଁ ପରିମାଣରେ ଏପରି ଘଟଣା ଘଟୁଛି, ଗୋଟିଏ କଥା ସ୍ପଷ୍ଟଭାବରେ ପ୍ରତୀୟମାନ ହେଉଛି ଯେ ନିଜକୁ ଜାଣିନଥିବା, ଚିହ୍ନି ନଥିବା ବା ବୁଝି ନଥିବା ବ୍ୟକ୍ତି ଟିଏ ହିଁ ଏପରି ପଦକ୍ଷେପ ନେଉଛି। ବୁଝିବାରେ କଷ୍ଟ ନିଶ୍ଚୟ। ତେବେ ସରଳ ଅର୍ଥରେ କଥାଟି ଏଇଆ ଯେ ଯିଏ ବି ଆତ୍ମହତ୍ୟା କରିବାକୁ ଯାଉଛି, ସେ ତା’ନିଜର ପ୍ରକୃତ ମୂଲ୍ୟ ବୁଝିନି। ତା’ର ଏ ଯାବତ ଜୀବନଟି ପାଇଁ ତା’ର ବାପା, ମା’, ପରିବାରକୁ କେତେ ଯେ କଷ୍ଟ ସହିବାକୁ ପଡ଼ିଛି, ତାହା ସେ କେବେ ଗଭୀର ଭାବରେ ବୁଝିନି କି ବୁଝିବାକୁ ଚେଷ୍ଟା କରିନି। ତା’ ଜୀବନଟି କେବଳ ତା’ର ନୁହେଁ, ବରଂ ସମ୍ପୂର୍ଣ୍ଣ ପରିବାର ତଥା ଅନେକଙ୍କର – ଏ କଥାଟି ସେ ବୁଝିପାରିନାହିଁ। ତା’ର ହୃଦ୍ବୋଧ ହୋଇନାହିଁ ଯେ ତା’ଠି ଅଛି ସେମାନଙ୍କର ଅମୂଲ୍ୟ ଅନୁରାଗ, ଦୁଷ୍ପ୍ରାପ୍ୟ ଏକ ସ୍ୱଚ୍ଛନ୍ଦ ଭବିଷ୍ୟତ ଓ ସର୍ବୋପରି ବଞ୍ଚିବାର କାରଣ। ଏଣୁ ଯେପରି ତା’ ନିଜର ଘଣ୍ଟା, ମୋବାଇଲ, ପୋଷାକ, ଗାଡ଼ିର ସେ ଏକାନ୍ତ ମାଲିକ, ସେହିପରି ନିଜ ଜୀବନଟିରେ କେବଳ ତା’ର ଏକଚାଟିଆ ଅଧିକାର। ଏଣୁ ଯେକୌଣସି କାରଣ, ଯେକୌଣସି ଅବସ୍ଥାରେ ନିଜ ଜୀବନକୁ ଶେଷ କରିନେବାର ନିଷ୍ପତ୍ତି କେବଳ ତା’ର ହିଁ ହୋଇପାରେ। ଏଇ ନିକଟରେ ବାହାରିଥିବା ଖବର ଦୁଇଥର ନିଟ୍ ପରୀକ୍ଷାରେ ସଫଳ ହୋଇନପାରି ଜଣେ ଯୁବକର ଆତ୍ମହତ୍ୟା ଓ ପୁଅର ମୃତ୍ୟୁ ପରେ ଏହାକୁ ସମ୍ଭାଳି ନପାରି ତା’ ବାପାଙ୍କର ଆତ୍ମହତ୍ୟା, ଯିଏକି ପୁଅଟିର ସିଙ୍ଗଲ ପ୍ୟାରେଣ୍ଟ ଥିଲେ। ଏପରି ଭାବରେ ଦୁଇ ଦୁଇଟି ଆତ୍ମହତ୍ୟାର ଖବର ଆମକୁ ଯେତିକି ବ୍ୟଥିତ କରୁଛି, ସେତିକି କ୍ଷୋଭ ସୃଷ୍ଟି କରୁଛି।
ପ୍ରତ୍ୟେକ ଆତ୍ମହତ୍ୟା ଘଟଣାରେ ଏହା ପଛର କାରଣ ଖୋଜିବା ପୁଲିସର କାମ। ଏହି କାରଣଟି ସ୍ପଷ୍ଟ ହୋଇଗଲେ ମାମଲାଟି ବନ୍ଦ ହୋଇ ଥାନାର ରେକର୍ଡ ଆଲମିରାରେ ରୁହେ। ହେଲେ ଗୋଟିଏ ଆତ୍ମହତ୍ୟା ଘଟଣା ଘଟିଯିବା ପରଠୁ ହିଁ ତା’ର ପରିବାର ଦୁହିଁ ହୋଇଯାଏ ଆତ୍ମଗ୍ଳାନୀ, ଆତ୍ମପୀଡ଼ନରେ। ଯାହାର ଶେଷ କ୍ୱଚିତ ହୁଏ। ବାରମ୍ବାର ପରିବାର ବର୍ଗଙ୍କ ମନକୁ ଘାଣ୍ଟି ଦିଏ ସେଇ ଗୋଟିଏ ପ୍ରଶ୍ନ; କାହିଁକି ତାଙ୍କ ପିଲାଟି / ମଣିଷଟି ଏମିତି କଲା? କେଉଁଠି ସେମାନଙ୍କର ଭୁଲ୍ ରହିଗଲା। କ’ଣ ସେମାନେ କରିପାରିଥା’ନ୍ତେ, କ’ଣ କରିନଥା’ନ୍ତେ? କାହିଁକି ସେମାନେ ଆତ୍ମହତ୍ୟା କରିବା ପୂର୍ବରୁ ତାକୁ ବୁଝାଇ ପାରିଲେନି ଯେ ‘ବାବୁରେ ଆମର କେବଳ ‘ତୁ’ ଦରକାର ଓ ‘ତୋର’ ଖୁସୀ ଦରକାର, ସେ ଖୁସୀ ଯେମିତି ବି ଆସୁ, ବଡ଼ ବଡ଼ ଡିଗ୍ରୀ ଥିବା ଚାକିରିରୁ ହେଉ ଅଥବା ତୁ ବାଛିଥିବା ଜୀବନରୁ ହେଉ, ଆମକୁ କିଛି ବି ଫରକ ପଡ଼ିବନି।’ କାହିଁକି ବାହାର ପ୍ରତିଯୋଗିତାମୂଳକ ଜୀବନରେ ହାରି ଘରକୁ ଫେରିଥିବା ପିଲାଟିର ହାତ ଧରି ପିତାମାତା କିମ୍ବା ଅଭିଭାବକ ବୁଝେଇ ଦେଇପାରିଲେନି, ‘ଯେ ବାବୁ ତୋର ଏ ଶୁଖିଲା ମୁହଁ ଆମ ଜୀବନର ସବୁଠୁ ବଡ଼ ପରାଜୟ’। ହୁଏତ ଏପରି ଗ୍ଳାନି ପରିବାରକୁ ଶାନ୍ତିରେ ବଞ୍ଚିବାକୁ ଦିଏନା, କି ମରିବାକୁ ଦିଏନି।
କାରଣ ଯାହା ହୋଇ ଥାଉନା କାହିଁକି, ପ୍ରାୟ ସମସ୍ତ ଆତ୍ମହତ୍ୟା ଏପରି ଘଟୁଛି ଯେ ଏହା ଏକ କ୍ଷଣିକ ଉଦ୍ବେଳନର ପ୍ରତିକ୍ରିୟା ପରି ଲାଗୁଛି – ମାନସିକ ସନ୍ତୁଳନତା ବଜାୟ ରଖିବାରେ ଅସମର୍ଥ ହୋଇ, ହତାଶା, ଦୁଃଖ, କଷ୍ଟକୁ ସହ୍ୟ କରିବାକୁ ଆଦୌ ପ୍ରସ୍ତୁତ ନ ହୋଇ। ଆଗ ପଛ ଚିନ୍ତା କରି ଏବଂ ସର୍ବୋପରି ‘ଜୀବନ’ର ମୂଲ୍ୟ ନବୁଝି ପଳାୟନପନ୍ଥୀର ବାଟ ହିଁ ଆତ୍ମହତ୍ୟା।
ମାନସିକ ରୋଗ ବିଶେଷଜ୍ଞମାନଙ୍କ ମତରେ ବିଭିନ୍ନ ମାନସିକ ସମସ୍ୟା ଯେପରି ମାନସିକ ଚାପ, ମାନସିକ ବିଷାଦ, ଅବସାଦ ହିଁ ଆତ୍ମହତ୍ୟାର ଜନ୍ମଦାତା। ବିଶ୍ୱରେ ଯୁବକମାନଙ୍କ କ୍ଷେତ୍ରରେ ହେଉଥିବା ସମୁଦାୟ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଲା ଆତ୍ମହତ୍ୟା। ମଣିଷର ଆଶା, ଆକାଂକ୍ଷା ଯେଉଁ ପରିମାଣରେ ବଢ଼଼ୁଛି, ସେହି ଅନୁସାରେ ବିଫଳତାକୁ ସହ୍ୟ କରିବା ବା ମୁକାବିଲା କରିବାର ପ୍ରବୃତ୍ତି ବଢ଼଼ୁନାହିଁ। ଏଣୁ ଫଳ ସ୍ୱରୂପ ଆକାଂକ୍ଷୀ ମଣିଷଟିଏ ଲକ୍ଷ୍ୟସ୍ଥଳରେ ପହଞ୍ଚି ନପାରି, ଅବସାଦର ଶିକାର ହେଉଛି। ପୁନଶ୍ଚ ଏ ଯାନ୍ତ୍ରିକ ଯୁଗରେ ପିଲାର ବୟସ ଅନୁସାରେ ତା’ ସହ ଯୋଡ଼ି ହୋଇ ଯାଉଥିବା ଯନ୍ତ୍ର ସଂଖ୍ୟା ବଢ଼଼ି ବଢ଼଼ି ଚାଲିଛି ଓ ସେହି ଅନୁପାତରେ ମଣିଷ ସହ ତା’ର ସମ୍ପର୍କ ଛିନ୍ନ ହୋଇ ଚାଲିଛି। ତଥାକଥିତ ସଫଳ ଜୀବନ ପାଇଁ ତା’ର ଅଣନିଃଶ୍ୱାସୀ ଦୌଡ଼ ଓ ତଦ୍ଜନିତ କ୍ଳାନ୍ତି / ଅବସାଦକୁ ଭରଣା କରିବା ପାଇଁ ନାହିଁ ତା’ ପାଖରେ ଘରଭର୍ତ୍ତି ପରିବାର ବା ସାଥିମୟ ବାହାର ବିଶ୍ୱ। ଏଣୁ ଅବସାଦ ରୂପୀ ଗର୍ତ୍ତରୁ / ଆବର୍ତ୍ତରୁ ସେ ମୁକୁଳି ପାରୁନି ଓ ଆତ୍ମହତ୍ୟା ହିଁ ଏକ ମାତ୍ର ମୁକ୍ତି ଭାବି ଏ ଦିଗରେ ଆଗେଇ ଯାଉଛି।
ଏଠି ପ୍ରାସଙ୍ଗିକ ହେବ ଏକ ପୁରୁଣା କଥା – ଘରେ କାଠ କାମ ହେଉଥାଏ। ମଫସଲ ଗାଁରୁ ବଢ଼େଇଟିଏ ଆସି ଆମ ଘରେ ରହି କାମ କରୁଥାଏ। ସନ୍ଧ୍ୟା ହେଲେ ସେ ବାହାରିଯାଏ ବଜାର ଆଡ଼େ ବୁଲି। ସେତେବେଳେ ଟିଭି ନୂଆ ହୋଇ ଆସିଥାଏ ଘରକୁ। ଏଣୁ ଆମେ ଯେତେବେଳେ ତା’କୁ କହିଲୁ ସନ୍ଧ୍ୟାରେ ବାହାରକୁ ନ ଯାଇ ଟିଭି ଦେଖିବାକୁ, ସେ ପ୍ରଶ୍ନ କଲା – ‘ଟିଭିରେ କ’ଣ ଦେଖିବି?’ ମୋ ସାନ ଭାଇ ତା’କୁ ବୁଝେଇଲା – ଟିଭିରେ ସହର ବଜାର ଆଲୁଅ, ଗାଡ଼ି ଘୋଡ଼ା କେତେ ପ୍ରକାର ଲୋକ, ନାଚଗୀତ ସବୁ ଅଛି। ଥକାମାରି ଟିଭି ପାଖରେ ବସିଲେ ତ ବାହାର ଦୁନିଆର କେତେ ଜିନିଷ ଦେଖିବାକୁ ମିଳିବ। ବାହାରକୁ ଯିବା ଦରକାର କ’ଣ? ତା’ର ତତ୍କ୍ଷଣାତ ଉତ୍ତର ଥିଲା – ‘ବାହାରକୁ ଯାଇ ‘ସେଇ’ ସବୁକୁ ସତରେ ନିଜ ଆଖିରେ ନ ଦେଖି ମୁଁ ଏ ମିଛ ଛବି କାହିଁକି ଦେଖିବି?’ ସେତେବେଳେ ତା’ କଥା ଶୁଣି ତା’କୁ ନିର୍ବୋଧ ଟାଏ ବୋଲି ଭାବୁଥିଲି। ଏବେ ବୁଝୁଛି ଯେ ଏହି ମିଛ ମାୟାରେ ପଡ଼ି ଆମେ ଏ ସତ ଦୁନିଆ, ମଣିଷଙ୍କଠାରୁ କେତେ ଦୂରେଇ ଯାଇଛୁ ସତେ! ବ୍ରତତୀ ହରିଚନ୍ଦନ, ଭୁବନେଶ୍ୱର