ସମାଜ ସଂସ୍କାରର ଅମୋଘ ଅସ୍ତ୍ର

The Sakala Picture
Published On

ସଂସ୍କୃତିର ବାହକ, ମନୋରଞ୍ଜନର ମାଧ୍ୟମ ଓ ସଭ୍ୟତାର ବାର୍ତ୍ତାବହନ ନାଟକ। ଏଣୁ ଇଂରାଜୀ ସାହିତ୍ୟରେ ଉଲ୍ଲେଖ ଅଛି – ‘ଏ ନେସନ୍‌‌ ଇଜ୍‌‌ ନୋନ୍‌‌ ବାଇ ଇଟ୍‌‌ସ ଥିଏଟର।’ ଅର୍ଥାତ୍‌‌ ଯେଉଁଦେଶର ନାଟକ ଯେତେ ସମୃଦ୍ଧ, ସେଇ ଦେଶ ସେତେ ସୁସଭ୍ୟ। ‘ଥିଏଟର ଅଫ୍‌‌ ଅପ୍ରେସ୍‌‌ଡ୍‌‌’ର ପ୍ରତିଷ୍ଠାତା ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଅଗଷ୍ଟ ବୁଆଲ୍‌‌ଙ୍କ ମତରେ ‘ଆମେ ହିଁ ନାଟକ। ଜୀବନ ଭିତରେ ନାଟକ ଅଛି ଏବଂ ନାଟକ ଭିତରେ ଜୀବନ ଅଛି।’ ତାଙ୍କ ମତରେ ନାଟ୍ୟକଳାର […]

ସଂସ୍କୃତିର ବାହକ, ମନୋରଞ୍ଜନର ମାଧ୍ୟମ ଓ ସଭ୍ୟତାର ବାର୍ତ୍ତାବହନ ନାଟକ। ଏଣୁ ଇଂରାଜୀ ସାହିତ୍ୟରେ ଉଲ୍ଲେଖ ଅଛି – ‘ଏ ନେସନ୍‌‌ ଇଜ୍‌‌ ନୋନ୍‌‌ ବାଇ ଇଟ୍‌‌ସ ଥିଏଟର।’ ଅର୍ଥାତ୍‌‌ ଯେଉଁଦେଶର ନାଟକ ଯେତେ ସମୃଦ୍ଧ, ସେଇ ଦେଶ ସେତେ ସୁସଭ୍ୟ। ‘ଥିଏଟର ଅଫ୍‌‌ ଅପ୍ରେସ୍‌‌ଡ୍‌‌’ର ପ୍ରତିଷ୍ଠାତା ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଅଗଷ୍ଟ ବୁଆଲ୍‌‌ଙ୍କ ମତରେ ‘ଆମେ ହିଁ ନାଟକ। ଜୀବନ ଭିତରେ ନାଟକ ଅଛି ଏବଂ ନାଟକ ଭିତରେ ଜୀବନ ଅଛି।’ ତାଙ୍କ ମତରେ ନାଟ୍ୟକଳାର ମୁଖ୍ୟଉଦ୍ଦେଶ୍ୟ ହେଲା – ଆମ ଆଖି ଆଗରେ ଘଟି ଯାଉଥିବା ଦୈନଦିନ ଜୀବନର ଅଗଣିତ ଦୃଶ୍ୟାବଳୀ ପ୍ରତି ଲୋକମାନଙ୍କୁ ସମ୍ୱେଦନଶୀଳ ଓ ସଚେତନ କରିବା। ନାଟକ ଆମର ଆଖି ଖୋଲିଦିଏ। ଏଣୁ କେବଳ କଳାକାରମାନେ ହିଁ ତିଆରି କରିପାରିବେ ଭିନ୍ନ ଏକ ସୁନ୍ଦର ଦୁନିଆ ମଞ୍ଚ ମାଧ୍ୟମରେ, ଅଭିନୟ ମାଧ୍ୟମରେ। ଗୋଟିଏ ସୁନ୍ଦର ସୁସ୍ଥ ଶୋଷଣମୁକ୍ତ ସମାଜ ଗଠନର କେବଳ ସୃଜନଶୀଳ କଳାକାର ପାଖରେ ହିଁ ଅଛି। ସେ ଚାହିଁଲେ ସମାଜ ବଦଳି ଯିବ। ସେଇଥିପାଇଁ କୁହାଯାଇଛି ‘ଥିଏଟର ଇଜ୍‌‌ ଆନ୍‌‌ ଇନଷ୍ଟ୍ରୁମେଣ୍ଟ ଅଫ୍‌‌ ସୋସିଆଲ୍‌‌ ଚେଞ୍ଜ’।। ଜନମନୋରଞ୍ଜନ ଓ ଜନସଚେତନା ବିକାଶର ସର୍ବୋତ୍ତମ ମାଧ୍ୟମ ହେଉଛି ନାଟକ। ଅନ୍ୟାୟ, ଅନୀତି, ଶୋଷଣ ଓ ଦୁର୍ନୀତି ବିରୋଧରେ ଲଢ଼ିବାର ସର୍ବଶ୍ରେଷ୍ଠ ଆୟୁଧ ହେଉଛି ନାଟକ।

ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ସମାଜରେ ଶାନ୍ତି ଫେରାଇ ଆଣିବାର ଏକ ଅମୋଘ ଅସ୍ତ୍ର। ଜଣେ ନାଗରିକ ହେବା ଅର୍ଥ କେବଳ ସାମାଜିକ ଜୀବନ ବଞ୍ଚିବା ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା। ଯୁଗେ ଯୁଗେ ନାଟକ ମନୋରଞ୍ଜନ ଭିତର ଦେଇ ମଣିଷକୁ ଆତ୍ମସଚେତନ କରିଛି। ସମାଜର ଦୋଷତ୍ରୁଟିକୁ ସମାଲୋଚନା କରିଛି। ଏହି ସମାଲୋଚନା ଅନ୍ତରାଳରେ ରହିଛି ସମାଜ ପରିବର୍ତ୍ତନର ସ୍ୱର। ସମାଜରେ ଦେଖା ଦେଇଥିବା ସାମାଜିକ ବିଶୃଙ୍ଖଳାର କାରଣ ଅନୁସନ୍ଧାନ କରିଛି ନାଟକ। ସମାଜର ପ୍ରତ୍ୟେକ ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ସମାଜ ଓ ଦେଶ ପାଇଁ ନାଟକଠାରୁ ବଳିଷ୍ଠ ମାଧ୍ୟମ ଜଗତରେ କିଛି ନ ଥାଇପାରେ। ନାଟକ ସମାଜକୁ ଅତି ସହଜରେ, ଅତିକମ୍‌‌ ସମୟରେ ପ୍ରଭାବିତ କରିପାରେ।

ସମ୍ପ୍ରତି ଓଡ଼ିଆ ନାଟକ ଗତାନୁଗତିକ ଧାରାରୁ ମୁକ୍ତ ହୋଇପାରିଛି। ଆଜିର ନାଟକରେ ଯୁଗ ଯନ୍ତ୍ରଣାର ଚିହ୍ନ, ଯୁବପିଢ଼ିର ସଂଘର୍ଷପୂର୍ଣ୍ଣ ଚିତ୍ର, ବରିଷ୍ଠ ନାଗରିକମାନଙ୍କର ଅବହେଳିତ ଅବସ୍ଥାର ଚିତ୍ର ଦେଖାଯାଇଛି। ଧରାବନ୍ଧା ହସ-କାନ୍ଦର କାହାଣୀକୁ ନେଇ ନାଟକ ଲେଖା ବନ୍ଦ ହୋଇ ଘଟଣା ଓ ଦୁର୍ଘଟଣାକୁ ନେଇ ନାଟକ ଲେଖା ଯାଉଛି। ସମାଜରେ ବୈଜ୍ଞାନିକ ଚିନ୍ତାଧାରାର ଅଭିବୃଦ୍ଧି ସହିତ ନାଟକରେ ବିଜ୍ଞାନଭିତ୍ତିକ ଚିନ୍ତାଧାରା ମାନ ମଧ୍ୟ ବିକାଶଲାଭ କରିଛି। ସମୟ ପ୍ରଭାବରେ ବଦଳି ଯାଉଥିବା ନୂଆ ରୂପକୁ ନାଟକରେ ସ୍ୱୀକାର କରାଯାଇଛି।

ସେହିପରି ଦର୍ଶକଙ୍କୁ ଆକୃଷ୍ଟ କରି ରଖିବାକୁ ହେଲେ ନାଟକକୁ ଜୀବନର ନିକଟବର୍ତ୍ତୀ କରିବାକୁ ପଡୁଛି। ଆଧୁନିକ ମଣିଷ ଯେତିକି ଆଗକୁ ବଢ଼ୁଛି, ସେତିକି ବ୍ୟସ୍ତତା ବିଜଡ଼ିତ ହେଉଛି। ଦୀର୍ଘସମୟ ଧରି ନାଟକ ଦେଖିବାର ଅଭ୍ୟାସ ଓ ଧୈର୍ଯ୍ୟ ଦର୍ଶକମାନଙ୍କର ଆଉ ନାହିଁ। ମନୋରଞ୍ଜନ ପାଇଁ ପରିସର ବି ବଢ଼଼ି ଗଲାଣି। ତା’ ସହିତ କମ୍‌‌ ସମୟ ମଧ୍ୟରେ ଅଧିକ ଜିନିଷ ପାଇଯିବାର ପ୍ରବୃତ୍ତିଟି ମଣିଷର ମାନସିକତାକୁ ପରିବର୍ତ୍ତନ କରିସାରିଲାଣି। ଏଣୁ ନାଟକର ସଂଳାପ ସଂକ୍ଷିପ୍ତ ଓ ଶାଣିତ କରିବାକୁ ପଡୁଛି। ଜୀବନ ଯେହେତୁ ପ୍ରବହମାନ ଧାରା ଏବଂ ସଦା ପରିବର୍ତ୍ତନଶୀଳ, ତା’ ସହିତ ତାଳ ଦେଇ ନାଟକ, ନାଟ୍ୟ ଶିଳ୍ପୀଙ୍କୁ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପଖୁଆଇ, ତାଳ ମିଶାଇ ଚାଲିବାକୁ ହେଉଛି।
ନାଟକ ସମାଜର ଦର୍ପଣ। ସମାଜର ଦୋଷ ଦୁର୍ବଳତା ନାଟକ ମାଧ୍ୟମରେ ହିଁ ମୂଳ ଉତ୍ପାଟନ କରାଯାଇପାରିବ। ନାଟକ ଜାତି ଗଢ଼େ, ଚିରନ୍ତନ ମାନବାତ୍ମାକୁ ତୋଳି ଧରେ, ଅଞ୍ଚଳର କଥା କହୁ କହୁ ଅରଣ୍ୟର କଥା ବି କହେ। ଦେଶର କଥା କହୁ କହୁ ପୃଥିବୀର କଥା କହେ। ସେ ଯେତବେଳେ ଯାହା କହେ, ଯେଉଁଠି କହେ, ସବୁବେଳେ ସବୁଠି ମଣିଷର କଥା କହେ। ତା’ ଜୀବନର ବାର୍ତ୍ତା ଶୁଣାଏ। ନାଟକର ବାର୍ତ୍ତା ମଣିଷର ଚେତନାକୁ ଆନ୍ଦୋଳିତ କରେ। ସମାଜରେ ଏକ ଆନ୍ଦୋଳନର ଧାରା ପ୍ରବାହିତ ହୁଏ। ତା’ପରେ ଆସେ ପରିବର୍ତ୍ତନ। କାରଣ ଏହା ସିଧା ଲୋକଙ୍କ ପାଖକୁ ଯାଏ, ଲୋକଙ୍କ ପ୍ରତ୍ୟକ୍ଷ ସାମନା କରେ। ନ୍ୟାୟ-ଅନ୍ୟାୟର ତୁଳନା କରି ସଠିକ୍‌‌ ମୂଲ୍ୟଟି ସଂସ୍ଥାପନ କରିଥାଏ। ଏଣୁ ନାଟକ ହିଁ ସମାଜ ସଂସ୍କାରର ଅମୋଘ ଅସ୍ତ୍ର।

ଲିଙ୍ଗରାଜ ନାହାକ, ବ୍ରହ୍ମପୁର, ମୋ: ୯୪୩୭୫୬୨୯୫୫

26 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର