ଖୁବଶୀଘ୍ର ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ; ବିମାନ ସେବା କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା

The Sakala Picture
Published On

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ବିମାନ କଂପାନୀ ଏୟାର ଇଣ୍ଡିଆ-ଭିସ୍ତାରାର ମିଶ୍ରଣ ଘଟିବ । ମିଶ୍ରଣ ନେଇ ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟରେ ହୋଇଛି ସହମତି । ମାର୍ଚ୍ଚ ୨୦୨୪ ସୁଦ୍ଧା ମିଶ୍ରଣ ପ୍ରକ୍ରିୟା ସାରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ବିମାନ ସେବା କ୍ଷେତ୍ରରେ ପୁଣି ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା। ମଙ୍ଗଳବାର ଏ ନେଇ ଘୋଷଣା କରିଛି ଟାଟା ଗ୍ରୁପ୍‌ । ଅର୍ଥାତ ପୂର୍ବରୁ ଚଳାଚଳ […]

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ବିମାନ କଂପାନୀ ଏୟାର ଇଣ୍ଡିଆ-ଭିସ୍ତାରାର ମିଶ୍ରଣ ଘଟିବ । ମିଶ୍ରଣ ନେଇ ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟରେ ହୋଇଛି ସହମତି । ମାର୍ଚ୍ଚ ୨୦୨୪ ସୁଦ୍ଧା ମିଶ୍ରଣ ପ୍ରକ୍ରିୟା ସାରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ବିମାନ ସେବା କ୍ଷେତ୍ରରେ ପୁଣି ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ମଙ୍ଗଳବାର ଏ ନେଇ ଘୋଷଣା କରିଛି ଟାଟା ଗ୍ରୁପ୍‌ । ଅର୍ଥାତ ପୂର୍ବରୁ ଚଳାଚଳ କରୁଥିବା ଭିସ୍ତାରା ବିମାନ ସେବା ଏୟାର ଇଣ୍ଡିଆ ସହିତ ମିଶିବ । ଏହା ହେଲେ ଏୟାର ଇଣ୍ଡିଆ ଭାରତର ସର୍ବବୃହତ ଘରୋଇ ବିମାନ ସେବା କମ୍ପାନୀ ହୋଇଯିବ । ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍‌ ଲାଇନ୍‌, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

ସୂଚନା ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲ୍‌ରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍‌ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ନିୟାମକଙ୍କ ଅନୁମତି ପରେ ଏହା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ମିଶିବା ନେଇ ଏହି ରିଲିଜ୍‌ରୁ ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ କହିଛନ୍ତି, ‘କମ୍ପାନୀକୁ ବିଶ୍ବସ୍ତରୀୟ କରିବା ପାଇଁ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ମିଶ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ଥର ପ୍ରତ୍ୟେକ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ଏହି ମିଶ୍ରଣର ମୂଳ ଲକ୍ଷ୍ୟ । ନେଟଓ୍ବର୍କ ବଢାଇବା, ଗ୍ରାହକ ଚାହୁଁଥିବା ସୁବିଧାଗୁଡିକୁ ଉପଲବ୍ଧ କରାଇବା, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ସମୟରେ ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ’।

29 Nov 2022 By The Sakala

ଖୁବଶୀଘ୍ର ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ; ବିମାନ ସେବା କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ବିମାନ କଂପାନୀ ଏୟାର ଇଣ୍ଡିଆ-ଭିସ୍ତାରାର ମିଶ୍ରଣ ଘଟିବ । ମିଶ୍ରଣ ନେଇ ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟରେ ହୋଇଛି ସହମତି । ମାର୍ଚ୍ଚ ୨୦୨୪ ସୁଦ୍ଧା ମିଶ୍ରଣ ପ୍ରକ୍ରିୟା ସାରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ସହିତ ବିମାନ ସେବା କ୍ଷେତ୍ରରେ ପୁଣି ନିଜର ଆଧିପତ୍ୟ ବିସ୍ତାର କରିବ ଟାଟା।

ମଙ୍ଗଳବାର ଏ ନେଇ ଘୋଷଣା କରିଛି ଟାଟା ଗ୍ରୁପ୍‌ । ଅର୍ଥାତ ପୂର୍ବରୁ ଚଳାଚଳ କରୁଥିବା ଭିସ୍ତାରା ବିମାନ ସେବା ଏୟାର ଇଣ୍ଡିଆ ସହିତ ମିଶିବ । ଏହା ହେଲେ ଏୟାର ଇଣ୍ଡିଆ ଭାରତର ସର୍ବବୃହତ ଘରୋଇ ବିମାନ ସେବା କମ୍ପାନୀ ହୋଇଯିବ । ମାର୍ଚ୍ଚ ୨୦୨୪ରେ ଭିସ୍ତାରା ଏୟାର୍‌ ଲାଇନ୍‌, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି ।

ସୂଚନା ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲ୍‌ରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍‌ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ନିୟାମକଙ୍କ ଅନୁମତି ପରେ ଏହା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ମିଶିବା ନେଇ ଏହି ରିଲିଜ୍‌ରୁ ଜଣାପଡ଼ିଛି ।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ କହିଛନ୍ତି, ‘କମ୍ପାନୀକୁ ବିଶ୍ବସ୍ତରୀୟ କରିବା ପାଇଁ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ମିଶ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ଥର ପ୍ରତ୍ୟେକ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ଏହି ମିଶ୍ରଣର ମୂଳ ଲକ୍ଷ୍ୟ । ନେଟଓ୍ବର୍କ ବଢାଇବା, ଗ୍ରାହକ ଚାହୁଁଥିବା ସୁବିଧାଗୁଡିକୁ ଉପଲବ୍ଧ କରାଇବା, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ସମୟରେ ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର