ତାପମାତ୍ରା ବୃଦ୍ଧିର କାରଣ

The Sakala Picture
Published On

ଟିଟିଲାଗଡ଼଼କୁ ଟପି ଭାରତର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ବୌଦ୍ଦ କୁଖ୍ୟାତି ଅର୍ଜନ କରିଛି। ମାର୍ଚ୍ଚମାସରୁ ଏହାର ପାରଦ ୪୦ ଡିଗ୍ରୀ ଉପରକୁ ଗଲାଣି। ଆଗକୁ ସ୍ଥିତି ଆହୁରି ଉଦ୍‌‌ବେଗଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ପରିବେଶବିଜ୍ଞାନୀମାନେ ଏହାବାଦ୍‌‌ ଆହୁରି ଅନେକ କାରଣ ବିଷୟରେ ତର୍ଜମା କରୁଛନ୍ତି। ବିଶେଷଜ୍ଞମାନେ ଏହାର ଯେଉଁକେତେକ ପ୍ରାଥମିକ କାରଣ ଠାବ କରିଛନ୍ତି ସେଥିମଧ୍ୟରେ – ମହାନଦୀର […]

ଟିଟିଲାଗଡ଼଼କୁ ଟପି ଭାରତର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ବୌଦ୍ଦ କୁଖ୍ୟାତି ଅର୍ଜନ କରିଛି। ମାର୍ଚ୍ଚମାସରୁ ଏହାର ପାରଦ ୪୦ ଡିଗ୍ରୀ ଉପରକୁ ଗଲାଣି। ଆଗକୁ ସ୍ଥିତି ଆହୁରି ଉଦ୍‌‌ବେଗଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ପରିବେଶବିଜ୍ଞାନୀମାନେ ଏହାବାଦ୍‌‌ ଆହୁରି ଅନେକ କାରଣ ବିଷୟରେ ତର୍ଜମା କରୁଛନ୍ତି।

ବିଶେଷଜ୍ଞମାନେ ଏହାର ଯେଉଁକେତେକ ପ୍ରାଥମିକ କାରଣ ଠାବ କରିଛନ୍ତି ସେଥିମଧ୍ୟରେ – ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼଼ ଅନେକଗୁଡ଼ିଏ ବ୍ୟାରେଜ ନିର୍ମାଣ କରି ମହାନଦୀର ଜଳକୁ ଅଟକାଇ ରଖିବାଯୋଗୁଁଁ ସେପ୍ଟେମ୍ବର-ଅକ୍ଟୋବର ମାସରୁ ନଦୀର ପାଣି ଶୁଖିଯାଉଛି। ମାର୍ଚ୍ଚ ମାସରେ ବୌଦ୍ଦ ସହରକୁ ଜଳଯୋଗାଣ ପାଇଁ ମଧ୍ୟ ପାଣିର ଅଭାବ ଦେଖାଦେଉଛି। ନଦୀଶଯ୍ୟା କେବଳ ବାଲି ଓ ପଥରରେ ଶୋଭା ପାଉଛି ଏବଂ ସୂର୍ଯ୍ୟକିରଣରେ ଉତ୍ତପ୍ତ ହୋଇ ତାପମାତ୍ରା ବିକିରଣ ହେଉଛି। ବୌଦ୍ଦର ଦକ୍ଷିଣ ପଶ୍ଚିମକୁ ଘେରି ରହିଥିବା ଜଙ୍ଗଲରେ ଫେବୃଆରୀ, ମାର୍ଚ୍ଚ ମାସ ବେଳକୁ ନିଆଁ ଲାଗୁଛି। ମହୁଲ ସଂଗ୍ରହ ଉଦ୍ଦେଶ୍ୟରେ ଗଛମୂଳକୁ ସଫା କରିବା ପାଇଁ ଏବଂ କେନ୍ଦୁପତ୍ର ସଂଗ୍ରହ ନିଆଁ ଲଗାଯାଉଥିବା ଅଭିଯୋଗ ହେଉଛି। ସମସ୍ୟା ହେଉଛି ନିଆଁ ଲଗାଇ ଜଙ୍ଗଲ ସଫା କରାଯାଏ, କିନ୍ତୁ ଲିଭାଇବା କଥା ଭୁଲି ଯାଆନ୍ତି। ଫଳରେ ତାହା ଧୀରେ ଧୀରେ ଜଙ୍ଗଲକୁ ବ୍ୟାପିଯାଏ। ବନବାସୀମାନେ ପୋଡୁଚାଷ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାନ୍ତି। ବୌଦ୍ଦ ଜିଲ୍ଲା ଏବେ ଗଞ୍ଜେଇ ଚାଷର ପେଣ୍ଠ ପାଲଟି ଯାଇଛି। ଚାଷ କ୍ଷେତ୍ର ପ୍ରସ୍ତୁତ ପାଇଁ ମଧ୍ୟ ଜଙ୍ଗଲରେ ନିଆଁ ଲଗାଯାଏ। ସେହି ନିଆଁ ଚାରିଆଡ଼େ ବ୍ୟାପିଯାଏ ଏବଂ ତାପମାତ୍ରା ବଢ଼଼ିବାର ଅନ୍ୟତମ କାରଣ ହୁଏ। କାଠ ଓ କୋଇଲା ମାଫିଆମାନେ ଅଧିକାଂଶ ଜଙ୍ଗଲରେ ନିଆଁ ଲଗାଇଥା’ନ୍ତି। ଏହିପରି ବିଭିନ୍ନ କାରଣରୁ ନିଆଁ ଲାଗି ତାପମାତ୍ରା ବୃଦ୍ଧି ହୋଇଥାଏ। ତଥ୍ୟାନୁଯାୟୀ ବୌଦ୍ଦ ଜିଲ୍ଲାର ୬୫ ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ବନ ବିଭାଗ ନିଆଁ ଲିଭାଇବା ପାଇଁ ଯଦିବି ଚେଷ୍ଟା ଚଳାଇଛନ୍ତି ସଫଳ ହୋଇପାରୁ ନାହାନ୍ତି।

ଅବାଧ ବୃକ୍ଷ ଛେଦନ ବୌଦ୍ଦ ଜିଲ୍ଲାର ତାପମାନ ବୃଦ୍ଧିର ଆଉ ଏକ କାରଣ। ରାସ୍ତା ପ୍ରଶସ୍ତକରଣ ପାଇଁ ବଡ଼ ପୁରୁଣା ଗଛ ସବୁ ହଜାର ହଜାର ସଂଖ୍ୟାରେ କାଟି ଦିଆଯାଉଛି। ତା’ ବଦଳରେ ଯେଉଁ ନୂଆ ଚାରା ସବୁ ଲଗା ଯାଉଛି ତାହା ଉତ୍ତାପ ଶୋଷଣ ପାଇଁ ସମର୍ଥ ନୁହେଁ। ସାମାଜିକ ବନୀକରଣ ଯୋଜନାରେ ଅନେକ ସ୍ଥାନରେ ଚାରାରୋପଣ କରାଯାଉଛି, କିନ୍ତୁ ତାହାର ରକ୍ଷଣାବେକ୍ଷଣ ନ ହେବାରୁ ଏହି ଅଭିଯାନ ସଫଳ ହୋଇପାରୁନାହିଁ। ଏଥିସହିତ ସହର, ମଫସଲ ସବୁଆଡ଼େ ଘର, ରାସ୍ତା, ଘାଟ ସିମେଣ୍ଟ ଓ କଂକ୍ରିଟରେ ରୂପାନ୍ତରିତ ହେବାରେ ଲାଗିଛି। ଏଣୁ ତାପମାତ୍ରା ବିକିରଣ ହୋଇ ପରିବେଶକୁ ଉତ୍ତପ୍ତ କରୁଛି। ଏହିପରି ବିଭିନ୍ନ କାରଣ ପାଇଁ ବୌଦ୍ଦର ତାପମାତ୍ରା ସମଗ୍ର ଭାରତରେ ଅଧିକ ହେବାର ଦେଖାଯାଉଛି। ଏହାକୁ ରୋକିବା ପାଇଁ ସମସ୍ତଙ୍କ ପ୍ରୟାସ ହେବା ଆବଶ୍ୟକ। ବନୀକରଣକୁ ସଫଳ କରି ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ସବୁସ୍ତରରେ ଉଦ୍ୟମ ହେଲେ ଯାଇ ତାପମାତ୍ରା ନିୟନ୍ତ୍ରଣରେ ରହିପାରିବ।

ସତ୍ୟନାରାୟଣ ଦେହୁରୀ, ରାଧାନଗର(ବୌଦ୍ଧ)
ମୋ: ୯୯୩୮୭୫୮୩୫୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର