ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

Tapas Ranjan Nanda Picture
Published On

ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଚଳାଚଳ କରୁଥିବା ଘାଟ ଡଙ୍ଗାରେ ଅହେତୁକ ଭଡ଼ା ବୃଦ୍ଧିକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଧାର୍ଯ୍ୟ ଶୁଳ୍କଠାରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗକୁ କେନ୍ଦ୍ର କରି ଯାତ୍ରୀ ଏବଂ ଡଙ୍ଗା ମାଲିକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ମନଇଚ୍ଛା ଭଡ଼ା ଆଦାୟ ଅଭିଯୋଗ

ସାଧାରଣ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କିଛି ଡଙ୍ଗା ମାଲିକ ଓ କର୍ମଚାରୀମାନେ ନିୟମକୁ ବେଖାତିର କରି ମନଇଚ୍ଛା ଭଡ଼ା ଆଦାୟ କରୁଛନ୍ତି। ଦୀର୍ଘ ଦିନ ଧରି ଏହି ଭଡ଼ା ଆଦାୟକୁ ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା। ବର୍ଦ୍ଧିତ ଭଡ଼ା ଦେବାକୁ ଯାତ୍ରୀମାନେ ମନା କରିବାରୁ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

satapada-janhikuda-ferry-fare-hike-clash2

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

ବାଧାପ୍ରାପ୍ତ ହେଲା ଯାତ୍ରୀ ପରିବହନ

ଏହି ବିବାଦ କାରଣରୁ ଘାଟରେ କିଛି ସମୟ ପାଇଁ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏକ ନିର୍ଦ୍ଦିଷ୍ଟ ଭଡ଼ା ତାଲିକା ସାର୍ବଜନୀନ କରିବା ସହ ବେଆଇନ ଭାବେ ଅଧିକ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର