କାହିଁକି ବଦଳିଲାନି ନୂତନ ସଂସଦରେ କାର୍ପେଟର ରଙ୍ଗ, ଜାଣନ୍ତୁ କ’ଣ ରହିଛି ଗ୍ରୀନ ଓ ରେଡ୍ କାର୍ପେଟ ସହ ଜଡିତ ଇତିହାସ…..
ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ। ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଧାର୍ମିକ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ନୂତନ ସଂସଦ ପୁରୁଣା ସଂସଦଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ମାଣ ଏବଂ ସାଜସଜ୍ଜା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ସାମଗ୍ରୀ ସ୍ଥାନିତ କରାଯାଇଛି। ତ୍ରିପୁରା ରାଜ୍ୟରୁ ବାଉଁଶ, ରାଜସ୍ଥାନରୁ ମାର୍ବଲ ଏବଂ […]
ଉଭୟ ସଦନକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ଯେଉଁଠାରେ ଜନ ପ୍ରତିନିଧୀମାନେ ସାଧାରଣ ନାଗରିକଙ୍କ ସ୍ୱାର୍ଥ ରକ୍ଷା କରନ୍ତି। ସଂସଦ ଗୃହରେ ଦୁଇଟି ଗୃହ ଅଛି। ଯେଉଁଥିରେ ପ୍ରଥମଟି ହେଉଛି ରାଜ୍ୟସଭା, ଯାହାକୁ ଉଚ୍ଚ ସଦନ ମଧ୍ୟ କୁହାଯାଏ। ଦ୍ୱିତୀୟ ଗୃହଟି ହେଉଛି ଲୋକସଭା ସଦନ, ଯାହାକୁ ନିମ୍ନ ସଦନ ମଧ୍ୟ କୁହାଯାଏ ।
ଲୋକସଭାରେ କାହିଁକି ସବୁଜ କାର୍ପେଟ୍ :
ଲୋକସଭାରେ ଲୋକ ପ୍ରତିନିଧିମାନେ ସାଧାରଣ ଜନତାଙ୍କଠାରୁ ସିଧାସଳଖ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି, ଯେଉଁମାନେ କି ଗ୍ରାଉଣ୍ଡରେ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି। ଏହା ସହିତ ସବୁଜ ହେବାର ଆଉ ଏକ ମଧ୍ୟ କାରଣ ରହିଛି। ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ, ଯାହାକି ଲୋକସଭାରେ ସବୁଜ କାର୍ପେଟର ପ୍ରତୀକ ଅଟେ।
ରାଜ୍ୟସଭାରେ କାହିଁକି ରେଡ କାର୍ପେଟ:
ରାଜ୍ୟସଭାରେ ରେଡ କାର୍ପେଟ ବ୍ୟବହାରକୁ ନେଇ ୨ଟି କାରଣ ରହିଛି। ଏହି ଗୃହର ପ୍ରତିନିଧୀମାନେ ସିଧାସଳଖ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ଲୋକମାନଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ଦ୍ବାରା ପଠାଯାଇଥିବା ସଦସ୍ୟ ଅଟନ୍ତି। ରାଜ୍ୟସଭାରେ ରେଡ୍ କାର୍ପେଟ୍ ରଖିବାର ଦୁଇଟି କାରଣ ଅଛି । ପ୍ରଥମ ଲାଲ ରଙ୍ଗ ହେଉଛି ରାଜ ଗୌରବ ପ୍ରତୀକ। ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ଯେ, ନାଲି ରଙ୍ଗ ସ୍ୱାଧୀନତା ସଂଗ୍ରାମରେ ଶହୀଦମାନଙ୍କ ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଯେଉଁଥିପାଇଁ ରାଜ୍ୟସଭାରେ ରେଡ କାର୍ପେଟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ନୂତନ ଗୃହରେ ସବୁକିଛି ବଦଳାଇ ଦେଇଛନ୍ତ॥ କିନ୍ତୁ ମୁଖ୍ୟତଃ ପୁରାତନ କାରଣରୁ ରାଜ୍ୟସଭା ଓ ଲୋକସଭାରେ ଅବସ୍ଥିତ ଲାଲ ଓ ସବୁଜ କାର୍ପେଟକୁ ପରିବର୍ତ୍ତନ କରିନାହାଁନ୍ତି।