ମୁଖ୍ୟ ସମାଚାର
ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ମାର୍ଚ୍ଚ ୧୭ରୁ ଆବେଦନ, ଜୁନ୍ ସୁଦ୍ଧା ସରିବ ବଦଳି ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୫ ବର୍ଷରେ ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ଟାଇମ୍ଲାଇନ୍ ପ୍ରକାଶ ପାଇଛି। ମାର୍ଚ୍ଚ ପହିଲାରୁ ବଦଳି ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ମାସ ଶେଷ ସୁଦ୍ଧା ସରିବ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ବଦଳି ଆବେଦନ ପାଇଁ ଆଗ୍ରହୀ ଶିକ୍ଷକଶିକ୍ଷୟତ୍ରୀମାନେ ମାର୍ଚ୍ଚ ୧ ରୁ ୧୬ ତାରିଖ ମଧ୍ୟରେ […]
ଭୁବନେଶ୍ୱର: ୨୦୨୫ ବର୍ଷରେ ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ଟାଇମ୍ଲାଇନ୍ ପ୍ରକାଶ ପାଇଛି। ମାର୍ଚ୍ଚ ପହିଲାରୁ ବଦଳି ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ମାସ ଶେଷ ସୁଦ୍ଧା ସରିବ। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।
ବଦଳି ଆବେଦନ ପାଇଁ ଆଗ୍ରହୀ ଶିକ୍ଷକଶିକ୍ଷୟତ୍ରୀମାନେ ମାର୍ଚ୍ଚ ୧ ରୁ ୧୬ ତାରିଖ ମଧ୍ୟରେ ସେମାନଙ୍କର ପ୍ରୋଫାଇଲ୍ ଅପଡେଟ୍ କରିପାରିବେ। ଏହାପରେ ମାର୍ଚ୍ଚ ୧୭ ତାରିଖରୁ ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଦଳି ପାଇଁ ଅନ୍ଲାଇନ୍ରେ ଆବେଦନ କରିବେ। ୨ରୁ ୧୧ ତାରିଖ ମଧ୍ୟରେ ବିଇଓ ଓ ଡିଇଓମାନେ ଆବେଦନକୁ ଯାଞ୍ଚ କରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ୧୫ରୁ ୧୯ ତାରିଖ ମଧ୍ୟରେ ମେଡିକାଲ୍ ବୋର୍ଡ ନିକଟକୁ ପଠାଯିବ। ସେଠାରୁ ମେ ୯ ତାରିଖରେ ଚୂଡାନ୍ତ ରିପୋର୍ଟ ମିଳିବା ପରେ ୧୪ ତାରିଖ ସୁଦ୍ଧା ପୋର୍ଟାଲ୍ରେ ଅପଲୋଡ୍ ହେବ। ୧୯ରୁ ୨୬ ତାରିଖ ମଧ୍ୟରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଟ୍ରାନ୍ସଫର୍ କମିଟି ବସି ତାଲିକା ଚୂଡ଼ାନ୍ତ କଲା ପରେ ୨୮ ଓ ୨୯ ତାରିଖରେ ବଦଳି ଆଦେଶ ପ୍ରଦାନ କରାଯିବ। ଜୁନ୍ ୬ ତାରିଖ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ବିଦ୍ୟାଳୟରେ ଯୋଗଦେବେ ବୋଲି କୁହାଯାଇଛି।