ରୋଜଗାର କିପରି ସୃଷ୍ଟି ହେବ ତାହା ଆମେ ଜାଣୁ, ବିଜେପିକୁ ଦେଖାଇବୁ କିପରି ନିଯୁକ୍ତି ଦିଆଯାଉଛି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ବେରୋଜଗାରୀ। ବିଜେପି ସରକାର ରୋଜଗାର ସୃଷ୍ଟି କରିବାରେ ଫେଲ ମାରିଛି। ବର୍ତ୍ତମାନ ଦେଶରେ ଯୁବକ-ଯୁବତୀ ଚାକିରି ନପାଇ ବସି ରହିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କୁ ଜଣାନାହିଁ କିପରି ରୋଜଗାର ସୃଷ୍ଟି ହୁଏ। ରୋଜଗାର କିପରି ସୃଷ୍ଟି ହୁଏ ତାହା କଂଗ୍ରେସ ଜଣେ , ଆଉ ଆମେ ମଧ୍ୟ ବିଜେପିକୁ ଦେଖାଇବୁ କିପରି ରୋଜଗାର ଦିଆଯାଇଛି। ଆଜି ଗୋଆ ବିଧାନସଭା ନିର୍ବାଚନ ପାଇଁ ଏକ ଭର୍ଚୁଆଲ ରାଲିକୁ ସମ୍ଭୋଦିତ କରି ଏହା କହିଛନ୍ତି […]
ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି ବେରୋଜଗାରୀ। ବିଜେପି ସରକାର ରୋଜଗାର ସୃଷ୍ଟି କରିବାରେ ଫେଲ ମାରିଛି। ବର୍ତ୍ତମାନ ଦେଶରେ ଯୁବକ-ଯୁବତୀ ଚାକିରି ନପାଇ ବସି ରହିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କୁ ଜଣାନାହିଁ କିପରି ରୋଜଗାର ସୃଷ୍ଟି ହୁଏ। ରୋଜଗାର କିପରି ସୃଷ୍ଟି ହୁଏ ତାହା କଂଗ୍ରେସ ଜଣେ , ଆଉ ଆମେ ମଧ୍ୟ ବିଜେପିକୁ ଦେଖାଇବୁ କିପରି ରୋଜଗାର ଦିଆଯାଇଛି। ଆଜି ଗୋଆ ବିଧାନସଭା ନିର୍ବାଚନ ପାଇଁ ଏକ ଭର୍ଚୁଆଲ ରାଲିକୁ ସମ୍ଭୋଦିତ କରି ଏହା କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ।
ଗୋଆର ସାନକେଲିମରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ରାଜ୍ୟରେ ବିଜେପି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ରାଜ୍ୟର ସବୁ ଦିଗରେ ବିଜେପି ବିଫଳ ହୋଇଛି। ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରଣ ହୋଇପାରୁନି, କରୋନା କରିଚାଳନା ଏବଂ ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର କିପରି ବିଫଳ ହୋଇଛି ତାହା ଜନତା ଦେଖିଛନ୍ତି। ଜନତା ଏଥର ପରିବର୍ତ୍ତନ କରିବେ। କଂଗ୍ରେସ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି ଯୁବକଙ୍କୁ ନିଯୁକ୍ତି ପାଇଁ। ରୋଜଗାର କିପରି ସୃଷ୍ଟି ହେବ ତାହା ଆମେ ଜାଣୁ। କଂଗ୍ରେସ ଦଳ ଏହା ବୁଝିଛି। ଆମେ ଏହା ମଧ୍ୟ କରିଛୁ। ଆମେ ଆପଣଙ୍କୁ ପୁଣି ଥରେ ଦେଖାଇବୁ।” ବୋଲି ରାହୁଲ କହିଛନ୍ତି।
ରାହୁଲ ଆହୁରି ମଧ୍ୟ ଗୋଆରେ ଜନତାଙ୍କ ପାଇଁ ‘ନୟେ ଯୋଜନା'(Nyay Scheme) ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆମେ ପ୍ରତି ମାସରେ ୬ ହଜାର ଟଙ୍କା ଡିପୋଜିଟ୍ ହେବ। ବର୍ଷକୁ ଗରିବଲୋକଙ୍କ ଆକାଉଣ୍ଟକୁ ୭୨ ହଜାର ଟଙ୍କା ଦିଆଯିବ। ରାହୁଲ କହିଛନ୍ତି, “କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ଯେ ଯେଉଁମାନେ ଦଳ ପରିବର୍ତ୍ତନ କରି ଠକିଛନ୍ତି ସେମାନଙ୍କୁ ଆମେ ଟିକେଟ୍ ଦେବୁ ନାହିଁ। ଏଥର ଆମେ ନୂଆ ଲୋକଙ୍କୁ ଟିକେଟ୍ ଦେଇଛୁ। ଗୋଆରେ କଂଗ୍ରେସ ଦଳ ସରକାର ଗଠନ କରିବାକୁ ଯାଉଛନ୍ତି।”
ରାହୁଲ ସଭାରେ ବିଜେପି ସହ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ୍ ଆଦମୀ ପାର୍ଟି (AAP) ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହି ସଂଗ୍ରାମ କେବଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଅଛି ଏବଂ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଆପଣଙ୍କର ଭୋଟ୍ ନଷ୍ଟ କରନ୍ତୁ ନାହିଁ। ଟିଏମସି ଏବଂ ଆମ୍ ଆଦମୀ ପାର୍ଟିକୁ ଭୋଟ ଦେଇ ଭୋଟ୍ ନଷ୍ଟ କରନ୍ତୁ ନାହିଁ ବୋଲି ରାହୁଲ କହିଛନ୍ତି।