ଆମ ଶାସ୍ତ୍ରୀୟ ତାଳବାଦ୍ୟ ମର୍ଦ୍ଦଳ

The Sakala Picture
Published On

ଓଡ଼ିଶୀ ଶାସ୍ତ୍ରୀୟ ଗୀତ ଏବଂ ନୃତ୍ୟରେ ବ୍ୟବହୃତ ତାଳବାଦ୍ୟ ‘ମର୍ଦ୍ଦଳ’ ନାମରେ ପରିଚିତ। କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତରେ ମୃଦଙ୍ଗମ୍‌‌ ଏବଂ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ତବଲା ଯେପରି ମୁଖ୍ୟ ତାଳ ବାଦ୍ୟ ରୂପେ ବ୍ୟବହୃତ ହୋଇଥାଏ, ସେହିପରି ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ମର୍ଦ୍ଦଳ ପ୍ରମୁଖ ତାଳବାଦ୍ୟ ରୂପେ ପରିଚିତ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଓଡ଼ିଶୀ ସଂଗୀତର ସୃଷ୍ଟି ସହିତ ମର୍ଦ୍ଦଳର ସୃଷ୍ଟି। ଗବେଷଣା, ଆଲୋଚନା ତଥା ପର୍ଯ୍ୟାଲୋଚନାରୁ ମର୍ଦ୍ଦଳର ଉତ୍ପତ୍ତି ଏବଂ କ୍ରମବିକାଶ ସମ୍ବନ୍ଧୀୟ କେତେକ […]

ଓଡ଼ିଶୀ ଶାସ୍ତ୍ରୀୟ ଗୀତ ଏବଂ ନୃତ୍ୟରେ ବ୍ୟବହୃତ ତାଳବାଦ୍ୟ ‘ମର୍ଦ୍ଦଳ’ ନାମରେ ପରିଚିତ। କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତରେ ମୃଦଙ୍ଗମ୍‌‌ ଏବଂ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ତବଲା ଯେପରି ମୁଖ୍ୟ ତାଳ ବାଦ୍ୟ ରୂପେ ବ୍ୟବହୃତ ହୋଇଥାଏ, ସେହିପରି ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ମର୍ଦ୍ଦଳ ପ୍ରମୁଖ ତାଳବାଦ୍ୟ ରୂପେ ପରିଚିତ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଓଡ଼ିଶୀ ସଂଗୀତର ସୃଷ୍ଟି ସହିତ ମର୍ଦ୍ଦଳର ସୃଷ୍ଟି। ଗବେଷଣା, ଆଲୋଚନା ତଥା ପର୍ଯ୍ୟାଲୋଚନାରୁ ମର୍ଦ୍ଦଳର ଉତ୍ପତ୍ତି ଏବଂ କ୍ରମବିକାଶ ସମ୍ବନ୍ଧୀୟ କେତେକ ତଥ୍ୟ ଏଠାରେ ଉପସ୍ଥାପନା କରାଯିବା ସମୀଚୀନ ମନେହୁଏ।

ଓଡ଼ିଶୀ ସଂଗୀତରେ ବ୍ୟବହୃତ ମୁଖ୍ୟ ଆନଦ୍ଧ(ଚର୍ମାବୃତ୍ତ) ବା ତାଳବାଦ୍ୟର ନାମ ମର୍ଦ୍ଦଳ। ଏ ସମ୍ବନ୍ଧରେ ଭରତଙ୍କ ନାଟ୍ୟଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି। ବିଭିନ୍ନ ମନ୍ଦିର ମାନଙ୍କରେ ନୃତ୍ୟର ଭଙ୍ଗୀ ଏବଂ ବହୁ ପ୍ରାଚୀନ ମୂର୍ତ୍ତିମାନଙ୍କର ନିର୍ମାଣ ଶୈଳୀରୁ ଏହି ବାଦ୍ୟ ସମ୍ବନ୍ଧରେ ପ୍ରମାଣ ମିଳିଥାଏ। କିମ୍ବଦନ୍ତୀ ଅନୁସାରେ ଶ୍ରୀଜଗନ୍ନାଥ ସଂସ୍କୃତି ଭାରତ ବର୍ଷର ପ୍ରତ୍ୟେକ ସଂସ୍କୃତି (ଜାତି ଉପଜାତି ନିର୍ବିଶେଷରେ) ସଂଶ୍ଳିଷ୍ଟ। ଉତ୍କଳର ଦେବତା ଶ୍ରୀଜଗନ୍ନାଥ ନୀଳକନ୍ଦରରେ ଅବସ୍ଥାନ କରୁଥିବା ସମୟରେ ଶବର ରାଜା ବିଶ୍ୱାବସୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ତଥା ଶବର ସଂପ୍ରଦାୟର ସମସ୍ତ ଅଧିବାସୀ ଶ୍ରୀଜଗନ୍ନାଥଙ୍କୁ ପୁରୁଷାନୁକ୍ରମେ ପୂଜାର୍ଚ୍ଚନା କରିଆସୁଥିଲେ। କିଛିଦିନ ଅନ୍ତେ କଳିଙ୍ଗାଧିପତି ତଥା ପୁରୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଠାକୁରଙ୍କ ଆଦେଶ ହୁଅନ୍ତେ ସେ ମନ୍ତ୍ରୀ ବିଦ୍ୟାପତିଙ୍କୁ ନୀଳକନ୍ଦରରୁ ଶ୍ରୀଜଗନ୍ନାଥଙ୍କୁ ଅଣାଇବାର ବ୍ୟବସ୍ଥା କରାଇଲେ। ଶେଷରେ ଠାକୁର ଶ୍ରୀଜଗନ୍ନାଥ ପୁରୀସ୍ଥିତ ବଡ଼ଦେଉଳରେ ଅବସ୍ଥାନ କଲେ। ଠାକୁର ନୀଳମାଧବ ଅନ୍ତର୍ଧ୍ୟାନ ହେବାରୁ ଶବର ରାଜା ଭକ୍ତ ବିଶ୍ୱାବସୁ ତଥା ଅନ୍ୟ ଶବର ଅଧିବାସୀ ନିଜର ଆଦିଦେବତାଙ୍କ ଦର୍ଶନ ନିମନ୍ତେ ପୁରୀସ୍ଥିତ ବଡ଼ଦେଉଳକୁ ଗମନା ଗମନ କରିବାରୁ କାଳକ୍ରମେ ଏହି ଅନାର୍ଯ୍ୟ ବା ଶବର ଅଧିବାସୀଙ୍କର ପୁରୀସ୍ଥିତ ଆର୍ଯ୍ୟ ଭକ୍ତଗଣ ତଥା ଲୋକମାନଙ୍କ ସହିତ ଭାବର ଆଦାନ ପ୍ରଦାନ ହେଲା। ସଂସ୍କୃତିକ୍ଷେତ୍ରରେ ମଧ୍ୟ ଏହି ଭାବର ଆଦାନ ପ୍ରଦାନ ନୂତନ ରୂପରେଖ ନେଲା। ଏହି ଆଦିବାସୀ ବା ଶବର ସଂପ୍ରଦାୟର ଲୋକମାନେ ଠାକୁର ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ତଥା ବିଭିନ୍ନ ପର୍ବପର୍ବାଣିମାନଙ୍କରେ ଗୀତନୃତ୍ୟର ଆସର କଲେ। ଏହି ଗୀତନୃତ୍ୟ ସହିତ ଯେଉଁ ତାଳବାଦ୍ୟ ବାଦନ କରାଯାଉଥିଲା ତାହାକୁ ସେମାନେ ମାଦଲ ବା ମାଦଳ ବାଦ୍ୟ ବୋଲି କହୁଥିଲେ। ଶବର ଜାତିର ଏହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଯେତେବେଳେ ସଂଗୀତ ଆସର ହୁଏ ସେତେବେଳେ ଗୀତନୃତ୍ୟ ସହିତ ଉଠୁଥିବା ବାଦ୍ୟର ବିତାନ ଶବର ଦର୍ଶକମାନଙ୍କୁ ମାତାଲ କରିଦେଉଥିବା ସେତେବେଳେ କୁହାଯାଉଥିଲା। ମନେହୁଏ ଏହି ‘ମାତାଲ’ ଶବ୍ଦରୁ ‘ମାଦଳ’ ଶବ୍ଦ ଆସିଅଛି। ପ୍ରଥମେ ଶବର ଜାତିର ଲୋକମାନେ ମାଦଳ ବାଦ୍ୟକୁ ‘ମାତାଲ ବାଦ୍ୟ’ କହୁଥିଲେ। ପରେପରେ ‘ମାଦଲ’, ‘ମାଦଳ’ ଇତ୍ୟାଦି କହିଆସୁଥିଲେ। କାଳକ୍ରମେ ଏହି ବାଦ୍ୟ ‘ମର୍ଦ୍ଦଳ’ ନାମରେ ପରିଚିତ ଓ ଖ୍ୟାତ ହେଲା। ଅନ୍ୟ ଏକ ସୂତ୍ରରୁ ସୂଚନା ମିଳେ ଯେ ଆଦିବାସୀମାନେ କାଷ୍ଠ ସ୍ତମ୍ଭ ଦେବତା ମାଦଳାକୁ ଶବର ନାରାୟଣୀ ରୂପେ ପୂଜା କରୁଥିଲେ। ଏହି କାଷ୍ଠ ଦେବତା ମାଦଳା ନାମ ଅନୁଯାୟୀ ଶବ୍ଦବ୍ରହ୍ମ ବା ନାଦବ୍ରହ୍ମକୁ ଅନୁସରଣ କରି ଆନଦ୍ଧ ବାଦ୍ୟ ମାଦଳ କାଳକ୍ରମେ ମର୍ଦ୍ଦଳ ରୂପରେ ଖ୍ୟାତି ଲାଭ କରିଛି। (ମାଦଳା ପାଞ୍ଜି ପୃଷ୍ଠା-୧୦୮ ମୃତ୍ୟୁଞ୍ଜୟ ନାୟକଙ୍କ ଦ୍ୱାରା ଲିଖିତ)।

ଶବର ସଂପ୍ରଦାୟର ଲୋକମାନଙ୍କର ଏହି ମାଦଳ ବାଦନ ଓଡ଼ିଶା ତଥା ପୁରୀର ଭକ୍ତପ୍ରେମୀ ତଥା ସଂଗୀତଜ୍ଞମାନଙ୍କୁ ଆକୃଷ୍ଟ କରିଥିଲା। ଶବରମାନେ ମାଦଳ ବାଦ୍ୟକୁ କାନ୍ଧରେ ପକାଇ ବାଦନ କରୁଥିଲେ। ତାହାର ଆକୃତି ଅନୁଯାୟୀ କ୍ରମଶଃ ଛୋଟ କରି କେତେକ ଓଡ଼ିଶୀପ୍ରେମୀ ଭକ୍ତ ସେହି ବାଦ୍ୟକୁ ନୃତ୍ୟ ଏବଂ ସଙ୍ଗୀତରେ ପ୍ରୟୋଗ କରିବାକୁ ଚାହିଁଲେ ଏବଂ ସେହି ବାଦ୍ୟକୁ କାନ୍ଧରେ ଝୁଲାଇ ବାଦନ କରିବା ପରିବର୍ତ୍ତେ ମୁଡ଼ିଆ (ମଳା) ରେ ରଖି ବାଦନ କଲେ। ମାଦଳ ବାଦ୍ୟର ଆକାର ଯଥା ଲମ୍ବ ଓସାର (ଦୈର୍ଘ୍ୟ, ପ୍ରସ୍ଥ) ବାୟାଁ ଏବଂ ଡାୟାଁର ପ୍ରସ୍ତୁତିକରଣର ନିୟମ ବଦଳାଇ ଓଡ଼ିଶୀ ଗୀତ ଏବଂ ଗୋଟିପୁଅ ଓ ମାହାରୀ ନୃତ୍ୟ ସହିତ ବାଦନ ହେବାରୁ ଏହାର ବାଦନକ୍ରିୟା ଚମତ୍କାର ହେଲା ଏବଂ ଏହା ଓଡ଼ିଶୀ ସଂଗୀତରେ ବିଧିବଦ୍ଧ ତାଳବାଦ୍ୟ ରୂପେ ପ୍ରସିଦ୍ଧିଲାଭ କଲା।

ମୟୂରଭଞ୍ଜ-ବାଲେଶ୍ୱର ସୀମାରେ ସୁର-ମାଦଲ ନାମକ ତାଳବାଦ୍ୟ ଦେଖିବାକୁ ମଳିଥାଏ। ମନୋରଞ୍ଜନଧର୍ମୀ ଏକ ଛୋଟ ଗୀତିନାଟ୍ୟ ଦଳ ଏବଂ କେଳାକେଳୁଣୀ ସେମାନଙ୍କର ନୃତ୍ୟ ବା ନାଟକ ପ୍ରଦର୍ଶନ କଲା ବେଳେ ଯେଉଁ ତାଳବାଦ୍ୟଟିର ପ୍ରୟୋଗ କରିଥା’ନ୍ତି, ତାହାକୁ ସୁର-ମାଦଲ କୁହାଯାଏ। ସୁର-ମାଦଲର ଗଢ଼ଣ ମାଟିରେ। ଢୋଲକ ପରି ଦେଖିବାକୁ କିନ୍ତୁ ତାହାର ଆକୃତି ଢୋଲକଠାରୁ ସରୁ। ତାହାର ବାମ ପାର୍ଶ୍ବର ବ୍ୟାସ ଦଶ ଇଞ୍ଚ ଓ ଦକ୍ଷିଣ ପାର୍ଶ୍ବର ବ୍ୟାସ ବା ଚାଇଁଆ ୪ରୁ ୫ଇଞ୍ଚ ବିଶିଷ୍ଟ ହୋଇଥାଏ। ଦୁଇପାର୍ଶ୍ବ ଚର୍ମକୁ ଧରି ରଖିବା ପାଇଁ ଚମଡ଼ାର ଗଛ ବା ବଧି ଲଗାଯାଇଥାଏ। ଏହାର ଗୋଟି ନ ଥାଏ। ବାୟାଁରେ କିରଣ ପ୍ରଲେପ କରା ଯାଇଥାଏ। ଏହା କାନ୍ଧରେ ପକାଇ ବାଦନ କରାଯାଇଥାଏ। ଆବଶ୍ୟକତା ଅନୁଯାୟୀ ସମୟ ସମୟରେ ଏହା ମୋଡ଼ିଆରେ ରଖି ବାଦନ କରାଯାଏ। ସୁର ମାଦଲ ବାଦ୍ୟରେ ଯେଉଁ ଉକୁଟ (ବୋଲ) ବାଦନ କରାଯାଇଥାଏ ତାହା ପ୍ରାୟତଃ ଏହିପରି ‘ଡୁବୁଲୁ ଡୁବୁଲୁ ତାମ୍‌‌ ତାମ୍‌‌’। ଏହି ଉକୁଟଟିକୁ ଗୀତ ଓ ନୃତ୍ୟ ସହିତ ତାଳର ଛନ୍ଦ ଅନୁଯାୟୀ ପ୍ରୟୋଗ କରାଯାଇଥାଏ।

ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଝୁମର ସଙ୍ଗୀତ ପାଇଁ ପ୍ରସିଦ୍ଧ। ଏଥିନିମିତ୍ତ ଯେଉଁ ତାଳବାଦ୍ୟଟି ବାଦନ କରାଯାଏ ତାହା ମଧ୍ୟ ମାଦଲ ବା ମାଦଳ ବାଦ୍ୟ ନାମରେ ନାମିତ। ଏହା ସମ୍ବଲପୁର, କୋରାପୁଟ, ଫୁଲବାଣୀ ଆଦି ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମାଦଳ ବାଦ୍ୟର ଗଢ଼ଣ ଓ ସ୍ଥାନ ଅନୁଯାୟୀ ସାମାନ୍ୟ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଥାଏ। ଉକ୍ତ ଜିଲ୍ଲାମାନଙ୍କରେ ଥିବା ଅଧିବାସୀ ଯଥା ସାନ୍ତାଳ, କନ୍ଧ ଓ କୋହ୍ଲମାନେ ସେମାନଙ୍କର ପୂଜାପାର୍ବଣ ବା ଆମୋଦ ପ୍ରମୋଦ ସମୟରେ ଯେଉଁ ଚର୍ମାବୃତ୍ତ ବାଦ୍ୟଟିକୁ ବାଦନ କରିଥା’ନ୍ତି ତାହା ମାଦଳ ନାମରେ ନାମିତ। ଏହି ମାଦଳର ଆକୃତି ସୁର-ମାଦଳ ଠାରୁ ଭିନ୍ନ। ଏହାର ଲମ୍ବ ୨୪ରୁ ୨୬ଇଞ୍ଚ ଏବଂ ବ୍ୟାସ ୧୨ ରୁ ୧୪ ଇଞ୍ଚ। ଏହାର ଦକ୍ଷିଣ ଏବଂ ବାମପାର୍ଶ୍ବର (ବାୟାଁ, ଡାୟାଁ) ବ୍ୟାସ ସମାନ ଅଟେ। ବାମ ପାର୍ଶ୍ବରେ ମୋଟା ଚମଡ଼ା ଦିଆଯାଇ ଛପର କରାଯାଇଥାଏ। ଏହା ଉଭୟ ବାଡ଼ି ଓ ହାତ ଦ୍ୱାରା ବାଦନ କରାଯାଇଥାଏ। ଏହାର ଉଭୟ ପାର୍ଶ୍ବରେ କିରଣର ପ୍ରଲେପ ନଥାଏ। କିନ୍ତୁ କେତେକ ଅଂଚଳରେ ମାଦଳରେ କିରଣ ମଧ୍ୟ ଥାଏ।

କେତେକଙ୍କ ମତରେ (ପୁରାଣ ଅନୁଯାୟୀ) ମହାଦେବ ଶିବଙ୍କର ସର୍ବପ୍ରଥମ ଆନଦ୍ଧ ବାଦ୍ୟ ଡମ୍ବରୁକୁ ଅନୁସରଣ କରି ମୃଦଙ୍ଗର ଉତ୍ପତ୍ତି ହୋଇଛି। ଏହି ମୃଦଙ୍ଗକୁ ଅନୁସରଣ କରି ମର୍ଦ୍ଦଳର ଉତ୍ପତ୍ତି ହୋଇଛି। ଚାରିବେଦ ମଧ୍ୟରୁ ସାମ ବେଦରେ ସଙ୍ଗୀତ ସମ୍ବନ୍ଧୀୟ ତଥ୍ୟର ପ୍ରମାଣ ମିଳିଥିଲେ ହେଁ ଋକ୍‌‌ବେଦରୁ ବୀଣା, ମୃଦଙ୍ଗ, ବଂଶୀ ଓ ମର୍ଦ୍ଦଳ ଇତ୍ୟାଦିର ଉତ୍ପତ୍ତି ସମ୍ବନ୍ଧରେ ଆଭାସ ମିଳିଥାଏ। ଭରତ ମୁନୀଙ୍କ ନାଟ୍ୟ ଶାସ୍ତ୍ର ଏବଂ ସଙ୍ଗୀତ ନାରାୟଣରେ ମଧ୍ୟ ଉପରୋକ୍ତ ବାଦ୍ୟମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ମୃଦଙ୍ଗର ପୂର୍ବବର୍ତ୍ତୀ ବାଦ୍ୟର ନାମ ପୁଷ୍କର ଥିବା ଅନୁମାନ କରାଯାଏ। ଯେତେବେଳେ ପୁଷ୍କର ବାଦ୍ୟ ସୃଷ୍ଟି ହେଲା ସେତେବେଳେ ଏହି ବାଦ୍ୟଟିର ମୁଖ ଊର୍ଦ୍ଧ୍ବକୁ ଥିଲା ଏବଂ ଉପରକୁ ପାଂଚୋଟି ମୁଖ ଦୃଷ୍ଟିଗୋଚର ହେଉଥିଲା। ଏଣୁ ଏହାକୁ ପଂଚମୁଖୀ ବାଦ୍ୟ କୁହାଯାଉଥିଲା। ଗୋଟିଏ ଅଙ୍ଗରେ ଊର୍ଦ୍ଧ୍ବକୁ ପାଂଚୋଟି ମୁଖ ଥିବା ବାଦ୍ୟଟି କାଳକ୍ରମେ ତିନୋଟି ମୁଖ ସୃଷ୍ଟି କରାଯାଇ ବାଦନ କରାଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇଟି ମୁଖ ହୋଇ ମୃଦଙ୍ଗ ତୁଲ୍ୟ ତିଆରି କରାଯାଇ ବାଦନ କରାଗଲା।

ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନାଟମଣ୍ଡପରେ ଯେଉଁ ତାଳବାଦ୍ୟ ବାଦନ କରାଯାଉଛି ତାହା ମର୍ଦ୍ଦଳ ନାମରେ ପ୍ରସିଦ୍ଧ। ଏହି ମାଦଳ ବା ମର୍ଦ୍ଦଳ ଅନୁଯାୟୀ ମାଦଳା ପାଞ୍ଜିର ନାମକରଣ ହୋଇଛି। ମାଦଳା ପାଞ୍ଜିରେ ଓଡ଼ିଶାର ରୀତି-ନୀତି, ପୂଜା-ପାର୍ବଣ ଏବଂ ଲୋକସଂସ୍କୃତି ସମ୍ବନ୍ଧୀୟ ସମ୍ୟକ ସୂଚନା ମିଳିଥାଏ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବାପୂଜା ପାଇଁ ନିଯୁକ୍ତ ଛତିଶି ନିଯୋଗ ମଧ୍ୟରୁ ମାଦେଳି ନିଯୋଗ ବା ମାଦେଳି ସେବା ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ମର୍ଦ୍ଦଳ ବାଦନ ଏକ ସ୍ୱତନ୍ତ୍ର ନିଯୋଗ ରୂପେ ପ୍ରସିଦ୍ଧ। ଯେଉଁମାନେ ମନ୍ଦିରରେ ମର୍ଦ୍ଦଳ ବାଦନ କରନ୍ତି ସେମାନଙ୍କୁ ମାଦେଳୀ ବା ମାଦଳିଆ କୁହାଯାଏ। କେତେକ ବର୍ଷୀୟାନ ସଙ୍ଗୀତଜ୍ଞଙ୍କ ମତରେ ଅମର କବି ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦ ରଚନା ପରେ ରାଧାକୃଷ୍ଣଙ୍କର ଅପୂର୍ବ ଲୀଳାର ମାଧୁର୍ଯ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଜଣେ ଭକ୍ତଙ୍କ ଦ୍ୱାରା କରାଇଥିଲେ। କଥିତ ଅଛି ଭକ୍ତମାନଙ୍କ ସମ୍ମୁଖରେ ପ୍ରଭୁ ପତିତପାବନ ଶ୍ରୀଜଗନ୍ନାଥ ଭକ୍ତ ବେଶ ସାଜି ଓଡ଼ିଶୀ ସଙ୍ଗୀତ ଓ ଗୀତଗୋବିନ୍ଦ ଗାନ କରୁଥିଲେ। ସ୍ୱୟଂଇନ୍ଦ୍ର ଭକ୍ତବେଶ ଧାରଣ କରି (ମର୍ଦ୍ଦଳ) / ମୃଦଙ୍ଗ ବାଦନ କରୁଥିଲେ। ମର୍ଦ୍ଦଳ ଜଗନ୍ନାଥଙ୍କ ନାଟମଣ୍ଡପରେ ବାଦନ କରାଯାଉଥିବାର ଦୃଷ୍ଟାନ୍ତ ଅଛି। ରଥଯାତ୍ରାରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟରେ ଯେଉଁ ଘଣ୍ଟ ଓ ତାଳବାଦ୍ୟ ବାଦନ କରାଯାଏ ତାହା ଘଣ୍ଟ-ମର୍ଦ୍ଦଳ ନାମରେ ସୁଖ୍ୟାତ। ଓଡ଼ିଶାର ସର୍ବପ୍ରାଚୀନ ନୃତ୍ୟ ମାହାରୀ ବା ଦେବଦାସୀ ନୃତ୍ୟରେ ମର୍ଦ୍ଦଳ ବାଦନର ପ୍ରଚଳନ ହୋଇଆସୁଛି। ଗୋଟିପୁଅ ନୃତ୍ୟ ଏବଂ ଦକ୍ଷିଣୀ ନୃତ୍ୟରେ ମଧ୍ୟ ମର୍ଦ୍ଦଳ ବାଦ୍ୟର ପରମ୍ପରା ରହିଆସିଛି। ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଯଥା ଆଖଡ଼ା ଶାଳ, ଭାଗବତ ଟୁଙ୍ଗୀ ଏବଂ ବିଭିନ୍ନ ମନ୍ଦିରମାନଙ୍କରେ ଓଡ଼ିଶୀ ଗୀତ, ଗୀତଗୋବିନ୍ଦ ଛାନ୍ଦ, ଚମ୍ପୁ ସହିତ ମର୍ଦ୍ଦଳ ବାଦନର ପ୍ରୟୋଗ ଥିବା ଜଣାଯାଏ।

ବୌଦ୍ଧଗାନର ରବନାରୁ ପଟ୍ଟହ, ମାଦଳ, କଂସାତାଳ, ଦୁନ୍ଦୁଭି ବୀଣା ଆଦି ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ ହେବାରେ ଜଣାଯାଏ। ଆଦିକବି ସାରଳା ଦାସଙ୍କ ରଚିତ ମହାଭାରତରୁ ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ମର୍ଦ୍ଦଳ, ବୀଣା ଆଦି ବାଦ୍ୟ ଯନ୍ତ୍ରମାନଙ୍କର ପ୍ରମାଣ ମିଳିଥାଏ। ସାରଳାଙ୍କ ପରବର୍ତ୍ତୀ ପଞ୍ଚସଖା ସାହିତ୍ୟରୁ ମଧ୍ୟ ଅନୁରୂପ ବାଦ୍ୟ ଯନ୍ତ୍ର ସହିତ ଆହୁରି କେତେକ ନୂତନ ବାଦ୍ୟ ଯନ୍ତ୍ର ସମ୍ବନ୍ଧୀୟ ତଥ୍ୟ ଆମେ ପାଇଥାଉ। ସେଗୁଡ଼ିକ ଯଥାକ୍ରମେ – ଢୋଲ, ଢମାଲୁ, ଦୁନ୍ଦୁଭି, ମହୁରୀ, ଉପାଙ୍ଗ, କାହାଳୀ, ତାଳ, ପଟ୍ଟହ, ଟମକ, ମୃଦଙ୍ଗ, ଶିଙ୍ଗା, ମର୍ଦ୍ଦଳ, ରାମତାଳି, କୁଣ୍ଡଳୀ, ନାଗେଶ୍ୱର ଇତ୍ୟାଦି ଅନ୍ୟତମ। ପଞ୍ଚସଖା ସାହିତ୍ୟର ଭାଗବତ, ହରିବଂଶ ଆଦିରେ ଅସଂଖ୍ୟ ବାଦ୍ୟଯନ୍ତ୍ରର ବର୍ଣ୍ଣନା ଅତି ସୁନ୍ଦର ଭାବେ କରାଯାଇଅଛି। ଶିବଙ୍କ ସ୍ତୁତି ପ୍ରସଙ୍ଗରେ ହରିବଂଶରେ କେତେକ ବାଦ୍ୟ ସମ୍ବନ୍ଧରେ ଉଦାହରଣ ଦିଆଯାଇଛି। ଏତଦ୍‌‌ଭିନ୍ନ ପ୍ରାକ୍‌‌ ରୀତି ସାହିତ୍ୟ, ରହସ୍ୟ ମଞ୍ଜରୀ କାବ୍ୟରେ ତତ୍‌‌କାଳୀନ ତଥ୍ୟମାନଙ୍କରୁ ମର୍ଦ୍ଦଳ ସମ୍ବନ୍ଧରେ ବିଭିନ୍ନ ସୂଚନା ମିଳିଥାଏ।

ଡ. ଜଗନ୍ନାଥ କୁଅଁର
ଭୁବନେଶ୍ୱର, ମୋ: ୯୪୩୭୨୭୮୧୬୯

29 Dec 2023 By The Sakala

https://www.thesakala.in/sakala-editorial/sakala-article-29-12-2023-2/article-28699
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର