ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

‘ହୁ’ର ଚେତାବନୀ: ଆସିପାରେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହର

The Sakala Picture
Published On

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳ​‌ରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ ପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୨୬ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଏହି ସମୟରେ, ବିଶ୍ୱ […]

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳ​‌ରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ ପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୨୬ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହରର ବିପଦ ହୋଇପାରେ। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରି ରଖିବା ଉଚିତ।

ଆହୁରି ପଢ଼ନ୍ତୁ: ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଜର୍ଜିଆ ମେଲୋନୀଙ୍କୁ ଉପହାର ଦେଲେ 'ମେଲୋଡି' ଚକୋଲେଟ୍, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

corona

ଆହୁରି ପଢ଼ନ୍ତୁ: ବ୍ୟାଗରେ ଥିଲା ଆମଚୁର ଓ ଗରମ ମସଲା, ମେସିନ୍ କହିଲା ଡ୍ରଗ୍ସ! ୫୭ ଦିନ ଜେଲ୍‌ରେ ଥିବା ଇଞ୍ଜିନିୟରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧନମ କହିଛନ୍ତି ଯେ, କରୋନା ସହ ଜଡିତ କଟକଣାକୁ ପାଳନ କରି ଲୋକମାନେ ବିରକ୍ତ ହୋଇଗଲେଣି, କିନ୍ତୁ ମହାମାରୀ ସମାପ୍ତ ହୋଇଛି ବୋଲି ବୁଝିବା ଆମର ସବୁଠାରୁ ବଡ ଭୁଲ ହେବ। କରୋନା ମୃତ୍ୟୁ ହାର ହ୍ରାସର ଉଦାହରଣ ଦେଇ ସେ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

CORONA

ବ୍ରାଜିଲର ପରିସ୍ଥିତିକୁ ନେଇ ଟେଡ୍ରୋସ୍ ଆଧନମ ବିଶେଷ ଚିନ୍ତା ପ୍ରକଟ କରିଥିଲେ। ପ୍ରକୃତରେ, ସେଠାରେ ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଅତ୍ୟାବଶ୍ୟକ ବୋଲି କହିଛନ୍ତି। ଟେଡ୍ରୋସ୍ ଆଧନମ କହିଛନ୍ତି ଯେ ବିଶ୍ବର ଅଧିକାଂଶ ଦେଶରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବ୍ରାଜିଲର ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ। ସେ କହିଛନ୍ତି, ଆମେ ଭାବୁଛୁ ବ୍ରାଜିଲ ସରକାର ଏହାକୁ ଗୁରୁତର ସହ ନେବା ଉଚିତ।

ବାସ୍ତବରେ, ବ୍ରାଜିଲରେ ଏପର୍ୟ୍ୟନ୍ତ ଏକ କୋଟି ୯ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟେଡ୍ରୋସ୍ ଅଧନମ୍ କହିଛନ୍ତି ଯେ ବ୍ରାଜିଲକୁ କିଛି କଠୋର ପଦକ୍ଷେପ ନେବାକୁ ପଡିବ ଯାହା ଦ୍ବାରା କରୋନା ସଂକ୍ରମଣ ଏହାର ସୀମା ଅତିକ୍ରମ କରିବ ନାହିଁ।

CORONA--TEST

ବିଶ୍ୱରେ କରୋନା ମହାମାରୀ ଦ୍ୱାରା ଆମେରିକା, ଭାରତ, ବ୍ରାଜିଲ ଏବଂ ଋଷିଆ ଅଧିକ ପ୍ରଭାବିତ ହୋଇଛନ୍ତି। ଅବଶ୍ୟ, ଏହି ସମସ୍ତ ଦେଶରେ ଲୋକଙ୍କୁ କରୋନା ଟିକା ଦିଆଯାଉଛି। ବ୍ଲୁମବର୍ଗ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ୨୯.୯କୋଟି ଲୋକଙ୍କୁ ଟିକା ଦିଆଯାଇଛି। ତେବେ ଏହି ମହାମାରୀ ଏତେ ଶୀଘ୍ର ଶେଷ ହେବ ନାହିଁ। ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ ଦୂର ହେବ ବୋଲି ଭାବିବା ଠିକ୍ ନୁହେଁ। ବରିଷ୍ଠ ସଂଗଠନର ଅଧିକାରୀ ମାଇକେଲ ରିୟାନ୍ କହିଛନ୍ତି ଯେ ଯଦି ଆମେ ଅଧିକ ସତର୍କର ସହ କାର୍ୟ୍ୟ କରୁ ତେବେ ଆମେ ଏହାକୁ ଶେଷ କରିପାରିବା।

07 Mar 2021 By The Sakala

‘ହୁ’ର ଚେତାବନୀ: ଆସିପାରେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳ​‌ରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ ପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୨୬ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ କରୋନାର ତୃତୀୟ କିମ୍ବା ଚତୁର୍ଥ ଲହରର ବିପଦ ହୋଇପାରେ। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରି ରଖିବା ଉଚିତ।

corona

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧନମ କହିଛନ୍ତି ଯେ, କରୋନା ସହ ଜଡିତ କଟକଣାକୁ ପାଳନ କରି ଲୋକମାନେ ବିରକ୍ତ ହୋଇଗଲେଣି, କିନ୍ତୁ ମହାମାରୀ ସମାପ୍ତ ହୋଇଛି ବୋଲି ବୁଝିବା ଆମର ସବୁଠାରୁ ବଡ ଭୁଲ ହେବ। କରୋନା ମୃତ୍ୟୁ ହାର ହ୍ରାସର ଉଦାହରଣ ଦେଇ ସେ ଏହା କହିଛନ୍ତି।

CORONA

ବ୍ରାଜିଲର ପରିସ୍ଥିତିକୁ ନେଇ ଟେଡ୍ରୋସ୍ ଆଧନମ ବିଶେଷ ଚିନ୍ତା ପ୍ରକଟ କରିଥିଲେ। ପ୍ରକୃତରେ, ସେଠାରେ ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଅତ୍ୟାବଶ୍ୟକ ବୋଲି କହିଛନ୍ତି। ଟେଡ୍ରୋସ୍ ଆଧନମ କହିଛନ୍ତି ଯେ ବିଶ୍ବର ଅଧିକାଂଶ ଦେଶରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବ୍ରାଜିଲର ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ। ସେ କହିଛନ୍ତି, ଆମେ ଭାବୁଛୁ ବ୍ରାଜିଲ ସରକାର ଏହାକୁ ଗୁରୁତର ସହ ନେବା ଉଚିତ।

ବାସ୍ତବରେ, ବ୍ରାଜିଲରେ ଏପର୍ୟ୍ୟନ୍ତ ଏକ କୋଟି ୯ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟେଡ୍ରୋସ୍ ଅଧନମ୍ କହିଛନ୍ତି ଯେ ବ୍ରାଜିଲକୁ କିଛି କଠୋର ପଦକ୍ଷେପ ନେବାକୁ ପଡିବ ଯାହା ଦ୍ବାରା କରୋନା ସଂକ୍ରମଣ ଏହାର ସୀମା ଅତିକ୍ରମ କରିବ ନାହିଁ।

CORONA--TEST

ବିଶ୍ୱରେ କରୋନା ମହାମାରୀ ଦ୍ୱାରା ଆମେରିକା, ଭାରତ, ବ୍ରାଜିଲ ଏବଂ ଋଷିଆ ଅଧିକ ପ୍ରଭାବିତ ହୋଇଛନ୍ତି। ଅବଶ୍ୟ, ଏହି ସମସ୍ତ ଦେଶରେ ଲୋକଙ୍କୁ କରୋନା ଟିକା ଦିଆଯାଉଛି। ବ୍ଲୁମବର୍ଗ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ୨୯.୯କୋଟି ଲୋକଙ୍କୁ ଟିକା ଦିଆଯାଇଛି। ତେବେ ଏହି ମହାମାରୀ ଏତେ ଶୀଘ୍ର ଶେଷ ହେବ ନାହିଁ। ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ ଦୂର ହେବ ବୋଲି ଭାବିବା ଠିକ୍ ନୁହେଁ। ବରିଷ୍ଠ ସଂଗଠନର ଅଧିକାରୀ ମାଇକେଲ ରିୟାନ୍ କହିଛନ୍ତି ଯେ ଯଦି ଆମେ ଅଧିକ ସତର୍କର ସହ କାର୍ୟ୍ୟ କରୁ ତେବେ ଆମେ ଏହାକୁ ଶେଷ କରିପାରିବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର