ସ୍ୱାମୀଙ୍କୁ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା, ଏଥି ପାଇଁ ହୋଇପାରିବ ଛାଡପତ୍ର : କର୍ଣ୍ଣାଟକ ହାଇକୋର୍ଟ

The Sakala Picture
Published On

ବେଙ୍ଗାଲୁରୁ : ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ। ଏହି ମନ୍ତବ୍ୟ ଦେଇ କର୍ଣ୍ଣାଟକ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ […]

ବେଙ୍ଗାଲୁରୁ : ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ। ଏହି ମନ୍ତବ୍ୟ ଦେଇ କର୍ଣ୍ଣାଟକ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କ ଠାରୁ ଅଲଗା ରହୁଥିଲେ। ଯାହା ସବୁଠୁ ବଡ ନିଷ୍ଠୁରତା। କଳା ରଙ୍ଗ ପାଇଁ ସ୍ବାମୀକୁ ସ୍ତ୍ରୀ ଛାଡିକରି ରହିବା ସମାଜରେ ଗ୍ରହଣୀୟ ନୁହେଁ। ନିକଟରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ୪୧ ବର୍ଷିୟା ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିବା ସହ କର୍ଣ୍ଣାଟକ ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଞ୍ଚି ପାସପୋର୍ଟ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଧମକ: ତନାଘନା ଯାଞ୍ଚ ପରେ ପୋଲିସ ଦେଲା ବଡ଼ ସୂଚନା

କୋର୍ଟ କହିଛନ୍ତି, ଉପଲବ୍ଧ ପ୍ରମାଣକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ଯେ କଳା ବର୍ଣ୍ଣ ପାଇଁ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ହିନ୍ଦୁ ବିବାହ ଆଇନର ଧାରା ୧୩ (୧) (ଏ) ଅନୁଯାୟୀ ଛାଡପତ୍ର ପାଇଁ ଆବେଦନକୁ ଅନୁମତି ପ୍ରଦାନ ପୂର୍ବକ ହାଇକୋର୍ଟ କହିଛନ୍ତି ଯେ, ଏହି ଦିଗକୁ ଲୁଚାଇବା ପାଇଁ ସେ (ପତ୍ନୀ) ସ୍ୱାମୀଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ନିଷ୍ଠୁରତା ସହିତ ସମାନ। ”

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ବାଙ୍ଗାଲୋରରେ ରହୁଥିବା ଏହି ଦମ୍ପତି ୨୦୦୭ରେ ବିବାହ କରିଥିଲେ ଏବଂ ସେମାନଙ୍କ ଏକ ଝିଅ ଅଛି । ତେବେ ସ୍ବାମୀ ଜଣକ ୨୦୧୨ରେ ବାଙ୍ଗାଲୋରର ଏକ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ମହିଳା ଜଣକ ମଧ୍ୟ ଆଇପିସି ଧାରା ୪୯୮ଏ (ବିବାହିତା ମହିଳାଙ୍କ ପ୍ରତି ଘରୋଇ ହିଂସା) ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସେ ତାଙ୍କ ଝିଅକୁ ଛାଡ଼ି ନିଜ ବାପାମା’ଙ୍କ ସହ ରହୁଥିଲେ । ପରିବାର କୋର୍ଟରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ସ୍ୱାମୀ ଏବଂ ଶାଶୁ ନିର୍ଯ୍ୟାତନା ଦେଉଥିବା ପାଲଟା ଅଭିଯୋଗ କରିଥିଲେ । ଛାଡପତ୍ର ପାଇଁ ସ୍ୱାମୀଙ୍କ ଆବେଦନକୁ ପରିବାର କୋର୍ଟ ୨୦୧୭ରେ ଖାରଜ କରିଥିଲେ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

08 Aug 2023 By The Sakala

ସ୍ୱାମୀଙ୍କୁ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା, ଏଥି ପାଇଁ ହୋଇପାରିବ ଛାଡପତ୍ର : କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ। ଏହି ମନ୍ତବ୍ୟ ଦେଇ କର୍ଣ୍ଣାଟକ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କ ଠାରୁ ଅଲଗା ରହୁଥିଲେ। ଯାହା ସବୁଠୁ ବଡ ନିଷ୍ଠୁରତା। କଳା ରଙ୍ଗ ପାଇଁ ସ୍ବାମୀକୁ ସ୍ତ୍ରୀ ଛାଡିକରି ରହିବା ସମାଜରେ ଗ୍ରହଣୀୟ ନୁହେଁ। ନିକଟରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ୪୧ ବର୍ଷିୟା ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିବା ସହ କର୍ଣ୍ଣାଟକ ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି ।

କୋର୍ଟ କହିଛନ୍ତି, ଉପଲବ୍ଧ ପ୍ରମାଣକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ଯେ କଳା ବର୍ଣ୍ଣ ପାଇଁ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ହିନ୍ଦୁ ବିବାହ ଆଇନର ଧାରା ୧୩ (୧) (ଏ) ଅନୁଯାୟୀ ଛାଡପତ୍ର ପାଇଁ ଆବେଦନକୁ ଅନୁମତି ପ୍ରଦାନ ପୂର୍ବକ ହାଇକୋର୍ଟ କହିଛନ୍ତି ଯେ, ଏହି ଦିଗକୁ ଲୁଚାଇବା ପାଇଁ ସେ (ପତ୍ନୀ) ସ୍ୱାମୀଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ନିଷ୍ଠୁରତା ସହିତ ସମାନ। ”

ବାଙ୍ଗାଲୋରରେ ରହୁଥିବା ଏହି ଦମ୍ପତି ୨୦୦୭ରେ ବିବାହ କରିଥିଲେ ଏବଂ ସେମାନଙ୍କ ଏକ ଝିଅ ଅଛି । ତେବେ ସ୍ବାମୀ ଜଣକ ୨୦୧୨ରେ ବାଙ୍ଗାଲୋରର ଏକ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ମହିଳା ଜଣକ ମଧ୍ୟ ଆଇପିସି ଧାରା ୪୯୮ଏ (ବିବାହିତା ମହିଳାଙ୍କ ପ୍ରତି ଘରୋଇ ହିଂସା) ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସେ ତାଙ୍କ ଝିଅକୁ ଛାଡ଼ି ନିଜ ବାପାମା’ଙ୍କ ସହ ରହୁଥିଲେ । ପରିବାର କୋର୍ଟରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ସ୍ୱାମୀ ଏବଂ ଶାଶୁ ନିର୍ଯ୍ୟାତନା ଦେଉଥିବା ପାଲଟା ଅଭିଯୋଗ କରିଥିଲେ । ଛାଡପତ୍ର ପାଇଁ ସ୍ୱାମୀଙ୍କ ଆବେଦନକୁ ପରିବାର କୋର୍ଟ ୨୦୧୭ରେ ଖାରଜ କରିଥିଲେ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର