ଯନ୍ତ୍ରବତ୍ ଯୁଗରେ ବିସ୍ମୟ : ମାଆ ବିରଞ୍ଚିନାରାୟଣୀ

The Sakala Picture
Published On

ଓଳାଭର :  ରାଜକନିକା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଓଳାଭର ପଞ୍ଚାୟତ ଦେଉଳସାହି ଗାଁ ମଝିରେ ଅବସ୍ଥିତ ଛୋଟିଆ ଏକ ମନ୍ଦିରରେ ପୂଜା ପାଆନ୍ତି ମାଆ ବିରଞ୍ଚିନାରାୟଣୀ । କାହିଁ କେଉଁ କାଳରୂ ଦେଉଳସାହି ଗାଁ ରେ ଥିବା ପ୍ରତ୍ୟକ୍ଷଦର୍ଶୀ ମାଆଙ୍କ ଜନ୍ମ ବୃତ୍ତାନ୍ତ ଏଵେ ବି ରହସ୍ୟ ହୋଇ ରହିଛି।ପିଢି ପରେ ପିଢି ମାଆଙ୍କ ଅଲୈକିତ କିମ୍ବଦନ୍ତୀ ଏବେ ରହସ୍ୟାବୃତ୍ତ କରି ରଖିଛି। ଯନ୍ତ୍ରବତ୍ ମଣିଷର ମାନସିକତାକୁ।ଅଗାଢ ବିଶ୍ବାସକୁ ପୁଞ୍ଜି କରି କେବଳ ଯେ ଦେଉଳସାହି ଓଳାଭରର […]

ଓଳାଭର :  ରାଜକନିକା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଓଳାଭର ପଞ୍ଚାୟତ ଦେଉଳସାହି ଗାଁ ମଝିରେ ଅବସ୍ଥିତ ଛୋଟିଆ ଏକ ମନ୍ଦିରରେ ପୂଜା ପାଆନ୍ତି ମାଆ ବିରଞ୍ଚିନାରାୟଣୀ । କାହିଁ କେଉଁ କାଳରୂ ଦେଉଳସାହି ଗାଁ ରେ ଥିବା ପ୍ରତ୍ୟକ୍ଷଦର୍ଶୀ ମାଆଙ୍କ ଜନ୍ମ ବୃତ୍ତାନ୍ତ ଏଵେ ବି ରହସ୍ୟ ହୋଇ ରହିଛି।ପିଢି ପରେ ପିଢି ମାଆଙ୍କ ଅଲୈକିତ କିମ୍ବଦନ୍ତୀ ଏବେ ରହସ୍ୟାବୃତ୍ତ କରି ରଖିଛି। ଯନ୍ତ୍ରବତ୍ ମଣିଷର ମାନସିକତାକୁ।ଅଗାଢ ବିଶ୍ବାସକୁ ପୁଞ୍ଜି କରି କେବଳ ଯେ ଦେଉଳସାହି ଓଳାଭରର ଶ୍ରଦ୍ଧାଳୁ ମାଆଙ୍କ ପାଇଁ ମନସ୍କ ହୁଅନ୍ତି ତାହା ନୁହେଁ ବରଂ ଭଦ୍ରକ, ରାଉରକେଲା, କେନ୍ଦ୍ରାପଡ଼ା, କେଉଁଝର,ଭବାନିପାଟଣା, କଟକ, ଭୁବନେଶ୍ୱର ସହ ସୂଦୂର କଲିକତା,ମୁମ୍ବାଇର ଶ୍ରଦ୍ଧାଳୁ ବି ଟାଣି ହୋଇ ଆସନ୍ତି ମାଅଙ୍କ ଗୁଣକିର୍ତ୍ତନ ପାଇଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଆଧୁନିକ ବିଜ୍ଞାନ ହାର ମାନି ଯାଏ ମାଆଙ୍କ ଦେହର ଗାଧୁଆ ପାଣି ଵି ସଞ୍ଜିବନୀ ପାଲଟି ଯାଏ ବୋଲି ଯାଜପୁର ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଚର୍ମରୋଗ ବିଇଞ୍ଚିରେ ଶେଷ ଆଶା ଛାଡି ମାଆଙ୍କ ଗାଧୁଆପାଣି ବା ମଳୁକୁଟି ଲେପନରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଯୋଗୁ ମାଆଙ୍କ ନାମ ସର୍ଵଵିଦିତ। ପ୍ରଥା ଅଛି ଦେହରେ ବିଇଞ୍ଚି ଚର୍ମରୋଗରୁ ଆରୋଗ୍ୟ ପାଇଁ ମାଆଙ୍କ ଶରଣରେ ମାସେ ବିନା ପିଆଜରସୁଣ, ଆମିଷ ତ୍ୟାଗ କରି ମଳୁକୁଟି ଲେପନରେ ରୋଗ ଭଲ ହୋଇଥାଏ। ଏଥିପାଇଁ ଏଠାକୁ ବିଶ୍ବାସକୁ ନେଇ ଵିଭିନ୍ନ ସ୍ଥାନରୁ ଛୁଟି ଆସନ୍ତି ଶହ ଶହ ଭକ୍ତ। ବୈଶାଖ ମାସ ପଣା ସଂକ୍ରାନ୍ତି ଦିନ ମାଆଙ୍କ ପାଖେ ଯନ୍ତାଳ ଭୋଗ ହେଵାର ପରମ୍ପରା ହୁଏ,ତେବେ କରୋନା ଯୋଗୁଁ ସବୁ ଆଧ୍ୟାତ୍ମିକ ପୀଠ ବନ୍ଦ ହେବା ଯୋଗୁ ଆଜି ଦୁଇବର୍ଷ ପରେ ମାଆଙ୍କ ପୀଠରେ ଯନ୍ତାଳ ହେଉଛି। ସମଗ୍ର ଗାଁ ଆଜି ମାଆଙ୍କ ମହିମାରେ ମହିମାନୀତ ହୋଇ ପଡିଛି।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଶ୍ରଦ୍ଧା ଆଉ ବିଶ୍ବାସରେ ଶ୍ରଦ୍ଧାଳୁଙ୍କ ଯୋଗଦାନ ଗାଁ କୁ ଉତ୍ସବମୁଖରୀତ କରିଛି।ସଵୁ ନିତିକାନ୍ତି ଯେମିତି ନିଷ୍ଠାର ସହ ହେଵ ସେଥିପାଇଁ ପୂଜକମାନେ ଲାଗିପଡିଛନ୍ତି।ମାଆଙ୍କର ମୂଖ୍ୟ ଭୋଗ ହେଉଛି ପଞ୍ଚାମୃତ।ଆଉ ରନ୍ଧା ଭୋଗ ହିଁ ହୋଇଥାଏ।ମାଆ ଦିପ୍ରହର ଚାରିଟାରେ ସ୍ନାନାଦି କରି ପ୍ରସାଦ ଗ୍ରହଣ କରନ୍ତି ବୋଲି ମୂଖ୍ୟପୂଜକ ବସନ୍ତ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି।ଏହାଛଡା ଗୋଟିଏ ଦିନ ପାଇଁ ହେଉଥିବା ଯନ୍ତାଳରେ ଯଜ୍ଞାଦି କାମ ପାଇଁ ପଣ୍ଡିତ ଅଞ୍ଜନ ପଣ୍ଡା ଓ ଚକ୍ରଧର ପଣ୍ଡା ପ୍ରମୁଖ କାର୍ଯ୍ୟ ସଞ୍ଚାଳନ କରୁଥିବା ବେଳେ ଆଜି ସନ୍ଧ୍ୟା ରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସହ ଆନନ୍ଦବଜାର ଅନୁଷ୍ଠିତ ହେବ ବୋଲି ଗ୍ରାମକମିଟି ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ଆଉ ଏକ ରୋଚକ ଆଉ ଵିସ୍ମୟକର କଥା ହେଉଛି ମାଆଙ୍କ ମଥାରେ ଜମା ହୋଇଥିବା ସିନ୍ଦୁରର ପ୍ରଲେପ ମାଆଙ୍କ ଅଵୟଵକୁ ଆହୁରି ବିଶାଳ କରି ଭକ୍ତ ମନରେ ବିଶ୍ବାସର ବିଜ ବୁଣିଥାଏ।ଥରୁଟିଏ ମାଆଙ୍କ ଦର୍ଶନରେ ଜୀବନ ଧନ୍ୟ ହୁଏ ବୋଲି ବରିଷ୍ଠ ନାଗରୀକ ରବିନ୍ଦ୍ର ନାୟକ କହିଛନ୍ତି।ମାଆ ବିରଞ୍ଚିନାରାୟଣୀଙ୍କ ମହିମାର ପ୍ରଚାର ପ୍ରସାର ସେମିତି ଆଶାତୀତ ଭାବେ ହେଇ ନ ଥିବାରୁ କେବଳ ପ୍ରତ୍ୟକ୍ଷ ଦର୍ଶୀ ମଧ୍ୟରେସମିତ୍ତ ରହିଛି।ସରକାର ବହୁ ପୁରୁଣା ଧାର୍ମିକ ପୀଠକୁ ପ୍ରୋତ୍ସାହନ ସହକାରେ ପୁନରୁଦ୍ଧାର କରୁଥିବା ବେଳେ ଦେଉଳସାହିର ଏହି ମାଆ ବିରଞ୍ଚିନାରାୟଣୀଙ୍କ ପୀଠ ବିକାଶରେ ଆୟୂଧ ସାଜନ୍ତେ ତେବେ ହୁଏତ ମାଆଙ୍କ ପାଖକୁ ଆହୁରି ଅନେକ ଶ୍ରଦ୍ଧାଳୁ ଆସି ପାରନ୍ତେ ତାହା ସହ ଦେଶଵିଦେଶରେ ଏଇ ପୀଠ ନାଁ ବି ରହିପାରନ୍ତା। ଏଥିପାଇଁ ସରକାରୀ ହେଉ କି ବେସରକାରୀ ହେଉ ପୀଠପ୍ରତି ସହଯୋଗ କରିବାକୂ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ ହେଉଛି।

04 Nov 2021 By The Sakala

ଯନ୍ତ୍ରବତ୍ ଯୁଗରେ ବିସ୍ମୟ : ମାଆ ବିରଞ୍ଚିନାରାୟଣୀ

ଓଳାଭର :  ରାଜକନିକା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଓଳାଭର ପଞ୍ଚାୟତ ଦେଉଳସାହି ଗାଁ ମଝିରେ ଅବସ୍ଥିତ ଛୋଟିଆ ଏକ ମନ୍ଦିରରେ ପୂଜା ପାଆନ୍ତି ମାଆ ବିରଞ୍ଚିନାରାୟଣୀ । କାହିଁ କେଉଁ କାଳରୂ ଦେଉଳସାହି ଗାଁ ରେ ଥିବା ପ୍ରତ୍ୟକ୍ଷଦର୍ଶୀ ମାଆଙ୍କ ଜନ୍ମ ବୃତ୍ତାନ୍ତ ଏଵେ ବି ରହସ୍ୟ ହୋଇ ରହିଛି।ପିଢି ପରେ ପିଢି ମାଆଙ୍କ ଅଲୈକିତ କିମ୍ବଦନ୍ତୀ ଏବେ ରହସ୍ୟାବୃତ୍ତ କରି ରଖିଛି। ଯନ୍ତ୍ରବତ୍ ମଣିଷର ମାନସିକତାକୁ।ଅଗାଢ ବିଶ୍ବାସକୁ ପୁଞ୍ଜି କରି କେବଳ ଯେ ଦେଉଳସାହି ଓଳାଭରର ଶ୍ରଦ୍ଧାଳୁ ମାଆଙ୍କ ପାଇଁ ମନସ୍କ ହୁଅନ୍ତି ତାହା ନୁହେଁ ବରଂ ଭଦ୍ରକ, ରାଉରକେଲା, କେନ୍ଦ୍ରାପଡ଼ା, କେଉଁଝର,ଭବାନିପାଟଣା, କଟକ, ଭୁବନେଶ୍ୱର ସହ ସୂଦୂର କଲିକତା,ମୁମ୍ବାଇର ଶ୍ରଦ୍ଧାଳୁ ବି ଟାଣି ହୋଇ ଆସନ୍ତି ମାଅଙ୍କ ଗୁଣକିର୍ତ୍ତନ ପାଇଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଆଧୁନିକ ବିଜ୍ଞାନ ହାର ମାନି ଯାଏ ମାଆଙ୍କ ଦେହର ଗାଧୁଆ ପାଣି ଵି ସଞ୍ଜିବନୀ ପାଲଟି ଯାଏ ବୋଲି ଯାଜପୁର ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ଚର୍ମରୋଗ ବିଇଞ୍ଚିରେ ଶେଷ ଆଶା ଛାଡି ମାଆଙ୍କ ଗାଧୁଆପାଣି ବା ମଳୁକୁଟି ଲେପନରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଯୋଗୁ ମାଆଙ୍କ ନାମ ସର୍ଵଵିଦିତ। ପ୍ରଥା ଅଛି ଦେହରେ ବିଇଞ୍ଚି ଚର୍ମରୋଗରୁ ଆରୋଗ୍ୟ ପାଇଁ ମାଆଙ୍କ ଶରଣରେ ମାସେ ବିନା ପିଆଜରସୁଣ, ଆମିଷ ତ୍ୟାଗ କରି ମଳୁକୁଟି ଲେପନରେ ରୋଗ ଭଲ ହୋଇଥାଏ। ଏଥିପାଇଁ ଏଠାକୁ ବିଶ୍ବାସକୁ ନେଇ ଵିଭିନ୍ନ ସ୍ଥାନରୁ ଛୁଟି ଆସନ୍ତି ଶହ ଶହ ଭକ୍ତ। ବୈଶାଖ ମାସ ପଣା ସଂକ୍ରାନ୍ତି ଦିନ ମାଆଙ୍କ ପାଖେ ଯନ୍ତାଳ ଭୋଗ ହେଵାର ପରମ୍ପରା ହୁଏ,ତେବେ କରୋନା ଯୋଗୁଁ ସବୁ ଆଧ୍ୟାତ୍ମିକ ପୀଠ ବନ୍ଦ ହେବା ଯୋଗୁ ଆଜି ଦୁଇବର୍ଷ ପରେ ମାଆଙ୍କ ପୀଠରେ ଯନ୍ତାଳ ହେଉଛି। ସମଗ୍ର ଗାଁ ଆଜି ମାଆଙ୍କ ମହିମାରେ ମହିମାନୀତ ହୋଇ ପଡିଛି।

ଶ୍ରଦ୍ଧା ଆଉ ବିଶ୍ବାସରେ ଶ୍ରଦ୍ଧାଳୁଙ୍କ ଯୋଗଦାନ ଗାଁ କୁ ଉତ୍ସବମୁଖରୀତ କରିଛି।ସଵୁ ନିତିକାନ୍ତି ଯେମିତି ନିଷ୍ଠାର ସହ ହେଵ ସେଥିପାଇଁ ପୂଜକମାନେ ଲାଗିପଡିଛନ୍ତି।ମାଆଙ୍କର ମୂଖ୍ୟ ଭୋଗ ହେଉଛି ପଞ୍ଚାମୃତ।ଆଉ ରନ୍ଧା ଭୋଗ ହିଁ ହୋଇଥାଏ।ମାଆ ଦିପ୍ରହର ଚାରିଟାରେ ସ୍ନାନାଦି କରି ପ୍ରସାଦ ଗ୍ରହଣ କରନ୍ତି ବୋଲି ମୂଖ୍ୟପୂଜକ ବସନ୍ତ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି।ଏହାଛଡା ଗୋଟିଏ ଦିନ ପାଇଁ ହେଉଥିବା ଯନ୍ତାଳରେ ଯଜ୍ଞାଦି କାମ ପାଇଁ ପଣ୍ଡିତ ଅଞ୍ଜନ ପଣ୍ଡା ଓ ଚକ୍ରଧର ପଣ୍ଡା ପ୍ରମୁଖ କାର୍ଯ୍ୟ ସଞ୍ଚାଳନ କରୁଥିବା ବେଳେ ଆଜି ସନ୍ଧ୍ୟା ରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସହ ଆନନ୍ଦବଜାର ଅନୁଷ୍ଠିତ ହେବ ବୋଲି ଗ୍ରାମକମିଟି ପକ୍ଷରୁ ସୂଚନା ମିଳିଛି।

ଆଉ ଏକ ରୋଚକ ଆଉ ଵିସ୍ମୟକର କଥା ହେଉଛି ମାଆଙ୍କ ମଥାରେ ଜମା ହୋଇଥିବା ସିନ୍ଦୁରର ପ୍ରଲେପ ମାଆଙ୍କ ଅଵୟଵକୁ ଆହୁରି ବିଶାଳ କରି ଭକ୍ତ ମନରେ ବିଶ୍ବାସର ବିଜ ବୁଣିଥାଏ।ଥରୁଟିଏ ମାଆଙ୍କ ଦର୍ଶନରେ ଜୀବନ ଧନ୍ୟ ହୁଏ ବୋଲି ବରିଷ୍ଠ ନାଗରୀକ ରବିନ୍ଦ୍ର ନାୟକ କହିଛନ୍ତି।ମାଆ ବିରଞ୍ଚିନାରାୟଣୀଙ୍କ ମହିମାର ପ୍ରଚାର ପ୍ରସାର ସେମିତି ଆଶାତୀତ ଭାବେ ହେଇ ନ ଥିବାରୁ କେବଳ ପ୍ରତ୍ୟକ୍ଷ ଦର୍ଶୀ ମଧ୍ୟରେସମିତ୍ତ ରହିଛି।ସରକାର ବହୁ ପୁରୁଣା ଧାର୍ମିକ ପୀଠକୁ ପ୍ରୋତ୍ସାହନ ସହକାରେ ପୁନରୁଦ୍ଧାର କରୁଥିବା ବେଳେ ଦେଉଳସାହିର ଏହି ମାଆ ବିରଞ୍ଚିନାରାୟଣୀଙ୍କ ପୀଠ ବିକାଶରେ ଆୟୂଧ ସାଜନ୍ତେ ତେବେ ହୁଏତ ମାଆଙ୍କ ପାଖକୁ ଆହୁରି ଅନେକ ଶ୍ରଦ୍ଧାଳୁ ଆସି ପାରନ୍ତେ ତାହା ସହ ଦେଶଵିଦେଶରେ ଏଇ ପୀଠ ନାଁ ବି ରହିପାରନ୍ତା। ଏଥିପାଇଁ ସରକାରୀ ହେଉ କି ବେସରକାରୀ ହେଉ ପୀଠପ୍ରତି ସହଯୋଗ କରିବାକୂ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର