ପ୍ରଧାନମନ୍ତ୍ରୀଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲ ଉତ୍ତମ ପ୍ରାର୍ଥୀ, ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ କହିଲେ ଆପ ମୁଖପାତ୍ର 

The Sakala Picture
Published On

ନୂଆଦିଲ୍ଲୀ : ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଉଠିଛି ଦାବି। ଆମ୍ ଆଦମୀ ପାର୍ଟିରୁ ଏହି ଦାବି କରାଯାଇଛି। ଅରବିନ୍ଦ କେଜ୍ରିୱାଲ୍ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହାରେ ବାବଦରେ ପଚରାଯାଏ, ତେବେ ମୁଁ ଅରବିନ୍ଦ […]

ନୂଆଦିଲ୍ଲୀ : ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଉଠିଛି ଦାବି। ଆମ୍ ଆଦମୀ ପାର୍ଟିରୁ ଏହି ଦାବି କରାଯାଇଛି। ଅରବିନ୍ଦ କେଜ୍ରିୱାଲ୍ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହାରେ ବାବଦରେ ପଚରାଯାଏ, ତେବେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ବାଛିବି। ସେ ଦିଲ୍ଲୀରେ ବହୁ ସୁବିଧା ଆଣିଛନ୍ତି, ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଅର୍ଥନୀତି ସୁଦୃଢ ହେବ।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ

ଦିଲ୍ଲୀର ମାଗଣା ସେବାକୁ ପ୍ରଶଂସା କରିବା ସହ ଭାରତର ଅର୍ଥିନୀତି ଦୁର୍ବଳ ହୋଇଯାଇଥିବା କହିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲ୍ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଆର୍ଥନୀତି ସୁଦୃଢ ହେବ। ସେ ଦିଲ୍ଲୀରେ ମାଗଣାରେ ପାଣିଠୁ ଆରମ୍ଭ କରି ବିଜୁଳି ସବୁ ଦେଉଛନ୍ତି। ମହିଳାଙ୍କ ପାଇଁ ବସ୍ ଯାତ୍ରା, ବରିଷ୍ଠ ନାଗରିକଙ୍କ ମାଗଣା ତୀର୍ଥଯାତ୍ରା ଭ୍ରମଣ ଆଦି ମାଗଣା କରିଛନ୍ତି। ତଥାପି ଅତିରିକ୍ତ ବଜେଟ ଉପସ୍ଥାପିତ କରୁଛନ୍ତି। କକ୍କର କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଲଗାତାର ଲୋକଙ୍କ ପ୍ରସଙ୍ଗକୁ ଉଠାଉଛନ୍ତି ଓ ମୋଦୀଙ୍କ ସାମ୍ନାରେ ଜଣେ ଦୃଢ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ମୋଦୀଙ୍କୁ ନ ଡରି ଖୋଲାଖୋଲି ଭାବେ ସବୁ କହିଛନ୍ତି। ଆପ ମୁଖପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅର୍ଥନୈତିକ ଦୃଷ୍ଟିକୋଣ ନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ଦୃଷ୍ଟିକୋଣରେ ଭାରତ ଉତ୍ପାଦନ ହବ୍ ହେବ। ଲାଇସେନ୍ସ ରାଜ୍ ଶେଷ ହେବ। ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ କରିବା ପାଇଁ ଭଲ ସୁଯୋଗ ରହିବ। ଶିକ୍ଷା ଏତେ ଭଲ ହେବ ଯେ ପିଲାମାନେ ଉଦ୍ଭାବନ କରିବାକୁ ଚିନ୍ତା କରିବେ। ବିଦେଶରୁ ଲୋକମାନେ ଡଲାର ଖର୍ଚ୍ଚ କରି ଭାରତରେ ଅଧ୍ୟୟନ କରିବାକୁ ଆସିବେ। ଆମେ ଏପରି ଭାରତ ଚାହୁଁଛୁ ବୋଲି ଆପ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ସୂଚନାଯୋଗ୍ୟ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ମେଣ୍ଟ ଦଳ। ଆସନ୍ତାକାଲି ମୁମ୍ୱାଇରେ ବସିବାକୁ ଯାଉଛି ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ। ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇ ଠାରେ ହେବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ବିଶେଷକରି ଏହି ବୈଠକରେ ମେଣ୍ଟରେ ସାମିଲ ଥିବା ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହିତ ମେଣ୍ଟ ପ୍ରତୀକ(ଲୋଗୋ) ଉନ୍ମୋଚନ ହେବାକୁ ଥିବାରୁ ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବ ଦିଆଯାଉଛି। ଯେଉଁଠାରେ ମିଳିତ ବିରୋଧୀ ମେଣ୍ଟ ପ୍ରତିଦ୍ବନ୍ଦ୍ବିତା କରିବ ସେଠାରେ କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ। ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି ବୋଲି କୁହାଯାଇଛି। ଅପରପକ୍ଷେରେ ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ବନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp